Posted inଜାତୀୟ

ଅବିବାହିତା କନ୍ୟା ରଖିପାରିବେନି ମୋବାଇଲ୍‌ ଫୋନ୍‌: ଧରା ପଡ଼ିଲେ ପିତାଙ୍କୁ ଦେବାକୁ ପଡ଼ିବ ଦେଢ଼ଲକ୍ଷ ଜରିମାନା

ଅହମ୍ମଦାବାଦ୍‌,୧୭।୭: ଗୁଜରାଟର ବନାସକାଣ୍ଠା ଅନ୍ତର୍ଗତ ଦନ୍ତିଓ୍ବାଡ଼ାରେ ଅବିବାହିତା କନ୍ୟା ମୋବାଇଲ୍‌ ଫୋନ୍‌ ରଖିପାରିବେନି ବୋଲି ନିୟମ ପ୍ରଚଳନ ହୋଇଛି। ଏହାକୁ ସ୍ଥାନୀୟ ଠାକୁର ସମ୍ପ୍ରଦାୟ ପକ୍ଷରୁ ଜାରି କରାଯାଇଛି। ସ୍ଥାନୀୟ ପଞ୍ଚାୟତ ପକ୍ଷରୁ ଏହି ନିୟମ ପ୍ରଣୟନ କରାଯାଇଥିବା କୁହାଯାଉଛି। ଜଲୋଲ ଗାଁରେ ହୋଇଥିବା ପଞ୍ଚାୟତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାର ଉଲ୍ଲଂଘନ କଲେ ସମ୍ପୃକ୍ତ ଅବିବାହିତା କନ୍ୟା ପିତା ଅଥବା ପରିବାର ସଦସ୍ୟଙ୍କୁ ଏଥିପାଇଁ ଦେଢ଼ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିବ ବୋଲି ପଞ୍ଚାୟତ ପକ୍ଷରୁ କୁହାଯାଇଛି। ତେବେ ପଞ୍ଚାୟତ ସଦସ୍ୟ ଜୟନ୍ତୀ ଭାଇ ଠାକୁର କହିଛନ୍ତି ଯେ, ବିବାହରେ ଅଯଥା ଖର୍ଚ୍ଚ ଏବଂ ଡିଜେ ବ୍ୟବହାର ଉପରେ ଆଲୋଚନା ବୈଠକରେ ହୋଇଥିଲା। ସେହିପରି ଅବିବାହିତା କନ୍ୟା ମୋବାଇଲ୍‌ ଫୋନ୍‌ ରଖିବା ଉପରେ ଚର୍ଚ୍ଚା ହୋଇଥିଲା। ଏନେଇ ଖୁବ୍‌ ଶୀଘ୍ର ଆଇନ ପ୍ରଣୟନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


All Right Reserved By

୧୮ ବର୍ଷରୁ କମ୍‌ ବୟସ୍କଙ୍କୁ ସ୍ମାର୍ଟଫୋନ୍‌ ବ୍ୟବହାର ମନା

ଅହମ୍ମଦାବାଦ୍‌,୨୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ ଯୋଜନା ନେଇ ଦେଶରେ ଚର୍ଚ୍ଚା ଜାରି ରହିଛି। ଏପରିସ୍ଥଳେ ଗୁଜରାଟର ମେହସଣା ପଞ୍ଚାୟତର ନିଷ୍ପତ୍ତି ଏହି ଯୋଜନାରେ...

ସ୍କୁଲ ଫି ବାବଦରେ ପିଲାମାନେ ଦିଅନ୍ତି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ

ଗୁଆହାଟୀ,୧୧।୬: ଆସାମ ଦିସପୁରରେ ଥିବା ଅକ୍ଷର ଫୋରମ ସ୍କୁଲ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। କାରଣ ଏଠାରେ ପାଖାପାଖି ୧୧୦ ଜଣ ପିଲା ପାଠ...

ଗୁଡ଼ି ସୂତାରେ କଟି ୧୨ଶହରୁ ଊର୍ଦ୍ଧ୍ୱ ପକ୍ଷୀ ଆହତ; ୧୫୦ ମୃତ

ନୂଆଦିଲ୍ଲୀ,୧୭।୮: ସ୍ବାଧୀନତା ଦିବସ ଓ ରାଖୀ ପୂର୍ଣ୍ଣିମା ଅବସରରେ ରାଜଧାନୀବାସୀ ଖୁବ୍‌ ମଜାରେ ଗୁଡି ଉଡାଇଥିଲେ। ହେଲେ ଏହାର ପରିଣାମ ଭୋଗିବାକୁ ପଡିଛି ନିରିହ ପକ୍ଷୀମାନଙ୍କୁ।...

ନେତୃତ୍ୱ ସଙ୍କଟ ଦୂର ନ କଲେ ବୁଡି ଯାଇପାରେ କଂଗ୍ରେସ

ନୂଆଦିଲ୍ଲୀ,୧୨।୭: ଦେଶର ପୂରାତନ ଦଳ ଭାବେ ଏକଦା ଦେଶର ପୂର୍ବରୁ ନେଇ ପଶ୍ଚିମ, ଉତ୍ତରରୁ ନେଇ ଦକ୍ଷିଣ ପର୍ଯ୍ୟନ୍ତ ନିଜର ଏକ ସ୍ବତନ୍ତ୍ରତା ବଜାୟ ରଖିଥିବା...

ଶିବସେନାରେ ଯୋଗ ଦେଲେ ଏନ୍‌ସିପି ନେତା ସଚ୍ଚିନ

ମୁମ୍ବାଇ,୨୫।୭: ମହାରାଷ୍ଟ୍ରର ଏନ୍‌ସିପି ଅଧ୍ୟକ୍ଷ ସଚ୍ଚିନ ଆହିର ଗୁରୁବାର ଶିବସେନାରେ ଯୋଗ ଦେଇଛନ୍ତି। ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ମୁମ୍ବାଇଠାରେ ସେ ଦଳରେ ଯୋଗ...

ସିକ୍କିମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରେମ ସିଂ ତାମଙ୍ଗ

ଗ୍ୟାଙ୍ଗଟକ୍‌,୨୭।୫: ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା(ଏସ୍‌କେଏମ୍‌)ର ଅଧ୍ୟକ୍ଷ ପ୍ରେମ ସିଂ ତାମଙ୍ଗ ବା ପିଏସ୍‌ ଗୋଲେ ଭାବେ ପରିଚିତ ତାମଙ୍ଗ ସୋମବାର ସିକ୍କିମ ମୁଖ୍ୟମନ୍ତ୍ରୀ ଭାବେ ଶପଥ...

ତିନି ତଲାକ୍‌ ବିଲ୍‌କୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍‌ କରିବ ମୁସଲିମ୍‌ ପର୍ସନାଲ୍‌ ଲ’ ବୋର୍ଡ

ନୂଆଦିଲ୍ଲୀ, ୩୧।୭: ବହୁ ଚର୍ଚ୍ଚିତ ଟ୍ରିପଲ ତଲାକ ବିଲ ବା ମହିଳା ସୁରକ୍ଷା (ବିବାହ ଅଧିକାର ଆଇନ) ୨୦୧୯ ଶେଷରେ ରାଜ୍ୟସଭାରେ ପାରିତ ହୋଇଯାଇଛି। ତତ୍କାଳ...

ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତରଙ୍କୁ ଆକ୍ରମଣ କଲେ ସମ୍ପର୍କୀୟ

ମୁମ୍ବାଇ,୧୫।୭: ମୁମ୍ବାଇରେ ନଗର ନିଗମ ଦ୍ୱାରା ପରିଚାଳିତ ହେଉଥିବା ନାୟର ହସ୍ପିଟାଲରେ ୩ ରେସିଡେନ୍ସ ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରବିବାର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *