ଏଇ ଭାରତରେ

ମଧ୍ୟପ୍ରଦେଶ ଇନ୍ଦୋରର ଏକ ମରାଠୀ ଦମ୍ପତି କିଛି ବର୍ଷ ହେବ ଆବୁଧାବିରେ ରହି ଆସୁଛନ୍ତି। ସେମାନେ ନିକଟରେ ଇନ୍ଦୋର ଆସି ତାଙ୍କ ପୁଅ ସହ ୮ ବର୍ଷ ଝିଅର ମଧ୍ୟ ବ୍ରତୋପନୟନ କରିଛନ୍ତି। ସାଧାରଣତଃ ହିନ୍ଦୁ ପରମ୍ପରା ଅନୁଯାୟୀ କେବଳ ପୁଅମାନଙ୍କର ବ୍ରତୋପନୟନ କରାଯାଉଥିବା ବେଳେ ଝିଅର ବ୍ରତୋପନୟନ କରିଥିବାରୁ ସେମାନେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେମାନେ ଏଥିପାଇଁ ୨ ବର୍ଷ କାଳ ଶାସ୍ତ୍ର ଅଧ୍ୟୟନ କରି ଏହାର ଶାସ୍ତ୍ରରେ ତା’ର ଉଦାହରଣ ଥିବା ଦର୍ଶାଇଛନ୍ତି। ସେମାନଙ୍କ କହିବାନୁଯାୟୀ, ଏଥିରେ ଝିଅପୁଅଙ୍କ ମଧ୍ୟରେ ଭେଦଭାବ ଠିକ୍‌ ନୁହେଁ। ଇନ୍ଦୋର ବାସିନ୍ଦା ଏହି ଦମ୍ପତି ହେଉଛନ୍ତି ଯୋଗେଶ କୁଲକର୍ଣ୍ଣି ଓ ମାଣିକ କୁଲକର୍ଣ୍ଣି। ଏମାନେ ୮ ବର୍ଷର ଝିଅ ଶମିକାଙ୍କୁ ତାଙ୍କ ଯାଆଁଳା ଭାଇ ଶନ୍ୟାଙ୍କ ସହ ବ୍ରତୋପନୟନ କରାଇଛନ୍ତି। ଯୋଗେଶ ୪ ବର୍ଷ ପୂର୍ବେ ପୁଣେରେ ଜଣେ ଝିଅଙ୍କ ବ୍ରତୋପନୟନ କଥା ଶୁଣିଥିଲେ। ଏହାପରେ ସେ ତାଙ୍କ ଝିଅର ମଧ୍ୟ ବ୍ରତୋପନୟନ କରିବାକୁ ସ୍ଥିର କରିଥିଲେ। ଏହାକୁ ନେଇ ସେ ଶାସ୍ତ୍ର ବିଶାରଦଙ୍କ ସହ ଆଲୋଚନା କରି ଏ ସମ୍ପର୍କିତ ବହୁ ପୁରୁଣା ପୁସ୍ତକ ଅଧ୍ୟୟନ କରିଥିଲେ। ସେ ଋଷିକନ୍ୟା ଗାର୍ଗି ଓ ଲୋପାମୁଦ୍ରାଙ୍କ ଉଦାହରଣ ପାଇଥିଲେ। ଏମାନଙ୍କର ବ୍ରତୋପନୟନ କରାଯାଇଥିଲା। ଏହାପରେ ସେ ତାଙ୍କ ଗୁରୁଙ୍କ ସହ ଏ ବିଷୟରେ ଆଲୋଚନା କରି ସମସ୍ତଙ୍କ ସହମତିରେ ଝିଅର ବ୍ରତୋପନୟନ କରିଥିବା ପ୍ରକାଶ କରିଛନ୍ତି।


All Right Reserved By

ଉତ୍ତରାଧିକାରୀର ଔଦ୍ଧତ୍ୟ

ଡ. ସୁବାସ ଚନ୍ଦ୍ର ପାତ୍ର ନିଜର ପୂର୍ବଜ, ପୂର୍ବାଧିକାରୀ ବା ପୂର୍ବସୂରୀଙ୍କୁ ଉପହାସ କରିବା, ସେମାନଙ୍କ ଅବଦାନକୁ ଅସ୍ବୀକାର କରିବା, ସେମାନଙ୍କୁ ଲୋକଲୋଚନରେ ଗୌଣ କରି...

ଜୀବ ସୁରକ୍ଷା ପୃଥିବୀ ରକ୍ଷା

ଡ. ଦେବାନନ୍ଦ ବେଉରା ୨୦୧୯ର ଧରିତ୍ରୀ ଦିବସ ପାଳନ ଅବସରରେ ଦିଆଯାଇଥିବା ସଚେତନଧର୍ମୀ ଡାକରାଟା ହେଉଛି ‘ସବୁ ଜୀବଙ୍କୁ ସୁରକ୍ଷା ଦିଅ।’ ଆଠ ନିୟୁତ ଜୀବ...

ଭକତ ନା ଭିକାରି

ଡ. କୁଳାଙ୍ଗାର ଆମମାନଙ୍କଠାରେ ଭକ୍ତି ଓ ଭିକ୍ଷାଭାବ ଖୁନ୍ଦି ହୋଇଅଛି। ଦୁଇଟିର ସମନ୍ବୟ କାଳେ ଆମ ଜୀବନରେ ସମୃଦ୍ଧି ଆଣିଥାଏ। ଭକତ ଠାକୁରଙ୍କୁ ନାନାପ୍ରକାର ମିନତି...

ନିର୍ବାଚନର ଦୁଃଖ

ଡ. ସୁବାସ ଚନ୍ଦ୍ର ପାତ୍ର କେଉଁ ଦେଶ ପାଇଁ ନଦୀ, ପାହାଡ଼, ପର୍ବତ, ମରୁଭୂମି ହୁଏ ତ ଦୁଃଖ ହୋଇପାରେ କିନ୍ତୁ ଭାରତ ଭଳି ଏକ...

ଏଇ ଭାରତରେ

ମଧ୍ୟପ୍ରଦେଶର ମଣ୍ଡଲା ଜିଲାର ଏକ ଗାଁରେ ରହିଛି ଏକ ଅଦ୍ଭୁତ ପରମ୍ପରା। ଏଠାରେ ବସବାସ କରୁଥିବା ଗୋଣ୍ଡ ଜନଜାତିରେ କୌଣସି ମହିଳା ଜୀବନକାଳ ମଧ୍ୟରେ ବିଧବା...

ଗୁରୁତ୍ୱ କେଉଁଠ

ଝାଡ଼ଖଣ୍ଡ ଗୁମ୍‌ଲା ଜିଲାର ଏକ ଗ୍ରାମରେ ୨୧ ଜୁଲାଇରେ ଗୁଣିଗାରେଡ଼ିି ସନ୍ଦେହରେ ୪ ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏହାର ୩ ଦିନ ପୂର୍ବରୁ ବିହାରର...

ଏଇ ଭାରତରେ

ଈଶ୍ୱରଙ୍କ ନିକଟତର ହେବା ପାଇଁ କିଏ କେତେ ପ୍ରକାର ସାଧନା କରନ୍ତି। କିନ୍ତୁ ଜଣେ ବୃଦ୍ଧ ଈଶ୍ୱରଙ୍କ ସାନ୍ନିଧ୍ୟ ଲାଭ କରିବା ପାଇଁ ଜୀବନ୍ତ ସମାଧି...

କଶ୍ମୀରରେ ବଞ୍ଚିତ ବାଲ୍ମୀକି ସମ୍ପ୍ରଦାୟ

ନାରାୟଣ ପଣ୍ଡା ଭାରତ ତାଙ୍କର ମାତୃଭୂମି, ଏହି ମାଟିରେ ସେମାନେ ପୁରୁଷ ପୁରୁଷ ଧରି ବସବାସ କରିଆସୁଛନ୍ତି, କିନ୍ତୁ ନାଗରିକ ମର୍ଯ୍ୟାଦାରୁ ଏଠାରେ ବଞ୍ଚିତ ସେମାନେ।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *