ଓଡ଼ିଶାରେ ୪ଜି ସେବା ପାଇଁ ବିଏସ୍‌ଏନ୍‌ଏଲ୍‌ର ଯୋଜନା

ଭୁବନେଶ୍ୱର, ୧୯-୭,(ବ୍ୟୁରୋ): ଚଳିତ ବର୍ଷ ଶେଷ ସୁଦ୍ଧା ସାରା ଦେଶରେ ୪-ଜି ଇଣ୍ଟରନେଟ ସେବା ଯୋଗାଣ ଲାଗି ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌) ଯୋଜନା ରଖିଛି। ଏପରି ସ୍ଥିତିରେ ଓଡ଼ିଶାରେ କମ୍ପାନୀ ସେବା ଯୋଗାଣ ଲାଗି ମଧ୍ୟ ଲକ୍ଷ୍ୟ ରଖିଛି। ଏଥି ପାଇଁ ରାଜ୍ୟରେ ପ୍ରାୟ ୫୦୦ କୋଟି ଟଙ୍କା ନିବେଶ ହୋଇପାରେ ବୋଲି ବିଏସ୍‌ଏନ୍‌ଏଲ୍‌ ଓଡ଼ିଶା ସର୍କଲ ସିଜିଏମ୍‌ ଉଦୟ ଶଙ୍କର ପଣ୍ଡା ଗୁରୁବାର କହିଛନ୍ତି। ଏଠାରେ ଅନୁଷ୍ଠିତ ଏକ ଖବରଦାତା କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ଆଗାମୀ ଦିନରେ ଅଲ୍ଟା ହାଇସ୍ପିଡ ୫-ଜି ସେବା ଯୋଗାଣ ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯିବ। କମ୍ପାନୀ କେତେକ ଅଂଶୀଦାରଙ୍କ ସହ ଚୁକ୍ତି କରିଛି। ଏହି ଅବସରରେ ଭୁବନେଶ୍ୱରରେ ମୁଖ୍ୟ କାର୍ଯ୍ୟାଳୟଠାରେ ଏକ ଆଧାର ସେବା କେନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଛନ୍ତି। ରାଜ୍ୟର କମନ ସର୍ଭିସ ସେଣ୍ଟରଗୁଡିକରେ ଏଭଳି ୯୫ ସେଣ୍ଟରରେ ଆଧାର ସେବା ପ୍ରଦାନ କରାଯିବ। ସାରା ଦେଶରେ ୩୦୦୦ ସେଣ୍ଟରରେ ଏହି ସେବା ପ୍ରଦାନ ନେଇ ଯୋଜନା ରଖାଯାଇଛି। ଏଥିଲାଗି ୯୦ କୋଟି ଟଙ୍କା ଖର୍ଚ୍ଚ ହେବ। ଓଡିଶାରେ ଏଥି ଲାଗି ୩ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ରାଜ୍ୟରେ ଥିବା କମ୍ପାନୀର ଆସେଟ ମନେଟାଇଜେଶନ ନେଇ ପ୍ରସ୍ତାବ ରହିଥିବା ପଣ୍ଡା କହିଛନ୍ତି।


All Right Reserved By Dharitri.Com

ଷ୍ଟକ୍‌ ବଜାରରେ ଛାଇଗଲା ୩୭୦ ଧାରା ପ୍ରଭାବ

ମୁମ୍ବାଇ,୭-୮: ଦେଶର ଷ୍ଟକ୍‌ ବଜାର ପାଇଁ ଅନେକଗୁଡ଼ିଏ ନକରାମତ୍କ ସୂଚନା ରହିଥିଲେ ସୁଦ୍ଧା ସୋମବାର ଜମ୍ମୁ-କଶ୍ମୀରରେ ୩୭୦, ୩୫ଏ ଧାରା ଉଚ୍ଛେଦ ସୂଚନା ଛାଇ ରହିଥିଲା।...

ଜୁନିୟର କର୍ମଚାରୀଙ୍କୁ ୧ ଲକ୍ଷ ଲେଖାଏ ବୋନସ୍‌ ଦେଲା ଓ୍ବିପ୍ରୋ

ବେଙ୍ଗାଲୁରୁ,୧୯-୭: ଦେଶର ଅନ୍ୟତମ ପ୍ରମୁଖ ଆଇଟି କମ୍ପାନୀ ଓ୍ବିପ୍ରୋ ଲିମିଟେଡ ଏହାର ଜୁନିୟର କର୍ମଚାରୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ବୋନସ୍‌ ପ୍ରଦାନ କରିଛି। ଓ୍ବିପ୍ରୋରେ...

ପ୍ରଥମ ତ୍ରୈମାସରେ ଏଫ୍‌ଡିଆଇ ବଢ଼ିଛି ୨୮%

ନୂଆଦିଲ୍ଲୀ,୬-୯: ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସ(ଏପ୍ରିଲ-ଜୁନ୍‌)ରେ ଦେଶର ପ୍ରତ୍ୟକ୍ଷ ବିଦେଶୀ ନିବେଶ(ଏଫ୍‌ଡିଆଇ) ୨୮% ବୃଦ୍ଧି ପାଇଛି। ଏହି ସମୟରେ ୧.୧୭ ଲକ୍ଷ କୋଟି ଟଙ୍କା...

ଚୋକ୍‌ସିଙ୍କ ୨୪.୭୭ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୧୨।୭: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଠକେଇ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କ ଦେଶ ତଥା ବିଦେଶରେ ଥିବା ୨୪.୭୭ କୋଟି...

ନଭେମ୍ବରରେ ପୁଣି ପାସେଞ୍ଜର ଯାନ ବିକ୍ରି ହ୍ରାସ

ନୂଆଦିଲ୍ଲୀ,୧୧-୧୨: ଚଳିତ ବର୍ଷ ନଭେମ୍ବରରେ ପାସେଞ୍ଜର ଯାନ ବିକ୍ରି ପୁଣି ଥରେ ନକାରାତ୍ମକ ସ୍ଥିତିରେ ରହିଛି। ଅକ୍ଟୋବରରେ ଚାହିଦା ଉନ୍ନତ ହେବା ଯୋଗୁ ଗାଡି ବିକ୍ରି...

ନିଲାମୀରେ ବିକ୍ରି ହୋଇପାରିନି ସ୍ପେକ୍ଟ୍ରମ;ସରକାରଙ୍କର ୫.୪ଲକ୍ଷ କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ,୧୭-୯: ଗତ ନିଲାମୀରେ କିଛି ସ୍ପେକ୍ଟ୍ରମ ବିକ୍ରି ହୋଇପାରି ନ ଥିବାରୁ ସରକାରଙ୍କର ପ୍ରାୟ ୫.୪ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ବୋଲି ଉଦ୍ୟୋଗ...

କରୋନାର ପ୍ରଭାବରେ ଅର୍ଥବ୍ୟବସ୍ଥା ଟଳମଳ: ଭାରତର ଅଭିବୃଦ୍ଧି ହାରକୁ କମାଇଲା ମୁଡିଜ୍‌

ନୂଆଦିଲ୍ଲୀ,୧୭।୨: ପୃଥିବୀର ଦ୍ୱିତୀୟ ବୃହତମ ଅର୍ଥ ବ୍ୟବସ୍ଥା ଚାଇନାରେ ଦେଖାଦେଇଥିବା କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଅନ୍ତର୍ଜାତୀୟ ବଜାର ବେଶ୍‌ ପ୍ରଭାବିତ ହୋଇଛି। କରୋନା ଯୋଗୁ...

ମାଲ୍ୟାଙ୍କ ସମ୍ପତ୍ତି ଜବତକୁ ହାଇକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ,୧୨।୭ : ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବମ୍ବେ ହାଇକୋର୍ଟରୁ ଗୁରୁବାର ଜୋରଦାର ଝଟକା ଲାଗିଛି। ସମ୍ପତ୍ତି ଜବତ ଉପରେ କଟକଣା ଲାଗୁ କରିବା...

Leave a comment

Your email address will not be published. Required fields are marked *