ଫିମ୍ପିମରା ପିଡିଏସ ଚାଉଳ ବଣ୍ଟନ: ହିତାଧିକାରୀ ଅସନ୍ତୋଷ

ଝୁମ୍ପୁୁରା, ୧୭।୭ (ଡି.ଏନ.ଏ.): ଝୁମ୍ପୁରା ବ୍ଲକ ଅନ୍ତର୍ଗତ କେତେକ ପଞ୍ଚାୟତରେ ପିଡିଏସ ବଣ୍ଟନରେ ବ୍ୟାପକ ଅନିୟମିତତା ନେଇ ପୂର୍ବରୁ ଅଭିଯୋଗ ରହିଛି। ଜଙ୍ଗଲାଞ୍ଚଳରେ ଅବସ୍ଥିତ ଆଦିବାସୀ ଅଧ୍ୟୁଷିତ ବସନ୍ତପୁର ପଞ୍ଚୟତରେ ୨ଦିନ ଧରି ଫିମ୍ପିମରା ପିଡିଏସ ଚାଉଳ ବଣ୍ଟନ ଯୋଗୁ କାର୍ଡଧାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଗନ୍ଧଯୁକ୍ତ ପିଡିଏସ ଚାଉଳ ବଣ୍ଟନ ବେଳେ ହିତାଧିକାରୀମାନେ ଅସନ୍ତୁଷ୍ଟ ହେବାରୁ ଚାଉଳ ନିଅ ନ ହେଲେ ନାହିଁ ବୋଲି ପଞ୍ଚାୟତ କର୍ମଚାରୀମାନେ କହୁଥିବା ସୂଚନା ମିଳିଛି। ତେବେ ବାଧ୍ୟ ହୋଇ ହିତାଧିକାରୀ ମାନେ ଚାଉଳ ନେଇ ପରେ ଝୁମ୍ପୁରା ଯୋଗାଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଝୁମ୍ପୁରା ଗୋଦାମରୁ ଚାଉଳ ପରିବହନ କରୁଥିବା ସଂସ୍ଥା, ବସନ୍ତପୁର ପଞ୍ଚାୟତକୁ ଭଲ ଚାଉଳ ପହଞ୍ଚାଇଥିବା ନେଇ ସଫେଇ ଦେଇଛି। ତେବେ ଘଟଣାଟି ପ୍ରଘଟ ହେବା ପରେ ମୁଷ୍ଟିମେୟ ଲୋକ ହିତାଧିକାରୀଙ୍କୁ ଧମକ ଦେବା ସହିତ ବର୍ଷା ଯୋଗୁ ଚାଉଳ ଓଦା ହୋଇଯାଇଥିବା କହୁଛନ୍ତି। ଏନେଇ ଝୁମ୍ପୁରା ବ୍ଲକ ଯୋଗାଣ ଅଧିକାରୀ ସରିତା ମିର୍ଦ୍ଧାଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି।


All Right Reserved By Dharitri.Com

ଉତ୍ତରକୁ ଢଳିଲେ ସିଦ୍ଧେଶ୍ୱର ମହାଦେବ: ସୂର୍ଯ୍ୟଙ୍କ ଗତିର ବିପରୀତ ଦିଗକୁ ଢଳିଥାନ୍ତି ଶିବ ଲିଙ୍ଗ

ଖଣ୍ଡପଡା,୧୮ା୭(ସ୍ବ.ପ୍ର.): ଜଗନ୍ନାଥ ସଂସ୍କୃତିର ଆଦି ପୀଠ ଭାବେ ପରିଚିତ କଣ୍ଟିଲୋ ଶ୍ରୀନୀଳମାଧବ ଜୀଉଙ୍କ ପାର୍ଶ୍ୱଠାକୁର ଭାବେ ସିଦ୍ଧେଶ୍ୱର ମହାଦେବ ବିରାଜମାନ ହୋଇଛନ୍ତି। ବୁଧବାର କର୍କଟ ସଂକ୍ରାନ୍ତି...

ଅନ୍ତର୍ଜାତୀୟ ଧଳାବାଡ଼ି ଦିବସ:ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟା ସରଳୀକରଣ ହେବ

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ):ରାଜ୍ୟର ୩୦ଟି ଯାକ ଜିଲାରେ ସମନ୍ବିତ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା କରାଯିବା ସହ ଭିନ୍ନକ୍ଷମଙ୍କୁ ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟାକୁ ସରଳୀକରଣ କରାଯିବ। ଅନ୍ତର୍ଜାତୀୟ...

କଳିଙ୍ଗ ନଗର ଏନକାଉଣ୍ଟର ମାମଲା:ଆହତ ସୁଶାନ୍ତ ଗିରଫ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଖଣ୍ଡଗିରି ଥାନା ଅଧୀନ କଳିଙ୍ଗନଗର ଏନକାଉଣ୍ଟର ଘଟଣାରେ ଆହତ ହୋଇଥିବା ଅଭିଯୁକ୍ତ ସୁଶାନ୍ତ ମାଝି ସୁସ୍ଥ ହେବା ପରେ ସୋମବାର ପୋଲିସ କୋର୍ଟ ଚାଲାଣ...

ଥାନାକୁ ମିଳିବ ଟଙ୍କା: ୫୮୭ ଥାନା ପାଇଁ ୧୭.୫ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୮।୧୦(ବ୍ୟୁରୋ): ରାଜ୍ୟର ବିଭିନ୍ନ ଥାନାରେ ଜନସାଧାରଣ କିପରି ସେବା ପାଉଛନ୍ତି ‘ମୋ ସରକାର’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେ ସମ୍ପର୍କରେ ନିୟମିତ ଜନସାଧାରଣଙ୍କ...

ଘରେ ପଶି ଟଙ୍କା,ସୁନା ଲୁଟିଲେ ଦୁର୍ବୃତ୍ତ

ଖଲ୍ଲିକୋଟ,୧୬ା୧୦(ଡି.ଏନ.ଏ.): ଖଲ୍ଲିକୋଟ ବ୍ଲକ କନ୍ଦିଗାଁ ଗ୍ରାମରେ ଟୁକୁନା ସ୍ବାଇଁଙ୍କ କବାଟ ଭାଙ୍ଗି ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଟଙ୍କା ଓ ସୁନା ଲୁଟି ନେଇଛନ୍ତି। ସୂଚନା...

ବଜ୍ରପାତରେ ଜଳିଗଲା ଗଛ

ପାଟଣା, ୨୧।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଅଞ୍ଚଳରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ଘଟିଛି। ତୁରୁମୁଙ୍ଗା ଅଞ୍ଚଳରେ ପ୍ରବଳ ବେଗରେ ପବନ...

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବାଲେଶ୍ୱର ଅଫିସ/ରେମୁଣା,୨୬।୯(ଡି.ଏନ.ଏ.)- ବାଲେଶ୍ୱର ଜିଲା ରେମୁଣା ବ୍ଲକ ବାମପଦା ସ୍ଥିତ ନୋସି ବିଜିନେସ୍‌ ପାର୍କ ପରିସରରେ ଥିବା ଏକ ପୋଖରୀ ଭିତରୁ ବୁଧବାର ସନ୍ଧ୍ୟା ୭ଟା...

ହାତୀ ମୃତ୍ୟୁର ଅନୁଧ୍ୟାନ କରିବ ୬ ଜଣିଆ କମିଟି

ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ହାତୀଙ୍କୁ ହରପିସ୍‌ ସଂକ୍ରମଣକୁ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏହାର ଅନୁଧ୍ୟାନ ପାଇଁ ସେଣ୍ଟ୍ରାଲ ଜୁ’ ଅଥରିଟି ପକ୍ଷରୁ ଏକ...

Leave a comment

Your email address will not be published. Required fields are marked *