Posted inଜାତୀୟ

ଭାରତର ମୁଖ୍ୟ ବିଭାଜନକାରୀ: ମୋଦିଙ୍କୁ ନେଇ ଟାଇମ୍‌ ପତ୍ରିକାର ବିବାଦୀୟ ଶୀର୍ଷକ

ଓ୍ବାଶିଂଟନ,୧୧ା୫(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଆମେରିକାର ଲୋକପ୍ରିୟ ପତ୍ରିକା ‘ଟାଇମ୍‌’ ପକ୍ଷରୁ କଭର ଷ୍ଟୋରି କରାଯାଇଛି, ଯାହାର ଶୀର୍ଷକ ରଖାଯାଇଛି ‘ଭାରତର ମୁଖ୍ୟ ବିଭାଜନକାରୀ’। ୨୦୧୯ ଲୋକ ସଭା ନିର୍ବାଚନର ଶେଷ ଦୁଇଟି ପର୍ଯ୍ୟାୟ ଭୋଟଗ୍ରହଣ ବାକି ଥିବାବେଳେ ଏହି ପ୍ରଚ୍ଛଦ କାହାଣୀକୁ ନେଇ ବିବାଦ ସୃଷ୍ଟି ହୋଇଛି।
‘ଟାଇମ୍‌’ ମେ ୨୦ ଅନ୍ତର୍ଜାତୀୟ ସଂସ୍କରଣର ମୁଖ୍ୟ ଶିରୋନାମା ରହିଛି ‘ଇଣ୍ଡିଆଜ୍‌ ଡିଭାଇଡର ଇନ୍‌ ଚିଫ୍‌’। ୟୁରୋପ, ମଧ୍ୟପ୍ରାଚ୍ୟ, ଏସିଆ ଓ ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ସଂସ୍କରଣରେ ମୋଦିଙ୍କୁ ନେଇ କଭର ଷ୍ଟୋରି କରାଯାଇଥିବାବେଳେ ଆମେରିକା ସଂସ୍କରଣ ୨୦୨୦ରେ ହ୍ବାଇଟ୍‌ ହାଉସ୍‌ ପାଇଁ ଦୌଡ଼ରେ ଥିବା ଡେମୋକ୍ରାଟ୍‌ ଏଲିଜାବେଥ୍‌ ଓ୍ବାରେନ୍‌ଙ୍କୁ ସ୍ଥାନିତ କରିଛି। ‘ଇଣ୍ଡିଆଜ୍‌ ଡିଭାଇଡର ଇନ୍‌ ଚିଫ୍‌’ ନିବନ୍ଧକୁ ଆତିଶ ତସୀର ଲେଖିଛନ୍ତି । ଆତିଶ ହେଉଛନ୍ତି ଭାରତୀୟ ସାମ୍ବାଦିକା ତଭଲିନ୍‌ ସିଂ ଓ ପାକିସ୍ତାନୀ ରାଜନେତା ତଥା ବ୍ୟବସାୟୀ ସ୍ବର୍ଗତ ସଲମାନ୍‌ ତସୀରଙ୍କ ପୁଅ। ସେହିପରି ଏଥିରେ ଆଉ ଏକ ଅତିରିକ୍ତ ନିବନ୍ଧ ପ୍ରକାଶ ପାଇଛି, ଯାହାର ଶୀର୍ଷକ ହେଉଛି ‘ମୋଦି ଦି ରିଫର୍ମର’। ଏହାକୁ ରାଜନୈତିକ ବିଶ୍ୱସ୍ତରୀୟ ଗବେଷଣା ଓ ପରାମର୍ଶଦାତା ସଂସ୍ଥା ୟୁରେସିଆ ଗ୍ରୁପ୍‌ ପ୍ରତିଷ୍ଠାତା ଅଧ୍ୟକ୍ଷ ଇଆନ୍‌ ବ୍ରେମର ଲେଖିଛନ୍ତି। ପତ୍ରିକାର ପ୍ରଚ୍ଛଦରେ ୬୮ ବର୍ଷୀୟ ମୋଦିଙ୍କ ତୈଳଚିତ୍ର ରହିଛି। ଏହାର ଅନ୍ୟ ନିବନ୍ଧଗୁଡ଼ିକର ଶୀର୍ଷକ ହେଉଛି ‘ମୋଦି ସରକାରଙ୍କ ଆଉ ୫ ବର୍ଷର ଶାସନକୁ ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର ସହ୍ୟ କରିପାରିବ କି’, ଯାହାକୁ ଆତିଶ ଲେଖିଛନ୍ତି ଏବଂ ବ୍ରେମରଙ୍କ ଦ୍ୱାରା ପ୍ରସ୍ତୁତ ‘ମୋଦି ହେଉଛନ୍ତି ଭାରତର ଅର୍ଥନୈତିକ ସଂସ୍କାର ପାଇଁ ସର୍ବୋତ୍ତମ ଆଶା’।
ଆତିଶଙ୍କ ନିବନ୍ଧରେ ଉଲ୍ଲେଖ କରାଯାଇଛି ଯେ, ୨୦୧୪ରେ ମୋଦି ଆଶାର ଏକ ବାତାବରଣ ସୃଷ୍ଟି କରିବା ଲାଗି ଫାଇଦା ନେଇପାରିଥିଲେ। ସେ ସାଂସ୍କୃତିକ ଆକ୍ରୋଶକୁ ଅର୍ଥନୈତିକ ପ୍ରତିଶ୍ରୁତିରେ ପରିଣତ କରିପାରିଥିଲେ। ସେତେବେଳେ ମୋଦି ଗୋଟିଏପଟେ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପଥ ଉନ୍ମୁକ୍ତ କରିବାର ପ୍ରତିଶ୍ରୁତି ଦେଇ ଜଣେ ତ୍ରାଣକର୍ତ୍ତା ସାଜିଥିବାବେଳେ ଅନ୍ୟପଟେ ହିନ୍ଦୁତ୍ୱର ପୁନରୁତ୍ଥାନ ଲାଗି ନିଜକୁ ଉପସ୍ଥାପିତ କରିଥିଲେ। ବର୍ତ୍ତମାନ ସେ ନିଜ ପ୍ରତିଶ୍ରୁତି ରଖିବାରେ ବିଫଳ ହୋଇଥିବା ଜଣେ ରାଜନେତା, ଯିଏକି ପୁନଃ ନିର୍ବାଚିତ ହେବା ପାଇଁ ଉଦ୍ୟମ ଚଳାଇଛନ୍ତି। ମୋଦିଙ୍କ କେବଳ ଅର୍ଥନୈତିକ ଚମତ୍କାର ବାସ୍ତବ ରୂପ ନେବାରେ ବିଫଳ ହୋଇନାହିଁ, ବରଂ ସେ ଭାରତରେ ଧର୍ମଭିତ୍ତିକ ବିଷାକ୍ତ ଜାତୀୟତାବାଦର ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଛନ୍ତି ବୋଲି ଆତିଶ ଲେଖିଛନ୍ତି। ସମସ୍ତଙ୍କ ପାଇଁ ବିକାଶର ପ୍ରତିଶ୍ରୁତିରୁ ଦୂରେଇ ଯାଇ ମୋଦି ଏଭଳି ଏକ ସଫଳତା ହାସଲ କରିଛନ୍ତି, ଯେଉଁଠି ଭାରତୀୟମାନେ ନିଜ ବୈଷମ୍ୟକୁ ନେଇ ଅତ୍ୟନ୍ତ ପ୍ରଭାବିତ। ମୋଦି କଂଗ୍ରେସ ନେତୃତ୍ୱାଧୀନ ଏକ ଦୁର୍ବଳ ବିରୋଧୀ ମେଣ୍ଟ ପାଇଥିବାରୁ ଭାଗ୍ୟବାନ। ବିରୋଧୀ କଂଗ୍ରେସ ବଂଶବାଦ ନୀତି ବ୍ୟତୀତ ବିଶେଷ କିଛି ଦେଇପାରିବ ନାହିଁ ବୋଲି ନିବନ୍ଧରେ ଉଲ୍ଲେଖ କରାଯାଇଛି। ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଧର୍ମନିରପେକ୍ଷ ବିଚାରଧାରା ସହ ମୋଦିଙ୍କ ଶାସନରେ ଦେଖାଦେଇଥିବା ସାମାଜିକ ‘ଉତ୍ତେଜନା’କୁ ନେଇ ତୁଳନା କରାଯାଇଛି। ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଭ୍ରାତୃଭାବ ବୃଦ୍ଧି ଦିଗରେ ମୋଦି ଆଗ୍ରହୀ ନ ଥିବା ଏଥିରେ କୁହାଯାଇଛି। ଏହାସହ ୨୦୦୨ରେ ଅନେକ ଜୀବନ ନେଇଥିବା ଗୁଜରାଟ ଦଙ୍ଗା ସମ୍ପର୍କରେ ମଧ୍ୟ ଆତିଶ ଅବତାରଣା କରିଛନ୍ତି। ମୋଦିଙ୍କୁ ନେଇ ‘ଟାଇମ୍‌’ର ଏପରି ଉପସ୍ଥାପନା ପ୍ରଥମ ନୁହେଁ। ଏହା ପୂର୍ବରୁ ୨୦୧୨ରେ ଏହି ପତ୍ରିକା ତାଙ୍କୁ ଜଣେ ବିବାଦୀୟ, ମହତ୍ତ୍ୱାକାଂକ୍ଷୀ ଓ ଚାଲାକ ରାଜନେତା ଭାବେ ଅଭିହିତ କରିଥିଲା।
ଅନ୍ୟପକ୍ଷରେ ବ୍ରେମରଙ୍କ ନିବନ୍ଧରେ ମୋଦିଙ୍କ ଅର୍ଥନୈତିକ ରେକର୍ଡକୁ ମିଶ୍ରିତ ବୋଲି ଦର୍ଶାଯାଇଛି। ଭାରତ ଏବେ ମଧ୍ୟ ପରିବର୍ତ୍ତନ ଚାହୁଁଛି ଏବଂ ବିକାଶ ଆଣିବା ସକାଶେ ମୋଦିଙ୍କ ଉପରେ ଲୋକଙ୍କ ଭରସା ରହିଛି। ସେ ଚାଇନା, ଆମେରିକା ଓ ଜାପାନ ସହିତ ସମ୍ପର୍କରେ ଉନ୍ନତି ଆଣିଛନ୍ତି। ତାଙ୍କ ବିକାଶ କାର୍ଯ୍ୟସୂଚୀ ଭାରତର କୋଟି କୋଟି ଲୋକଙ୍କ ଜୀବନ ଓ ଭବିଷ୍ୟତ ବଦଳାଇବାରେ ସକ୍ଷମ ହୋଇଛି ବୋଲି ବ୍ରେମର ଲେଖିଛନ୍ତି।


All Right Reserved By Dharitri.Com

କେଜରିଓ୍ବାଲଙ୍କ ବିପକ୍ଷରେ ନିର୍ବାଚନ ଲଢିବେ ନିର୍ଭୟାଙ୍କ ମା’!

ନୂଆଦିଲ୍ଲୀ,୧୭।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରି ଚାଲିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା...

ତାପ୍ତି ନଦୀର ଜଳସ୍ତର ବୃଦ୍ଧି ଯୋଗୁ ଖୁସି ମନାଇଲେ ଲୋକେ

ବେତୁଲ,୮।୮: ମଧ୍ୟପ୍ରଦେଶର ବେତୁଲରେ ବହିଯାଇଛି ତାପ୍ତି ନଦୀ। ଚଳିତ ବର୍ଷାରେ ଏହାର ଜଳସ୍ତର ବୃଦ୍ଧି ପାଇଥିବାରୁ ଏଠାକାର ଲୋକେ ଖୁସି ମନାଇଛନ୍ତି। ତେବେ ଦୀର୍ଘ ୩...

ବାରମୁଳାରୁ ୨ ଆତଙ୍କବାଦୀ ଗିରଫ: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର,୨୭।୮: ଜମ୍ମୁ-କଶ୍ମୀର ବାରମୁଳାରୁ ୨ ଆତଙ୍କବାଦୀ ଗିରଫ ହୋଇଛନ୍ତି। ଏହା ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ଏନେଇ ସିଆର୍‌ପିଏଫ୍‌ ୫୩ ବାଟାଲିୟନ୍‌...

ମିଛ ବିଇଡି ସାର୍ଟିଫିକେଟ୍‌ ଦେଇ ସରକାରୀ ଶିକ୍ଷକ ହୋଇଥିଲେ, ଏବେ ୨୦ ବର୍ଷର ଦରମା ଫେରେଇବେ

ଲକ୍ଷ୍ନୌ, ୧୦।୯: ନକଲି ବିଇଡି ସାର୍ଟିଫିକେଟ୍‌ ଦେଇ ଚାକିରି କରୁଥିଲେ। ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୨୦ ବର୍ଷ ସରକାରୀ ଶିକ୍ଷକ ଭାବେ...

ଗୁଗୁଲ୍‌ ମୋ ପଢିବା ଅଭ୍ୟାସ ବିଗାଡି ଦେଇଛି: ମୋଦି

ନୂଆଦିଲ୍ଲୀ,୨୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଆକାଶବାଣୀରେ ତାଙ୍କର ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍‌ବୋଧନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ମୁଁ...

ପ୍ରଚାର ସମୟରେ ସାପ ସହ ଖେଳିଲେ ପ୍ରିୟଙ୍କା: ଭିଡିଓ ଭାଇରାଲ

ରାୟବରେଲୀ,୨।୫: ନିର୍ବାଚନୀ ପ୍ରଚାର ସମୟରେ ନେତାଙ୍କ ବହୁ ରଙ୍ଗ ଦେଖିବାକୁ ମିଳିଥାଏ। କେତେବେଳେ ନିର୍ବାଚନ ଭାଷଣ ତ କେତେବେଳେ ଭୋଟରଙ୍କ ସହ ସାକ୍ଷାତକାର। କିନ୍ତୁ କଂଗ୍ରେସ...

ଶିଶୁ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ସଚ୍ଚିନ

ନୂଆଦିଲ୍ଲୀ,୪।୧: ରାଜସ୍ଥାନର କୋଟାରେ ଶିଶୁ ମୃତ୍ୟୁ କମିବାର ନାଁ ନେଉନାହିଁ। ଶନିବାର ସୁଦ୍ଧା କୋଟାର ଜେକେ ଲୋନ ହସ୍ପିଟାଲରେ ପ୍ରାୟ ୧୦୭ଜଣ ଶିଶୁଙ୍କର ମୃତ୍ୟୁ ଏବେ...

ଭାରତର ହେଲା ରାଫେଲ: ପହଞ୍ଚିବାକୁ ଲାଗିବ ୮ ମାସ, ଉଡିବାକୁ ୧୮ ମାସ

ନୂଆଦିଲ୍ଲୀ,୯।୧୦: ଦୀର୍ଘ ଦିନର ଅପେକ୍ଷା ପରେ ଏବେ ଭାରତର ହୋଇଛି ଯୁଦ୍ଧ ବିମାନ ରାଫେଲ। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଫ୍ରାନ୍ସରେ ପ୍ରଥମ ରାଫେଲ ବିମାନକୁ...

Leave a comment

Your email address will not be published. Required fields are marked *