Posted inଜାତୀୟ

ଭାଇଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରତିକ୍ରିୟା ରଖିଲେ ମାୟାବତୀ: ପ୍ରଥମେ ନିଜ ୨ହଜାର କୋଟିର ହିସାବ ଦେଉ ଭାଜପା

ଲକ୍ଷ୍ନୌ,୧୯।୭: ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ସୁଶ୍ରୀ ମାୟାବତୀଙ୍କ ଭାଇ ତଥା ଦଳର ଉପାଧ୍ୟକ୍ଷ ଆନନ୍ଦ କୁମାରଙ୍କ ଘରେ ଆୟକର ବିଭାଗର ଚଢ଼ାଉ। ଗୁରୁବାର ଆନନ୍ଦ କୁମାର ଓ ଉତ୍ତରପ୍ରଦେଶ ନୋଏଡାରେ ଥିବା ସ୍ତ୍ରୀ ବିଚିତ୍ର ଲତାଙ୍କ ବେନାମୀ ଫ୍ଲାଟକୁ ଆୟକର ବିଭାଗ ଜବତ କରିଛି। ଏହି ବେନାମୀ ଫ୍ଲାଟର ମୂଲ୍ୟ ୪୦୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଅପରପକ୍ଷରେ ଏନେଇ ଶୁକ୍ରବାର ମାୟାବତୀ ଭାଜପା ଓ ଆରଏସ୍‌ଏସ୍‌କୁ ଟାର୍ଗେଟ କରିବା ସହ ତାଙ୍କ ଉପରେ ବର୍ଷିଛନ୍ତି। ଭାଜପା ଦଳିତ ଓ ଶୋଷିତଙ୍କୁ ସମାଜରେ ଆଗକୁ ବଢ଼ୁଥିବା ଦେଖି ସହିପାରୁନାହିଁ ବୋଲି ମାୟାବତୀ ଅଭିଯୋଗ କରିଛନ୍ତି। ଆହୁରି ସେ କହିଛନ୍ତି, ଭାଜପା ପ୍ରଥମେ ନିଜର ନିର୍ବାଚନରେ ମିଳିଥିବା ୨ହଜାର କୋଟି ଟଙ୍କାର ହିସାବ ଦେଉ। ଏଥିସହ ମାୟାବତୀଙ୍କ ବିରୋଧରେ ରାଜନୈତିକ ଷଡ଼ଯନ୍ତ୍ର ରଚୁଥିବା ଭାଜପା କେବେ ସଫଳ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।


All Right Reserved By Dharitri.Com

ମହାରାଷ୍ଟ୍ରରେ ମିଳିତ ଭାବେ ଲଢିବେ ଭାଜପା-ଶିବସେନା

ମୁମ୍ବାଇ,୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଶୁକ୍ରବାର ଭାଜପା-ଶିବସେନା ମିଳିତ ଭାବେ ନିର୍ବାଚନ ଲଢିବା କଥା ଘୋଷଣା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ...

୫ ସନ୍ତାନଙ୍କୁ ଜନ୍ମଦେଲେ ରୁକ୍ସାନା

ଜୟପୁର, ୧୩ା୧୦ : ରାଜସ୍ତାନର ସାଙ୍ଗାନେର ବାସିନ୍ଦା ରୁକ୍ସାନା(୨୫) ଶନିବାର ଜୟପୁର ହସ୍ପିଟାଲରେ ୫ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଏକ ନବଜାତ ପୁତ୍ର...

ଥମୁନି ସିଏଏ ନିଆଁ: ଉତ୍ତରପ୍ରଦେଶର ୧୪ ଜିଲାରେ ଇଣ୍ଟରନେଟ୍‌ ସେବା ବନ୍ଦ

ନୂଆଦିଲ୍ଲୀ,୨୦।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ବ୍ୟାପିଥିବା ଆନ୍ଦୋଳନ ଥମିବାର ନାଁ ନେଉନାହିଁ। ଦେଶର ଉତ୍ତର ପୂର୍ବ ଭାରତରେ ଏବଂ ପରେ ରାଜଧାନୀ ନୂଆଦିଲ୍ଲୀରେ ବ୍ୟାପକ...

ଛଟେଇ ଆଣିବ ଅର୍ଥନୀତିରେ ସୁନାମି

ନୂଆଦିଲ୍ଲୀ,୯ା୫: କରୋନା ଭାଇରସ୍‌ ବିରୋଧରେ ଲଢ଼େଇ ପାଇଁ ଦେଶବ୍ୟାପୀ ଜାରି କରାଯାଇଥିବା ଲକ୍‌ଡାଉନ୍‌ ଅନ୍‌ ଅଫ୍‌ ସୁଇଚ୍‌ ଭଳି ନୁହେଁ। କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଅବଧି...

କମଲନାଥ ସରକାରଙ୍କ ଫ୍ଲୋର ଟେଷ୍ଟକୁ ନେଇ ଲାଗି ରହିଛି ଅନିଶ୍ଚିତତା

ଭୋପାଳ,୧୬।୩: ମଧ୍ୟପ୍ରଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଉପରେ ସମସ୍ତଙ୍କ ନଜର। କଂଗ୍ରେସ ଶାସିତ ମଧ୍ୟପ୍ରଦେଶର କମଲନାଥ ସରକାର ସୋମବାର ବହୁମତ ସାବ୍ୟସ୍ତ କରିବାକୁ ରାଜ୍ୟପାଳ ଲାଲାଜି...

କଶ୍ମୀରର ୫୨ ଅଧିକାରୀ ବଦଳିଲେ

ନୂଆଦିଲ୍ଲୀ, ୧୯ା୯: ଜମ୍ମୁ-କଶ୍ମୀରରେ ବୁଧବାର ଏକ ବଡ଼ ଧରଣର ଅମଲାତାନ୍ତ୍ରିକ ଅଦଳବଦଳ କରାଯାଇଛି। ଦୁଇ ଆଇଏଏସ୍‌ ଅଧିକାରୀଙ୍କ ସହ ୫୨ ଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇଛି।...

ଲକ୍‌ଡାଉନ୍‌ରେ କେତେକ ଘରେ ରାମାୟଣ ଦେଖୁଥିବାବେଳେ ଗରିବ ଭିଟାମାଟିକୁ ଫେରିବା ପାଇଁ କରୁଛନ୍ତି ପ୍ରୟାସ: କପିଲ୍‌ ସିବଲ୍‌

ନୂଆଦିଲ୍ଲୀ,୧।୪: ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ ସମୟରେ କେତେକ ଘରେ ବସି...

୪ ସ୍ଥାନରେ ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୨: ବିକ୍ଷୋଭ ପରେ ଗୁଳିକାଣ୍ଡ ତା’ ପରେ ସଂଘର୍ଷ। ସଂଘର୍ଷ ପୁଣି କମ୍‌ ନୁହେଁ, ତେର ଜଣଙ୍କ ଜୀବନ ଗଲାଣି। ଦିଲ୍ଲୀରେ ସିଏଏ ବିରୋଧୀ ସଂଘର୍ଷ...

Leave a comment

Your email address will not be published. Required fields are marked *