ଆନନ୍ଦପୁର,୧୯। ୭(ସ୍ବ.ପ୍ର.): ଗତ ୧୭ ତାରିଖ ବୁଧବାର ଦିନ ପାଟକୁରା ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଗସ୍ତ ସମୟରେ କେନ୍ଦ୍ରାପଡ଼ା ଏସ୍ପି ଜଣେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିଥିବା ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି। ଏ ନେଇ ଏସ୍ପିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିକରି ଆନନ୍ଦପୁର ପ୍ରେସ୍ କ୍ଲବ ପକ୍ଷରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଆନନ୍ଦପୁର ଉପଜିଲାପାଳ ରବୀନ୍ଦ୍ର କୁମାର ସାହୁଙ୍କୁ ପ୍ରଦାନ କରାଯାଇଛି। ପ୍ରେସ୍ କ୍ଲବ ସମ୍ପାଦକ ସନ୍ତୋଷ ରାଉତଙ୍କ ସଂଯୋଜନାରେ ସଭାପତି ଗୋପାଳ କୃଷ୍ଣ ରାଉତ, ଉପସଭାପତି ଶ୍ରୀକୁମାର ମିଶ୍ର, ଯୁଗ୍ମ ସମ୍ପାଦକ ଶୁଭକାନ୍ତ ନାୟକ, ରାଜୀବ ଲୋଚନ ଜେନା, ଅନୀଲ କୁମାର ସାହୁ, କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ମିଶ୍ର, ବରିଷ୍ଠ ଖବରଦାତା ଲୋକନାଥ ସିଂହ, ସୁବାଷ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ଖବରଦାତା ଉପସ୍ଥିତ ରହି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ବିଭିନ୍ନ ସମୟରେ ହେଉଥିବା ଆକ୍ରମଣ ଓ ଦୁର୍ବ୍ୟବହାରକୁ ନିନ୍ଦା କରିବା ସହ ଦୃଢ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି।
ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଘଟଣା: ଆନନ୍ଦପୁର ପ୍ରେସ୍ କ୍ଲବ ପକ୍ଷରୁ କେନ୍ଦ୍ରାପଡା ଏସ୍ପିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଯୁବକଙ୍କ ଗୁପ୍ତାଙ୍ଗ ସହ ବେକ କାଟି ହତ୍ୟା: ପୋଲିସର ତଦନ୍ତ ଆରମ୍ଭ
ସଜନାଗଡ଼,୧୦।୮(ଡି.ଏନ୍.ଏ.): ବାଲେଶ୍ବର ଜିଲା ନୀଳଗିରି ଥାନା ଜାମୁଢିଆ ପଞ୍ଚାୟତ କେସୁରା ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ବେକ ଓ ଗୁପ୍ତାଙ୍ଗ କାଟି ହତ୍ୟା...

ପଥର କ୍ୱାରୀରେ ଚଢ଼ାଉ: ବିସ୍ଫୋରକ ଜବତ, ୩ ଗିରଫ
ଗୁଣପୁର,୨୪।୯(ଡି.ଏନ୍.ଏ.)- ପଥର ଫୁଟାଇବା ପାଇଁ ବେଆଇନଭାବେ ବିସ୍ଫୋରକ ବ୍ୟବହାର କରାଯାଉ ଥିଲା। ଗୁଣପୁର ପୋଲିସ ଖବର ପାଇ ସନ୍ନ୍ୟାସୀପୁରସ୍ଥିତ ଏକ ପଥର କ୍ୱାରୀରେ ଚଢ଼ାଉ କରି...

ତଳେ ଦଣ୍ଡା ଖଞ୍ଜାଗଲା, ସିଂହାସନ କାମ ଆରମ୍ଭ ଚାଲିଛି ଗରଗରା ଓ ନାହାକା କାଠ ହଣା
ପୁରୀ ଅଫିସ, ୧୫ା୬: ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ମହାପ୍ରଭୁଙ୍କ ତିନି ରଥ ନିର୍ମାଣ। ତିିନି ମୁଖ୍ୟ ବିଶ୍ୱକର୍ମାଙ୍କ ନେତୃତ୍ୱରେ ରଥକାମ ଆଗେଇ ଚାଲିଛି। ଶ୍ରୀକ୍ଷେତ୍ର...

ଆସନ୍ତା ମାର୍ଚ୍ଚ ସୁଦ୍ଧା ବିଦ୍ୟାଳୟରେ ପହଞ୍ଚିବ ବହି: ମନ୍ତ୍ରୀ
ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ଏଣିକି ଶିକ୍ଷାବର୍ଷ ଆରମ୍ଭରୁ ବିଦ୍ୟାଳୟରେ ପହଞ୍ଚିବ ମାଗଣା ପାଠ୍ୟପୁସ୍ତକ। ଆସନ୍ତା ଏପ୍ରିଲରୁ ୨୦୨୦-୨୧ ଶିକ୍ଷାବର୍ଷ ଆରମ୍ଭ ହେବ। ଏଥିପାଇଁ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ...

ସୁଅ ମୁହଁରେ ଅଥୟ କଙ୍କଡ଼ାପାଳ
ବାଲିଆପାଳ, ୨୭ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଚଉମୁଖ ପଞ୍ଚାୟତ କଙ୍କଡାପାଳ ଅଞ୍ଚଳରେ ସୁବର୍ଣ୍ଣରେଖା କୂଳ ଖାଇ ଗତିପଥ ବଦଳାଇବା ପରିସ୍ଥିତି ସୃଷ୍ଟି ହୋଇଛି। ଏ ନେଇ...

ଚାନ୍ଦିପୁର ଆଇଟିଆରରେ ବ୍ୟବହାରିକ ପରୀକ୍ଷଣ:‘ବଂଶୀ’କୁ ଭେଦ କଲା ‘କ୍ୟୁଆର୍ଏସ୍ଏମ୍’
ବାଲେଶ୍ୱର ଅଫିସ, ୪।୮-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ ରେଞ୍ଜ(ଆଇଟିଆର୍)ରୁ ଭ୍ରାମ୍ୟମାଣ ଟ୍ରକ ସାହାଯ୍ୟରେ ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଉଥିବା ‘କ୍ୟୁଆର୍ଏସ୍ଏମ୍’ (କୁଇକ୍ ରିଆକଶନ୍...

ବରଗଡ଼ ଧନୁଯାତ୍ରା ଲାଗି କଂସ ଚୟନକୁ ନେଇ ବଢ଼ୁଛି ବିରୋଧ: କଳାକାର ସଂଘ ପରେ ଜିଲାପାଳଙ୍କୁ ଭେଟିଲା ଜିଲା ସାମ୍ବାଦିକ ସଂଘ
ବରଗଡ଼ ଅଫିସ,୭।୧୧- ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୩୧ ତାରିଖଠାରୁ ଆରମ୍ଭ ହୋଇ ୨୦୨୦ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ...

ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ: ବିଜ୍ଞାନରେ ୮୯.୨%, କଳାରେ ୭୦.୪%, ବାଣିଜ୍ୟରେ ୭୫.୮୩%
ଭୁବନେଶ୍ୱର, ୧୪।୭(ବ୍ୟୁରୋ): ଯୁକ୍ତ୨ ପ୍ରଥମ ବର୍ଷ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଶନିବାର ପ୍ରକାଶ ପାଇଛି। ସାମ୍ସ ପକ୍ଷରୁ ପ୍ରକାଶିତ ତାଲିକା...