ଛୋଟାଙ୍କୁ ୩ ଦିନ ରିମାଣ୍ଡରେ ନେବ ଏସ୍‌ଟିଏଫ୍‌

ଖୋର୍ଦ୍ଧା ଅଫିସ,୧୮।୭: ଖୋର୍ଦ୍ଧା ଜିଲାର ନିଶା ସୌଦାଗର ସୁଧାଂଶୁ ପରିଡ଼ା ଓରଫ ଛୋଟାଙ୍କୁ ଗୁରୁବାର, ଶୁକ୍ରବାର ଓ ଶନିବାର ୩ ଦିନ ପାଇଁ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ରିମାଣ୍ଡରେ ନେବ। ଏନେଇ ଖୋର୍ଦ୍ଧା ଏସ୍‌ଡିଜେଏମ୍‌ ଶ୍ରଦ୍ଧାଞ୍ଜଳି ରାୟଙ୍କ କୋର୍ଟରେ ଏସ୍‌ଟିଏଫ୍‌ ୭ ଦିନ ପାଇଁ ରିମାଣ୍ଡରେ ନେବା ଉଦ୍ଦେଶ୍ୟରେ ଆବେଦନ କରିଥିଲେ। ରିମାଣ୍ଡରେ ନେବା ପାଇଁ ବୁଧବାର ଏସ୍‌ଡିଜେଏମ୍‌ଙ୍କ ଅନୁମତି ମିଳିଛି। ପ୍ରକାଶଥାଉ କି,ଆମତ୍ସମର୍ପଣ କରି ଜେଲରେ ଅଛନ୍ତି ଛୋଟା। ଜଟଣୀ ଥାନା ଅଞ୍ଚଳରୁ ୩ ଜଣ ସହଯୋଗୀଙ୍କୁ ଏସ୍‌ଟିଏଫ୍‌ ଗିରଫ କରି ୩୫ ଲକ୍ଷ ଟଙ୍କାର ବ୍ରାଉନସୁଗାର, ଗୋଟିଏ ବନ୍ଧୁକ, ଦୁଇଟି ଗୁଳି ଓ ଗାଡ଼ି ଜବତ କରି କୋର୍ଟ ଚାଲାଣ କରିବା ପରେ ଛୋଟାଙ୍କୁ ଶକ୍ତ ଧକ୍କା ଲାଗିଥିଲା । ସହଯୋଗୀଙ୍କ ଠାରୁ ଏସ୍‌ଟିଏଫ୍‌ ଛୋଟାଙ୍କ ନିଶା ସାମ୍ରାଜ୍ୟ ସମ୍ପର୍କରେ ସୁରାକ ସଂଗ୍ରହ କରଥିଲା। ସେହିପରି ଛୋଟାଙ୍କ ଡ୍ରାଇଭର ଠାରୁ ଏସ୍‌ଟିଏଫ୍‌ ଅନୁରୂପ ତଥ୍ୟ ମଧ୍ୟ ଯୋଗାଡ଼ କରିଥିଲା।


All Right Reserved By Dharitri.Com

ପର୍ଯ୍ୟଟନ ମନ୍ତ୍ରୀଙ୍କୁ କ୍ଲିନ୍‌ଚିଟ୍‌ ମିଳିବା ପ୍ରସଙ୍ଗରେ ବର୍ଷିଲା ଭାଜପା: ପ୍ରମାଣ ଥିବା ସତ୍ତ୍ୱେ ଚ୍ୟାଲେଞ୍ଜ କରିବାକୁ ଦିଆଗଲା ନାହିଁ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଦୁଇଜଣ ମହିଳାଙ୍କୁ ସରକାରୀ ଅର୍ଥରେ ସାଙ୍ଗରେ ନେଇଥିବା ଅଭିଯୋଗ ହୋଇଥିଲା। ହେଲେ ଗୁରୁବାର ବିଧାନସଭାରେ...

ପୋଡ଼ିଗଲା ମୋଡେମ୍‌, ୫ ଦିନ ହେଲା ଇଣ୍ଟରନେଟ୍‌ ବନ୍ଦ: ରସୁଲଗଡ଼ ପୋଷ୍ଟ ଅଫିସରେ ଅଚଳାବସ୍ଥା

ଭୁବନେଶ୍ୱର, ୨୫।୬(ବ୍ୟୁରୋ): ଇଣ୍ଟରନେଟ୍‌ ମୋଡେମ୍‌ ପୋଡ଼ିଯିବାରୁ ରସୁଲଗଡ଼ ପୋଷ୍ଟ ଅଫିସ ୫ଦିନ ହେବ ଅଚଳ ହୋଇପଡିଛି। ଚିଠି କାରବାର ବାଧାପ୍ରାପ୍ତ ହୋଇଥିବାବେଳେ ଇଣ୍ଟରନେଟ୍‌ ଉପରେ ନିର୍ଭର...

ଉପ ଶାସନ ସଚିବଙ୍କୁ ସିଧା ଫାଇଲ ଦେବେ ଏଏସ୍‌ଓ

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ସଚିବାଳୟରେ କାର୍ଯ୍ୟରତ ସହକାରୀ ଉପବିଭାଗ ଅଧିକାରୀ(ଏଏସ୍‌ଓ) ଫାଇଲ କାର୍ଯ୍ୟ ସମାପ୍ତ କରି ଉପବିଭାଗ ଅଧିକାରୀ(ଏସ୍‌ଓ) ଏବଂ ଡେସ୍କ ଅଫିସର(ଡିଓ)ଙ୍କୁ ଦାଖଲ କରିବେ ନାହିଁ। ଏଏସ୍‌ଓମାନେ...

ଜୁନିୟର ମଡେଲ ଇଣ୍ଟରନ୍ୟାଶନାଲ : ହଂକଂରେ ଭାରତରୁ ପ୍ରତିନିଧିତ୍ୱ କରିବେ ଶରଣ୍ୟା

ଭୁବନେଶ୍ୱର,୧୭।୫(ବ୍ୟୁରୋ):  ଗତ ଏପ୍ରିଲ ୨୭ରୁ ୨୯ ପର୍ଯ୍ୟନ୍ତ କେରଳର କୋଝିକୋଡ଼ଠାରେ ଅନୁଷ୍ଠିତ ଜୁନିୟର ମଡେଲ ଇଣ୍ଟରନ୍ୟାଶନାଲ ୨୦୧୯ରେ ବାଜି ମାରିଛନ୍ତି ଆଉ ଜଣେ ଓଡ଼ିଆ। ଜୁନିୟର...

କୌଣସି ପରିସ୍ଥିତିରେ ଆମେ ଭୟଭୀତ ନୋହୁଁ: ପ୍ରଦୀପ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ନବରଙ୍ଗପୁର ବନ୍ଦ ପାଳନ ସମୟରେ ହିଂସାକୁ ଉସୁକାଇବାକୁ ମନ୍ତବ୍ୟ ଦେବାନେଇ ଶୁକ୍ରବାର ଟାଉନ ଥାନା ପୋଲିସ ନିଜ ଆଡ଼ୁ ପୂର୍ବତନ ଏମ୍‌ପି ପ୍ରଦୀପ ମାଝିଙ୍କ...

ପଶ୍ଚିମ ଓଡ଼ିଶା ବନ୍ଦ ଘଟଣା: ରାଜ୍ୟ ଆଇନଜୀବୀ ପରିଷଦକୁ ପକ୍ଷଭୁକ୍ତ ନିର୍ଦ୍ଦେଶ

କଟକ ଅଫିସ,୨୩।୭: ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଦୀର୍ଘଦିନ ହେବ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ବନ୍ଦ ଡାକରା ଦିଆଯାଇ ଆସୁଛି। ଏହାଦ୍ୱାରା ସମ୍ପୃକ୍ତ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଜେଲ୍‌ ଗଲେ ସେସୁ ଅଧିକାରୀ

କଟକ ଅଫିସ, ୪ା୭: ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ)ର ପାରାଦୀପ ଡିଭିଜନ ଦାୟିତ୍ୱରେ ଥିବା କନିଷ୍ଠ ପରିଚାଳକ (ଅର୍ଥ) ଧନେଶ୍ୱର ସାହୁ ଜେଲ୍‌ ଯାଇଛନ୍ତି।...

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ମିରାଣ୍ଡ ହାଉସ୍‌ ମହାବିଦ୍ୟାଳୟ ମଧ୍ୟରେ ଏମ୍‌ଓୟୁ

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଦିଲ୍ଲୀର ମିରାଣ୍ଡ ହାଉସ୍‌ ମହାବିଦ୍ୟାଳୟ ମଧ୍ୟରେ ଶୁକ୍ରବାର ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର...

Leave a comment

Your email address will not be published. Required fields are marked *