Posted inଖେଳ

୩ ବର୍ଷର ବ୍ୟବଧାନ ପରେ ଦୁରାଣ୍ଡ କପ୍‌

କୋଲକାତା, ୧୮।୭- ବିଶ୍ୱର ୩ୟ ତଥା ଏସିଆର ସର୍ବପୁରାତନ ଫୁଟ୍‌ବଲ ଟୁର୍ନାମେଣ୍ଟ ଦୁରାଣ୍ଡ କପ୍‌ର ୧୨୯ତମ ସଂସ୍କରଣ ଅଗଷ୍ଟ ୨ରୁ ସ୍ଥାନୀୟ ସଲ୍ଟଲେକ୍‌ ଷ୍ଟାଡିୟମଠାରେ ଆରମ୍ଭ ହେବ। ଉଦ୍‌ଘାଟନୀ ଦିବସରେ କୋଲକାତାର ଦୁଇ ଜଣାଶୁଣା କ୍ଲବ ମୋହନ ବାଗାନ ଓ ମହମ୍ମଦାନ ସ୍ପୋର୍ଟିଂ ପରସ୍ପରକୁ ଭେଟିବ। ତିନି ବର୍ଷର ବ୍ୟବଧାନ ପରେ ଏହି ସମ୍ମାନଜନକ ଟୁର୍ନାମେଣ୍ଟ ପୁଣିଥରେ ଆରମ୍ଭ ହୋଇଛି। ଶେଷଥର ପାଇଁ ୨୦୧୬ରେ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଏଥିରେ ନେରୋକା ଏଫ୍‌ସିକୁ ପରାସ୍ତ କରି ଆର୍ମି ଗ୍ରୀନ୍‌ ଟାଇଟଲ୍‌ ବିଜୟୀ ହୋଇଥିଲା। ଚଳିତଥର ଆଇ-ଲିଗ୍‌ ଓ ଆଇଏସ୍‌ଏଲ୍‌କୁ ମିଶାଇ ମୋଟ୍‌ ୧୬ ଟିମ୍‌ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି। ଚାମ୍ପିୟନ ଦଳକୁ ୪୦ ଲକ୍ଷ ଏବଂ ରନର୍ସଅପ୍‌ ଦଳକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସେହିଭଳି ସେମିଫାଇନାଲରୁ ବିଦାୟ ନେଇଥିବା ଦୁଇ ଦଳ ୫ ଲକ୍ଷ ଲେଖାଏ ଟଙ୍କା ପାଇବେ। ୧୮୮୮ରେ ପ୍ରଥମଥର ଲାଗି ଆର୍ମି କପ୍‌ ଭାବେ ଏହି ଟୁର୍ନାମେଣ୍ଟ ଆରମ୍ଭ ହୋଇଥିଲା। ପରେ ଏଥିରେ ଅନ୍ୟସବୁ କ୍ଲବକୁ ଖେଳିବାର ସୁଯୋଗ ମିଳିଥିଲା। ଦୁରାଣ୍ଡ କପ୍‌ ଇତିହାସରେ ସଫଳ ଦଳ ଭାବେ ଇଷ୍ଟ ବେଙ୍ଗଲ ଓ ମୋହନ ବାଗାନ ୧୬ଥର ଲେଖାଏ ଟାଇଟଲ୍‌ ଜିତିଛନ୍ତି।


All Right Reserved By Dharitri.Com

Posted inଖେଳ View All

ବିଜେନ୍ଦରଙ୍କ କ୍ରମାଗତ ୧୧ତମ ବିଜୟ

ନୂଆଦିଲ୍ଲୀ,୧୪।୭- ଭାରତୀୟ ପେସାଦାର ବକ୍ସର ବିଜେନ୍ଦର ସିଂଙ୍କ ଅପରାଜେୟ ଧାରା ଜାରି ରହିଛି। ସେ ୟୁଏସ୍‌ ପ୍ରଫେଶନାଲ ସର୍କିଟରେ ଆମେରିକାନ ବକ୍ସର ମାଇକ ସ୍ନିଡରଙ୍କୁ ନକ୍‌ଆଉଟ୍‌...

ଅଲ୍‌ବିଦା ଲି

ପୂର୍ବତନ ଅଲିମ୍ପିକ୍‌ ଚାମ୍ପିୟନ ତଥା ଚାଇନା ମହିଳା ବ୍ୟାଡ୍‌ମିଣ୍ଟନ ତାରକା ଲି ଜୁଇରୁଇ ମାତ୍ର ୨୮ ବର୍ଷ ବୟସରେ ଅବସର ଘୋଷଣା କରିଛନ୍ତି। ସଫଳତାର ଶୀର୍ଷକୁ...

ଝେଙ୍ଗ୍‌ଙ୍କୁ ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ

ଲସ୍‌ଆଞ୍ଜେଲ୍ସ, ୫ା୮ (ଏଏଫ୍‌ପି): ଚାଇନାର ଝେଙ୍ଗ୍‌ ସାଇସାଇ ତାଙ୍କ ଟେନିସ କ୍ୟାରିୟରର ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ ହାସଲ କରିଛନ୍ତି। ଏଠାରେ ଚାଲିଥିବା ସାନ୍‌ଜୋସ ଡବ୍ଲ୍ୟୁଟିଏ ଟୁର୍ନାମେଣ୍ଟର...

ପୂର୍ବାଞ୍ଚଳ ଶିବିରରେ ଶୁଭକାନ୍ତ ଫିଜିଓ

କଟକ ଅଫିସ,୨୨ା୫- ଜୁନ ୨୪ରୁ ଜୁଲାଇ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କିଟ ଷ୍ଟାଡିୟମରେ ୧୬ବର୍ଷରୁ କମ୍‌ ପୂର୍ବାଞ୍ଚଳ ଦଳ କ୍ରିକେଟ ଶିବିର ଅନୁଷ୍ଠିତ ହେବ।...

ଅଭ୍ୟାସ ବେଳେ ବିଜୟ ଶଙ୍କର ଆହତ: ଛାଡ଼ିବାକୁ ପଡିଲା ଟ୍ରେନିଂ ସେସନ

ସାଉଥାମ୍ପଟନ,୨୧।୬(ପି.ଟି.)- ଟିମ୍‌ ଇଣ୍ଡିଆର ଆଘାତ ସମସ୍ୟା ବଢ଼ିବାରେ ଲାଗିଛି। ଏହାର ସଦ୍ୟତମ ଶିକାର ହୋଇଛନ୍ତି ଅଲରାଉଣ୍ଡର ବିଜୟ ଶଙ୍କର। ବୁଧବାର ଅଭ୍ୟାସ ଅବସରରେ ସେ ଆହତ...

ବିବାହରେ ଭାରତୀୟ କ୍ରିକେଟରଙ୍କୁୁ ଆମନ୍ତ୍ରଣ କରିବେ ହସନ ଅଲି

କରାଚୀ,୫।୮(ପି.ଟି.)- ପାକିସ୍ତାନ ପେସର ହସନ ଅଲି ସେପ୍ଟେମ୍ବର ୨୦ରେ ଭାରତୀୟ ନାଗରିକ ସମିଆ ଆର୍ଜୁଙ୍କୁ ଦୁବାଇଠାରେ ବିବାହ କରିବେ। ତାଙ୍କ ବିବାହ ଉତ୍ସବକୁ ଭାରତୀୟ କ୍ରିକେଟରଙ୍କୁ...

ହରମନପ୍ରୀତଙ୍କ ଡବଲ୍‌ ଗୋଲ: ଭାରତୀୟ ହକି ଦଳର ବୃହତ ବିଜୟ

ଆଣ୍ଟରେପ୍‌(ବେଲଜିୟମ), ୨୯।୯(ପି.ଟି.)- ବେଲଜିୟମ ଗସ୍ତରେ ଯାଇଥିବାର ଭାରତୀୟ ହକି ଦଳ ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ବିଜୟ ହାସଲ କରିଛି। ଶନିବାର ଅନୁଷ୍ଠିତ ଭ୍ୟାଚ୍‌ରେ ଭାରତ ଡ୍ରାଗ୍‌...

ଧୋନୀଙ୍କୁ ଝଟକା ଦେଲା ଆଇସିସି

ସାଉଥାମ୍ପଟନ, ୭।୬- ଭାରତର ପୂର୍ବତନ ଅଧିନାୟକ ତଥା ୱିକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂହ ଧୋନୀଙ୍କୁ ଝଟକା ଲାଗିଛିି। ଧୋନୀଙ୍କ ଗ୍ଲୋଭସରେ ଥିବା ଭାରତୀୟ ପାରା ସ୍ପେଶାଲ...

Leave a comment

Your email address will not be published. Required fields are marked *