Posted inଖେଳ

ହଲ ଅଫ୍‌ ଫେମ ଓପନରୁ ରାମକୁମାର ବାଦ୍‌

ନ୍ୟୁପୋର୍ଟ(ୟୁଏସ୍‌ଏ),୧୮ା୭(ପିଟି)- ଏଠାରେ ଚାଲିଥିବା ହଲ ଅଫ୍‌ ଫେମ ଓପନ ଟେନିସ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡରୁ ରାମକୁମାର ରମାନାଥନ ସିଧାସଳଖ ସେଟ୍‌ରେ ଫ୍ରାନ୍ସର ଉଗୋ ହମବର୍ଟଙ୍କଠାରୁ ପରାଜୟ ବରଣ କରିଛନ୍ତି। ଗତ ବର୍ଷ ଏଠାରେ ରନର୍ସ ଅପ୍‌ ହୋଇଥିବା ରାମକୁମାର ୬(୫)-୭, ୦-୬ ସେଟ୍‌ରେ ପରାସ୍ତ ହୋଇଛନ୍ତି। ଏହି ପରାଜୟ ତାଙ୍କ ର଼୍ୟାଙ୍କିଙ୍ଗ୍‌କୁ ନିଶ୍ଚିତ ପ୍ରଭାବିତ କରିବ। ବର୍ତ୍ତମାନ ସେ ଏଟିପି ର଼୍ୟାଙ୍କିଙ୍ଗ୍‌ର ୧୩୪ତମ ସ୍ଥାନରେ ଥିବା ରମାନାଥନ ୧୮୧ତମ ମାନ୍ୟତାକୁ ଖସି ଯାଇପାରନ୍ତି। ଅନ୍ୟପକ୍ଷରେ ଭେଟେରାନ ଲିଆଣ୍ଡର ପେସ ଓ ତାଙ୍କ ନ୍ୟୁଜିଲାଣ୍ଡ ସାଥୀ ମାର୍କୁସ ଡାନିଏଲ ପୁରୁଷ ଡବଲ୍ସ ବର୍ଗରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପେସ ଓ ଡାନିଏଲ ୨-୬, ୬-୨, ୧୦-୫ ସେଟ୍‌ରେ ଅଷ୍ଟ୍ରେଲିଆର ଲୁକ ସାଭିଲେ ଓ ମ୍ୟାକ୍ସ ପରସେଲଙ୍କୁ ହରାଇଛନ୍ତି। ଇଣ୍ଡୋ-ନ୍ୟୁଜିଲାଣ୍ଡ ଯୋଡ଼ି ପରବର୍ତ୍ତୀ ରାଉଣ୍ଡରେ ମାଥ୍ୟୁ ଇବଡେନ ଓ ରବର୍ଟ ଲିଣ୍ଡଷ୍ଟଟଙ୍କୁ ଭେଟିବେ।


All Right Reserved By Dharitri.Com

Posted inଖେଳ View All

ଏସିଆନ ୟୁଥ୍‌ ବକ୍ସିଂ: ଭାରତକୁ ୬ ପଦକ ମିଳିବା ନିଶ୍ଚିତ

ଉଲାନବାତାର,୧୪।୧୧(ପି.ଟି.)- ମଙ୍ଗୋଲିଆର ଉଲାନବାତାରଠାରେ ଚାଲିଥିବା ଏସିଆନ ୟୁଥ୍‌ ବକ୍ସିଂ ଚାମ୍ପିୟନଶିପ୍‌ରେ ଭାରତୀୟ ପ୍ରତିଯୋଗୀମାନେ ବୁଧବାର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଏଥିରେ ୬ ଭାରତୀୟ ବକ୍ସର ସେମିଫାଇନାଲରେ...

ମନ ଜିତିଲେ ବିରାଟ

ନୂଆଦିଲ୍ଲୀ, ୨୮।୭- ମୁମ୍ବାଇର ବରେଲିସ୍ଥିତ ଏନ୍‌ଏସ୍‌ସିଆଇ ଡୋମଠାରେ ଶନିବାର ୟୁ ମୁମ୍ବା ଓ ପୁନେରି ପଲଟନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ...

ମାଲିଙ୍ଗାଙ୍କ ୟୁ-ଟର୍ନ

କଲମ୍ବୋ, ୨୧।୧୧ (ପି.ଟି.)- ୨୦୨୦ରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଇସିସି ଟି୨୦ ବିଶ୍ୱକପ୍‌ ପରେ କ୍ରିକେଟ୍‌ରୁ ଅବସର ନେବାକୁ ଶ୍ରୀଲଙ୍କା ଦ୍ରୁତ ବୋଲର ଲସିଥ୍‌ ମାଲିଙ୍ଗା...

ପୂର୍ବତନ ଅଲିମ୍ପିକ ଚାମ୍ପିୟନ ଲି’ଙ୍କ ଅବସର

ନୂଆଦିଲ୍ଲୀ, ୧୮।୧୦ (ପି.ଟି.)- ପୂର୍ବତନ ଅଲିମ୍ପିକ ଚାମ୍ପିୟନ ଲି ଜୁଇ ରୁଇ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନରୁ ଅବସର ଘୋଷଣା କରିଛନ୍ତି। ଓ୍ବାଲର୍‌ଡ ବ୍ୟାଡ୍‌ମିଣ୍ଟନ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ପକ୍ଷରୁ...

ରୋହିତ-ଅଗ୍ରଓ୍ବାଲଙ୍କ ରେକର୍ଡ

ବିଶାଖାପାଟଣା,୩।୧୦(ପିଟି): ରୋହିତ ଶର୍ମା ଓ ମୟଙ୍କ ଅଗ୍ରଓ୍ବାଲ ଗୁରୁବାର ଟେଷ୍ଟ କ୍ରିକେଟ ଇତିହାସରେ ୩ୟ ଭାରତୀୟ ଓପନିଂ ଯୋଡ଼ି ଭାବେ ୩୦୦ ରନ୍‌ର ଭାଗୀଦାରି କରିଛନ୍ତି।...

ଓସିଏ ନିର୍ବାଚନ: ଅକ୍ଟୋବର ୨୦ ସୁଦ୍ଧା ସରିବ

କଟକ ଅଫିସ,୩୦ା୮- ଆସନ୍ତା ଅକ୍ଟୋବର ୨୦ ତାରିଖ ମଧ୍ୟରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର କର୍ମକର୍ତ୍ତା ନିର୍ବାଚନ ହେବ। ଏ ନେଇ ଗୁରୁବାର ଓସିଏର ନିର୍ବାଚନ ଅଧିକାରୀ...

ଭାରତ ଏ’ ପାଇଁ ଖେଳିବେ ଧାଓ୍ବନ

ନୂଆଦିଲ୍ଲୀ,୩୧।୮(ପି.ଟି.)- ଖରାପ ଫର୍ମ ଦେଇ ଗତି କରୁଥିବା ଅଭିଜ୍ଞ ଭାରତୀୟ ଓପନର ଶିଖର ଧାଓ୍ବନ ଭାରତ ଏ’ ପାଇଁ ଖେଳିବେ। ଫର୍ମ ଫେରିପାଇବା ପାଇଁ ସେ...

ବାଦ୍‌ ପଡ଼ିଲେ ହାସନ ଅଲି

କରାଚୀ,୨୧।୧୦- ପାକିସ୍ତାନ ପେସର ହାସନ ଅଲି ଅଣ୍ଟା ଜନିତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ସମାନ କାରଣରୁ ଗତ ବିଶ୍ୱକପ୍‌ଠାରୁ...

Leave a comment

Your email address will not be published. Required fields are marked *