‘ବେଆଇନ ବାଲିଚାଲାଣ ଉପରେ ଲଗାମ ଲଗାଯିବ’

ଜଳେଶ୍ୱର, ୧୯।୭(ଡି.ଏନ.ଏ.)-ବାଲେଶ୍ୱର ଜିଲାର ନୂତନ ଜିଲାପାଳ ଭାବେ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଦାୟିତ୍ୱ ନେବା ପରେ ଗୁରୁବାର ପୂର୍ବାହ୍ନରେ ଜଳେଶ୍ୱର ତହସିଲ ପରିସରରେ ଅଚାନକ ପହଞ୍ଚିଥିଲେ। ତହସିଲଦାର ଅଭିମନ୍ୟୁ ପଣ୍ଡା ଉପସ୍ଥିତ ଥିଲେ ମଧ୍ୟ କାର୍ଯ୍ୟାଳୟରେ କେତେକ କର୍ମଚାରୀ ଅନୁପସ୍ଥିତ ଥିଲେ। ଜିଲାପାଳ ପହଞ୍ଚିବାର ୨ ଘଣ୍ଟା ପୂର୍ବରୁ ତହସିଲଦାର ନିଜ ଅଧସ୍ତନ କର୍ମଚାରୀଙ୍କୁ ନେଇ ୬ଟି ବେଆଇନ୍‌ ବାଲି ଓ ପଥର ବୋଝେଇ ଡମ୍ପର ଜବତ କରି ତହସିଲ ପରିସରରେ ରଖିଥିଲେ। ଯାହାକୁ ନେଇ ଜିଲାପାଳ ଉକ୍ତ ବେଆଇନ ବାଲି ଓ ପଥର ଚାଲାଣ ଉପରେ ତହସିଲଦାରଙ୍କୁ ପଚାରି ବୁଝିଥିଲେ। ଜିଲାପାଳ ନିଜ ସହିତ ଏଡିଏମ୍‌ ସମ୍ବିତ୍‌ କୁମାର ନାୟକ, ଉପଜିଲାପାଳ ନିଲୁ ମହାପାତ୍ର, ଅତିରିକ୍ତ ଉପଜିଲାପାଳ ସରୋଜ ସାମଲ, ତହସିଲଦାର ଓ ଅନ୍ୟ କର୍ମଚାରୀଙ୍କୁ ସାଙ୍ଗରେ ନେଇ ସୁବର୍ଣ୍ଣରେଖା ନଦୀର ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ରାଇବଣିଆ ଥାନା ଅଞ୍ଚଳର ବିଳାସପୁର, ରାଜନଗର, ମାକିଡ଼ିଆ, ତୁଟାପଡ଼ା, ବେହେରାସାହି ଆଦି ବାଲି ସୈରାତଗୁଡ଼ିକ ପରିଦର୍ଶନ କରିଥିଲେ। ଦୀର୍ଘଦିନ ଧରି ପଶ୍ଚିମବଙ୍ଗ ରାଜ୍ୟ ସହିତ ଲାଗି ରହିଥିବା ନଦୀର ସୀମାବିବାଦକୁ ନେଇ ଜିଲାପାଳ ତହସିଲଦାରଙ୍କଠାରୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝିଥିଲେ। ଉକ୍ତ ସୀମା ବିବାଦକୁ ନେଇ ଶୁକ୍ରବାର ପଶ୍ଚିମବଙ୍ଗ ରାଜ୍ୟ ପଶ୍ଚିମ ମେଦିନୀପୁର ଜିଲା ସଦର ମହକୁମାଠାରେ ଉଭୟ ରାଜ୍ୟର ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଥିବାରୁ ଜିଲାପାଳ ଏଥିପ୍ରତି ବିଶେଷ ଗୁରୁତ୍ୱ ଦେଉଥିବା ଦେଖାଯାଇଥିଲା। ଜିଲାପାଳଙ୍କ ଅଚାନକ ଗସ୍ତକୁ ନେଇ ତହସିଲ, ବ୍ଲକ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଏକପ୍ରକାର କୋକୁଆ ଭୟ ଦେଖିବାକୁ ମିଳିଥିଲା। ଏପରିକି ପୋଲିସ ଅଧିକାରୀ ତଥା କର୍ମଚାରୀ ମଧ୍ୟ ଆଲର୍ଟ ଥିବା ଦେଖାଯାଇଥିଲା। ବେଆଇନ ବାଲି ଚାଲାଣ, ଉତ୍ତୋଳନ ଓ ଠୁଳ କରି ରଖିବା ଉପରେ ଲଗାମ ଲଗାଯିବ ବୋଲି ଜିଲାପାଳ କେ.ସୁଦର୍ଶନ ପ୍ରକାଶ କରିଥିଲେ।


All Right Reserved By

ଜଟଣୀ ଗୋଶାଳାରେ ବ୍ୟାପକ କ୍ଷତି: ବିଦ୍ୟୁତ୍‌ ନ ଥିବାରୁ ପାଣି, ଖାଦ୍ୟର ଅଭାବ

ଜଟଣୀ,୨୨।୫(ଡି.ଏନ୍‌.ଏ.): ବାତ୍ୟା ‘ଫନୀ’ରେ ଜଟଣୀରେ ଥିବା ଶ୍ରୀଜଗନ୍ନାଥ ପୁରୀ ଗୋଶାଳାରେ ବ୍ୟାପକ କ୍ଷତି ଘଟିଛି। ପ୍ରାୟ ଦୁଇ ଶହରୁ ଅଧିକ ଗାଈ, ବାଛୁରି ଓ ବଳଦ...

ସରିଲା ସୁନ୍ଦରପୁର ରଜ ମହୋତ୍ସବ : ଜୁନିୟରରେ ପ୍ରିୟଙ୍କା, ସିନିୟରରେ ଗାୟତ୍ରୀ ରଜକୁଇନ

ଖଇରା, ୧୮।୬(ଡି.ଏନ.ଏ.)-ଖଇରା ବ୍ଲକ ଅଧୀନ ସୁନ୍ଦରପୁରଠାରେ ଚାଲିଥିବା ଦ୍ୱିତୀୟ ବାର୍ଷିକ ବ୍ଲକସ୍ତରୀୟ ରଜ ମହୋତ୍ସବ ରବିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଚଳିତବର୍ଷ ଜୁନିୟରରେ ପ୍ରିୟଙ୍କା ପ୍ରିୟଦର୍ଶନୀ...

ଅଂଶୁଘାତରେ ଜଣେ ମୃତ

ଢେଙ୍କିକୋଟ, ୬।୬(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମୁକ୍ତାପୁର ପଞ୍ଚାୟତ ମୁଦ୍ରାବେଡା ଗ୍ରାମରେ ବୁଧବାର ମଧ୍ୟାହ୍ନରେ ଅଂଶୁଘାତରେ ସୁପେଇ ମୁଣ୍ଡା (୪୭)ନାମକ ଜଣେ ବ୍ୟକ୍ତି ପ୍ରାଣ...

୩୯ ବର୍ଷ ପରେ ଟିଟିଲାଗଡ଼କୁ ମନ୍ତ୍ରୀ ପଦ

ଟିଟିଲାଗଡ଼,୩୦ା୫ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ବୁଧବାର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଅବ୍ୟବସ୍ଥାରେ ପୁରାତନ ଶିକ୍ଷାନୁଷ୍ଠାନ

ବାସୁଦେବପୁର, ୧୧।୬ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁରର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଅଟଳ ବିହାରୀ ହାଇସ୍କୁଲ ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ଏହାର ଶୈକ୍ଷିକ ବାତାବରଣ ଦିନକୁ...

‘ନୀଳଚକ୍ର ସମ୍ପୂର୍ଣ୍ଣ ସୁରକ୍ଷିତ’

ପୁରୀ ଅଫିସ, ୧୨ା୬: ନୀଳଚକ୍ର ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କୌଣସି ପ୍ରକାର କ୍ଷତି ହୋଇନାହିଁ। ସେହିପରି ଶ୍ରୀମନ୍ଦିରର ମୁଖ୍ୟ ମନ୍ଦିର ମଧ୍ୟ ସୁରକ୍ଷିତ ଅଛି। ବାତ୍ୟାରେ...

ନାବାଳକଙ୍କୁ ସାବାଳକ କଲା ପୋଲିସ

ଭୁବନେଶ୍ୱର, ୧୧ା୮(ବ୍ୟୁରୋ): ପୋଲିସର ଖାମଖିଆଲି ତଦନ୍ତ ପାଇଁ ଦୋଷୀ ଖସି ଯାଉଥିବାବେଳେ ଅନେକ ନିର୍ଦ୍ଦୋଷ ସଜା କାଟୁଥିବା ନଜିର ରହିଛି। ଏଭଳି କାର୍ଯ୍ୟଧାରାକୁ ନେଇ ଓଡ଼ିଶା...

ପାଟକୁରାରେ ୭୩.୨% ମତଦାନ

ଭୁବନେଶ୍ୱର/କେନ୍ଦ୍ରାପଡ଼ା ଅଫିସ,୨୧ା୭(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଶନିବାର ମତଦାନ ଶେଷ ହୋଇଛି। ୨,୪୪,୭୪୭ ଭୋଟରଙ୍କ ମଧ୍ୟରୁ ୭୩.୨% ମତାଧିକାର ସାବ୍ୟସ୍ତ କରିଛନ୍ତି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *