ରାଜ୍ୟ ରକ୍ତ ସଞ୍ଚାଳନ ପରିଷଦ ପରିଚାଳନା କମିଟି ବୈଠକ: ୨୮ କୋଟି ୭୫ ଲକ୍ଷ ଟଙ୍କାର ବଜେଟ ଅନୁମୋଦିତ

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ରାଜ୍ୟ ରକ୍ତ ସଞ୍ଚାଳନ ପରିଷଦ ୩୧ତମ ପରିଚାଳନା କମିଟି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୨୦୧୯-୨୦ ବର୍ଷ ପାଇଁ ୨୮ କୋଟି ୭୫ ଲକ୍ଷ ଟଙ୍କାର ବ୍ୟୟବରାଦ ଅନୁମୋଦିତ ହୋଇଛି। ପରିଷଦର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇ ସ୍ବେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମକୁ ଆହୁରି ଅଧିକ ବ୍ୟାପକ କରାଯିବା ସହ ଆବଶ୍ୟକ ପଡୁଥିବା ୪.୫ ଲକ୍ଷ ୟୁନିଟ୍‌ ରକ୍ତ ସଂଗ୍ରହର ଧାର୍ଯ୍ୟ ଲକ୍ଷ୍ୟ ଶତପ୍ରତିଶତ ହାସଲ କରିବାକୁ ନିଷ୍ପତ୍ତି ହୋଇଛି। ସ୍ବେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମକୁ ବିକେନ୍ଦ୍ରୀକରଣ କରାଯାଇ ଏହାକୁ ଅଧିକ ସୁଦୃଢ଼ କରାଯିବ। ୭ଟି ମେଡିକାଲ କଲେଜ ଓ ହସ୍ପିଟାଲ ସମେତ ଆର୍‌ଜିଏଚ୍‌ ରାଉରକେଲା ଏବଂ ବରଗଡ଼ ହସ୍ପିଟାଲ ପାଇଁ ରକ୍ତସଂଗ୍ରହ ଭ୍ୟାନ୍‌ ବ୍ୟବସ୍ଥା ହେବ। ଘରୋଇ ଡାକ୍ତରଖାନାଗୁଡ଼ିକରେ ଥିବା ରକ୍ତଭଣ୍ଡାର ସହିତ ସମନ୍ବୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ୮୩ଟି ରକ୍ତ ଭଣ୍ଡାର ରହିଥିବାବେଳେ ସେଥିରୁ ୫୫ଟି ରାଜ୍ୟ ସରକାରଙ୍କ ଅଧୀନରେ ରହିଛି। ୧୬ଟି ରକ୍ତ ଉପାଦାନ ପୃଥକୀକରଣ ୟୁନିଟ୍‌ କାର୍ଯ୍ୟକରୁଛି। ରାଜ୍ୟ ସରକାର ସରକାରୀ ଡାକ୍ତରଖାନାଗୁଡ଼ିକରେ ଚିକିତ୍ସିତ ରୋଗୀମାନଙ୍କୁ ମାଗଣାରେ ରକ୍ତ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ଏଥିସହ ହେମୋଗ୍ଳୋବିନୋପାଥି ରୋଗୀଙ୍କ ପାଇଁ ଯାତାୟତ ବାବଦକୁ ୫୦୦ ଟଙ୍କା ପ୍ରଦାନ କରୁଛନ୍ତି। ୨୦୧୮ ମାର୍ଚ୍ଚ ୧ରୁ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ଏହିଭଳି ୧୧୭୦୬ଜଣ ରୋଗୀ ଉପକୃତ ହୋଇଥିବା ଜଣାପଡ଼ିଛି। ରାଜ୍ୟ ରକ୍ତ ସଞ୍ଚାଳନ ପରିଷଦ କାର୍ଯ୍ୟଧାରାରେ ପରବର୍ତ୍ତନ ଆଣି ସ୍ବେଚ୍ଛାକୃତ ରକ୍ତ ସଂଗ୍ରହ, କ୍ୟାମ୍ପ ଆୟୋଜନ ଆଦିକୁ ଅଧିକ ସୁଦୃଢ଼ କରିବା ସହିତ ଗୁଣାତ୍ମକ ରକ୍ତ ଯୋଗାଣ ନିମନ୍ତେ ଖସଡ଼ା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ଏସ୍‌ବିଟିସି ନିର୍ଦ୍ଦେଶକ ଡା. ମାନସ ସାମନ୍ତରାୟ, ଅର୍ଥ ବିଭାଗର ଅତିରିକ୍ତ ସଚିବ ଗଦାଧର ନନ୍ଦି, ଭେଷଜ ନିୟନ୍ତ୍ରକ ମାମିନା ପଟ୍ଟନାୟକ, ଭିମ୍‌ସାର ଅଧୀକ୍ଷକଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।


All Right Reserved By

ବାଇଗୁଣିଆରେ ଚୋରି: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍‌

ଭାପୁର,୨୫।୭(ଡି.ଏନ୍‌.ଏ):ନୟାଗଡ଼ ଜିଲା ଫତେଗଡ଼ ଥାନା ବାଇଗୁଣିଆ ଗାଁରେ ୪ଜଣ ଚୋର ଚୋରି କରିଥିବା ଅଭିଯୋଗ ହୋଇଛି। ଉକ୍ତ ଗାଁରେ ରହୁଥିବା ପଠାଣି ନନ୍ଦଙ୍କ ଘରେ ବୁଧବାର...

ଜିଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷିତ

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ସବୁ ଜିଲାର ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଛନ୍ତି। ମୟୂରଭଞ୍ଜ ଜିଲା କମିଟି ଅଧ୍ୟକ୍ଷ ଭାବେ ପଞ୍ଚାୟତିରାଜ ମନ୍ତ୍ରୀ...

ବଦଳିଲେ ପୁରୀ ସିଡିଏମ୍‌ଓ, ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ଲାଗି ୪ ଡାକ୍ତର ନିଲମ୍ବିତ

ଭୁବନେଶ୍ୱର,୧୮।୫(ବ୍ୟୁରୋ): ଶନିବାର ବଦଳିଛନ୍ତି ପୁରୀ ସିଡିଏମ୍‌ଓ। ତାଙ୍କ ସ୍ଥାନରେ ଡା. ଅମରେନ୍ଦ୍ର ନାଥ ମହାନ୍ତିଙ୍କୁ ନିଯୁକ୍ତି ମିଳିଛି। ଏହାଛଡ଼ା ବାତ୍ୟା ‘ଫନୀ’ ସମୟରେ କାର୍ଯ୍ୟରେ ଅବହେଳାକୁ...

ଆଜି ଗର୍ଭଗୃହ ଯାଞ୍ଚ କରିବେ ବିଶେଷଜ୍ଞ

ପୁରୀ ଅଫିସ,୬ା୭: ଘୋଷଯାତ୍ରାରେ ଯାଇ ଏବେ ଆଡ଼ପମଣ୍ଡପରେ ମହାପ୍ରଭୁ। ନଅଦିନ ବ୍ୟାପୀ ଜନ୍ମବେଦିରେ ଅବସ୍ଥାନ କରିବେ। ଏହି ସମୟ ମଧ୍ୟରେ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କରାଯିବ।...

କେସିଙ୍ଗା ବ୍ଲକର ୫ଟି ଗ୍ରାମପଞ୍ଚାୟତର ବନ୍ୟାଞ୍ଚଳ ବୁଲି ଦେଖିଲେ ବିଧାୟକ

କେସିଙ୍ଗା,୧୭।୮(ଡି.ଏନ.ଏ.) କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୫ଟି ଗ୍ରାମପଞ୍ଚାୟତରେ ଗତ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶୁକ୍ରବାର ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ଭୁପିନ୍ଦର ସିଂହ...

ନୟାଗଡ଼ ଜିଲା: ୧୦୦ରେ ୩୧ ଝିଅ କରୁଛନ୍ତି ବାଲ୍ୟବିବାହ

ନୟାଗଡ଼ ଅଫିସ,୧।୮: ବିିଭିନ୍ନ ସମୟରେ ଜିଲାରେ ବାଲ୍ୟବିବାହ ହେଉଥିବା ଘଟଣା ନୟାଗଡ ଜିଲାକୁ ନିନ୍ଦିତ କରୁଛି। ତେଣୁ ଏହାର ନିରାକରଣ ଓ ଲୋକମାନଙ୍କୁ ସଚେତନ କରାଇବା...

ରାଜ୍ୟର ସହରାଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନା: ସରକାରଙ୍କ ଉପରେ ଏନ୍‌ଜିଟି କ୍ଷୁବ୍ଧ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ସହରାଞ୍ଚଳରୁ ବାହାରୁଥିବା କୁଢ଼କୁଢ଼ ବର୍ଜ୍ୟବସ୍ତୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) କ୍ଷୁବ୍ଧ ହୋଇଛନ୍ତି। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ କୌଣସି ଦୀର୍ଘମିଆଦୀ ଯୋଜନା କରୁ...

ତନିଷ୍କର ରଥଯାତ୍ରା ଅଫର

ଭୁବନେଶ୍ୱର,୬ା୭: ଗ୍ରାହକଙ୍କ ରଥଯାତ୍ରା ଶପିଂକୁ ଅଧିକ ଆକର୍ଷଣୀୟ କରିବା ଲକ୍ଷ୍ୟରେ ଦେଶର ଭରସାଯୋଗ୍ୟ ଗହଣା ବ୍ରାଣ୍ଡ ତନିଷ୍କ ପକ୍ଷରୁ ରଥଯାତ୍ରା ଅଫର ଆରମ୍ଭ ହୋଇଛି। ଏହି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *