କ୍ରୀଡ଼ାକୁ ପ୍ରୋତ୍ସାହନ: ଖୁବ୍‌ଶୀଘ୍ର ଆସିବ ନୂଆ କ୍ରୀଡ଼ା ନୀତି

ଭୁବନେଶ୍ୱର, ୧୯।୭(ବ୍ୟୁରୋ): ରାଜ୍ୟରେ ଖୁବ୍‌ଶୀଘ୍ର ନୂତନ କ୍ରୀଡ଼ା ନୀତି (ସ୍ପୋର୍ଟସ୍‌ ପଲିସି) ଆସିବ। ଏଥିପାଇଁ ଚିଠା ନୀତି ପ୍ରସ୍ତୁତି ଚାଲିଛି। କ୍ରୀଡ଼ା ଓ କ୍ରୀଡ଼ା ବ୍ୟକ୍ତିଙ୍କୁ ପ୍ରୋତ୍ସାହନ ଦେବା ସକାଶେ ଏଭଳି ପ୍ରଥମ ଥର ପାଇଁ ଏକ ସ୍ପୋର୍ଟସ୍‌ ପଲିସି ପ୍ରସ୍ତୁତ କରାଯାଉଛି ବୋଲି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି। ଶୁକ୍ରବାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବେଳେ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଏବେ ସୁଦ୍ଧା କୌଣସି କ୍ରୀଡ଼ା ନୀତି ନାହିଁ। ଜାତୀୟ କ୍ରୀଡ଼ା ନୀତି-୨୦୦୧ ଓଡ଼ିଶାରେ କାର୍ଯ୍ୟକାରୀ ହେଉଛି। ଏହି ପଲିସିରେ ୪୭ଟି କ୍ରୀଡ଼ାକୁ ଅନ୍ତର୍ଭୁକ୍ତ କରାଯାଇଛି। ଓଡ଼ିଶାରେ ୩୯ଟି ଅନ୍ତର୍ଭୁକ୍ତ ହୋଇଛି। ସେଗୁଡ଼ିକୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି। ‘ଏ’ ବର୍ଗରେ ୬ଟି କ୍ରୀଡ଼ା ଯଥା ଆଥ୍‌ଲେଟିକ୍‌, ଧନୁଚାଳନା, କ୍ରିକେଟ, ଫୁଟବଲ୍‌, ହକି ଏବଂ ଭାରୋତ୍ତୋଳନକୁ ସାମିଲ କରାଯାଇଛି। ସେହିପରି ‘ବି’ ବର୍ଗରେ ବ୍ୟାଡ୍‌ମିଣ୍ଟନ, ବାସ୍କେଟବଲ, ବକ୍ସିଂ, ଚେସ୍‌, ସାଇକେଲିଂ, ଜିମ୍‌ନାଷ୍ଟିକ୍‌, ଜୁଡୋ, କବାଡୀ, ଖୋ ଖୋ, କରାଟେ, ସୁଇମିଂ, ଟେନିସ୍‌, ଟେବୁଲ୍‌ ଟେନିସ୍‌, ଟାଏକୋଣ୍ଡୋ, ଭଲିବଲ୍‌ ଏବଂ ରେସ୍‌ଲିଂ ଅନ୍ତର୍ଭୁକ୍ତ। ‘ସି’ ବର୍ଗରେ ୧୦ଟି ଏବଂ ‘ଡି’ ବର୍ଗରେ ୭ଟି ଖେଳକୁ ଅନ୍ତର୍ଭୁକ୍ତ କରାଯାଇଛି। ବିଜେଡି ସଭ୍ୟ ଭୁପିନ୍ଦର ସିଂହ ରାଜ୍ୟରେ ଖେଳକୁ ପ୍ରୋତ୍ସାହନ ଦେବା ପାଇଁ ସରକାର କାହିଁକି ସ୍ପୋର୍ଟସ୍‌ ପଲିସି କରୁ ନାହାନ୍ତି ବୋଲି ପଚାରିଥିଲେ। ଭାଜପା ସଭ୍ୟ ବିଷ୍ଣୁ ଚରଣ ସେଠୀ କହିଥିଲେ, ସରକାର ଅବକାରୀ ପାଇଁ ପଲିସି କରୁଛନ୍ତି। ମାତ୍ର କ୍ରୀଡ଼ା ପାଇଁ ହେଉନି। ପାରମ୍ପରିକ ଖେଳପ୍ରତି ସରକାର ଅଧିକ ଧ୍ୟାନ ଦେବା ଦରକାର। ଭାଜପା ସଦସ୍ୟ ଶଙ୍କର ଓରାମ, ଜୟନାରାୟଣ ମିଶ୍ର, କୁସୁମ ଟେଟେ ଏବଂ ବିଜେଡି ସଭ୍ୟ ପ୍ରଫୁଲ୍ଲ ସାମଲ ପ୍ରମୁଖ ରାଜ୍ୟରେ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉ ନ ଥିବାର ଅଭିଯୋଗ କରିଥିଲେ। ଓଡ଼ିଶାରେ ଯେତେ କ୍ରୀଡ଼ା ଛାତ୍ରାବାସ ରହିଛି ସେଠାରୁ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି ହୋଇପାରୁ ନାହାନ୍ତି। କ୍ରୀଡ଼ା ସଂଗଠନଗୁଡିକରେ ଅଣ ଖେଳାଳିମାନଙ୍କୁ ସଭାପତି ଓ ସମ୍ପାଦକ କରାଯାଇଛି। ସେମାନଙ୍କ ସ୍ଥାନରେ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ଙ୍କୁ ନିଯୁକ୍ତି ଦେବା ଦରକାର। ଓଡ଼ିଶାରେ କେତେ ଖେଳାଳି ଅଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ଅନ୍ତର୍ଜାତୀୟ ଖେଳରେ ସାମିଲ ହୋଇଛନ୍ତି ବୋଲି ପଚାରିଥିଲେ। ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ କେତେ ଖେଳାଳି ଅଛନ୍ତି ଏ ନେଇ କୌଣସି ସର୍ଭେ କରାଯାଇ ନାହିଁ। ଜାତୀୟ ଓ ଅନ୍ତର୍ଜାତୀୟ ପଦକ ବିଜେତାଙ୍କୁ ଓଡ଼ିଶା ପୋଲିସରେ ଚାକିରି ଦିଆଯାଉଛି। ଏ ପର୍ଯ୍ୟନ୍ତ ୯୬ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଓଏମ୍‌ସିରେ ଦୂତୀ ଚାନ୍ଦ ଏବଂ ଓଏଚ୍‌ପିସିରେ ଶ୍ରାବଣୀ ନନ୍ଦଙ୍କୁ ଚାକିରି ଦିଆଯାଇଛି ବୋଲି ମନ୍ତ୍ରୀ କହିଥିଲେ।


All Right Reserved By

କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଯୋଗଦାନ ନିମନ୍ତେ ଅନ୍‌ଲାଇନ ଆବେଦନ ବ୍ୟବସ୍ଥା

ଭୁବନେଶ୍ୱର, ୧୦ା୭ (ବ୍ୟୁରୋ): ରାଜ୍ୟପାଳଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନକୁ ବ୍ୟବସ୍ଥିତ କରିବା ଲକ୍ଷ୍ୟରେ ପ୍ରସ୍ତୁତ ‘ରାଜଭବନ ପ୍ରୋଗ୍ରାମ ମ୍ୟାନେଜମେଣ୍ଟ’ ସଫ୍ଟୱେର ଆପ୍ଲିକେଶନ ଚଳିତବର୍ଷ ଫେବୃୟାରୀରୁ କାର୍ଯ୍ୟକାରୀ...

ଶୋଭାଯାତ୍ରାରେ ସୀମିତ ଲୋକକଳା ଉତ୍ସବ

ଜଗତ୍‌ସିଂହପୁର ଅଫିସ,୧୫ା୬: ଲୋକ କଳା ଓ ଲୋକ ସଙ୍ଗୀତକୁ ପୁନର୍ଜୀବିତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଜୁନ ୧୪ରେ ଲୋକକଳା ଉତ୍ସବ ପାଳନ...

ମୋ ବସ୍‌: ଅଫ୍‌ଲାଇନ୍‌ରେ ମ୍ୟାଜିକ୍‌ ପାସ୍‌,ଖୁବ୍‌ ଶୀଘ୍ର ପୁରୀକୁ ସେବା

ଭୁବନେଶ୍ୱର,୧୫ା୮(ବ୍ୟୁରୋ):ସ୍ବାଧୀନତା ଦିବସ ଅବସରରେ ‘ମୋ ବସ୍‌’ ସେବା ପ୍ରଦାନ କରୁଥିବା କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ ଲିମିଟେଡ୍‌ (କ୍ରୁଟ୍‌) ପକ୍ଷରୁ ଫ୍ରିଡମ୍‌ ମାସିକିଆ ପାସ୍‌ର ଶୁଭାରମ୍ଭ...

କଣିହାଁରେ ହାତୀ: ଉଜାଡୁଛନ୍ତି ଫସଲ, ଘର

କଣିହାଁ, ୧୨ା୭(ଡି.ଏନ.ଏ.)-କଣିହାଁ ବ୍ଲକ ଅଞ୍ଚଳରେ କିଛି ଦିନ ହେଲା ୩ ହାତୀ ଆତଙ୍କ ଖେଳାଇଛନ୍ତି। ଗୁରୁବାର ହାତୀପଲ ଦଲକ, ତାଳପଦା, କଣିହାଁ, ହନୁମାନପୁର ପଞ୍ଚାୟତରେ ପଶି...

କ୍ଷିତିଭୂଷଣ ଦାସ ହେଲେ ଇଗ୍ନୋର ପ୍ରୋ-ଭାଇସ ଚାନ୍‌ସେଲର

ଭୁବନେଶ୍ୱର, ୨୧।୭(ବ୍ୟୁରୋ): କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ପ୍ରଫେସର କ୍ଷିତିଭୂଷଣ ଦାସଙ୍କୁ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ନୂଆଦିଲ୍ଲୀର...

ତାପଙ୍ଗ ଛକରେ ବୋମା ପକାଇ ସାନି ମେଶିନ ପୋଡିଦେଲେ ଦୁର୍ବୃତ୍ତ, ୨ ଅଫୁଡ଼ା ବୋମା ଜବତ

ଖୋର୍ଦ୍ଧା ଅଫିସ, ୧୯।୬: ଖୋର୍ଦ୍ଧା ଜିଲା ତାପଙ୍ଗ ଛକ ଏନ୍‌କେଏସ୍‌ କ୍ରସର ନିକଟରେ ଥିବା ଏକ ସାନି ମେଶିନକୁ ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ...

ଛେଣ୍ଡିପଦା ଅଞ୍ଚଳରେ ଘନ କୁହୁଡି

ଛେଣ୍ଡିପଦା,୧୮।୫(ଡି.ଏନ୍‌.ଏ): ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅଞ୍ଚଳ ସମେତ ଜରପଡା ଥାନା ଅଞ୍ଚଳରେ ଶନିବାର ସକାଳେ ଘନ କୁହୁଡି ହୋଇଥିବା ଦେଖିବାକୁ ମିଳିଛି। ପ୍ରାୟ ୩ରୁ...

‘ଅତ୍ୟାଚାର, ଆକ୍ରୋଶ ବିରୋଧରେ ମୁହଁ ଖୋଲନ୍ତୁ ମହିଳା’

ନାତୁଣୀ ହାକିମ ହେଉ, ଏହା ଥିଲା ଜେଜେଙ୍କ ଇଚ୍ଛା। ସେହି ସ୍ବପ୍ନ ଏବେ ପୂରଣ ହୋଇଛି। ହେଲେ ନାତୁଣୀର ଏହି ଖୁସି ଦେଖିବାକୁ ଜେଜେ ନାହାନ୍ତି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *