Posted inଖେଳ

ସିନ୍ଧୁ କ୍ୱାର୍ଟରଫାଇନାଲରେ

ଜାକର୍ତ୍ତା, ୧୮ା୭ (ପି.ଟି.)- ଭାରତର ଟପ୍‌ ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ପି. ଭି. ସିନ୍ଧୁ ଏଠାରେ ଚାଲିଥିବା ଇଣ୍ଡୋନେସିଆନ ଓପନ୍‌ ମହିଳା ସିଙ୍ଗଲ୍ସ ପ୍ରତିଯୋଗିତାର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ସେ ଏକ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ଅଣ ସିଡ୍‌ ତଥା ଡେନମାର୍କର ମିଆ ବ୍ଲିଚଫିଲ୍‌ଡେଟ୍‌ଙ୍କୁ ୨୧-୧୪, ୧୭-୨୧, ୨୧-୧୧ରେ ହରାଇ ଦେଇଛନ୍ତି। ବିଶ୍ୱର ଏହି ୧୩ ନମ୍ବର ଖେଳାଳିଙ୍କ ବିପକ୍ଷରେ ସିନ୍ଧୁଙ୍କ ତୃତୀୟ ବିଜୟ। ଭାରତୀୟ ଷ୍ଟାର ଖେଳାଳି ଏହା ପୂର୍ବରୁ ଇଣ୍ଡିଆନ ଓପନ୍‌ ଏବଂ ସିଙ୍ଗାପୁର ଓପନରେ ବ୍ଲିଚଫିଲ୍‌ଡେଟ୍‌ ସିଧାସଳଖ ଗେମ୍‌ରେ ପରାସ୍ତ କରିଥିଲେ। ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ସୁପର ୧୦୦୦ ଟୁର୍ନାମେଣ୍ଟର କ୍ୱାର୍ଟରଫାଇନାଲରେ ସିନ୍ଧୁ ମାଲେସିଆର ସୋନିଆ ଚେ କିମ୍ବା ଜାପାନର ତଥା ତୃତୀୟ ସିଡ୍‌ ନୋଜୋମି ଓକୁହାରାଙ୍କ ସହିତ ମୁକାବିଲା କରିବେ। ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାକ୍‌ ଶେଟ୍ଟି ଦ୍ୱିତୀୟ ରାଉଣ୍ଡରେ ସ୍ଥାନୀୟ ଯୋଡ଼ି ମାର୍କସ ଫର୍ନାଲ୍‌ଡି ଗିଡେଅନ୍‌ ଏବଂ କେଭିନ୍‌ ସଞ୍ଜୟ ସୁକାମୁଲ୍‌ଜୋଙ୍କଠାରୁ ୧୫-୨୧, ୧୪-୨୧ ଗେମ୍‌ରେ ପରାସ୍ତ ହୋଇଯାଇଛନ୍ତି।


All Right Reserved By

Posted inଖେଳ

୨୦୨୨ ବିଶ୍ୱକପ୍‌ରେ ୩୨ ଟିମ୍‌

ଲାଉସେନ, ୨୩।୫(ଏଏଫ୍‌ପି)- ୨୦୨୨ କାତାରରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ରେ ୪୮ଟି ଟିମ୍‌କୁ ସାମିଲ କରିବା ନେଇ ଫୁଟ୍‌ବଲର ସର୍ବୋଚ୍ଚ ସଂସ୍ଥା କରିଥିବା ଯୋଜନାରୁ ଓହରି...

୨୨ ବର୍ଷିୟା ଆଥ୍‌ଲେଟଙ୍କ ଅବସର

ଭିଲନିଅସ(ଲିଥୁଆନିଆ),୨୨।୫- ପୂର୍ବତନ ଅଲିମ୍ପିକ୍‌ ସନ୍ତରଣ ଚାମ୍ପିୟନ ରୁଟା ମେଇଲୁଟାଇଟ ବୁଧବାର ଅବସର ଗ୍ରହଣ କରିଛନ୍ତି। କ୍ରମାଗତ ୩ଟି ଡୋପ ଟେଷ୍ଟର ସମ୍ମୁଖୀନ ହୋଇ ନ ପାରିବାରୁ...

କ୍ୟୁରେଟର ଦଲ୍‌ଜିତଙ୍କୁ କୋହଲି, ଶାସ୍ତ୍ରୀଙ୍କ ସମ୍ବର୍ଦ୍ଧନା

ମୋହଲି, ୧୯।୯(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ହେଡ୍‌ କୋଚ୍‌ ରବି ଶାସ୍ତ୍ରୀ ବୁଧବାର ଅଭିଜ୍ଞ କ୍ୟୁରେଟର ଦଲଜିତ୍‌ ସିଂଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏଠାରେ...

ସ୍ବିତୋଲିନା ସେମିଫାଇନାଲରେ

ନ୍ୟୁୟର୍କ,୪ା୯- ପଞ୍ଚମ ସିଡ୍‌ ତଥା ୟୁକ୍ରେନ୍‌ର ଏଲିନା ସ୍ବିତୋଲିନା ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଚାମ୍ପିୟନଶିପ୍‌ ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଏକ...

ସାକ୍ଷୀ, ଭିନେଶଙ୍କୁ ବ୍ରୋଞ୍ଜ ପଦକ

ଜିଆନ୍‌ (ଚାଇନା), ୨୬ା୪ (ପି.ଟି.)-ଏଠାରେ ଚାଲିଥିବା ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳାମାନେ ବିନା ସ୍ବର୍ଣ୍ଣରେ ସେମାନଙ୍କ ଅଭିଯାନ ଶେଷ କରିଛନ୍ତି। ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ...

କୋହଲି, ଧୋନୀଙ୍କଠାରୁ ବି ଅଧିକ ଦାମୀ ଗାଡ଼ି ଚଲାଉଛନ୍ତି ପାଣ୍ଡ୍ୟା

ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିକଟରେ ଏକ ଲମ୍ବୋରଘିନି କାର୍‌ କିଣିଛନ୍ତି। ଏହି କାର୍‌ରେ ପାଣ୍ଡ୍ୟା ନିଜ ବଡ଼ ଭାଇ କୃନାଲଙ୍କ ସହ...

ପ୍ରେସିଡେଣ୍ଟ କପ୍‌ ସେମିରେ ବିଧୁରି

ନୂଆଦିଲ୍ଲୀ, ୨୫।୭ (ପି.ଟି.)- ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ବକ୍ସର ଗୌରବ ବିଧୁରି (୫୬ କିଗ୍ରା) ଫିଲିପାଇନ୍ସଠାରେ ଚାଲିଥିବା ପ୍ରେସିଡେଣ୍ଟ କପ୍‌ ସେମିଫାଇନାଲରେ...

ରାନ୍‌କୀ ରେଡ୍ଡୀ-ପୋନ୍ନାପାଙ୍କ ବୃହତ୍‌ ବିଜୟ

ବ୍ୟାଙ୍କକ୍‌,୩୧।୭(ପିଟି)- ଭାରତୀୟ ମିକ୍ସଡ୍‌ ଡବଲ୍ସ ଖେଳାଳି ସାତ୍ୱିକ ସାଇରାଜ ରାନ୍‌କୀ ରେଡ୍ଡୀ ଓ ଅଶ୍ୱିନୀ ପୋନ୍ନାପାଙ୍କ ଯୋଡ଼ି କ୍ୟାରିୟରର ଅନ୍ୟତମ ବୃହତ୍‌ ବିଜୟ ହାସଲ କରିଛନ୍ତି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *