ଅନାହାର ପୀଡ଼ିତଙ୍କୁ ମାରିବା ପାଇଁ ‘ଡେଥ୍‌ ସ୍କ୍ବାଡ୍‌’ ଗଠିତ

କାରାକସ,୧୮।୭: ଭେନେଜୁଏଲାର ଖାଦ୍ୟ ସଙ୍କଟ ପରିସ୍ଥିତି ବିଷୟରେ ବିଶ୍ୱବାସୀଙ୍କ ଅଳ୍ପବହୁତେ ଜ୍ଞାନ ରହିଛି। ଏଠାରେ ଲୋକଙ୍କ ପାଖରେ କୋଟି କୋଟି ଟଙ୍କା ଥିଲେ ମଧ୍ୟ ଖାଦ୍ୟର ଘୋର ଅଭାବ ଫଳରେ ଲୋକେ ଅନାହାରରେ ମରିବା ସହ ଦେଶ ଛାଡି ଅନ୍ୟତ୍ର ଚାଲି ଯାଉଛନ୍ତି। ତେବେ ଏଠାରେ ଏବେ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ଯାଇ ହଜାର ହଜାର ଲୋକଙ୍କୁ ମାରି ଦିଆଯାଉଥିବା ଜଣାପଡିଛି। ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ, ଏଠାକାର ସରକାରଙ୍କ ଦ୍ୱାରା ଗଠିତ ସ୍ପେଶାଲ ଫୋର୍ସର ‘ଡେଥ୍‌ ସ୍କ୍ବାଡ୍‌’ ଏପର୍ଯ୍ୟନ୍ତ କୁଆଡେ ହଜାର ହଜାର ଲୋକଙ୍କୁ ମାରି ସାରିଲେଣି। ଏହାକୁ ନେଇ ଜାତିସଂଘ ଚିନ୍ତା ପ୍ରକଟ କରିଛି। ଜାତିସଂଘର ଏକ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି, ଏଥିପାଇଁ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଦାୟୀ। ସେ କୁଆଡ଼େ ତାଙ୍କ ବିରୋଧୀଙ୍କୁ ଟାର୍ଗେଟ କରି ଏପରି କରୁଛନ୍ତି। ହେଲେ ଏହା ମିଥ୍ୟା ବୋଲି କହିଛନ୍ତି ସରକାର। ଜାତିସଂଘ ଉକ୍ତ ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ କରିଛି ଯେ ସେଠାକାର ଯୁବକମାନଙ୍କୁ ବେଆଇନ ଭାବେ ଜେଲ ପଠାଇ ସେମାନଙ୍କୁ ମାରି ଦିଆଯାଉଛି। ୨୦୧୮ରେ ଏଠାରେ ପ୍ରାୟ ୫ହଜାର ୨ଶହ ୮୭ ଜଣଙ୍କୁ ମାରି ଦିଆଯାଇଥିବା ବେଳେ ୨୦୧୯ ମେ’ ସୁଦ୍ଧା ୧୫ଶହ ୬୯ଜଣଙ୍କୁ ମାରି ଦିଆଯାଇଛି ବୋଲି ଜାତିସଂଘ ରିପୋର୍ଟ କହିଛି।


All Right Reserved By Dharitri.Com

କୁଳଭୂଷଣଙ୍କୁ ଆଜି ମିଳିବ କୂଟନୈତିକ ସହାୟତା

ଇସ୍‌ଲାମାବାଦ,୨ା୯ପି.ଟି.): ପାକିସ୍ତାନରେ ବନ୍ଦୀ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଇସ୍‌ଲାମାବାଦ ସୋମବାର ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ଜରିଆରେ ଆଇନଗତ ସହାୟତା ଯୋଗାଇଦେବ...

ଗ୍ଲୋବାଲ ଓ୍ବାର୍ମିଂର ପ୍ରଭାବ: ଅଣ୍ଟାର୍କଟିକାରେ ଧ୍ୱଂସ ହେବାରେ ଲାଗିଛି ପେଙ୍ଗୁଇନ୍‌ ଆଶ୍ରୟ ସ୍ଥଳ

ଓ୍ବାଶିଂଟନ,୨୭।୪: ଗ୍ଲୋବାଲ ଓ୍ବାର୍ମିଂର ପ୍ରଭାବରେ ଜଳଜୀବ ପ୍ରଜାତି ସମେତ ପେଙ୍ଗୁଇନ୍‌ ବଂଶ ଏବେ ବିଳୁପ୍ତି ଦ୍ୱାରା ଦେଶରେ ପହଞ୍ଚିଛି। ଇତିମଧ୍ୟରେ କେତେକ ପ୍ରଜାତିର ଜଳଜୀବ ଏବଂ...

ରୁଗ୍ଣ ହାତୀକୁ ଚଲାଇ ମାରିଦେଲେ

କଲମ୍ବୋ, ୧୭ା୮: ହାଡ଼ କଙ୍କାଳ ଦେଖାଯାଉଥିବା ଏକ ୭୦ ବର୍ଷୀୟ ରୁଗ୍ଣ ହାତୀକୁ ଶ୍ରୀଲଙ୍କାରେ ଚଲାଇ ଚଲାଇ ମାରିଦେଇଥିବା ଜଣାପଡ଼ିଛି। ଏକ ବଡ ବୌଦ୍ଧ ମହୋତ୍ସବରେ ହାତୀଟିକୁ...

ଆଇସ୍‌ ଏଜ୍‌ରେ ମାମୋଥ୍‌ ହାଡ଼ରେ ଘର ନିର୍ମାଣ କରୁଥିଲା ମାନବ…

ମସ୍କୋ, ୨୨।୩: ଆଇସ୍‌ ଏଜ୍‌ରେ ମାନବ କିଭଳି ଘରେ ବାସ କରୁଥିଲା ସେନେଇ ପ୍ରମାଣ ମିଳିଛି। ୟୁକ୍ରେନ୍‌ ଏବଂ ରୁଷିଆର କେତେକ ଅଞ୍ଚଳର ଖନନ ସମୟରେ...

ମାଲେସିଆ ଭାରତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅକ୍ଷମ: ମୋହାତିର୍‌ ମହମ୍ମଦ୍‌

କୁଆଲାଲମ୍ପୁର,୨୧।୧: ଭାରତ ମାଲେସିଆରୁ ପାମ୍‌ ଅଏଲ୍‌ ଆମଦାନୀ କରିବା ଉପରେ କଡ଼ା କଟକଣା ଜାରି କରିଛି। ତେବେ ଏହାକୁ ନେଇ ମାଲେସିଆ ପ୍ରଧାନମନ୍ତ୍ରୀ ମୋହାତିର୍‌ ମହମ୍ମଦ୍‌...

ପାକିସ୍ତାନ କ୍ୟାବିନେଟ୍‌ର ନିଷ୍ପତ୍ତି: ପ୍ରତି ଶୁକ୍ରବାର ‘କଶ୍ମୀର ସଂହତି ଦିବସ’

ଇସ୍‌ଲାମାବାଦ, ୨୮ା୮ (ଆଇଏଏନ୍‌ଏସ୍‌): କଶ୍ମୀରକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ମୁଣ୍ଡବ୍ୟଥା ବଢ଼ିବାରେ ଲାଗିଛି। ଏଥିପାଇଁ ସେ ଏହି ପ୍ରସଙ୍ଗରେ କ୍ୟାବିନେଟ ବୈଠକ କରି...

ଆମେରିକାକୁ ଯୁଦ୍ଧ ଧମକ ଦେଲା ଇରାନ

ଦୁବାଇ,୧୬ା୯: ସୌଦି ଆରବର ଦୁଇଟି ତୈଳ ପ୍ରକଳ୍ପ ଉପରେ ଡ୍ରୋନ୍‌ ଆକ୍ରମଣ ପଛରେ ଇରାନ୍‌ର ହାତ ରହିଛି ବୋଲି ଆମେରିକା ଅଭିଯୋଗ କରିଥିବାବେଳେ ତେହେରାନ ଏହାକୁ...

ମାସ୍କ୍ ବିକ୍ରି ପାଇଁ ଘରୁ ଗୋଡ଼କାଢ଼ିଲା ଶିଶୁ: ଟଙ୍କା ନ ଥିଲେ ବି ମାଗଣାରେ ନେଇଯିବାକୁ କହିଲା

ଇସଲାମାବାଦ୍‌,୫ ।୪: କୁହାଯାଏ ବିପଦ ସମୟରେ ଲୋକଙ୍କ ମଧ୍ୟରେ ଏକଜୁଟ ହେବାର ସ୍ୱଭାବ ଦେଖାଦେଇଥାଏ । ଲୋକେ ଭେଦଭାବ ଭୁଲି ବିପଦ ବିରୋଧରେ ଲଢ଼େଇ କରିବା...

Leave a comment

Your email address will not be published. Required fields are marked *