ଶିଳ୍ପା-ଅକ୍ଷୟଙ୍କ ଗୀତ ବିନା ଶୋଉ ନ ଥିଲେ ଟାଇଗର

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଟାଇଗର ଶ୍ରଫଙ୍କ ଆଗାମୀ ଫିଲ୍ମ ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨ ଆସନ୍ତା ୧୦ ତାରିଖରେ ରିଲିଜ୍‌ ହେବାର ଯୋଜନା ରହିଛି। ହେଲେ ତା’ ପୂର୍ବରୁ ଫିଲ୍ମର ଯୋରଦାର ପ୍ରମୋଶନ ଚାଲିଛି। ନିକଟରେ ଟାଇଗରଙ୍କ ପିତା ଜ୍ୟାକି ଶ୍ରଫ୍‌ କପିଲ ଶର୍ମା ଶୋ’କୁ ଆସିଥିବା ବେଳେ ଟାଇଗରଙ୍କ ପିଲାଦିନର କିଛି କଥା ଦର୍ଶକଙ୍କ ସହ ଶେୟାର କରିଛନ୍ତି। ଜ୍ୟାକି କହିଛନ୍ତି ଟାଇଗର ଯେତେବେଳେ ପିଲା ଥିଲେ ସେତେବେଳେ ସେ ଶିଳ୍ପା ସେଟ୍ଟି ଓ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମେଁ ଖିଲାଡି ତୁ ଅନାଡି’ର ଗୀତ ‘ଚୁରାକେ ଦିଲ୍‌ ତେରା’ ନ ଶୁଣିଲେ ଶୋଉ ନ ଥିଲେ। କାରଣ ଶିଳ୍ପା-ଅକ୍ଷୟ ବୋଧହୁଏ ଟାଇଗରଙ୍କ ଭାରି ପସନ୍ଦ ଥିଲେ। ପିଲାବେଳେ ତାହା ଏକ ଲୋରି ଥିବା ବେଳେ ଏବେ କିନ୍ତୁ ବଡ ହେବା ପରେ ସେ କେଉଁ ଗୀତ ଶୁଣଇଛନ୍ତି ବୋଲି କପିଲ ଜ୍ୟାକିଙ୍କୁ ପ୍ରଶ୍ନ କରିଥିଲେ। ଜ୍ୟାକି କିନ୍ତୁ ଏହାକୁ ଏଡାଇ ଯାଇ କହିଥିଲେ କି ଏବେ ଟାଇଗର ଜିମ୍‌ରୁ ଫେରିବା ପରେ ଥକି ପଡିଥିବାରୁ ଗୀତ ଶୁଣିବାକୁ ସମୟ ମିଳୁନି। ସେ ଯାହା ହେଉ ନିକଟରେ ଟାଇଗରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ ରିଲିଜ୍‌ ହେବାକୁ ଥିବା ବେଳେ ଏବେ ସେ ଏହାର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଆଉ ଏଥିରେ ତାରା ସୁତାରିଆ ଓ ଅନନ୍ୟା ପାଣ୍ଡେ ଡେବ୍ୟୁ କରୁଥିବା ବେଳେ ଫିଲ୍ମକୁ ନେଇ ୟଙ୍ଗଷ୍ଟରଙ୍କ ମଧ୍ୟରେ କ୍ରେଜ୍‌ ଦେଖିବାକୁ ମିଳିଛି।


All Right Reserved By

ଦୀପିକା-ଅମୃତାଙ୍କ ଭିତରେ ରହିଛି ଏମିତି କନେକ୍ସନ

ଦୀପିକା ପାଦୁକୋନ ଏବଂ ରଣବୀର ସିଂ ଏକ ମ୍ୟାରେଜ ପାର୍ଟିକୁ ଯାଇଥିବାବେଳେ ଏହି ସମୟର କିଛି ସ୍ପେଶାଲ ଫଟୋ ଏବେ ସୋସିିଆଲ ମିଡିଆରେ ଭାଇରାଲ ହୋଇଛି।...

ବିବାଦରେ ଗାୟିକା ହାର୍ଡ କୌର

ମୁମ୍ବାଇ: ବିବାଦରେ ଗାୟିକା ହାର୍ଡ କୌର। ନିଜର ଇନଷ୍ଟା ଆକାଉଣ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଅଧ୍ୟକ୍ଷ ମୋହନ ଭାଗବତ, ଉତ୍ତରପ୍ରଦେଶ...

ବୟଫ୍ରେଣ୍ଡ ସହ ହଲିଡେ ଏନଜୟ କରୁଛନ୍ତି ହିନା

ମୁମ୍ବାଇ,୧।୬: ଛୋଟ ପରଦାର ପପୁଲାର ଅଭିନେତ୍ରୀ ହିନା ଖାନ ଟ୍ରାଭେଲର ସଉକ ରଖୁଥିବା ବେଳେ ସ୍ବିଜରଲ୍ୟାଣ୍ଡ ପରେ ଏବେ ପ୍ୟାରିସରେ ହଲିଡେ ଏନଜୟ କରୁଛନ୍ତି। ନିଜ...

ଅନୁଙ୍କୁ ସୋନାଙ୍କ ଟାର୍ଗେଟ

ମୁମ୍ବାଇ: ପ୍ରସିଦ୍ଧ ଓଡିଆ କଣ୍ଠଶିଳ୍ପୀ ସୋନା ମହାପାତ୍ର ସଂଗୀତ ନିର୍ଦ୍ଦେଶକ ଅନୁ ମଲିକ ଏବଂ ସୋନି ଟିଭିକୁ ଭର୍ତ୍ସନା କରିଛନ୍ତି। ପିଲାଙ୍କ ନିମିତ୍ତ ଏକ ରିୟଲିଟି...

କପିଲ ଶର୍ମାଙ୍କ ଶୋ’ରେ ଦୌଡ଼ରାଣୀ ଦୂତୀ

ନିକଟ ଅତୀତରେ ସମଲିଙ୍ଗୀ ସମ୍ପର୍କକୁ ସ୍ବୀକାର କରିଥିବା ଓଡ଼ିଆ ଝିଅ ତଥା ଦୌଡ଼ରାଣୀ ଦୂତୀ ଚାନ୍ଦ ସୋନୀ ଟିଭିରେ ପ୍ରସାରିତ ଲୋକପ୍ରିୟ କମେଡ଼ି ଧାରାବାହିକ ‘ଦି...

ବଲିଉଡ୍‌ରେ ଡେବ୍ୟୁ ପାଇଁ ପ୍ରସ୍ତୁତ ମିଥୁନଙ୍କ ସାନପୁଅ ନମାଶି, ‘ବ୍ୟାଡ୍‌ ବୟ’ ଚଳଚ୍ଚିତ୍ରରେ ଆସିବେ ନଜର

ମୁମ୍ବାଇ: ବଲିଉଡ୍‌ ସିନେମା ଜଗତରେ ‘ଡିସ୍କୋ ଡ୍ୟାନ୍ସର’ ଭାବେ ମିଥୁନ୍‌ ଚକ୍ରବର୍ତ୍ତୀ ପରିଚିତ। ଅଭିନୟ ସାଙ୍ଗକୁ ଚମତ୍କାର ନୃତ୍ୟ ପ୍ରଦର୍ଶନ ତାଙ୍କୁ ଏଭଳି ସ୍ବତନ୍ତ୍ର ପରିଚୟ...

ଲଣ୍ଡନରେ ତୈମୁରଙ୍କୁ ୧୨ଘଣ୍ଟା ପାଇଁ ଛାଡି ମୁମ୍ବାଇ କାହିଁକି ଆସିଲେ କରୀନା

ମୁମ୍ବାଇ: ବଲିଉଡ୍‌ ବେବୋ ଏବେ ନିଜ ପରିବାରଙ୍କ ସହ ୟୁରୋପରେ ହଲିଡେ କଟାଉଛନ୍ତି। କରୀନା କପୁର, ସୈଫ ଅଲ୍ଲୀ ଖାଁ, ତୈମୁରଙ୍କ ସମେତ କରିସ୍ମା ଓ...

ବନ୍ଦ ହେବାକୁ ଯାଉଛି ପାଞ୍ଚଟି ଟେଲି ଧାରାବାହିକର ପ୍ରସାରଣ

ମୁମ୍ବାଇ: ବନ୍ଦ ହେବାକୁ ଯାଉଛି ପାଞ୍ଚଟି ଲୋକପ୍ରିୟ ଟେଲି ଧାରାବାହିକ। କିଛି ଧାରାବାହିକ ଟିଆର୍‌ପି ଭଲ ରହୁ ନ ଥିବାରୁ ବନ୍ଦ ହେବାକୁ ଯାଉଥିବା ବେଳେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *