ପଚା ଅଦା ବିହନ ବାଣ୍ଟି ଟଙ୍କା ହଡ଼ପ ଉଦ୍ୟମ ଅଭିଯୋଗ: ଯୋଗାଣକାରୀ ସଂସ୍ଥାକୁ ମିଳିବନି ଟଙ୍କା

ପାଲଲହଡ଼ା, ୧୯ା୭(ଡି.ଏନ.ଏ.)-ପାଲଲହଡ଼ା ଉପଖଣ୍ଡରେ ପାଉଡି ଭୂଁୟାଙ୍କ ଉନ୍ନତି ପାଇଁ ଗଠନ କରାଯାଇଥିବା ପାଉଡି ଭୂଁୟା ଉନ୍ନୟନ ସଂସ୍ଥା (ପିବିଡିଏ) ପକ୍ଷରୁ ଆଦିବାସୀ ଚାଷୀଙ୍କୁ ପଚା ତଥା ନିମ୍ନମାନର ଅଦା ବିହନ ଯୋଗାଯାଇଥିବା ଅଭିଯୋଗ ହୋଇଛି। ଏ ବାବଦରେ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ଆସିବା ପରେ ଉପଜିଲାପାଳ ଅଜିତ କୁମାର ପ୍ରଧାନ ଯୋଗାଣ ହୋଇଥିବା ଅଦାର ନମୁନା ସଂଗ୍ରହ କରି ଏହାର ତଦନ୍ତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏହି ରିପୋର୍ଟ ଚିଠି ନଂ ୩୦୧୫/୧୭ା୭ା୨୦୧୯ରେ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଏଥିରେ ସଂସ୍ଥା ପକ୍ଷରୁ ଯୋଗାଣ କରାଯାଇଥିବା ଅଦା ବିହନରେ ୬୦ ଭାଗ ଅଦା ପଚା ଥିବା ଉଲ୍ଲେଖ କରାଯାଇଥିବାବେଳେ ଉକ୍ତ ସଂସ୍ଥାକୁ ଟଙ୍କା ନ ଦେବାକୁ ରିପୋର୍ଟରେ କୁହାଯାଇଛି। ପୁଣିଥରେ ଚାଷୀଙ୍କୁ ଉଚ୍ଚମାନର ବିହନ ଯୋଗାଣ ପାଇଁ ଉକ୍ତ ରିପୋର୍ଟରେ ସୁପାରିସ କରାଯାଇଛି।
ଅଭିଯୋଗ ଅନୁଯାୟୀ, ଉପଖଣ୍ଡରେ ରାଜ୍ୟ ଆଦିବାସୀ କଲ୍ୟାଣ ବିଭାଗର ଓପିଇଏଲଆଇପି ଯୋଜନାକୁ ଭୁବନେଶ୍ୱରର ଏକ ନିର୍ଦ୍ଦିଷ୍ଟ ସ୍ବେଚ୍ଛାସେବୀ ସଙ୍ଗଠନ କାର୍ଯ୍ୟକାରୀ କରୁଛି। ଚଳିତ ବର୍ଷ ନାଗିରା, ବରଡ଼ିହ ଏବଂ ବନ୍ଧାଭୂଇଁ ପଞ୍ଚାୟତର ୧୨ଟି ଗାଁରେ ଚାଷ ପାଇଁ ଅଦା ବିହନ ବଣ୍ଟା ହେବ ପାଇଁ ସ୍ଥିର କରାଯାଇଥିବା ବେଳେ ପିବିଡିଏ କର୍ତ୍ତୃପକ୍ଷ ଏବଂ ଉକ୍ତ ସ୍ବେଚ୍ଛାସେବୀ ସଙ୍ଗଠନ ଏହାକୁ ସ୍ଥାନୀୟ ପରଚେଜ କମିଟିର ବିନା ଅନୁମୋଦନ ଓ ବିନା ଟେଣ୍ଡରରେ ଭୁବନେଶ୍ୱରର ଭଞ୍ଜପ୍ରଭା ନାମକ ଏକ ସଂସ୍ଥାକୁ ବିହନ ଯୋଗେଇବା ପାଇଁ କହିଥିଲେ। ପରେ ଉକ୍ତ ସଂସ୍ଥI ପକ୍ଷରୁ ଏହି ୧୨ ଗାଁରେ ଚାଷୀ ମାନଙ୍କୁ ୩୭ କୁଇଣ୍ଟାଲ ଅଦା ବିହନ ବଣ୍ଟନ କରାଯାଇଥିଲା। ଏହା ବାବଦକୁ ୫ ଲକ୍ଷ ୧୮ ହଜାର ଟଙ୍କାର ବିଲ୍‌ ପ୍ରସ୍ତୁତ କରାଯାଇଥିଲା। ତେବେ ବଣ୍ଟନ କରାଯାଇଥିବା ଅଦା ବିହନ ପଚା ବାହାରିବାରୁ ଚାଷୀମାନେ ପାଲଲହଡା ଉପଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ।
ଏ ସମ୍ପର୍କରେ ପିବିଡିଏ ସ୍ବତନ୍ତ୍ର ଅଧିକାରୀ ଉଦିତ କୁମାର ପୁରୋହିତଙ୍କୁ ନମ୍ବର ୯୩୩୭୦୮୯୪୯୬ରେ ଫୋନ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇ ନ ପାରିବାରୁ ମତାମତ ମିଳିପାରିନାହିଁ। ସେହିପରି ସମ୍ପୃକ୍ତ ସ୍ବେଚ୍ଛାସେବୀ ସଙ୍ଗଠନର ପ୍ରକଳ୍ପ ପରିଚାଳକ ରାଜେନ୍ଦ୍ର ପଟ୍ଟନାୟକଙ୍କୁ ପଚାରିବାରେ ସେ କୌଣସି ମତାମତ ଦେବା ପାଇଁ ମନା କରିଦେଇଥିଲେ। ଉପଜିଲାପାଳ ପ୍ରଧାନ କହିଛନ୍ତି, ତଦନ୍ତ ବେଳେ ମୋତେ ସଂସ୍ଥା ପକ୍ଷରୁ କୌଣସି ସନ୍ତୋଷ ଜନକ ଦସ୍ତାବିଜ ଦିଆଯାଇ ନାହିଁ। ତଦନ୍ତ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରିଦେଇଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲାପାଳ କହିଛନ୍ତି।


All Right Reserved By Dharitri.Com

ବାଲିମେଳାରେ ଆତଙ୍କ ସୃଷ୍ଟି କରୁଥିଲା ଭାଲୁ, କାବୁ କଲା ବନବିଭାଗ

କୋରୁକୋଣ୍ଡା, ୧୧।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଗତ କିଛି ଦିନ ହେବ ଭାଲୁ ଆତଙ୍କ ସୃଷ୍ଟି କରୁଥିଲା। ଚିତ୍ରକୋଣ୍ଡା ଛକ ନିକଟବର୍ତ୍ତୀ...

ଚୋରା କୋଇଲା ବୋଝେଇ ଟ୍ରକ ଜବତ

ଛେଣ୍ଡିପଦା,୨୨।୫(ସ୍ବ.ପ୍ର): ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଅଞ୍ଚଳରେ ଥିବା ଏକ ଚୋରା କୋଇଲା ଖଣିରେ ମଙ୍ଗଳବାର ଛେଣ୍ଡିପଦା ପୋଲିସ ଚଢାଉ କରି ଏକ ଚୋରା କୋଇଲା ବୋଝେଇ...

ଆଜି ବାହୁଡ଼ିବେ ମହାପ୍ରଭୁ

ପୁରୀ ଅଫିସ,୧୨।୭:ଆଡ଼ପ ମଣ୍ଡପରେ ଶେଷ ହୋଇଛି ଚତୁର୍ଦ୍ଧାବିଗ୍ରହଙ୍କ ଲୀଳା। ଗୁରୁବାର ଭକ୍ତଙ୍କୁ ସନ୍ଧ୍ୟା ଦର୍ଶନ ଦେଇ ଏବେ ରତ୍ନବେଦିକୁ ବାହୁଡ଼ିବାକୁ ପ୍ରସ୍ତୁତ ମହାପ୍ରଭୁ। ଶ୍ରୀଗୁଣ୍ଡିଚା ମନ୍ଦିରରେ...

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଖର୍ଚ୍ଚ ଦାବି ଆଲୋଚନା: ପେସା ଆଇନ କଥା ଉଠାଇଲେ ନରସିଂହ

ଭୁବନେଶ୍ୱର, ୨୦ା୭(ବ୍ୟୁରୋ): ବିଧାନସଭାରେ ଶୁକ୍ରବାର ଅପରାହ୍ନରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର...

ଅଲାରପୀଠ: ଭକ୍ତର ଭାବରେ ତରଳିଛି ପଥର

ବ୍ରହ୍ମଗିରି,  ୨୮।୬(ଡି.ଏନ୍‌.ଏ.): ଯୁଗେ ଯୁଗେ ଭକ୍ତର ଭାବରେ ବନ୍ଧା ପଡ଼ିଛନ୍ତି ଭଗବାନ। ଭକ୍ତିର ଶକ୍ତି ଏତେ ଅଧିକ ଯେ, ଏହାର ପ୍ରଭାବରେ ପଥର ବି ତରଳି...

ଖୋର୍ଦ୍ଧା ଜିଲା: ପାସ୍‌ହାର ୭୮.୬୭%ଭୁବନେଶ୍ୱରରେ ୮୨%

ଖୋର୍ଦ୍ଧା ଅଫିସ୍‌/ଭୁବନେଶ୍ୱର,୨୨।୫(ବ୍ୟୁରୋ): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ୨୦୧୯ ମାଟ୍ରିକ୍‌ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଖୋର୍ଦ୍ଧା ଜିଲାରେ ୭୮.୬୭ପ୍ରତିଶତ ପାସ୍‌ହାର ରହିଛି।...

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ: ଜନଗଣନା ସ୍ଥଗିତ ରଖିବାକୁ ନିବେଦନ

ଭୁବନେଶ୍ୱର,୨୦।୩(ବ୍ୟୁରୋ): କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ଏପ୍ରିଲରେ ହେବାକୁ ଥିବା ଜନଗଣନା କାର୍ଯ୍ୟକ୍ରମକୁ...

୧୦୪ନଂରୁ ନିର୍ଦ୍ଦେଶ ନ ଆସିବା ଯାଏ ଘରର ସୀମାରେଖା ଡିଅଁନ୍ତୁ ନାହିଁ, ହୁଅନ୍ତୁ ନାହିଁ ‘ସୁପର୍‌ ସ୍ପ୍ରେଡର ବା ରୋଗୀ ନଂ-୩୧’: ବାଗ୍‌ଚୀ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): ଘାତକ କରୋନା ସଂକ୍ରମଣ ସାରା ବିଶ୍ୱ ପାଇଁ ଏକ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ଏକଦା ଦକ୍ଷିଣ କୋରିଆରେ ସଂକ୍ରମିତଙ୍କ ସଂଖ୍ୟା...

Leave a comment

Your email address will not be published. Required fields are marked *