ବିନା ଅନୁମତିରେ ବିଦ୍ୟୁତ୍‌ ସଂଯୋଗକୁ ବିରୋଧ: ଏନଜେନ ଜେଇ, ଲାଇନ ମ୍ୟାନ ଅଟକ

ବନ୍ତଳା, ୧୯ା୭(ଡି.ଏନ.ଏ.)-ଅନୁଗୋଳ ଜିଲା ବଡକେରା ବିଦ୍ୟୁତ୍‌ ସବଷ୍ଟେଶନ ଅଧୀନରେ ଥିବା ତୁମୁଣି ଭାଲିଆ ପାଳ ଗ୍ରାମରେ ଗ୍ରାମବାସୀଙ୍କ ଅଗୋଚରରେ ଏକ ଫେବ୍ରିକେଶନ ଦୋକାନକୁ ବିଦ୍ୟୁତ୍‌ ସଂଯୋଗ କରାଯିବାକୁ ବିରୋଧ କରାଯାଇଛି। ଏହାକୁ ନେଇ ଗୁରୁବାର ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ଗ୍ରାମବାସୀ ଏନ୍‌ଜେନ ଜେଇ, ଦୁଇଜଣ ଲାଇନ ମ୍ୟାନ, ଡ୍ରାଇଭରଙ୍କ ସହ ଏକ ବୋଲେରୋ ଅଟକ ରଖିଥିଲେ। ଏଥିସହ ବନ୍ତଳା-ବଡକେରା ପୁରୁଣା କଟକ-ସମ୍ବଲପୁର ପୂର୍ତ୍ତ ବିଭାଗ ରାସ୍ତା ଅବରୋଧ କରିଥିଲେ।
ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଗ୍ରାମର ୫୦ ପରିବାର ପାଇଁ ସୌଭାଗ୍ୟ ଯୋଜନାରେ ଏନ୍‌ଟିପିସି ଜରିଆରେ ୬୩ କେଭିର ଟ୍ରାନ୍ସଫର୍ମର ଲଗାଯାଇଛି। ଏହି ବିଦ୍ୟୁତ୍‌ ସଂଯୋଗ ପାଇଁ ଉପଭୋକ୍ତାମାନେ ଚାନ୍ଦା ଆଦାୟ କରି ଅର୍ଥ ଦେଇଛନ୍ତି। ନୂତନ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସଂଯୋଗ ପାଇଁ ଗ୍ରାମବାସୀଙ୍କ ଅନୁମତି ନେବା କଥା। କିନ୍ତୁ ଗ୍ରାମବାସୀଙ୍କୁ ନ ଜଣାଇ ଏନ୍‌ଜେନ ପକ୍ଷରୁ ଏକ ଦୋକାନକୁ ଥ୍ରୀ ଫେଜ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ସକାଳ ୧୧ଟାରେ ଏକ ବୋଲେରୋରେ ଏନ୍‌ଜେନ ଜେଇ ଓ କର୍ମଚାରୀମାନେ ଫେବ୍ରିକେଶନ ଦୋକାନକୁ ବିଦ୍ୟୁତ୍‌ ସଂଯୋଗ ପାଇଁ ଯାଇଥିବା ଜାଣି ଗ୍ରାମବାସୀ ସେମାନଙ୍କୁ ଅଟକ ରଖିବା ସହ ରାସ୍ତାରୋକୋ କରିଥିଲେ। ପରେ ବନ୍ତଳା ଆଇଆଇସି ପ୍ରଦୀପ କୁମାର ପ୍ରଧାନ, ଏସ୍‌ଆଇ ସୌରଭ ସାମଲ ଓ ପୋଲିସ କର୍ମଚାରୀ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ବିଦ୍ୟୁତ୍‌ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ। ଗ୍ରାମ ସଭାପତି ବିପିନ ନାଏକ, ସମ୍ପାଦକ ଭାବ ନାଏକ, ଜଗନ୍ନାଥ ନାଏକ, ଆରତ ନାଏକ, ବାବୁଲି ନାଏକ, ନର୍ସ ନାଏକ, ଅରୁଣ ନାଏକ, ଯୋଗେଶ ନାଏକ, ରଞ୍ଜନ ନାଏକ, ପ୍ରଶାନ୍ତ ନାଏକ, ଶେଷ ନାଏକ, ସୁମନ୍ତ ନାଏକ, ହେନା ନାଏକ, ବବିତା ନାଏକ, ବୀଣାପାଣି ନାଏକଙ୍କ ପ୍ରମୁଖ ଉପସ୍ଥିତ ଥିଲେ।
ଏ ବିଷୟରେ ବଡକେରା ଏନ୍‌ଜେନ ଜେଇ ବିଭୂତି ପୃଷ୍ଟି କୁହନ୍ତି, ସୌଭାଗ୍ୟ ଯୋଜନାରେ ୬ ମାସ ହେଲା ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ୩୭ ଉପଭୋକ୍ତାଙ୍କ ମଧ୍ୟରୁ ମାତ୍ର ୫ ଜଣ ବିଦ୍ୟୁତ୍‌ ଦେୟ ଦେଇଥିବା ବେଳେ ବାକି ୩୨ ଜଣ ୬ ମାସ ହେଲା ବକେୟା ପଇଠ କରିନହାନ୍ତି। ବିଲ୍‌ ପଇଠ ନ କଲେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯିବ ବୋଲି ଉପଭୋକ୍ତାମାନଙ୍କୁ ଜଣାଯାଇଥିଲା। ଗୁରୁବାର ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରୁଥିବା ସମୟରେ ଲୋକେ ବିରୋଧ କରିଥିଲେ। ସେମାନେ ଯେଉଁ ଅଭିଯୋଗ କରୁଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ୩ ଦିନ ହେଲା ଫେବ୍ରିକେଶନ ଦୋକାନକୁ ବିଦ୍ୟୁତ୍‌ ସଂଯୋଗ ଦିଆସରିଛି। ନିୟମ ଅନୁଯାୟୀ ଉପଭୋକ୍ତା ଜଣକ ଟଙ୍କା ଡିପୋଜିଟ କରିଛନ୍ତି।


All Right Reserved By Dharitri.Com

ପୁରୁଷୋତ୍ତମପୁରରେ ଜଗନ୍ନାଥଙ୍କ ନବଯୌବନ ଦର୍ଶନ ଲାଗି ଭିଡ଼

ପୁରୁଷୋତ୍ତମପୁର, ୨।୭(ଡି.ଏନ୍‌.ଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିରଗୁଡ଼ିକରେ ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ ଲାଗି ଭକ୍ତଙ୍କ ଭିଡ଼ ଜମିଛି। ଥାନା ପରିସରରେ...

ପାହାଡ଼ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି

ଜୟପୁର,୩୦।୧୨(ଡି.ଏନ୍‌.ଏ.) ଜୟପୁର ସହର ଉପକଣ୍ଠରୁ ମାତ୍ର ୩ କିମି ଦୂର ବାରିଣିପୁଟ ନିକଟସ୍ଥ ମହୁଲଭଟ୍ଟା ରାସ୍ତାରେ ଥିବା ପାହାଡ଼ରୁ ମୋରମ ଓ ମାଟି ବେଆଇନ ଚାଲାଣ କରାଯାଉଛି।...

ଏସ୍‌ଓଜିର କୋମ୍ବିଂ ଅପରେଶନ୍‌: ଗନ୍ଧମାର୍ଦ୍ଧନ ପାହାଡ଼ରେ ମାଓବାଦୀ କ୍ୟାମ୍ପ ଠାବ

ଖପ୍ରାଖୋଲ, ୫।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଧନ ପାହାଡ଼ରେ ଶନିବାର ସକାଳେ ଏସ୍‌ଓଜିର କୋମ୍ବିଂ ଅପରେଶନ୍‌ ବେଳେ ମାଓବାଦୀ କ୍ୟାମ୍ପ ଠାବ ହୋଇଛି। ପୋଲିସ...

ଉପନିର୍ବାଚନ ପୂର୍ବରୁ ରକ୍ତମୁଖା ସାଜିଛି ଶାସକ ବିଜେଡି: ଭାଜପା

ଭୁବନେଶ୍ୱର,୨୯।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପୂର୍ବରୁ ଶାସକ ବିଜେଡି ବିରୋଧୀଙ୍କୁ ଆକ୍ରମଣ କରି ଭୟର ଆତଙ୍କ ସୃଷ୍ଟି କରୁଥିବା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି। ଶୁକ୍ରବାର ଭାଜପା...

କ୍ରୀଡ଼ାବିତ୍‌ଙ୍କ ଭତ୍ତା ବୃଦ୍ଧିକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୯।୧୦(ବ୍ୟୁରୋ): ୫-ଟି କାର୍ଯ୍ୟକ୍ରମ ଅନୁଯାୟୀ, କ୍ରୀଡ଼ା ହଷ୍ଟେଲରେ ରହୁଥିବା ଛାତ୍ରୀଛାତ୍ରଙ୍କ ବିଭିନ୍ନ ଆବଶ୍ୟକତା ସମ୍ପର୍କରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ସେମାନଙ୍କ...

୨୧ରେ ପ୍ରକାଶ ପାଇବ ଯୁକ୍ତ ୨ କଳା, ବାଣିଜ୍ୟ ପରୀକ୍ଷାଫଳ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାର ପରୀକ୍ଷାଫଳ ଆସନ୍ତା ୨୧ ତାରିଖରେ ପ୍ରକାଶ ପାଇବ।...

ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ‘ସ୍ବଚ୍ଛତା ହିଁ ସେବା’ ଅଭିଯାନ: ଝାଡ଼ୁ ଧରିଲେ କେନ୍ଦ୍ରମନ୍ତ୍ରୀ, ବିଧାୟକ

ସଜନାଗଡ଼,୨୧।୭(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ରବିବାର ସକାଳେ ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲା ଜଳ ଓ ପରିମଳ ମିଶନ...

‘ମୋ ସରକାର’: ଜାରି ହେଲା ଗାଇଡ୍‌ଲାଇନ : ଘରୋଇ ଢାଞ୍ଚାରେ ଚାଲିବ ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର,୪ା୧୦(ବ୍ୟୁରୋ) : ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନଙ୍କୁ ଉତ୍ତମ ସେବା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଅକ୍ଟୋବର ୨ ତାରିଖରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ...

Leave a comment

Your email address will not be published. Required fields are marked *