Posted inଜାତୀୟ

ଟ୍ରାଫିକ୍‌ ପୋଲିସ ଅଟକାଇବାରୁ ନିସ୍ତୁକ ଛେଚିଲେ ଯୁବତୀ

ନୂଆଦିଲ୍ଲୀ,୧୭।୭: ପଶ୍ଚିମ ଦିଲ୍ଲୀ ମାୟାପୁରୀରେ ଜଣେ ଯୁବତୀ ଟ୍ରାଫିକ୍‌ ପୋଲିସଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଚାଳକଙ୍କ ସହ ଯୁବତୀଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟାରେ ବିନା ହେଲମେଟ୍‌ରେ ଯୁବତୀଙ୍କ ସହ ଜଣେ ଚାଳକ ବାଇକ୍‌ରେ ଯାଉଥିବା ବେଳେ ଟ୍ରାଫିକ୍‌ ପୋଲିସ ତାଙ୍କୁ ଅଟକାଇଥିଲା। ସେହି ସମୟରେ ପଛରେ ବସିଥିବା ଯୁବତୀ  ହଠାତ୍‌ ଗାଡ଼ିରୁ ଓହ୍ଲାଇ ପୋଲିସଙ୍କୁ ଠେଲାପେଲା କରି ବିଚ୍‌ ରାସ୍ତାରେ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିଲେ। ରାସ୍ତାରେ ବହୁ ଲୋକ ଜମା ହୋଇଯାଇଥିଲେ ମଧ୍ୟ ତାଙ୍କୁ ଅଟକାଇବାକୁ କେହି ସାହସ କରି ନ ଥିଲେ। ଏହି ଘଟଣାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାପରେ ବାଇକ ଚାଳକ ଆନନ୍ଦ ପାଣ୍ଡେ ଓ ଯୁବତୀଙ୍କ ନାଁରେ ଟ୍ରାଫିକ ପୋଲିସ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଦୁହିଁଙ୍କୁ ଗିରଫ କରିଛି। ତେବେ ଯୁବତୀ ଓ ଚାଳକ ନିଶାଗ୍ରସ୍ତ ଥିଲେ ବୋଲି ପୋଲିସ ସୂଚନା ଦେଇଛି।


All Right Reserved By

ଅଗୁସ୍ତା ହେଲିକପ୍ଟର ଦୁର୍ନୀତି: କମଳନାଥଙ୍କ ପୁତୁରା ନେଇଥିଲେ ଲାଞ୍ଚ

ନୂଆଦିଲ୍ଲୀ,୩୦ା୭(ପି.ଟି.)-ଅଗୁସ୍ତା ଓ୍ବେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣା ଚୁକ୍ତିନାମାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପୁତୁରା ରାତୁଲ ପୁରୀଙ୍କୁ ଉତ୍କୋଚ ମିଳିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ କୋର୍ଟଙ୍କୁ ଜଣାଇଛି।...

ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମିଲିନ୍ଦ ଦେଓରା

ମୁମ୍ବାଇ,୭।୭: କିଛିଦିନ ତଳେ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଏବେ ଯେମିତି ଦେଶରେ କଂଗ୍ରେସର ସ୍ଥିତି ଭୁଷୁଡି ପଡିବା ଭଳି...

ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୫: ଗୌତମ ବୁଦ୍ଧଙ୍କ ଜନ୍ମଦିନ ଅବସରରେ ଶନିବାର ସାରା ଦେଶରେ ବୁଦ୍ଧ ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ...

ଅଭିମାନ କଲେ ସୁବ୍ରମଣ୍ୟମ ସ୍ବାମୀ: କହିଲେ, ମୋ ବିଚାରଧାରା ଶୁଣିବାକୁ ‘ନମୋ’ଙ୍କ ଆଗ୍ରହ ନାହିଁ

ନୂଆଦିଲ୍ଲୀ, ୧।୭:ବରିଷ୍ଠ ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ କେନ୍ଦ୍ର ସରକାରଙ୍କ ପ୍ରତି ଥିବା ନିଜ ଅଭିମାନ ଜାହିର କରିଛନ୍ତି। ସେ ଟୁଇଟ କରି କହିଛନ୍ତି, ବର୍ତ୍ତମାନ...

ବସ୍‌, ଟ୍ରକ୍‌ ଡ୍ରାଇଭରଙ୍କ ସର୍ବନିମ୍ନ ଯୋଗ୍ୟତା ଅଷ୍ଟମ ପାସ୍‌ ନିୟମ ଉଠିବ!

ନୂଆଦିଲ୍ଲୀ, ୧୩।୬: ବସ୍‌, ଟ୍ରକ୍‌ ଡ୍ରାଇଭରଙ୍କ ପାଇଁ ଥିବା ସର୍ବନିମ୍ନ ଯୋଗ୍ୟତା ଅଷ୍ଟମ ପାସ୍‌ ନିୟମ ଉଠାଯିବ। ଏସମ୍ପର୍କରେ ବିଚାର ଚାଲିଛି ବୋଲି ଟ୍ରାନ୍ସପୋର୍ଟ ମନ୍ତ୍ରଣାଳୟ...

ମାଛିଲ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ଜଣେ ସେନା ଯବାନ ଶହୀଦ୍‌

ଶ୍ରୀନଗର,୨୭।୭: ଉତ୍ତର କଶ୍ମୀର କୁପଓ୍ବାରା ଜିଲାରେ ଶନିବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ଜଣେ ଭାରତୀୟ ସେନା ଯବାନଙ୍କ ମୃତ୍ୟୁ ଘଟିଛି। ସେ ହେଉଛନ୍ତି...

ରାମମନ୍ଦିର ନିର୍ମାଣ ପାଇଁ ସରକାର ଆଣନ୍ତୁ ଅଧ୍ୟାଦେଶ: ଉଦ୍ଧବ ଠାକ୍‌ରେ

ଅଯୋଧ୍ୟା,୧୬।୬: ରାମମନ୍ଦିର ନିର୍ମାଣ ପାଇଁ ସରକାର ଅଧ୍ୟାଦେଶ ଆଣନ୍ତୁ ବୋଲି ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ ରବିବାର କହିଛନ୍ତି। ସେ ଦଳର ନବନିର୍ବାଚିତ ୧୮ ଜଣ...

ମଣ୍ଡିରେ ଲାଗିଲା ନିଆଁ: ପୋଡ଼ି ପାଉଁଶ ହେଲା ୧୭୦ ଟନ୍‌ ଗହମ

ଅମ୍ବାଲା,୧୪।୭: ହରିୟାଣାର ଅମ୍ବାଲାସ୍ଥିତ ଖାଦ୍ୟଶସ୍ୟ ମଣ୍ଡିରେ ରବିବାର ଭୋର୍‌ ୪ଟା ୩୦ରେ ନିଆଁ ଲାଗି ପ୍ରାୟ ୧୭୦ ଟନ୍‌ ଗହମ ଜଳି ପାଉଁଶ ହୋଇ ଯାଇଛି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *