Posted inଖେଳ

କଟକ ସାଇ ହଷ୍ଟେଲରେ ରହିପାରିବେ ନାହିଁ ଭଲିବଲ ଖେଳାଳି

କଟକ ଅଫିସ,୧୯|୭- ରାଜ୍ୟ ଭଲିବଲ କ୍ରୀଡ଼ା ପ୍ରତି ଘନେଇଛି ବଡ଼ ଧରଣର ସଙ୍କଟ। ଓଡ଼ିଶାକୁ ଭାରତୀୟ କ୍ରୀଡ଼ାର କେନ୍ଦ୍ରସ୍ଥଳ ବୋଲି ବିବେଚନା କରାଯାଉଥିବା ବେଳେ ଭଲିବଲ ଭଳି ଏକ ଅଲିମ୍ପିକ କ୍ରୀଡ଼ାକୁ କଟକ ସାଇ ହଷ୍ଟେଲରୁ ବାଦ ଦେବା ପାଇଁ ଏବେ ନିର୍ଦ୍ଦେଶ ଆସିଛି। ଦେଶର ୨୮ଟି ସାଇ ହଷ୍ଟେଲ ଏହି ନିର୍ଦ୍ଦେଶନାମାରେ ଅର୍ନ୍ତଭୁକ୍ତ ହୋଇଛନ୍ତି। ପ୍ରତ୍ୟେକ ସାଇ ହଷ୍ଟେଲରେ ଅତିକମରେ ୨ଟି ଓ ଅତିବେଶୀରେ ୩ଟି କ୍ରୀଡ଼ାକୁ ସାମିଲ କରାଯିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । ତେବେ କଟକ ସାଇ ହଷ୍ଟେଲରୁ ଭଲିଭଲ କ୍ରୀଡ଼ାକୁ ଉଠାଇ ଦିଆଗଲେ ଏହା ରାଜ୍ୟ ଭଲିବଲର ବିକାଶରେ ବଡ଼ ଧରଣର ପ୍ରଭାବ ପକାଇବ ବୋଲି ଖେଳାଳିମାନେ କହିଛନ୍ତି । ଗତ କିଛିବର୍ଷ ହେବ ରାଜ୍ୟ ଭଲିବଲ ବିକାଶର ପଥରେ ରହିଛି। ଏଣୁ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଉକ୍ତ ନିଷ୍ପତ୍ତିକୁ ଗ୍ରହଣ କରିବା ରାଜ୍ୟ ଭଲିବଲ ଖେଳାଳିଙ୍କ ପାଇଁ ସହଜ ହୋଇନି । ଏପରିକି ଏବେ କଟକ ସାଇ ହଷ୍ଟେଲରେ ରହୁଥିବା ୧୨ଜଣ ଅନ୍ତେବାସୀଙ୍କୁ ଝାଡ଼ଖଣ୍ଡ ସାଇ ହଷ୍ଟେଲକୁ ପଠାଇ ଦେବାକୁ କୁହାଯାଇଛି ।
ଗତ କିଛି ମାସ ପୂର୍ବେ ନୂଆଦିଲ୍ଲୀଠାରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ(ସାଇ) ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସାଇ ହଷ୍ଟେଲ ଗୁଡ଼ିକୁ ନୂତନ ଢ଼ଙ୍ଗରେ କାର୍ଯ୍ୟକାରୀ କରିବା ନେଇ ନିଷ୍ପତ୍ତି ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ତେବେ ବୈଠକରେ କୁହାଯାଇଥିଲା ଯେ, ପ୍ରତ୍ୟେକ ରାଜ୍ୟର ସାଇ ହଷ୍ଟେଲରେ ୨ରୁ ୩ଟି କ୍ରୀଡ଼ାକୁ ରଖାଯିବ । କେଉଁ କ୍ରୀଡ଼ାକୁ ବାଦ ଦିଆଯିବ ସେ ନେଇ ମତାମତ ମଧ୍ୟ ନିଆଯାଇଥିଲା । କଟକ ସାଇ ହଷ୍ଟେଲରେ ମୋଟ ୪ଟି କ୍ରୀଡ଼ା ରହିଛି । ଏହା ହେଲା ଆଥଲେଟିକ, ବାସ୍କେଟବଲ, ଫୁଟବଲ ଓ ଭଲିଭଲ । ଭଲିବଲକୁ ବାଦ ଦେଇ ଉପରୋକ୍ତ ଅନ୍ୟ ତିନି କ୍ରୀଡ଼ା ସୁରକ୍ଷିତ ରହିଛି । ଗତ ୩ବର୍ଷ ତଳେ ଭଲିବଲ ସାଇ ହଷ୍ଟେଲ ସହ ଯୋଡ଼ି ହୋଇଥିଲା । କଟକ ସାଇ ହଷ୍ଟେଲରେ ୧୦୧ଜଣ ଅନ୍ତେବାସୀ ରହିବା ନିମନ୍ତେ ବ୍ୟବସ୍ଥା ହୋଇଛି । ଏହି ୧୦୧ଜଣ ପ୍ରାଧିକରରଣର ରେସିଡେନ୍ସିଆଲ ନିୟମ ଅନୁଯାୟୀ ଅବସ୍ଥାପିତ ହୋଇଛନ୍ତି । ଯେଉଁମାନେ ଏଠାରେ ରହିବା ସହ ଖେଳିବାର ସୁଯୋଗ ପାଇବେ । ପୂର୍ବରୁ କଟକ ସାଇ ହଷ୍ଟେଲରେ ନନ-ରେସିଡେନ୍ସିଆଲ ବ୍ୟବସ୍ଥା ମଧ୍ୟ ଥିଲା । ଯେଉଁ ନିୟମ ଅନୁଯାୟୀ, ଖେଳାଳିମାନେ ଘରେ ରହି ହଷ୍ଟେଲର ଦକ୍ଷ କୋଚ୍‌ଙ୍କ ପାଖରେ ପ୍ରଶିକ୍ଷଣ ନେଇ ପାରିବେ । କିଛି ବର୍ଷ ହେବ ଏଠାରୁ ନନ-ରେସିଡେନ୍ସିଆଲ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି । ଭଲିବଲକୁ ବାଦ ଦେବା ପାଇଁ ନିର୍ଦ୍ଦେଶ କରାଯିବା ପରେ ମଧ୍ୟ ୧୦୧ଜଣ ଖେଳାଳି ରହିବେ ବୋଲି ସ୍ପଷ୍ଟ କରାଯାଇଛି । ହେଲେ ନିୟମରେ ଏକ ପରିବର୍ତ୍ତନ ଆସିଛି । ବାଳିକା ଓ ବାଳକ ଖେଳାଳି ସମାନ ସଂଖ୍ୟାରେ ରଖିବାକୁ ପ୍ରାଧିକରଣ ନିର୍ଦ୍ଦେଶ ଦେଇଛି । ହେଲେ ଭଲିବଲ ଖେଳକୁ ବାଦ ଦେବା ପଛରେ ଭଲିବଲ କୋଚ୍‌ ଓ ପ୍ରାଧିକରଣର ଅଧିକାରୀଙ୍କ ମଧ୍ୟରେ ବିବାଦ ହିଁ କାରଣ ବୋଲି ରାଜ୍ୟ ଭଲିବଲ ସଂଘର ଜଣେ ପୂର୍ବତନ କର୍ମକର୍ତ୍ତା କହିଛନ୍ତି । ରାଜ୍ୟ ଭଲିବଲ ସଂଘର ସମ୍ପାଦକ ଡ. ଗଗନେନ୍ଦୁ ଦାଶଙ୍କୁ ପଚାରିବାରୁ ସେ କହିଥିଲେ, ଭଲିବଲକୁ ସାଇ ହଷ୍ଟେଲରୁ ଉଠାଇ ଦିଆଗଲେ ରାଜ୍ୟ ଭଲିଭଲ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ଉପରେ ପ୍ରଭାବ ପଡ଼ିବ । ଏହି ନିଷ୍ପତ୍ତିକୁ ଆମେ ବିରୋଧ କରୁ ବୋଲି ଗଗନେନ୍ଦୁ କହିଥିଲେ ।


All Right Reserved By Dharitri.Com

Posted inଖେଳ View All

ପର୍ଥ ଟେଷ୍ଟ: ଦୃଢ଼ ସ୍ଥିତିରେ ଅଷ୍ଟ୍ରେଲିଆ

ପର୍ଥ, ୧୪।୧୨- ସ୍ଥାନୀୟ ପର୍ଥ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ମଜଭୁତ ସ୍ଥିତିରେ ରହିଛି। ମାର୍ନୁସ ଲାବୁସେନଙ୍କ...

ପଡିଆରେ ପାକିସ୍ତାନ ଖେଳାଳିଙ୍କ ପାଇଁ ଗୀତ ଗାଉଥିଲେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌

‘କୌନ ବନେଗା କରୋଡପତି’ ଶୋ’ର ଏକ ଏପିସୋଡ ଭାରତୀୟ ଖେଳାଳିଙ୍କ ନାଁରେ ରହିଛି। ଏହି ଏପିସୋଡରେ ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ, ଦୁଇ...

ଅନୁପମାଙ୍କ ପାଇଁ ଏସିଆନ ଗେମ୍ସ ସମ୍ଭାବନା; ଓଡ଼ିଶା ଜୁଜୁଟ୍‌ସୁ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୫।୯(କ୍ରୀଡ଼ା ପ୍ରତିନିଧି)- ଦକ୍ଷିଣ କୋରିଆର ଚୁଙ୍ଗ୍‌ ଜୁଠାରେ ଅନୁଷ୍ଠିତ ବିଶ୍ୱ ମାର୍ଶାଲ ଆର୍ଟର ଅଲିମ୍ପିକ୍‌ ଭାବେ ବିବେଚିତ ହେଉଥିବା ମାଷ୍ଟରଶିପ୍‌ ପ୍ରତିଯୋଗିତାର ଜୁଜୁଟ୍‌ସୁ ଫାଇଟିଂ(କଣ୍ଟାକ୍ଟ...

ସେମିଫାଇନାଲ ପୂର୍ବରୁ ଖାଲି ପାଦରେ ଅଭ୍ୟାସ କରୁଛନ୍ତି ଅଷ୍ଟ୍ରେଲିଆ ଖେଳାଳି

ଲଣ୍ଡନ, ୯।୭: ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଜୁଲାଇ ୧୧ରେ ହେବାକୁ ଥିବା ଏହି ହାଇପ୍ରୋଫାଇଲ୍‌...

ରାଜ୍ୟ ସନ୍ତରଣ ଚାମ୍ପିୟନଶିପ୍‌: ସମ୍ବଲପୁର ଗ୍ରୁପ୍‌ ଚାମ୍ପିୟନ

ଭୁବନେଶ୍ୱର, ୩ା୬ (ସ୍ପୋଟର୍‌ସ ବ୍ୟୁରୋ)-ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ଓଡ଼ିଶା ରାଜ୍ୟ ସନ୍ତରଣ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଚାଲିଥିବା ୬୦ତମ ରାଜ୍ୟ...

ଫ୍ରେଞ୍ଚ ଓପନ ଫାଇନାଲରେ ହାରିଲେ ସ୍ବସ୍ତିକ-ଚିରାଗ

ପ୍ୟାରିସ୍‌,୨୮।୧୦- ଭାରତୀୟ ପୁରୁଷ ଡବଲ୍ସ ଖେଳାଳି ସ୍ବସ୍ତିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ଯୋଡ଼ିକୁ ଏଠାରେ ଚାଲିଥିବା ଫ୍ରେଞ୍ଚ ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ...

ବିଶ୍ୱ ରେକର୍ଡ ନିକଟରେ କୋହଲି

ନୂଆଦିଲ୍ଲୀ,୧୩।୬: ଶିଖର ଧାଓ୍ବନଙ୍କ ଅନୁପସ୍ଥିତି ଅଧିନାୟକ ବିରାଟ କୋହଲିଙ୍କ କାନ୍ଧ ଉପରେ ଆହୁରି ଦାୟିତ୍ୱ ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ କୋହଲି...

୭-୮ ଯୁବତୀଙ୍କ ସହ ଆଫେୟାର୍‌ ରଖି ଫଶିଲେ ଏହି ଖେଳାଳି

ଇସଲମାବାଦ୍‌, ୨୫।୭: ପାକିସ୍ତାନର ଉଦୀୟମାନ ଖେଳାଳି ଇମାମ ଉଲ ହକ୍‌ ୭-୮ ଯୁବତୀଙ୍କ ସହ ଆଫେୟାର୍‌ ରଖି ଫଶିଯାଇଛନ୍ତି। ଯୁବତୀଙ୍କ ସହ ତାଙ୍କ କଥିତ ହ୍ବାଟସଆପ୍‌...

Leave a comment

Your email address will not be published. Required fields are marked *