Posted inଜାତୀୟ

ମାତାପିତାଙ୍କ ଝଗଡ଼ା ଯୋଗୁ ରାଷ୍ଟ୍ରପତିଙ୍କୁ ଇଛାମୃତ୍ୟୁ ପାଇଁ ଚିଠି ଲେଖିରେ ନାବାଳକ ପୁତ୍ର

ପାଟନା,୧୭।୭: ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ଯୋଗୁ ସନ୍ତାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବିହାରରେ। ଏଠାରେ ବାସ କରୁଥିବା ଜଣେ ଛୋଟ ପିଲା ମାତାପିତାଙ୍କ ମଧ୍ୟରେ ଲାଗି ରହିଥିବା ଝଗଡ଼ାରେ ମାନସିକ ଅବସାଦଗ୍ରସ୍ତ ହୋଇ ପଡ଼ିଛନ୍ତିି। ଏନେଇ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଇଛାମୃତ୍ୟୁ ପାଇଁ ଚିଠି ଲେଖିଛନ୍ତି। ନାବାଳକଙ୍କ ଚିଠି ମିଳିବା ପରେ ଏହି ଘଟଣାର ଯାଞ୍ଚ୍‌ ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ପିଲାଟି ଏବେ ଦେଓଘରରେ ପିତାଙ୍କ ପାଖରେ ରହୁଛି। ମାତା ପାଟନାରେ ରହୁଛନ୍ତି। ସେ ବ୍ୟାଙ୍କରେ ସହକାରୀ ମ୍ୟାନେଜର ଭାବେ କାର୍ଯ୍ୟକରୁଛନ୍ତି। ଏହା ପୂର୍ବରୁ ପିଲାଟି ୩-୪ ବର୍ଷ ବୟସ ସମୟରେ ଭାଗଲପୁରସ୍ଥିତ ହଲଗାଓଁରେ ତାଙ୍କ ବୁଢ଼ା ବାପାଙ୍କ ପାଖରେ ରହୁଥିଲେ। ତେବେ ବୁଢ଼ାବାପା ଅବସର ଗ୍ରହଣ କରିବା ପରେ ଏବେ ପିଲା ଜଣକ ନିଜ ପିତାଙ୍କ ପାଖରେ ରହୁଛନ୍ତି। ମାତାପିତାଙ୍କ ମଧ୍ୟରେ ଛାଡ଼ପତ୍ର ପାଇଁ କୋର୍ଟରେ ବିଚାର ଚାଲିଥିବା ନେଇ ପିଲା ଜଣକ ଚିଠିରେ ଉଲ୍ଲେଖ କରିଛନ୍ତି। ଏହାଦ୍ୱାରା ମାତାପିତାଙ୍କ ସ୍ନେହରୁ ବଞ୍ଚିତ ହୋଇ ସେ କଷ୍ଟରେ ଜୀବନ ବିତାଉଥିବା ଚିଠିରେ ଲେଖିଛନ୍ତି।


All Right Reserved By

ଗଣତନ୍ତ୍ରରେ ବିପକ୍ଷ ସତର୍କ ରହିବା ଆବଶ୍ୟକ: ମୋଦି

ନୂଆଦିଲ୍ଲୀ,୧୭।୬: ଗଣତନ୍ତ୍ରରେ ବିପକ୍ଷ ସତର୍କ ରହିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ତମ ଲୋକସଭାର ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏପରି...

‘ବାୟୁ’ ଯୋଗୁ ବିଳମ୍ବ ହେବ ମୌସୁମୀ

ନୂଆଦିଲ୍ଲୀ,୧୪।୬: ସାମୁଦ୍ରିକ ଝଡ଼ ‘ବାୟୁ’ ପ୍ରଭାବରେ ପଶ୍ଚିମ ଭାରତର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ବେଳେ ଏହାର ପ୍ରଭାବ କିନ୍ତୁ ମୌସୁମୀ ଉପରେ ପଡିଛି। ମୌସୁମୀ...

ମୋଦିଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା କୃଷକଙ୍କ ଆତ୍ମହତ୍ୟା ଉଦ୍ୟମ

ବାଲାପୁର,୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ବର୍ଷ ପୂର୍ବରୁ ଯେଉଁ କୃଷକଙ୍କୁ ପ୍ରଶଂସା କରିଥିଲେ ସେ ସୋମବାର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର...

ପଦ୍ମ ଧରିଲେ ଗାୟକ ଦଲେର ମେହନ୍ଦି

ନୂଆଦିଲ୍ଲୀ,୨୬।୪: ବଲିଉଡ୍‌ ନାୟକ ନାୟିକାଙ୍କ ପରେ ଏବେ ଜଣେ ଗାୟକ ରାଜନୀତିରେ ପାଦ ରଖିଛନ୍ତି। ଶୁକବ୍ରାର ଗାୟକ ଦଲେର ମେହେନ୍ଦି ଭାଜପାରେ ସାମିଲ ହୋଇଛନ୍ତି। ଉତ୍ତର...

ମଙ୍ଗଳବାର ୟେଦୁରପ୍ପାଙ୍କ କ୍ୟାବିନେଟ ସମ୍ପ୍ରସାରଣ

ବେଙ୍ଗାଲୁରୁ, ୧୮ା୮: କର୍ନାଟକରେ ଭାଜପା ସରକାରର କ୍ୟାବିନେଟ ସମ୍ପ୍ରସାରଣ ମଙ୍ଗଳବାର ଅପରାହ୍ନରେ କରାଯିବ। ସେହିଦିନ ପୂର୍ବାହ୍ନରେ ଭାଜପା ବିଧାୟକ ଦଳର ବୈଠକ ବସିବା ସହ ମନ୍ତ୍ରିମଣ୍ଡଳର...

ଏହି ପାଣି କିଡ୍‌ନୀ ଷ୍ଟୋନ୍‌ରୁ ରଖେ ଦୂରେଇ…

ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ କିଡ୍‌ନୀ ଷ୍ଟୋନ୍‌ ସମସ୍ୟା ଦେଖାଦେଇଥାଏ। ସପ୍ତାହରେ ୨-୩ଥର ପଇଡ଼ ପାଣି ପିଇଲେ ଏହି ସମସ୍ୟା...

କ୍ୟାପଟେନ୍‌ଙ୍କ ଉପରେ ଅସନ୍ତୁଷ୍ଟ ସିଦ୍ଧୁ ପହଞ୍ଚିଲେ ରାହୁଲଙ୍କ ପାଖରେ

ନୂଆଦିଲ୍ଲୀ,୧୦।୬: କ୍ରିକେଟରରୁ ରାଜନେତା ପାଲଟିଥିବା ନବଜୋତ ସିଂ ସିଦ୍ଧୁ ଏବେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କ ଉପରେ ଖପ୍ପା ହୋଇଛନ୍ତି। କାରଣ ଅମରିନ୍ଦର ତାଙ୍କୁ...

କଂଗ୍ରେସର ନୂଆ ମୁଖ୍ୟ ନିଷ୍ପତ୍ତି ଆଜି

ନୂଆଦିଲ୍ଲୀ, ୧୦ା୮: କଂଗ୍ରେସର ନୂଆ ଅଧ୍ୟକ୍ଷ ନିଯୁକ୍ତି ସମ୍ପର୍କରେ ଶନିବାର ବସିବାକୁ ଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ନିଷ୍ପତ୍ତି ନିଆଯିବ। ଗତ ସାଧାରଣ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *