ଇଣ୍ଡିଆଜ୍‌ ମୋଷ୍ଟ ଓ୍ବାଣ୍ଟେଡ୍‌ର ଟ୍ରେଲର ରିଲିଜ୍‌

ମୁମ୍ବାଇ,୨।୫: ବଲିଉଡ୍‌ରେ ଏବେ ଦେଶଭକ୍ତି ଫିଲ୍ମର ଟ୍ରେଣ୍ଡ ଚାଲିଛି। ଏହି ପରିପ୍ରେକ୍ଷୀରେ ଅର୍ଜୁନ କପୁରଙ୍କ ଅପ୍‌ କମିଂ ଫିଲ୍ମ ଇଣ୍ଡିଆଜ୍‌ ମୋଷ୍ଟ ଓ୍ବାଣ୍ଟେଡ୍‌ର ଟ୍ରେଲର ରିଲିଜ ହୋଇଛି। ଏହି ଟ୍ରେଲରଟି ୨ମିନିଟ୍‌ ୩୦ ସେକେଣ୍ଡର ହୋଇଥିବା ବେଳେ ଲକ୍ଷାଧିକ ୟୁଜର୍ସ ଏହାକୁ ଦେଖିସାରିଲେଣି। ରାଜ କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ସତ କାହାଣୀ ଉପରେ ଆଧାରିତ ହୋଇଛି। ଏହି ଆକ୍ସନ ଥ୍ରିଲର ଫିଲ୍ମରେ ଅର୍ଜୁନଙ୍କ ଦମ୍‌ଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ଏଥିସହ ଦେଶ ପାଇଁ ସେ ନିଜ ଜୀବନ ବାଜି ଲଗାଉଥିବା ଟ୍ରେଲରରେ ନଜର ଆସିଛନ୍ତି। ଅର୍ଜୁନ ନିଜର ପାଞ୍ଚ ଜଣିଆ ଟିମ୍‌କୁ ନେଇ ଭାରତର ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀଙ୍କୁ ଧରିବା ପାଇଁ ଦାୟିତ୍ୱ ନେଇଥାନ୍ତି। ସବୁଠାରୁ ବଡ଼ କଥା ହେଲା ସେମାନେ ବିନା କୌଣସି ଅସ୍ତ୍ରଶସ୍ତ୍ର ବ୍ୟବହାର କରି ସେହି ଆତଙ୍କବାଦୀଙ୍କୁ ଧରିବା ପାଇଁ ଯୋଜନା କରିଥାନ୍ତି। ଏଥିପାଇଁ ସେ ନିଜର ବୁଦ୍ଧି ଖଟାଇବା ସହ ଅଲଗା ଅଲଗା ଯୋଜନାମାନ କରିଥାନ୍ତି। ଟ୍ରେଲରକୁ ଦେଖିବା ପରେ ଦର୍ଶକ ଫିଲ୍ମର ରିଲିଜ୍‌କୁ ଅପେକ୍ଷା କରିଛନ୍ତି। ତେବେ ଏହି ଫିଲ୍ମ ମେ ୨୪କୁ ପରଦାକୁ ଆସିବ ବୋଲି ଜଣାପଡ଼ିଛି।


All Right Reserved By Dharitri.Com

ଗ୍ଲାମରସ ଲୁକ୍‌ରେ ଦୀପିକା

ମୁମ୍ବାଇ,୨୭।୫: ଅଭିନେତ୍ରୀ ଦୀପିକା ପାଦୁକୋନ ବଲିଉଡ୍‌ର ଷ୍ଟାଇଲିସ୍‌ ଆଇକୋନ ଭାବେ ବେଶ୍‌ ଜଣାଶୁଣା। କାନ୍‌ସ ଫିଲ୍ମ ଫେଷ୍ଟିଭାଲରେ ତାଙ୍କ ଜଲଓ୍ବା ଦେଖିବାକୁ ମିଳିଛି। ଯାହା ସମସ୍ତଙ୍କୁ...

ଚମକୁଛନ୍ତି ତାରା

ମୁମ୍ବାଇ: ମଲ୍ଟିଟ୍ୟାଲେଣ୍ଟେଡ୍‌, ସୌନ୍ଦର୍ଯ୍ୟରେ ଭରପୂର ଓ ବଲିଉଡ୍‌ରେ ନୂଆ ନୂଅ ପାଦ ରଖିଥିବା ବୋଲ୍ଡ ଅଭିନେତ୍ରୀ ତାରା ସୁତାରିଆ ମଙ୍ଗଳବାର ୨୪ବର୍ଷ ବୟସରେ ପଦାର୍ପଣ କରିଛନ୍ତି।...

ରୀନାଙ୍କୁ ଏଥର ନେଗେଟିଭ୍‌

ନା ସେ ଗଁ। ରେ ଡ୍ରାମା କରିଥିଲେ। ନା ତାଙ୍କର ଅଭିନୟର କୌଣସି ଅଭିଜ୍ଞତା ଥିଲା। ସେ କେବଳ ଭଲ ପାଉଥିଲେ ଯାତ୍ରାକୁ। ଯାତ୍ରା ପ୍ରତି...

କିସିଂ ସିନ୍‌ ଅଭ୍ୟାସ କରିବାକୁ କହିଥିଲେ ନିର୍ଦ୍ଦେଶକ

ମୁମ୍ବାଇ: ଗତ କିଛିବର୍ଷ ମଧ୍ୟରେ ରାଧିକା ଆପ୍ତେ, କଳ୍‌କୀ କୋଚଲିନ୍‌ ଓ ବିଦ୍ୟା ବଲାନଙ୍କ ଭଳି ବଲିଉଡ୍‌ ଅଭିନେତ୍ରୀ ନିଜର କାଷ୍ଟିଂ କାଉଚ୍‌ ଅନୁଭବ ସମ୍ପର୍କରେ...

ରିଲିଜ୍‌ ହେଲା ହିମେଶ ରେଶମିୟାଙ୍କ ଅଭିନୀତ ଫିଲ୍ମର ଟିଜର

ମୁମ୍ବାଇ: ବଲିଉଡ୍‌ ସିଙ୍ଗର କମ୍‌ ଆକ୍ଟର ହିମେସ୍‌ ରେଶମିୟା ଏବେ ଜଣେ ଅଭିନେତା ଭାବେ ଦର୍ଶକଙ୍କ ପାଖେ ଉଭା ହେବେ। ତାଙ୍କ ଅଭିନୀତ ଫିଲ୍ମ ‘ହାପି...

ଏବେ ବି ମନେପଡ଼େ ଆକାଶବାଣୀ କଟକ: ରବି ରାୟ

ଲୋକମାନଙ୍କୁ ପଥପ୍ରାନ୍ତ ନାଟକ ଜରିଆରେ ସଚେତନ କରିବାର ଉଦ୍ଦେଶ୍ୟ ନେଇ ଅଶୀଦଶକରେ ସୃଷ୍ଟି ହୋଇଥିଲା ‘ଲୋକଶକ୍ତି ସଂଗଠନ’। ଏହି ସଂଗଠନର ପରିକଳ୍ପିତ ପିତା ଥିଲେ ରବୀନ୍ଦ୍ର...

ବିବାହର ଗୋଟିଏ ମାସ ପରେ ସୁସ୍ମିତାଙ୍କ ଭାଇ ରାଜୀବ-ଚାରୁଙ୍କ ସମ୍ପର୍କରେ ଫାଟ !

ମୁମ୍ବାଇ: ବିବାହର ଏକ ମାସ ପରେ ସମ୍ପର୍କରେ ଫାଟ। ଏଭଳି କିଛି ଘଟିଛି ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବ ସେନ ଏବଂ ସ୍ତ୍ରୀ ଚାରୁ...

ଅକ୍ଟୋବରରେ ରିଲିଜ୍‌ ହେବ ‘ଲୁଟ୍‌କେସ୍‌’

ମୁମ୍ବାଇ: ବଲିଉଡ୍‌ ଅଭିନେତା କୁନାଲ ଖେମୁ ଓ ଅଭିନେତ୍ରୀ ରସିକା ଦୁଗ୍ଗଲଙ୍କ ଫିଲ୍ମ ‘ଲୁଟ୍‌କେସ୍‌’ ଆସନ୍ତା ଅକ୍ଟୋବର ୧୧ରେ ରିଲିଜ୍‌ ହେବ ବୋଲି ସୂଚନା ମିଳିଛି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *