ପଟ୍ଟନାୟିକିଆ ଟ୍ରିପଲ ମର୍ଡର ଘଟଣା ସହ ଲିଙ୍କ୍‌ ସନ୍ଦେହ : ଅଜୟ ମୃତ୍ୟୁ ମାମଲାର ପୁନଃ ତଦନ୍ତ ଆରମ୍ଭ

ପୁରୀ ଅଫିସ, ୧୯ା୭ : ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ସତ୍ୟବାଦୀ ଥାନା ଅଧୀନ ପଟ୍ଟନାୟିକିଆ ଛକରେ ଗତ ୧୫ତାରିଖ ଅପରାହ୍ନ ୪ଟାରେ ଟ୍ରିପଲ ମର୍ଡର ଘଟିଥିଲା। ସ୍ଥାନୀୟ ସଦାନନ୍ଦପୁର ଗ୍ରାମର ଦୁଇ ଭାଇ ପୂର୍ଣ୍ଣ ଓ କୃଷ୍ଣ ବେହେରା ଏବଂ ଦାଦା ପୁଅ ଭାଇ ପଞ୍ଚୁଆ ବେହେରାଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିଲେ। ଏହି ମାମଲାରେ ପୋଲିସ ୬ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। ଅନ୍ୟପଟେ ବିଜୟରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ଅଜୟ ବେହେରାଙ୍କ ମୃତଦେହ ସଦାନନ୍ଦପୁର ରେଳଲାଇନ କଡ଼ରୁ ଉଦ୍ଧାର ହୋଇଥିଲା। ଏହା ରେଳ ଦୁର୍ଘଟଣା ନୁହେଁ ବରଂ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସେତେବେଳେ ପରିବାର ଲୋକେ ଅଭିଯୋଗ ଆଣିଥିଲେ। ମାତ୍ର ପୋଲିସ ଏ ନେଇ ଚୁପ୍‌ ରହିଯାଇଥିଲା। ଏବେ ଉପରୋକ୍ତ ଘଟଣା ସହ ସେହି ଘଟଣାର ଲିଙ୍କ୍‌ ଥିବା ପୋଲିସ ସନ୍ଦେହ କରୁଛି। ତେଣୁ ଏହାର ପୁନଃ ତଦନ୍ତ ଲାଗି ପୁରୀ ପୋଲିସ ପକ୍ଷରୁ ରେଲଓ୍ବେ ପୋଲିସକୁ ଚିଠି ଲେଖାଯାଇଥିଲା। ଗୁରୁବାର ଖୋର୍ଦ୍ଧାରୋଡ଼ ଜିଆର୍‌ପି ଥାନା ପକ୍ଷରୁ ଅଜୟ ମୃତ୍ୟୁ ମାମଲାର ଫାଇଲ ରି-ଓପନ କରାଯାଇଛି। ଖୋର୍ଦ୍ଧାରୋଡ଼ ଜିଆର୍‌ପି ଥାନା ଅଧିକାରୀ ତଥା ପୁରୀ ଜିଆର୍‌ପି ଫାଣ୍ଡିର ଭାରପ୍ରାପ୍ତ ଅଧିକାରୀ ଏସ୍‌.କେ. ବାହିନୀପତି ଉକ୍ତ ମାମଲାର ପୁନଃ ତଦନ୍ତ ଆରମ୍ଭ କରିଛନ୍ତି।
ବାହିନୀପତି କହିଛନ୍ତି, ଗତ ୨୦୧୮ ସେପ୍ଟେମ୍ବର ୧୧ ତାରିଖ ସକାଳେ ସଦାନନ୍ଦପୁର ରେଳଲାଇନ ପାର୍ଶ୍ୱରୁ ଏକ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା। ଅଜୟଙ୍କ ଭାଇ କୃଷ୍ଣ ବେହେରା (ହତ୍ୟାକାଣ୍ଡରେ ମୃତ)ଙ୍କ ଅଭିଯୋଗ କ୍ରମେ ଖୋର୍ଦ୍ଧାରୋଡ଼ ଜିଆର୍‌ପି ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୭୬/୧୮) ରୁଜୁ ହୋଇଥିଲା। ପୁରୀ ପୋଲିସ ଅନୁରୋଧ କ୍ରମେ ଗୁରୁବାର ଏହି ମାମଲାର ପୁନଃ ତଦନ୍ତ ଆରମ୍ଭ ହୋଇଛି। ଯେହେତୁ ଘଟଣା ସମ୍ବେଦନଶୀଳ ଏବଂ ଅଜୟଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ସେହି କାରଣରୁ ମାମଲାର ପୁନଃ ତଦନ୍ତ କରାଯିବ। ରେଲଓ୍ବେ ପୋଲିସର ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ଏହି ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ପୁଣି ଥରେ ଘଟଣାସ୍ଥଳ ଅନୁଧ୍ୟାନ କରାଯିବ। ଏଥିସହ ମୃତ ଅଜୟଙ୍କ ପରିବାର ଲୋକଙ୍କୁ ଭେଟି ତଥ୍ୟ ସଂଗ୍ରହ କରାଯିବ।
ପ୍ରକାଶ ଯେ, ସଦାନନ୍ଦପୁର ରେଳଲାଇନ କଡ଼ରୁ ୨୦୧୮ ସେପ୍ଟେମ୍ବର ୧୧ତାରିଖ ସକାଳେ ଜଣେ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ମିଳିଥିଲା। ମୃତକ ଅଜୟ ବେହେରା ବୋଲି ତାଙ୍କ ପରିବାରବର୍ଗ ଚିହ୍ନଟ କରିଥିଲେ। ଅଜୟ ସେତେବେଳେ ବିଜୟ ରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ଥିଲେ। ସତ୍ୟବାଦୀ ଥାନା ଏବଂ ଜିଆର୍‌ପି ପୋଲିସ ଏ ନେଇ ତଦନ୍ତ କରିଥିଲା।
ଅନ୍ୟପଟେ ଜୁଲାଇ ୧୪ତାରିଖରେ ସଦାନନ୍ଦପୁରର ପୂର୍ଣ୍ଣ ଓ କୃଷ୍ଣ, ଦାଦା ପୁଅ ଭାଇ ପଞ୍ଚୁଆଙ୍କ ହତ୍ୟା ନେଇ ତାଙ୍କ ସମ୍ପର୍କୀୟ ପ୍ରଶାନ୍ତ ବେହେରାଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ସେହିପରି ଅଜୟଙ୍କୁ ହତ୍ୟା କରାଯାଇଥିବା ତାଙ୍କ ସ୍ତ୍ରୀ ଏବେ ଅଭିଯୋଗ ଆଣିଛନ୍ତି। ତେଣୁ ଉକ୍ତ ଦୁଇ ଘଟଣା ମଧ୍ୟରେ ଲିଙ୍କ୍‌ ନେଇ ପୋଲିସ ଅନୁଧ୍ୟାନ କରୁଛି। ଏହା ମାମଲାକୁ କେଉଁ ମୋଡ଼ ଦେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।


All Right Reserved By

ଓଡ଼ିଶା ଲୋକ ସଭା ଟ୍ରେଣ୍ଡ୍‌: ବିଜେଡି ୯, ଭାଜପା ୬ରେ ଆଗୁଆ

ଭୁବନେଶ୍ୱର, ୨୩।୫(ବ୍ୟୁରୋ): ଗୁରୁବାର ସାରା ଦେଶରେ ଭୋଟ ଗଣତି ଚାଲିଥିବାବେଳେ ଭାଜପା ଆଗୁ ରହିଛି। ଓଡ଼ିଶାର ୨୧ଟି ଲୋକ ସଭା ଆସନରୁ ୧୫ଟିର ଫଳାଫଳ ଆସୁଛି।...

ଭୁବନେଶ୍ୱରେ ପହଞ୍ଚିଲା ଶହୀଦ ଅଜିତ୍‌ଙ୍କ ମରଶରୀର: ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟପାଳ, ଜନ୍ମମାଟିରେ ହେବ ଶେଷକୃତ୍ୟ

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଓଡ଼ିଆ ଯବାନ ଅଜିତ୍‌ ସାହୁଙ୍କ ମରଶରୀର ଭୁବନେଶ୍ୱରରେ ପହଞ୍ଚିଛି। ବାୟୁସେନାର ସ୍ବତନ୍ତ୍ର ବିମାନ...

ଯୁବକଙ୍କ ଗୋଡ଼ରେ ମାଡ଼ିଗଲା ରଥ ବ୍ରେକ୍‌

ବାରଙ୍ଗ,୧୩।୭(ଡି.ଏନ୍‌.ଏ.):ବାରଙ୍ଗ ଅଞ୍ଚଳରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଚାଲୁଥିବା ବେଳେ ରଘୁନାଥପୁର ଗ୍ରାମମୁଣ୍ଡରେ ଏକ ଅଘଟଣ ଦେଖିବାକୁ ମିଳିଛି। ନନ୍ଦନକାନନ ଛକସ୍ଥିତ ଜଗନ୍ନାଥ ମନ୍ଦିରରୁ ଗୋଟିଏ ରଥରେ...

ଆଜି ୭ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର, ୨୧।୮(ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ଓ ଆଉ କେତେକ...

ଗୁଳିମାଡରେ ଆହତ ଭିକାରୀଙ୍କ ମୃତ୍ୟୁ

ଖଲ୍ଲିକୋଟ,୧୭।୫(ଡି.ଏନ୍‌.ଏ.)- ଖଲ୍ଲିକୋଟ ଥାନା କେଶପୁର ବଜାର ହନୁମାନ ମନ୍ଦିର ନିକଟରେ ଗୁରୁବାର ରାତିରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡରେ ରାମଚନ୍ଦ୍ରପୁର ଗ୍ରାମର ଭିକାରୀ ତରେଇ ଆହତ ହୋଇଥିଲେ।...

୬ରେ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ

ପୁରୀ ଅଫିସ, ୫।୭: ଆସନ୍ତା ୬ତାରିଖରେ ଗର୍ଭଗୃହ ଯାଞ୍ଚ କରାଯିବ। ଏଥିପାଇଁ ଶୁକ୍ରବାର ଗର୍ଭଗୃହରେ ଭାରା ବନ୍ଧାଯିବ। ଶ୍ରୀଜଗନ୍ନାଥ ମନ୍ଦିର ବୈଷୟିକ କୋର କମିଟି, ଶ୍ରୀମନ୍ଦିର...

ସ୍ତ୍ରୀଙ୍କୁ ହତ୍ୟା କରି ସ୍ବାମୀ ଗିରଫ

ଭୋଗରାଇ,୩୧।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା କମର୍ଦା ଥାନା ଅଧୀନ କମର୍ଦା ବଜାରରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରକୀୟା ପ୍ରୀତିକୁ ସନ୍ଦେହ କରି...

ଓଲା ଡ୍ରାଇଭରଙ୍କୁ ଆକ୍ରମଣ, କାର, ଅଫିସ ଭଙ୍ଗାରୁଜା ଘଟଣା : ଜେଲଗଲେ ୧୫ ଅଭିଯୁକ୍ତ

ଭୁବନେଶ୍ୱର, ୫।୭(ବ୍ୟୁରୋ) : ପୋଲିସ ଉପସ୍ଥିତିରେ ଓଲା କାର୍ଯ୍ୟାଳୟରେ ଭଙ୍ଗା ରୁଜା, ଓଲା ଡ୍ରାଇଭରଙ୍କୁ ଅଟକାଇ ମାଡ ମାରିବା ସହ ଗାଡି ଭାଙ୍ଗାରୁଜା ଘଟଣାରେ ପୋଲିସ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *