କ୍ୟାନସରରୁ ରକ୍ଷା କରେ ସୋରିଷ ଶାଗ

ସୋରିଷ ଶାଗ ଅନେକଙ୍କର ପ୍ରିୟ। ଏହି ସ୍ବାଦିଷ୍ଟ ବ୍ୟଞ୍ଜନରେ ପୋଷକ ତତ୍ତ୍ୱ ଭରପୂର୍‌ ମାତ୍ରାରେ ଥାଏ, ଯାହା ଶରୀରକୁ ଅନେକ ପ୍ରକାର ରୋଗରୁ ରକ୍ଷାକରେ। ଏଥିରେ ଥିବା ପ୍ରୋଟିନ୍‌, ପଟାସିୟମ୍‌, ଭିଟାମିନ୍‌, ମ୍ୟାଗ୍ନେସିୟମ ଏବଂ ନ୍ୟୁଟ୍ରିସନ୍‌ କ୍ୟାନସର୍‌ ଭଳି ରୋଗର ବି ନିଦାନ କରିଥାଏ। ଏହି ଶାଗରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଥାଏ, ଯାହା ଶରୀରକୁ ଡିଟକ୍ସିଫାଇ କରି ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ। ଏହାର ସେବନ ଦ୍ୱାରା ଶରୀରକୁ ୬ ପ୍ରକାରର(ବ୍ଲାଡର୍‌, ପେଟ, ସ୍ତନ, ଫୁସ୍‌ଫୁସ୍‌, ପ୍ରୋଷ୍ଟେଟ୍‌ ଏବଂ ଓଭାରୀ) କ୍ୟାନସର୍‌ରୁ ରକ୍ଷା ମିଳିଥାଏ। କାରଣ ଏଥିରେ ଥିବା ବିଭିନ୍ନ ପ୍ରକାର ଜରୁରୀ ପୋଷକତ୍ବ କ୍ୟାନସର୍‌ କୋଷିକାକୁ ନଷ୍ଟ କରିବାରେ ସାହାଯ୍ୟ କରିଥାନ୍ତି। ଏହି ଶାଗରେ ଭିଟାମିନ୍‌ ‘ଏ’ ପ୍ରଚୁର ପରିମାଣରେ ଥିବାରୁ ଏହା ଦୃଷ୍ଟିଶକ୍ତି ପ୍ରଖର କରେ। ସୋରିଷ ଶାଗ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟୋରଲ୍‌ ସ୍ତର ହ୍ରାସ ପାଇଥାଏ। ଯାହାଦ୍ୱାରା ହାର୍ଟଆଟାକ୍‌, ହାଇପର୍‌ ଟେନସନ୍‌ ଏବଂ ହୃତ୍‌ପିଣ୍ଡ ସମ୍ବନ୍ଧିତ ଅନ୍ୟ ଗମ୍ଭୀର ରୋଗର ଆଶଙ୍କା ନ ଥାଏ।


All Right Reserved By Dharitri.Com

ଲ୍ୟୁକେମିଆର ସହଜ ଚିକିତ୍ସା

ଲ୍ୟୁକେମିଆ ରୋଗୀଙ୍କ ପାଇଁ ଖୁସି ଖବର। ଏହି ରୋଗର ଏକ ସରଳ ଚିକିତ୍ସା ପ୍ରଣାଳୀ ନିକଟରେ ଉଦ୍ଭାବିତ ହୋଇଛି। ଦୀର୍ଘ ୫ବର୍ଷ ଗବେଷଣା କରି ଲଣ୍ଡନ...

ଏମାନଙ୍କୁ ପଣସ ଖାଇବା ମନା

ଖରାଦିନେ ପାଚିଲା ପଣସ ଖାଇବାକୁ ଅନେକ ଲୋକ ପସନ୍ଦ କରି ଥାଆନ୍ତି। ହେଲେ ପଣସ ମଧ୍ୟ ଶରୀରରେ ଅନେକ କ୍ଷତି କରିଥାଏ ବୋଲି ନିକଟରେ ବିଶେଷଜ୍ଞମାନେ...

ଶୀତଦିନେ କମଳା ବେଶ୍‌ ସ୍ବାସ୍ଥ୍ୟପ୍ରଦ

ଶୀତଦିନେ ସ୍ବାସ୍ଥ୍ୟ ପାଇଁ କମଳା ବେଶ୍‌ ଲାଭଦାୟକ ହୋଇଥାଏ। କାରଣ ଏଥିରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ-ସି ରହିଥାଏ। ଏହା ଖାଇବା ପାଇଁ ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ...

ମାସରେ ଥରେ ଦୁଇ ଥର କରନ୍ତୁ ଏପରି ମନ ରହିବ ହାଲ୍‌କା…

ହସିବା ଦ୍ୱାରା ମନ ହାଲ୍‌କା ରହିବା ସହ ଶରୀର ସୁସ୍ଥ ରହିିଥାଏ। କିନ୍ତୁ ବେଳେବେଳେ କାନ୍ଦିବା ଦ୍ୱାରା ମଧ୍ୟ ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ।...

ରୁଟିରେ ଗୁଆଘିଅ ଲଗାଇ ଖାଇଲେ ଓଜନ କମିବ

ସୁସ୍ଥ ରହିବା ପାଇଁ ସ୍ବାସ୍ଥ୍ୟକର ଖାଦ୍ୟ ଏବଂ ଉନ୍ନତ ଜୀବନଶୈଳୀର ଆବଶ୍ୟକତା ରହିଛି। ହେଲେ ଆଜିକାଲିର ଲୋକମାନେ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ପରିବର୍ତ୍ତେ ଜଙ୍କ୍‌ ଫୁଡ୍‌...

ଯନ୍ତ୍ରଣାରୁ ଉପଶମ ଦେବ ଡିଭାଇସ୍‌

ଆଜିକାଲିର ଇଲେକଟ୍ରୋନିକ୍‌ ଯୁଗରେ ଡିଭାଇସ୍‌କୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଛି। ଏହି ତାଲିକାରେ ସ୍ବିଡେନ୍‌ର ବୈଜ୍ଞାନିକ ଆଉ ଏକ କଥା ଯୋଡିଛନ୍ତି। ସେମାନେ ତିନିବର୍ଷ ପରିଶ୍ରମ...

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ କଳାଜିରା

କଳାଜିରା ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। କଳାଜିରାରେ ଥିବା ଭିଟାମିନ, ଆମିନୋ ଏସିଡ, ଆଇରନ, ସୋଡିୟମ, ପୋଟାସିୟମ, କ୍ୟାଲସିୟମ, ଏଲ୍କୋଲାଇଡସ ଓ ଭେଲାଟାଇଲ...

ବର୍ଷାଦିନିଆ ତ୍ୱଚାର ଯତ୍ନ ସମ୍ପର୍କରେ କିଛି ଟିପ୍ସ

ବର୍ଷାଋତୁରେ ଅନେକ ତ୍ୱଚା ସମସ୍ୟା ଦେଖାଯାଇଥାଏ। କେବଳ ତରୁଣୀ ନୁହନ୍ତି, ଏହି ସମସ୍ୟା ପୁରୁଷମାନଙ୍କଠାରେ ମଧ୍ୟ ଦେଖାଯାଇଥାଏ। କିନ୍ତୁ କିଶୋରୀମାନେ ଏହାକୁ ନେଇ ଅଧିକ ଚିନ୍ତିତ...

Leave a comment

Your email address will not be published. Required fields are marked *