Posted inଜାତୀୟ

କୁମାରସ୍ବାମୀ ସରକାରଙ୍କ ସ୍ଥିତି ଟଳମଳ: ଗୁରୁବାର ଭାଗ୍ୟ ନିର୍ଦ୍ଧାରଣ

ବେଙ୍ଗାଲୁରୁ,୧୭।୭: କର୍ନାଟକ ରାଜନୀତିରେ ଘଣ୍ଟାକେ ଘୋଡା ଛୁଟୁଛି। କଂଗ୍ରେସ-ଜେଡିଏସ ମେଣ୍ଟର ୧୫ ବିଧାୟକ ଇସ୍ତଫା ଦେବାପରେ ରାଜନୀତି ଗୋଳିଆ ହୋଇଯାଇଛି। ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ଭାଗ୍ୟ ଏବେ ସୂତା ଖିଅରେ ଝୁଲୁଛି। ତେବେ ଗୁରୁବାର ସରକାର ରହିବ ନା ଭାଙ୍ଗିବ ତାହା ସ୍ପଷ୍ଟ ହୋଇଯିବ। କାରଣ ଗୁରୁବାର କୁମାରସ୍ବାମୀ ସରକାର ଆସ୍ଥା ଭୋଟର ସାମ୍ନା କରିବାକୁ ଯାଉଛନ୍ତି। ଏଭଳି ସ୍ଥିତିରେ ବିଦ୍ରୋହୀ ବିଧାୟକମାନେ ଆସ୍ଥା ଭୋଟରେ ଭାଗ ନେବେ ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି। ବିଦ୍ରୋହୀ ବିଧାୟକଙ୍କୁ ଆସ୍ଥା ଭୋଟରେ ସାମିଲ ହେବାକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ବୁଧବାର ରାୟ ଦେଇଛନ୍ତି। ଯଦି ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଗୃହୀତ ହେବ ନାହିଁ ଏବଂ ସେମାନେ ଆସ୍ଥା ଭୋଟରେ ସାମିଲ ହେବେ ନାହିଁ, ତେବେ କୁମାରସ୍ବାମୀ ସରକାର ଭାଙ୍ଗିବା ସ୍ପଷ୍ଟ। ଅପରପକ୍ଷେ, ଯଦି ଉଭୟ ଗୋଷ୍ଠୀର ବିଧାୟକଙ୍କ ସଂଖ୍ୟା ଦେଖାଯାଏ, ତା’ହେଲେ ଭାଜପା ଗୃହରେ ସଂଖ୍ୟା ଗରିଷ୍ଠତା ଲାଭ କରିବ। କର୍ନାଟକ ଭାଜପା ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା କହିଛନ୍ତି, ତାଙ୍କ ପାଖରେ ଅଧିକ ବିଧାୟକଙ୍କ ସମର୍ଥନ ରହିଛି। ତେଣୁ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ଆଗରେ ଇସ୍ତଫା ଦେବା ଛଡ଼ା ଅନ୍ୟ ବିକଳ୍ପ ନାହିଁ।


All Right Reserved By

ଶହୀଦଙ୍କ ସ୍ତ୍ରୀଙ୍କୁ ଗ୍ରାମବାସୀଙ୍କ ରାଖୀ ପୂର୍ଣ୍ଣିମା ଉପହାର

ଭୋପାଳ,୧୬।୮: ମଧ୍ୟପ୍ରଦେଶ ଦେପାଲପୁରର ପିର ପିପଲିୟା ଗାଁରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ ଯାହା ସମସ୍ତଙ୍କ ମୁହଁରେ ହସ ଖେଳାଇ ଦେଇଛି। ଏଠାକାର ବାସିନ୍ଦା...

ମୂସାଙ୍କ ଜାଗା ନେଲେ ହାରୁନ ଆବାସ୍‌

ଶ୍ରୀନଗର, ୭।୬: ଆତଙ୍କବାଦୀ ସଂଗଠନ ଅଲକାଏଦାର କଶ୍ମୀର ୟୁନିଟ୍‌ କମାଣ୍ଡର ମୂସା ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହେବା ପରେ ତାଙ୍କ ସ୍ଥାନରେ ହାରୁନ ଆବାସ୍‌ଙ୍କୁ ନିଯୁକ୍ତି...

ତେଜସ୍‌ ହେବ ଦେଶର ପ୍ରଥମ ପ୍ରାଇଭେଟ ଟ୍ରେନ

ନୂଆଦିଲ୍ଲୀ,୯ା୭: ଦେଶରେ ଦୌଡ଼ିବ ପ୍ରଥମ ପ୍ରାଇଭେଟ ଟ୍ରେନ। ଦିଲ୍ଲୀ ଓ ଲକ୍ଷ୍ନୌ ମଧ୍ୟରେ ଚାଲିବାକୁ ଥିବା ତେଜସ୍‌ ଏକ୍ସପ୍ରେସକୁ ଘରୋଇ କମ୍ପାନୀ ହାତକୁ ଟେକି ଦିଆଯିବ।...

କେନ୍ଦ୍ର କ୍ୟାବିନେଟ: ମୋଦି, ଶାହଙ୍କ ମନ୍ତ୍ରଣା

ନୂଆଦିଲ୍ଲୀ,୩୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଦ୍ୱିତୀୟ ଥର ଲାଗି ସରକାର ଗଢ଼ିବାକୁ ଯାଉଥିଲାବେଳେ କେଉଁମାନେ ତାଙ୍କ କ୍ୟାବିନେଟରେ ସ୍ଥାନ ପାଇବେ ଏହାକୁ ନେଇ ଚର୍ଚ୍ଚା...

ଅନ୍ତିମ ପର୍ଯ୍ୟାୟ ୯ ଲୋକ ସଭା ଆସନ ପାଇଁ ମୋଦି-ଶାହ-ମମତା ମୁହାଁମୁହିଁ

କୋଲକାତା,୧୫।୫: ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ମେ ୧୯ରେ ମତଦାନ କରାଯିବ। ଏହି ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୯ ଆସନ ପାଇଁ ମତଦାନ ହେବ। ଆସନ...

ପିତାଙ୍କ ମୃତଦେହ ସାମ୍ନାରେ ବିବାହ କଲେ ଯୁବକ

ବିବାହ ଏକ ଶୁଭ ଅବସର ବୋଲି କୁହାଯାଏ। ହେଲେ ଜଣେ ପିତାଙ୍କ ଇଚ୍ଛା ପୁରଣ କରିବାକୁ ଯାଇ ପୁଅ ପିତାଙ୍କ ମୃତଦେହକୁ ସାମ୍ନାରେ ରଖି ବିବାହ...

ଜଷ୍ଟିସ ଲୋକୁର ଫିଜି ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ,୧୭।୫(ପି.ଟି.):ଅବସରପ୍ରାପ୍ତ ବିଚାରପତି ମଦନ ବି. ଲୋକୁର ଫିଜି ସୁପ୍ରିମକୋର୍ଟର ଅଣଆବାସିକ ପ୍ୟାନେଲ୍‌ରେ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ସେ ୨୦୧୮ ଡିସେମ୍ବର ୩୧ରେ ସୁପ୍ରିମକୋର୍ଟରୁ ଅବସର...

ଜମ୍ମୁରୁ ଫେରାଇ ଦିଆଗଲା ଗୁଲାମ ନବି ଆଜାଦଙ୍କୁ

ନୂଆଦିଲ୍ଲୀ,୨୦।୮: କଂଗ୍ରେସର ରାଜ୍ୟ ସଭା ସଦସ୍ୟ ତଥା ବିରୋଧୀ ଦଳ ନେତା ଗୁଲାମ ନବି ଆଜାଦଙ୍କୁ ମଙ୍ଗଳବାର ଜମ୍ମୁ ବିମାନ ବନ୍ଦରରେ ଅଟକାଇ ଦିଆଯାଇଛି। ଏହାପରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *