Posted inଜାତୀୟ

ଟିଏମ୍‌ସି-ଏନ୍‌ସିପି-ସିପିଆଇର ରାଷ୍ଟ୍ରୀୟ ମାନ୍ୟତା ହୋଇପାରେ ରଦ୍ଦ

ନୂଆଦିଲ୍ଲୀ,୧୭।୭: ନିର୍ବାଚନରେ କରାଯାଇଥିବା ପ୍ରଦର୍ଶନ ଆଧାରରେ ଟିଏମ୍‌ସି, ଏନ୍‌ସିପି ଏବଂ ସିପିଆଇର ରାଷ୍ଟ୍ରୀୟ ମାନ୍ୟତା ରଦ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି। ଏହି ୩ ରାଜନୈତିକ ଦଳଙ୍କୁ ନିର୍ବାଚନ ଆୟୋଗ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବେ ବୋଲି କୁହାଯାଉଛି। ଏନେଇ ନିର୍ବାଚନ ଆୟୋଗ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କାହିଁକି ସେମାନଙ୍କର ରାଷ୍ଟ୍ରୀୟ ମାନ୍ୟତା ରଦ୍ଦ କରା ନ ଯିବ ଏନେଇ ନିର୍ବାଚନ ଆୟୋଗ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ଲାଗି ଯୋଜନା କରୁଛନ୍ତି। ସୂଚନାଯୋଗ୍ୟ, ୧୯୬୮ ନିର୍ବାଚନ ନିୟମ ଅନୁସାରେ ଯଦି କୌଣସି ରାଜନୈତିକ ଦଳ ୪ ଅବା ଏହାଠାରୁ ଅଧିକ ରାଜ୍ୟରେ ଲୋକ ସଭା ଅଥବା ବିଧାନସଭା ନିର୍ବାଚନରେ ସର୍ବନିମ୍ନ ୬ ପ୍ରତିଶତ ଭୋଟ ହାସଲ କରେ ତେବେ ତାହାକୁ ରାଷ୍ଟ୍ରୀୟ ମାନ୍ୟତା ପ୍ରଦାନ କରାଯିବ। ଅପରପକ୍ଷରେ ସମ୍ପୃକ୍ତ ରାଜନୈତିକ ଦଳ ଲୋକସଭାରେ ୪ଟି ଆସନ ହାସଲ କରିଥିବେ ଅବା ଲୋକସଭାରେ ୨ ପ୍ରତିଶତ ଆସନ ସହିତ ୩ ରାଜ୍ୟରେ ଏହାର ସଦସ୍ୟ ନିର୍ବାଚନରେ ଜିଣିଥିଲେ ସମ୍ପୃକ୍ତ ଦଳକୁ ରାଷ୍ଟ୍ରୀୟ ମାନ୍ୟତା ମିଳିପାରିବ। ପୂର୍ବରୁ ବିଏସ୍‌ପି ଏହି ତାଲିକାରେ ଥିଲା। ତେବେ ଲୋକ ସଭା ନିର୍ବାଚନରେ ଭଲ ପ୍ରଦର୍ଶନ ଯୋଗୁ ଏହା ଉପରେ ଥିବା ସଙ୍କଟ ଟଳି ଯାଇଥିବା କୁହାଯାଉଛି।


All Right Reserved By

ସ୍କୁଟର ଆଣ୍ଟିଙ୍କ ଡାନ୍ସ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୯।୪: ୪୦ ୫୦ ବର୍ଷ ବୟସରେ ମହିଳାଙ୍କୁ ସ୍କୁଟି, କାର ବାଇକ୍‌ ଚଲାଉଥିବା ଦେଖିଥିବା ବେଳେ କେବେ ଆପଣ ସ୍କୁଟର ଚଲାଉଥିବା ଦେଖିଛନ୍ତି। କେବଳ ଗାଡ଼ି...

ଗୁପ୍ତ ତଥ୍ୟ ପ୍ରଘଟ ଅଭିଯୋଗ: ଇଞ୍ଜିନିୟରଙ୍କ ଜାମିନ ଆବେଦନ ଖାରଜ

ନାଗପୁର,୩୦ା୭(ପି.ଟି.): ବ୍ରହ୍ମୋସ୍‌ ଏରୋସ୍ପେସ୍‌ ଇଞ୍ଜିନିୟର ନିଶାନ୍ତ ଅଗ୍ରଓ୍ବାଲ୍‌ଙ୍କ ଜାମିନ ଆବେଦନକୁ ସ୍ଥାନୀୟ ସେସନ୍ସ ଅଦାଲତ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ନିଶାନ୍ତ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ କିଛି...

କୁଲୁ-ମନାଲିରେ ଭୂସ୍ଖଳନ: ଜାତୀୟ ରାଜପଥ ଜାମ୍‌

ଶିମଲା,୨୭।୭: ହିମାଚଳ ପ୍ରଦେଶର ମଣ୍ଡି ଜିଲାରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ହୋଇଛି। ଫଳରେ ମଣ୍ଡି, କୁଲୁ ଓ ମନାଲି ଜାତୀୟ ରାଜପଥ ଅବରୋଧ ହେବା...

ବିଶ୍ୱର ପ୍ରସିଦ୍ଧ ବାମହାତୀ

ଆଜି ଅନ୍ତର୍ଜାତୀୟ ବାମହାତୀ ଦିବସ । ଏହି ଅବସରରେ ବାମହାତୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରାଯାଏ। ୧୯୭୬ରେ ଆମେରିକାର ଡିନ୍‌...

ଝିଅବିଦା ପୂର୍ବରୁ ମତଦାନ କଲେ କନ୍ୟା

ଜୟପୁର,୨୯।୪: ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ ପାଇଁ ରାଜସ୍ଥାନର ଜଣେ କନ୍ୟା ଝିଅବିଦା ପରମ୍ପରା ପାଳନ ପୂର୍ବରୁ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। କନ୍ୟା...

କମଲ ହାସନଙ୍କୁ ମିଳିଲା ଆଗୁଆ ଜାମିନ

ଚେନ୍ନାଇ,୨୦।୫: ଅଭିନେତାରୁ ରାଜନେତା ହୋଇଥିବା କମଲ ହାସନ କିଛିଦିନ ହେବ ବିବାଦ ଘେରରେ ରହିଛନ୍ତି। ମାହତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ପ୍ରଥମ ହିନ୍ଦୁ ଆତଙ୍କବାଦୀ...

ବିଗ୍‌-ବିଙ୍କ ଟୁଇଟର୍‌ ଆକାଉଣ୍ଟ ହ୍ୟାକ୍‌: ଲାଗିଲା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଫଟୋ

ମୁମ୍ବାଇ,୧୧।୬: ବଲିଉଡ ସୁପରଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌ ହୋଇଯାଇଛି। ବିଗ୍‌ ବିଙ୍କ ଟୁଇଟର ପ୍ରୋଫାଇଲ୍‌ ଫଟୋ ହଟାଇ ଦିଆଯାଇ ତାଙ୍କ ସ୍ଥାନରେ ପାକିସ୍ତାନ...

ସବା-ଫାରହା ମତଦାନ ଅଧିକାର କଲେ ସାବ୍ୟସ୍ତ

ପାଟନା,୧୯।୫: ବିହାରର ଯୋଡ଼ା ମୁଣ୍ଡ ଉଭଣୀ ସବା-ଫାରହା ଚଳିତ ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ରବିବାର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ପାଟଳିପୁତ୍ର ଲୋକ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *