Posted inଖେଳ

ଟିମ୍‌ ସିଲେକ୍ସନ କମିଟି ବୈଠକ ଘୁଞ୍ଚିଲା

ନୂଆଦିଲ୍ଲୀ, ୧୯|୭ (ପି.ଟି.)-ଓ୍ବେଷ୍ଟଇଣ୍ଡିଜ ଟୁର୍‌ ପାଇଁ ଭାରତୀୟ କ୍ରିକେଟ ଦଳ ମନୋନୟନ ଲାଗି ହେବାକୁଥିବା ସିଲେକ୍ସନ କମିଟି ବୈଠକକୁ ସ୍ଥଗିତ ରଖାଯାଇଛି। ସମ୍ପାଦକଙ୍କ ପରିବର୍ତ୍ତେ ପ୍ୟାନେଲର ଚେୟାରମ୍ୟାନଙ୍କ ଆବାହକତ୍ୱରେ ଏହି ବୈଠକ ହେବ ବୋଲି ପ୍ରଶାସକ କମିଟି(ସିଓଏ)ର ନିର୍ଦ୍ଦେଶ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକ ପ୍ରକୃତରେ ଶୁକ୍ରବାର ବସିବାର ଥିଲା। ମାତ୍ର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂଆ ସମ୍ବିଧାନ ଅନୁସାରେ ନିୟମରେ ପରିବର୍ତ୍ତନ କରାଯାଇଛି। ଏଥିଲାଗି ଆଇନଗତ କାଗଜପତ୍ର ପ୍ରସ୍ତୁତ ହେବା ଦରକାର। ଖେଳାଳିମାନଙ୍କ ଫିଟ୍‌ନେସ୍‌୍‌୍‌ ରିପୋର୍ଟ ମଧ୍ୟ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଉପଲବ୍ଧ ହେବ। ବୈଠକଟି ଶନିବାର କିମ୍ବା ରବିବାର ହେବ। ପୁନଶ୍ଚ ନିୟମ ଅନୁସାରେ ବୈଠକ ଲାଗି ଅଧିନାୟକଙ୍କ ଉପଲବ୍‌ଧି ସମ୍ପର୍କରେ ବିସିସିଆଇର କ୍ରିକେଟ ଅପରେଶନ୍ସ ଟିମ୍‌ ଚେୟାରମ୍ୟାନଙ୍କୁ ଅବଗତ କରାଇବା ଆବଶ୍ୟକ ବୋଲି ବିସିସିଆଇର ଜଣେ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ପୂର୍ବରୁ ପ୍ରଶାସକ କମିଟି ଏକ ୪ ଦଫା ସମ୍ବଳିତ ନିର୍ଦ୍ଦେଶାବଳୀ ଜାରିକରିଛି। ତଦନୁସାରେ ସମ୍ପାଦକ ଅମିତାଭ ଚୌଧାରୀ ସିଲେକ୍ସନ କମିଟି ବୈଠକରେ ବସିପାରିବେ ନାହିଁ। ଏହାଛଡ଼ା କ୍ରିକେଟ ସମ୍ପର୍କିତ କୌଣସି ନିଷ୍ପତ୍ତି ଲାଗି ତାଙ୍କ ଅନୁମୋଦନର ଆବଶ୍ୟକ ପଡ଼ିବ ନାହିଁ।


All Right Reserved By Dharitri.Com

Posted inଖେଳ View All

ଫ୍ରେଞ୍ଚ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ: ସାଇନା ଆଉଟ

ପ୍ୟାରିସ୍‌,୨୬।୧୦(ପି.ଟି.)-ଏଠାରେ ଚାଲିଥିବା ୭ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଫ୍ରେଞ୍ଚ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରୁ ଭାରତୀୟ ମହିଳା ତାରକା ସାଇନା ନେହ୍ବାଲ ବିଦାୟ ନେଇଛନ୍ତି। ମହିଳା...

ଗାଙ୍ଗୁଲିଙ୍କ ସେଲ୍‌ଫି ଭାଇରାଲ

ବେଙ୍ଗାଲୁରୁ,୧।୧୧- ପୂର୍ବତନ ଭାରତୀୟ ଅଧିନାୟକ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂଆ ସଭାପତି ସୌରଭ ଗାଙ୍ଗୁଲି ବେଙ୍ଗାଲୁରୁ ବିମାନ ବନ୍ଦରରେ ନେଇଥିବା ସେଲ୍‌ଫି...

ପିଙ୍କ ବଲ ଟେଷ୍ଟ: କୋହଲି ପ୍ରଥମ ଭାରତୀୟ

କୋଲକାତା,୨୩।୧୧(ପି.ଟି.)- ସ୍ଥାନୀୟ ଇଡେନ ଗାର୍ଡେନ୍ସଠାରେ ବାଂଲାଦେଶ ବିପକ୍ଷରେ ଚାଲିଥିବା ପିଙ୍କ ବଲ ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶତକ କରିଛନ୍ତି। ଟେଷ୍ଟ କ୍ରିକେଟରେ ଏହା...

କେହି ଦେଖିପାରି ନ ଥିଲେ କି ଆଉ ହେବନାହିଁ ଦେଖି କପିଳ ଦେବଙ୍କ ଶ୍ରେଷ୍ଠ ଇନିଂସ

ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଅଧିନାୟକ କପିଳ ଦେବଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଇନିଂସ ୧୭୫*, ଯାହାକି ୧୯୮୩ ବିଶ୍ୱକପ୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଖେଳିଥିଲେ। ଏହାକୁ କେବଳ...

ଦୂତୀ ଭୋଗ୍‌ ଇଣ୍ଡିଆ ସ୍ପୋର୍ଟ୍ସପର୍ଶନ ଅଫ୍‌ ଦି ଇୟର

ଭୁବନେଶ୍ୱର, ୨୧।୧୦(କ୍ରୀଡ଼ା ପ୍ରତିନିଧି)- ଭୋଗ୍‌ ଇଣ୍ଡିଆ ମାଗାଜିନ ପକ୍ଷରୁ ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦଙ୍କୁ ସ୍ପୋର୍ଟ୍ସ ପର୍ଶନ ଅଫ୍‌ ଦି ଇୟର ପୁରସ୍କାର ପ୍ରଦାନ...

ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ଦଳ ଘୋଷିତ

ପୋର୍ଟ ଅଫ୍‌ ସ୍ପେନ,୧୦।୮- ଭାରତ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଲାଗି ଶନିବାର ଜାସନ ହୋଲ୍ଡରଙ୍କ ନେତୃତ୍ୱରେ ୧୩ ଜଣିଆ ଓ୍ବେଷ୍ଟଇଣ୍ଡିଜ ଦଳ...

ଡେଭିସ୍‌ କପ୍‌ ମ୍ୟାଚ ନଭେମ୍ବରକୁ ଘୁଞ୍ଚିଲା

ନୂଆଦିଲ୍ଲୀ, ୨୩|୮ (ପି.ଟି.)- ପାକିସ୍ତାନ ବିପକ୍ଷ ଭାରତର ଡେଭିସ୍‌ କପ୍‌ ମ୍ୟାଚକୁ ନଭେମ୍ବରକୁ ଘୁଞ୍ଚାଇ ଦିଆଯାଇଛି। ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ ପରେ ଇଣ୍ଟରନ୍ୟାଶନାଲ ଟେନିସ...

ଜୋକୋଭିଚ୍‌ ସେମିଫାଇନାଲରେ

ପ୍ୟାରିସ, ୭ା୬-ସର୍ବିୟାର ନୋଭାକ ଜୋକୋଭିଚ୍‌ ଫ୍ରେଞ୍ଚ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ପୁରୁଷ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଜୋକୋଭିଚ୍‌ ୨୦୧୬ ପରେ ପ୍ରଥମ ଥର ଫ୍ରେଞ୍ଚ୍‌...

Leave a comment

Your email address will not be published. Required fields are marked *