ସତ୍ତା ହରାଇବ ବୈତାଳ ମନ୍ଦିର

ପୁରୁଣା ଭୁବନେଶ୍ୱର, ୧୮ା୭ (ଡି.ଏନ.ଏ.): ବର୍ଷାଋତୁ ଆରମ୍ଭ ହୋଇଯାଇଛି। ହେଲେ ମନ୍ଦିରମାଳିନୀ ଭୁବନେଶ୍ୱର ସହରରେ ଥିବା ମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ ଚିନ୍ତା ବିଭାଗକୁ ଘାରିଛି। ତେବେ କେନ୍ଦ୍ରୀୟ ପତ୍ନତତ୍ତ୍ୱ ବିଭାଗ, ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ବିଏମ୍‌ସି ଅଧିକାରୀଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଛି। ତନ୍ନମଧ୍ୟରେ ଏକାମ୍ର କ୍ଷେତ୍ରର ଅନେକ ମଠ ମନ୍ଦିର ସତ୍ତା ହରାଇବାକୁ ବସିଥିବାବେଳେ ତ୍ରୟୋଦଶ ଶତାବ୍ଦୀର ବୈତାଳ ମନ୍ଦିର ଅନ୍ୟତମ। ମନ୍ଦିର ଚତୁଃପାର୍ଶ୍ୱରେ ଜନବସତି ଗଢି ଉଠିବା, ମନ୍ଦିରରୁ ଜଳ ନିଷ୍କାସନ ପଥ ଅବରୋଧ କରିବା ଦ୍ୱାରା ଏହି ମନ୍ଦିର ସମ୍ପ୍ରତି ବର୍ଷାଦିନେ ଜଳାର୍ଣ୍ଣବ ହୋଇପଡୁଛି। ତେଣୁ ମନ୍ଦିର ଚତୁଃପାର୍ଶ୍ୱରେ ଦୀର୍ଘଦିନ ଧରି ପାଣି ବୁଡ଼ି ରହିବାଦ୍ୱାରା ପଥରରେ ନିର୍ମିତ ବିଭିନ୍ନ ପାର୍ଶ୍ୱ ଦେବଦେବୀ, ଜୀବଜନ୍ତୁ, ଓ ବାହନମାନଙ୍କ ପ୍ରତିକୃତି ନଷ୍ଟ ହେବାକୁ ଲାଗିଲାଣି। ସେହିଭଳି ମନ୍ଦିର ଭିତରେ ପୂଜା ପାଉଥିବା ମା’ ଅଷ୍ଟଭୁଜା, ମା’ଚାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ମଧ୍ୟ ଧ୍ୱଂସ ହେବା ଅବସ୍ଥାରେ। ଏଭଳି ସମସ୍ୟା ବିଗତ ୧୫ବର୍ଷ ପୂର୍ବରୁ ଦେଖା ଦେଇଥିଲେ ହେଁ କର୍ତ୍ତୃପକ୍ଷ ହାଲକା ଭାବେ ଗ୍ରହଣ କରି ଜଳ ନିଷ୍କାସିତ ପଥ ଅବରୋଧ କରୁଥିବା ଜବରଦଖଲକାରୀଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରୁଥିବାରୁ ଏଭଳି ସମସ୍ୟା ପ୍ରତିବର୍ଷ ଦେଖାଦେଉଛି। ଇତିମଧ୍ୟରେ ମନ୍ଦିରଠାରୁ ୨୦୦ ମିଟର ଦୂରରେ କୌଣସି ବେଆଇନ କୋଠା ନିର୍ମାଣ ନ ହେବାକୁ ଏଏସ୍‌ଆଇର ଗାଇଡ଼ ଲାଇନ ଥିବାବେଳେ ଏଠାରେ କିନ୍ତୁ ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖାଦେଇଛି। ୧୫୦ ମିଟର ଦୂରତାରେ ମନ୍ଦିର ଚାରିପଟୁ ନିର୍ମାଣ କାର୍ଯ୍ୟ ହୋଇଥିବାରୁ ସମ୍ପୂର୍ଣ୍ଣ ମନ୍ଦିରଟି ନିଜର ସତ୍ତା ହରାଇବାକୁ ବସିଲାଣି। ତେଣୁ ଜବରଦଖଲକାରୀଙ୍କୁ କୌଣସି ବିଭାଗୀୟ ଅଧିକାରୀମାନେ ନିଜ କାର୍ଯ୍ୟକାଳ ମଧ୍ୟରେ ପ୍ରୋତ୍ସାହନ ଦେବା ଗୋଟିଏ ମୂଳ କାରଣ ଅଟେ। ପରବର୍ତ୍ତୀ କାଳରେ ଏହି ଜବରଦଖଲକୁ ଭାଙ୍ଗିବା ନେଇ ନୂତନ ଅଧିକାରୀଙ୍କ ସମୟ ସରି ଯାଇଥାଏ। ଏହାର ଫାଇଦା ଉଠେଇଥାନ୍ତି ଜବରଦଖଲକାରୀ। ବର୍ଷବର୍ଷ ଧରି ଗୋଟିଏ ପରେ ଗୋଟିଏ ସମସ୍ୟା ଦେଖା ଯାଉଥିବା ବେଳେ ନିକଟରେ ମନ୍ଦିରକୁ ଲାଗି ଏକ ବେଆଇନ ନିର୍ମାଣ ପାଇଁ ମନ୍ଦିରଟି ପର୍ଯ୍ୟଟକଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି। ସବୁ ଜାଣି ନୀରବ ରହୁଥିବା ଏଏସଆଇ ପରେ ମାମଲା କରିଥିବା ନେଇ ସଫେଇ ଦେଇଛି। ମୋଟ ଉପରେ କଡ଼ାକାର୍ଯ୍ୟାନୁଷ୍ଠାନ ନ ହେବାରୁ ଏହି ଅଞ୍ଚଳରେ ଥିବା ଅନେକ ଐତିହ୍ୟ ମଠ, ମନ୍ଦିର, ଏବେ ଲୋକଲୋଚନରୁ ଦୂରେଇ ଯିବାକୁ ବସୁଛି। ତେଣୁ ବିଭାଗୀୟ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟିଦେଇ ଜବରଦଖଲକାରୀଙ୍କୁ ହଟାଇ ପାରିଲେ ଏଭଳି ଐତିହ୍ୟ ମନ୍ଦିରଗୁଡିକର କୀର୍ତ୍ତିରାଜି ବଞ୍ଚତ୍ ରହିବା ସହ ମନ୍ଦିରର ସୁରକ୍ଷା ଏବଂ ଅସ୍ତିତ୍ୱ ବଜାୟ ରହିବ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି। ଏ ସମ୍ପର୍କରେ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚତ୍ ନାରାୟଣ ପତିଙ୍କୁ ପଚାରିବାରେ ନିର୍ମାଣ ନେଇ କୌଣସି ମାମଲା ହୋଇନାହିଁ। କେବଳ ଏଏସ୍‌ଆଇ ପକ୍ଷରୁ ବିରୋଧ କରାଯାଇଥିଲା।


All Right Reserved By

ନାବାଳିକାଙ୍କୁ ବଳାତ୍କାର ଘଟଣା :ଫରେନ୍ସିକ୍‌ ଯାଞ୍ଚ ରିପୋର୍ଟକୁ ଅପେକ୍ଷା

ଅନୁଗୋଳ ଅଫିସ, ୨୩।୭ ଅନୁଗୋଳ ବସ୍‌ଷ୍ଟାଣ୍ଡସ୍ଥିତ ଆହାରକେନ୍ଦ୍ର ପଛପଟେ ଗତ ଶନିବାର ବିଳମ୍ବିତ ରାତିରେ ଘଟିଥିବା ନାବାଳିକା ବଳାତ୍କାର ଘଟଣାର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି...

ଯୋଜନାରେ ଅଟକିଛି ପର୍ଯ୍ୟଟନ କ୍ଷେତ୍ରର ବିକାଶ: କାମରେ ଲାଗୁନି ପାନ୍ଥଶାଳା, ବ୍ୟାଖ୍ୟାନ କେନ୍ଦ୍ର

ଖଣ୍ଡପଡ଼ା,୨୪ା୭(ସ୍ବ.ପ୍ର.): ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ତଥା ଉନ୍ନତି ନିମନ୍ତେ ବହୁ ଯୋଜନା ପ୍ରସ୍ତୁତ କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ପ୍ରକୃତପକ୍ଷେ...

ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ପଦ୍ମ ପୁରସ୍କାର ଆବେଦନ

ଭୁବନେଶ୍ୱର,୪ା୭(ବ୍ୟୁରୋ): ପଦ୍ମ ପୁରସ୍କାର-୨୦୨୦ ପାଇଁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଆବେଦନ ଗ୍ରହଣ କରାଯିବ। ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇଁ ଅନ୍‌ଲାଇନ ଆବେଦନ ଗତ ମେ’ ୧...

ପ୍ରଜା ଦଖଲରେ ରାଜାରାଜୁଡ଼ା ଅମଳର ବନ୍ଧ: ପାଣି ପାଇଁ ଲୋକେ ଡହଳବିକଳ

ଖଣ୍ଡପଡ଼ା,୧୮ା୫(ସ୍ବ.ପ୍ର.): ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ରାଜାରାଜୁଡା ଅମଳରୁ ନିର୍ମାଣ ହୋଇଥିବା ବନ୍ଧ (ପୋଖରୀ) ପ୍ରଜା ଦଖଲରେ ଥିବାରୁ ସେସବୁର ଉନ୍ନତୀକରଣ ହୋଇପାରୁ ନାହିଁ। ଫଳସ୍ବରୂପ ଉକ୍ତ...

୫ ଜିଲାରେ ବନ୍ୟା, ୯ ମୃତ

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ଲଘୁଚାପଜନିତ ଲଗାଣ ବର୍ଷାରେ ଦକ୍ଷିଣ-ପଶ୍ଚିମ ଓଡ଼ିଶା ସ୍ଥିତି ସଙ୍ଗିନ ହୋଇପଡ଼ିଛି। ବିଶେଷ କରି ୫ ଜିଲା ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, ସୁବର୍ଣ୍ଣପୁର ଓ...

ଶ୍ରୀଜଗନ୍ନାଥଙ୍କ ପ୍ରସ୍ଥାନ, ପ୍ରତ୍ୟାବର୍ତ୍ତନ ନାହିଁ: ଗବେଷକ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ପ୍ରଭୁ ଶ୍ରୀଜଗନ୍ନାଥ ମାନବସମାଜକୁ ସଂସ୍କାରିତ ଜୀବନର ବାର୍ତ୍ତା ଦେଇଥାନ୍ତି। ଦେବତା ହୋଇ ମଧ୍ୟ ମାନବସମାଜର ଧର୍ମ, କର୍ମ, କର୍ତ୍ତବ୍ୟ ଓ ପରିପାଳନର ସନ୍ଦେଶ ଦିଅନ୍ତି।...

ରଥଯାତ୍ରା ସିଧା ପ୍ରସାରଣ ପାଇଁ ନିଲାମ: ଭାଗନେଇଛନ୍ତି ୭ ଟିଭି ଚ୍ୟାନେଲ, ଆଜି ନିଷ୍ପତ୍ତି

ପୁରୀ ଅଫିସ,୧୧।୬: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ ଅଧିକାର ପାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥର ନିଲାମ ଡକାଯାଇଥିଲା। ନିଲାମ ଜରିଆରେ...

ସଂସ୍କୃତି ମନ୍ତ୍ରଣାଳୟ ଫେଲୋଶିପ୍‌ରେ ୨ ନୂଆ ଭାଷା ସାମିଲ: ସାନ୍ତାଳୀ ଭାଷାରେ ମିଳିବ ଫେଲୋଶିପ୍‌

ଭୁବନେଶ୍ୱର,୩୧ା୭(ବ୍ୟୁରୋ):କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏଣିକି ସାନ୍ତାଳୀ ଓ ନେପାଳୀ ଭାଷାରେ ଫେଲୋଶିପ୍‌ ତଥା ସ୍କଲାରଶିପ୍‌ ପ୍ରଦାନ କରିବ। ମଙ୍ଗଳବାର କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ପ୍ରହଲାଦ ସିଂ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *