ତାତିଲେ ମରୁଡ଼ି ବୀମା ଟଙ୍କାରୁ ବଞ୍ଚିତ ଚାଷୀ: ବ୍ୟାଙ୍କ ସମ୍ମୁଖରେ ଧାରଣାଦେବାକୁ ଚେତାବନୀ

ପରଜଙ୍ଗ, ୧୯।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗସ୍ଥିତ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ଆନୁକୂଲ୍ୟରେ ଋଣ ନେଇଥିବା ୨୦୮ ଚାଷୀ ମରୁଡ଼ି ବୀମା ଟଙ୍କା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ବାରମ୍ବାର ଦାବିସତ୍ତ୍ୱେ ବୀମା କମ୍ପାନୀ ସେମାନଙ୍କ କଥା ଶୁଣୁନାହିଁ। ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏ ନେଇ ସେମାନେ ଗୁରୁବାର ସ୍ଥାନୀୟ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ଦାବିପତ୍ର ଦେଇଛନ୍ତି। ୭ଦିନ ମଧ୍ୟରେ ସମସ୍ୟା ସମାଧାନ ନ ହେଲେ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ପରଜଙ୍ଗ ଶାଖା ଅଧୀନରେ ଥିବା ୧୦ ସୋସାଇଟିର ଶତାଧିକ ଚାଷୀ ୨୦୧୭ରେ ଋଣ ନେଇଥିଲେ। ମରୁଡ଼ି ସହାୟତା ଲାଗି ସୋସାଇଟି ଜରିଆରେ ସେମାନେ ଟାଟା ଏଆଇଜି ଏବଂ ରୟାଲ୍‌ ସୁନ୍ଦରମ୍‌ ଇନ୍‌ସ୍ୟୁରାନ୍ସ କମ୍ପାନୀରେ ବୀମା କରିଥିଲେ। ସେହିବର୍ଷ ବର୍ଷା ଅଭାବରୁ ସରକାର ଅଞ୍ଚଳକୁ ମରୁଡ଼ି ଘୋଷଣା କରିଥିଲେ। ଏହାପରେ ଅଧିକାଂଶ ଚାଷୀ ବୀମା ଟଙ୍କା ପାଇଛନ୍ତି। ହେଲେ ବିଭାଗୀୟ ତ୍ରୁଟିରୁ କୁମୁସୀ ସୋସାଇଟିର ୧୨୫, ବାରିହାପୁରର ୪୫, ପରଜଙ୍ଗର ୨୦, ପଙ୍ଗୀତୀରାର ୧୪, କୁଆଳୋର ୪ ଜଣ ହିତାଧିକାରୀଙ୍କ ଲକ୍ଷାଧିକ ବୀମା ଟଙ୍କା ପଡ଼ିରହିଛି। ସମ୍ପୃକ୍ତ ଚାଷୀମାନେ ଚଳିତ ବର୍ଷ ପାଇଁ ବୀମା ଟଙ୍କା ପୈଠ କରିସାରିଥିବାବେଳେ ପୁରୁଣା ଇନ୍‌ସ୍ୟୁରାନ୍ସ ଟଙ୍କା ଏ ଯାଏ ମିଳିନାହିଁ।
ବୀମା ଟଙ୍କାରୁ ବଞ୍ଚତ୍ତ ଚାଷୀମାନେ ଏ ନେଇ ୨୦୧୮ ଡିସେମ୍ବର ୨୪ରେ ତତ୍କାଳୀନ ଜିଲାପାଳଙ୍କୁ ଭେଟି ସମସ୍ୟା ଜଣାଇଥିଲେ। ହେଲେ ଏ ଯାଏ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବା ମନୋଜ ଦଳବେହେରା, ସୁଶାନ୍ତ ଦଳବେହେରା, ପ୍ରତାପ ସାହୁ, କାଠି ଦାସ, ନରୋତ୍ତମ ନାୟକ, ଅଦ୍ୱୈତ୍ୟ ସାହୁ ପ୍ରମୁଖ କହିଛନ୍ତି। ୭ଦିନ ମଧ୍ୟରେ ବୀମା ଟଙ୍କା ନ ମିଳିଲେ ଶୁକ୍ରବାରଠାରୁ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିବାକୁ ଚାଷୀମାନେ ଲିଖିତ ଆକାରରେ ଜଣାଇଛନ୍ତି।
ଏ ସଂକ୍ରାନ୍ତରେ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ବସନ୍ତ କୁମାର ପ୍ରଧାନ କୁହନ୍ତି, ବାରମ୍ବାର ଇନ୍‌ସ୍ୟୁରାନ୍ସ କମ୍ପାନୀ ଏବଂ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଚାଷୀଙ୍କ ବୀମା ଟଙ୍କା ନ ମିଳିବା ନେଇ ଅବଗତ କରାଯାଇଛି। ଏବେ ସୁଦ୍ଧା ୨୦୮ ଋଣୀ ଚାଷୀ ଟଙ୍କା ପାଇନାହାନ୍ତି। ଚାଷୀଙ୍କ ଦାବି ସମ୍ପର୍କରେ ଆଉଥରେ ଅବଗତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ଛୁଇଁଲେ, ଅନୁଭବ କଲେ…

ଭୁବନେଶ୍ୱର,୨୩୭(ବ୍ୟୁରୋ) : କୋଣାର୍କ ସୂର୍ଯ୍ୟ ମନ୍ଦିରର ପଥରର ଭାଷାକୁ ବୁଝିବାକୁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବାବେଳେ ପ୍ରଥମଥର ପାଇଁ କୋଣାର୍କର ସୌନ୍ଦର୍ଯ୍ୟକୁ ଉପଭୋଗ କରିଛନ୍ତି...

ସ୍କୁଲକୁ ଛାତ୍ରୀଛାତ୍ର ଗାଡ଼ି ନେଇ ଆସିବା ମନା, ଜାରି ହେଲା ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୨୫।୧୨(ବ୍ୟୁରୋ): ସ୍କୁଲରେ ପଢ଼ୁଥିବା ପିଲାଙ୍କୁ ବାଇକ୍‌ ମନା। ୧୮ ବର୍ଷରୁ କମ୍‌ ବୟସର ପିଲାମାନେ ସ୍କୁଲକୁ ବାଇକ ଆଣି ଆସିପାରିବେ ନାହିଁ। ଏହି ନିୟମକୁ କଡ଼ାକଡ଼ି...

ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ, ଅଭିଯୁକ୍ତ ଗିରଫ

ଡୁବୁରୀ/କଳିଙ୍ଗନଗର,୨୬।୯(ଡି.ଏନ୍‌.ଏ.): କଳିଙ୍ଗନଗର ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ମଙ୍ଗଳବାର ନାବାଳିକାଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ...

ସୀମାନ୍ତରେ ଗୁଳି ବିନିମୟ:୨ ମାଓବାଦୀ ନିହତ, ଜଣେ ଗିରଫ

ମାଲକାନଗିରି,୧୪ା୭ (ଡି.ଏନ.ଏ.)- ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ଦାନ୍ତଓ୍ବୋଡା ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ରବିବାର ଗୁଳି ବିନିମୟ ହୋଇଛି। ଏଥିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି।...

ଦୃଷ୍ଟି ଆଢ଼ୁଆଳରେ ଝିକରା ଜଳପ୍ରପାତ

କେନ୍ଦୁଝର, ୧୨ା୭(ସ୍ବ.ପ୍ର.)-ବଣପାହାଡ ଘେରା କେନ୍ଦୁଝର ଜିଲାରେ ବହୁ ପ୍ରାକୃତିକ ଝରଣା ଏବଂ ଜଳପ୍ରପାତ ରହିଛି ା ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ଲୋପ ପାଇବାକୁ ବସିଛି ା...

ମା’ ବାପା, ଭାଇଙ୍କୁ ହରାଇ ଅସହାୟ ପୁଷ୍ପଲତା:ସହପାଠୀ ଦେଲେ ସହାୟତା

ତାଳଚେର,୧୭ା୯(ନି.ପ୍ର.) ପୂର୍ବରୁ ମା’ବାପା ଆଖିବୁଜି ସାରିଥିଲେ। ସାହାରା ଥିବା ଏକମାତ୍ର ଭାଇ ଗତ ଜୁନ ୨୪ରେ ଆରପାରିକୁ ଚାଲିଯିବା ପରେ ବଡ଼ ଅସହାୟ ହୋଇପଡ଼ିଛନ୍ତି ତାଳଚେର...

ଆମିକସ୍‌ କ୍ୟୁରିଙ୍କ ଶ୍ରୀମନ୍ଦିର ପରିଦର୍ଶନ

ପୁରୀ ଅଫିସ୍‌.୭।୯: ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ରଞ୍ଜିତ୍‌ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟା ଶନିବାର ସକାଳେ...

ବିଭୂତି ପ୍ରଧାନ ୨୦୨୪ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-ପରଜଙ୍ଗ ବିଧାନସଭା ଆସନରେ ୧୦ମ ରାଉଣ୍ଡ ଶେଷ ସୁଦ୍ଧା ଭାଜପା ପ୍ରାର୍ଥୀ ବିଭୂତି ପ୍ରଧାନ ଆଗରେ ରହିଛନ୍ତି। ସେ ୨୨,୭୨୮ଭୋଟ ପାଇଛନ୍ତି। ତାଙ୍କ ପଛକୁ...

Leave a comment

Your email address will not be published. Required fields are marked *