କୁଳଭୂଷଣଙ୍କୁ ଧରିଥିବା କ୍ୟାପ୍‌ଟେନ୍‌ଙ୍କୁ ପାକ୍‌ରେ ପ୍ରଶଂସା

ଇସ୍‌ଲାମାବାଦ୍‌,୧୯ା୭ :ପାକିସ୍ତାନର ସାମରିକ ଗୋଇନ୍ଦା ସଂସ୍ଥାର ଜଣେ କ୍ୟାପଟେନ୍‌ଙ୍କୁ ଭିକାରି ବେଶରେ ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶରେ ମୁତୟନ କରାଯାଇଥିଲା। ଗୁପ୍ତଚର ବୃତ୍ତି ଅଭିଯୋଗରେ ପୂର୍ବତନ ନୌସେନା ଅଫିସର କୁଳଭୂଷଣ ଯାଦବଙ୍କୁ ଗିରଫ କରିବାରେ ଭିକାରି ବେଶଧାରୀ କ୍ୟାପଟେନ୍‌ଙ୍କୁ ପାକିସ୍ତାନ ପ୍ରଶଂସା କରିବା ସହିତ ତାଙ୍କର ଭାବଭଙ୍ଗୀ ଓ କାର୍ଯ୍ୟକଳାପ ସୋସିଆଲ ମିଡିଆରେ ପୋଷ୍ଟ କରିଛି। ଏହି ବ୍ୟକ୍ତି ହେଉଛନ୍ତି କ୍ୟାପ୍‌ଟେନ୍‌ କାଦିର ଅହମଦ୍‌। ସେ ଆଇଏସ୍‌ଆଇ ପାଇଁ ବେଲୁଚିସ୍ତାନରେ କାର୍ଯ୍ୟ କରୁଥିଲେ।
ନ୍ୟାୟିକ ଅଦାଲତ ଜୁଲାଇ ୧୭ରେ ଯାଦବଙ୍କ ଫାଶୀଦଣ୍ଡ ଉପରେ ରୋକ ଲଗାଇବା ସହିତ ତାଙ୍କୁ ଦୂତାବାସ ସହାୟତା ଯୋଗାଇଦେବା ପାଇଁ ରାୟ ଦେଇଥିଲେ। ଏହାର ଦିନକ ପରେ ପାକିସ୍ତାନ କ୍ୟାପ୍‌ଟେନ୍‌ କାଦିର ଅହମଦ୍‌ଙ୍କୁ ‘ଶହୀଦ’ ବର୍ଣ୍ଣନା କରିବା ସହିତ ୨୦୧୬ରେ ଯାଦବଙ୍କ ଗିରଫଦାରି ପାଇଁ ତାଙ୍କୁ ପ୍ରଶଂସା କରିଛି। ଅପରପକ୍ଷରେ ଭାରତ କହିଆସୁଛି, କୁଳଭୂଷଣ ଯାଦବ ହେଉଛନ୍ତି ଅବସରପ୍ରାପ୍ତ ସେନା ଅଫିସର। ସେ ଇରାନ୍‌ରେ ନିଜ ବ୍ୟବସାୟ ଚଳାଉଥିବାବେଳେ ତାଙ୍କୁ ପାକିସ୍ତାନୀ ଅପହରଣ କରିନେଇଛନ୍ତି।
ରିପୋର୍ଟ ଅନୁଯାୟୀ, କାଦିର ଅହମଦ୍‌ ଏକ ଧନୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ନିଜ ପରିବାର ଇଚ୍ଛା ବିରୋଧରେ ସେ ମିଲିଟାରି କ୍ୟାରିୟରକୁ ବାଛି ନେଇଥିଲେ। ତାଙ୍କ ଦକ୍ଷତା ଦେଖି ଆଇଏସ୍‌ଆଇ ନିଜ ଓ୍ବିଙ୍ଗ୍‌ରେ ସାମିଲ କରିବା ସହିତ ବେଲୁଚି ନେତାଙ୍କ ସ୍ବାଧୀନତା ସପକ୍ଷବାଦୀ ଆନ୍ଦୋଳନ ଉପରେ ପ୍ରତ୍ୟକ୍ଷ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କାଦିର ଭିକାରି ବେଶରେ ବେଲୁଚିସ୍ତାନରେ ୩ବର୍ଷ ରହିଥିଲେ। ଏହି ସମୟ ମଧ୍ୟରେ ସେ ମଇଳା, ଚିରା ପୋଷାକ ପିନ୍ଧି ଡଷ୍ଟବିନ୍‌ ଖେଳାଇବା ସହିତ ରାସ୍ତାକଡର ବାରଣ୍ଡାରେ ଶୋଇପଡୁଥିଲେ। ଏହି ଯୁବ କ୍ୟାପଟେନ୍‌ଙ୍କ ଭିକାରି ବେଶର ଅଭିନୟ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି। ସେ ୨୦୧୮ ଜୁନ୍‌ରେ କ୍ୱେଟ୍ଟାରୁ ଖୁଜ୍‌ଦାର ନିଜ କାର୍‌ରେ ଆସୁଥିବାବେଳେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।


All Right Reserved By Dharitri.Com

ଫ୍ରାନ୍ସରୁ ମିଳିଲା ବିଶ୍ୱର ସବୁଠୁ ବଡ ଡାଇନୋସର ଜୀବାଶ୍ମ

ପ୍ୟାରିସ୍‌, ୨୮।୭: ବିଶ୍ୱର ସବୁଠୁ ବଡ ଡାଇନୋସର ଜୀବାଶ୍ମ ଫ୍ରାନ୍ସରୁ ମିଳିଛି। ଓଜେଙ୍କ୍‌ ଅଞ୍ଚଳରୁ ବିରାଟକାୟ ଜୀବାଶ୍ମର ସନ୍ଧାନ ମିଳିବା ପରେ ବୈଜ୍ଞାନିକମାନେ ତାକୁ ନେଇ...

ମୋଦିଙ୍କୁ ସର୍ପ ଦଂଶନରେ ମାରିବାକୁ ଧମକ ଦେଲେ ପାକିସ୍ତାନୀ ପପ୍‌ ଗାୟିକା

ଇସ୍‌ଲାମାବାଦ,୪।୯: ଏବେ ସୋସିଆଲ ମିଡିଆରେ ଜଣେ ପାକିସ୍ତାନୀ ପପ୍‌ ଗାୟିକାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଆଉ ଏହାକୁ ଦେଖି ଲୋକେ ହସି ହସି ବେଦମ୍‌...

କାଲାପାନି ଅଞ୍ଚଳ ନେଇ ନେପାଳ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ: ଦିଆ ଯିବନି ଗୋଟେ ଇଞ୍ଚ ଜମି

କାଠମାଣ୍ଡୁ,୧୮।୧୧: ଭାରତ-ନେପାଳ-ତିବ୍ବତ ମଧ୍ୟରେ ଥିବା କାଲାପାନି ଟ୍ରାଇ ଜଙ୍କଶନ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ଏନେଇ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଚେତାବନୀ...

ଜାପାନ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଟୋକିଓ,୨।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜାପାନ ଗସ୍ତରେ ଯାଇ ସୋମବାର ଟୋକିଓରେ ପହଞ୍ଚିଛନ୍ତି। ଦୁଇଦେଶ ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି ପାଇଁ ଜାପାନ ପ୍ରତିରକ୍ଷାମନ୍ତ୍ରୀ...

ଇମ୍ରାନଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ବିକ୍ଷୋଭ ଡାକରା

କରାଚୀ, ୨୦ା୧୦ (ପି.ଟି.): ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ହଟାଇବା ଲାଗି ବିରୋଧୀ ଦଳ ନେତା ତଥା ପାକିସ୍ତାନ ପିପୁଲ୍ସ ପାର୍ଟି ମୁଖ୍ୟ ବିଲାଓ୍ବଲ ଭୁଟ୍ଟୋ-...

ଆଫଗାନିସ୍ତାନରେ ବିମାନ ଆକ୍ରମଣ: ଜଣେ ଶିଶୁଙ୍କ ସମେତ ୮ ସାଧାରଣ ନାଗରିକଙ୍କ ମୃତ୍ୟୁ

କାବୁଲ,୧୫।୨: ଆଫାଗାନିସ୍ତାନର ପୂର୍ବାଞ୍ଚଳରେ ଥିବା ନଙ୍ଗାହାରରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ବିମାନ ଆକ୍ରମଣରେ ଜଣେ ଶିଶୁଙ୍କ ସମେତ ୮ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା...

ଦୁର୍ନୀତି ମାମଲାରେ ଜର୍ଦ୍ଦାରୀ ଗିରଫ

ଲାହୋର,୨ା୭ (ପି.ଟି.): ଏକ ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କୁ ଦୁର୍ନୀତି ବିରୋଧୀ ଶାଖା ପକ୍ଷରୁ ସୋମବାର ଗିରଫ କରାଯାଇଛି। ଜର୍ଦ୍ଦାରୀ...

ଏହି ମହାଦେଶରେ ରହିଛି ମାତ୍ର ଗୋଟିଏ ଏଟିଏମ୍‌

ଓ୍ବାଶିଂଟନ ୨୯।୫: ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ଆଣ୍ଟାର୍କଟିକାରେ ରହିଛି ଗୋଟିଏ ମାତ୍ର ଏଟିଏମ୍‌। ଏଠାକାର ଏକ କୋଟି ୪୦ ଲକ୍ଷ କିଲୋମିଟର କ୍ଷେତ୍ରଫଳ ଅଞ୍ଚଳରେ...

Leave a comment

Your email address will not be published. Required fields are marked *