Posted inଜାତୀୟ

ରାଜ୍ୟପାଳଙ୍କ ଦ୍ୱିତୀୟ ପ୍ରେମପତ୍ର ମୋତେ ଆଘାତ ଦେଇଛି: କୁମାରସ୍ବାମୀ

ବେଙ୍ଗାଲୁରୁ,୧୯।୬: କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ଏବେ ଏକ ପ୍ରକାର ଚିନ୍ତାରେ ପଡିଯାଇଛନ୍ତି। ଗୁରୁବାର ଆସ୍ଥାଭୋଟ ହୋଇ ପାରି ନ ଥିବା ବେଳେ ଶୁକ୍ରବାର ୩ଟା ପର୍ଯ୍ୟନ୍ତ ଗୃହ ମୁଲତବି ରହିବା ପୁଣିଥରେ ଅଡୁଆ ବଢାଇ ଦେଇଛି। ଇତିମଧ୍ୟରେ ରାଜ୍ୟପାଳ ଭଜୁଭାଇ ଭାଲା ଶୁକ୍ରବାର ସନ୍ଧ୍ୟା ୬ଟା ପୂର୍ବରୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କୁ ଚିଠି ଲେଖି ଜଣାଇଥିଲେ। ଏହି ଚିଠି ପାଇବା ପରେ କୁମାରସ୍ବାମୀ କହିଛନ୍ତି, ସେ ରାଜ୍ୟପାଳଙ୍କୁ ସମ୍ମାନ କରନ୍ତି। ହେଲେ ତାଙ୍କର ଏହି ଦ୍ୱିତୀୟ ପ୍ରେମ ପତ୍ରଟି ତାଙ୍କୁ ଆଘାତ ଦେଇଛି। ସେ ଆହୁରି ପ୍ରଶ୍ନ କରିଛନ୍ତି କି ରାଜ୍ୟପାଳ ଗତ ୧୦ ଦିନ ହେବ ଚାଲିଥିବା ଘୋଡା ବେପାର ବୋଧହୁଏ ଦେଖୁଛନ୍ତି। ଏହାପରେ କୁମାରସ୍ବାମୀ ଆସ୍ଥା ଭୋଟକୁ ନେଇ ବାଚସ୍ପତି ନିଷ୍ପତି ନିଅନ୍ତୁ ବୋଲି କହିଛନ୍ତି। ଏହା ଦିଲ୍ଲୀର ନିର୍ଦ୍ଦେଶରେ ନ ହେଉ ବୋଲି ସେ କହିବା ସହ ରାଜ୍ୟପାଳଙ୍କ ନିକଟରୁ ଆସିଥିବା ଚିଠିରୁ ତାଙ୍କୁ ବଞ୍ଚାନ୍ତୁ ବୋଲି ସେ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି।


All Right Reserved By Dharitri.Com

ପୃଥିବୀର ଖରାପ ଆର୍ଥିକ ସ୍ଥିତି ପାଇଁ ଦାୟୀ ଭାରତ: ଗୀତା ଗୋପିନାଥ

ନୂଆଦିଲ୍ଲୀ,୨୧।୧: ସମ୍ପ୍ରତି ପୃଥିବୀରେ ଦେଖାଦେଇଥିବା ଖରାପ ଆର୍ଥିକ ସ୍ଥିତି ପାଇଁ ଭାରତ ଦାୟୀ। ଭାରତ ଯୋଗୁ ଅନ୍ତର୍ଜାତୀୟସ୍ତର ଧାର୍ଯ୍ୟ ଅଭିବୃଦ୍ଧି ଲକ୍ଷ୍ୟ ୮୦ ପ୍ରତିଶତ ହ୍ରାସ...

ହିଜବୁଲ ମୁଜାହିଦ୍ଦିନରୁ ବେତନ ପାଉଥିଲେ ଦାବିନ୍ଦର

ଶ୍ରୀନଗର,୩୧।୧: ଜମ୍ମୁ-କଶ୍ମୀରରୁ ଗିରଫ ହୋଇଥିବା ପୂର୍ବତନ ଡିଏସପି ଦାବିନ୍ଦର ସିଂହଙ୍କୁ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦନଠାରୁ ପୁରା ବର୍ଷକର ଦରମା ମିଳୁଥିଲା ବୋଲି ଜଣାପଡ଼ିଛି। ଦାବିନ୍ଦର...

ଏସିଡ୍‌ ଆଟାକ୍‌ ସର୍ଭାଇଭରଙ୍କୁ ପେନସନ୍‌ ଦେବାକୁ ଯୋଜନା କରୁଛନ୍ତି ଉତ୍ତରାଖଣ୍ଡ ସରକାର

ଡେରାଡୁନ,୧୩।୧: ଦେଶରେ ଏସିଡ୍‌ ଆଟାକ୍‌ ପୀଡିତାଙ୍କ ସଂଖ୍ୟା ବଢିବାରେ ଲାଗିଛି। ନିକଟରେ ଏମିତି ଏକ କାହାଣୀକୁ ନେଇ ବଲିଉଡ୍‌ରେ ନିର୍ମାଣ କରାଯାଇଥିବା ଫିଲ୍ମ ‘ଛପାକ’ ସମସ୍ତଙ୍କ...

‘ସବୁ ଏକ୍‌ଜିଟ୍‌ ପୋଲ୍‌ ମିଛ ନୁହେଁ’

ଶ୍ରୀନଗର,୨୦।୫: ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟକୁ ଜାମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ସବୁ ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ କେବେହେଲେ...

କମଲନାଥଙ୍କୁ ଡ୍ରୋନ ପ୍ଲେନ ମାଗିଲେ କମ୍ପ୍ୟୁଟର ବାବା

ଭୋପାଳ,୨୬।୬: ଚଳିତ ବର୍ଷ ଭୋପାଳରେ କମଲନାଥ ସରକାରଙ୍କ ଦ୍ୱାରା ରିଭର ଟ୍ରଷ୍ଟର ଚେୟାରମ୍ୟାନ ଭାବେ ନିଯୁକ୍ତ ହୋଇଥିବା କମ୍ପ୍ୟୁଟର ବାବା ରାଜ୍ୟ ସଚିବାଳୟରେ ଏକ କାର୍ଯ୍ୟାଳୟ...

ଜାଗ୍ରତ ପ୍ରହରୀ ନୌସେନା

ପ୍ରତିରକ୍ଷା କ୍ଷେତ୍ରରେ ଭାରତୀୟ ନୌସେନାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାର ସଫଳତା ଓ ଉଲ୍ଲେଖନୀୟ କାର୍ଯ୍ୟକୁ ମନେ ପକାଇବା ଲାଗି ପ୍ରତିବର୍ଷ ୪ ଡିସେମ୍ବରରେ ନୌସେନା...

ଆଜିଠାରୁ ଚାଲିବ ଯାତ୍ରୀବାହୀ ଟ୍ରେନ୍‌

ନୂଆଦିଲ୍ଲୀ,୧୨ା୫ (ପି.ଟି.):କରୋନା ମହାମାରୀ ପାଇଁ ପାଖାପାଖି ୫୦ ଦିନ ହେଲା ଦେଶରେ ଯାତ୍ରୀବାହୀ ଟ୍ରେନ୍‌ ସେବା ବନ୍ଦ ରହିଥିବାବେଳେ ମଙ୍ଗଳବାରଠାରୁ ପର୍ଯ୍ୟାୟକ୍ରମେ କେତେକ ରୁଟ୍‌ରେ ୧୫...

ଦୃଢ଼ ଇଛା ଶକ୍ତି ଯୋଗୁ ସଫଳ ହେଲେ ଗୁଡ୍ଡି

ଲକ୍ଷ୍ନୌ,୧୯।୫: ଉତ୍ତରପ୍ରଦେଶ ଗାଜିଆବାଦ୍‌ ପ୍ରତାପ ବିହାରର ଅମୃତା ଆନନ୍ଦମୟୀ କୁଟିରମ୍‌ରେ ବାସ କରୁଥିବା ଗୁଡ୍ଡିଙ୍କ ଇଛା ଶକ୍ତି ଆଗରେ ସାମାଜିକ ବାଧା ହାର୍‌ ମାନିଛି। ୨୦୧୪ରେ...

Leave a comment

Your email address will not be published. Required fields are marked *