Posted inଜାତୀୟ

ହାଜତରେ ଦଳିତ ମହିଳାଙ୍କୁ ଗଣବଳାତ୍କାର

ଜୟପୁର,୧୭ା୭: ରାଜସ୍ଥାନର ଚୁରୁସ୍ଥିତ ଏକ ଥାନା ହାଜତରେ ଜଣେ ଦଳିତ ମହିଳାଙ୍କୁ ୯ ପୋଲିସ କର୍ମଚାରୀ ଅନେକ ଦିନ ଧରି ଗଣବଳାତ୍କାର କରିଛନ୍ତି। ମିଛ ଚୋରି ମାମଲାରେ ସମ୍ପୃକ୍ତ ମହିଳାଙ୍କ ଦିଅରଙ୍କୁ ଥାନାକୁ ନେଇ ପିଟି ପିଟି ମାରିଦିଆଯାଇଛି। ପୋଲିସ ପ୍ରମାଣ ଲିଭାଇବା ପାଇଁ ଦିଅରଙ୍କ ମୃତଦେହକୁ ପୋଡ଼ିଦେଇଛି ବୋଲି ମହିଳା ଜଣକ ଅଭିଯୋଗ ଆଣିଛନ୍ତି। ମାମଲା ରୁଜୁ ହେବା ପରେ ଏବେ ଏହି ଘଟଣା ସାମ୍ନାକୁ ଆସିଛି।
୩୫ ବର୍ଷୀୟା ଦଳିତ ମହିଳାଙ୍କ ଅଭିଯୋଗ ହେଲା ଏକ ୬ ମାସ ପୁରୁଣା ଚୋରି ମାମଲାରେ ପୋଲିସ ତାଙ୍କ ୨୨ ବର୍ଷୀୟ ଦିଅରଙ୍କୁ ଫସାଇ ଜୁନ୍‌ ୩୦ରେ ହାଜତକୁ ନେଇଥିଲା। ପୋଲିସ ତାଙ୍କୁ ଅକଥନୀୟ ନିର୍ଯାତନା ଦେବା ପରେ ହାଜତରେ ଜୁଲାଇ ୬ରେ ଦିଅରଙ୍କ ମୃତ୍ୟୁ ଘଟିଥିଲା। ଏହାର ଦିନକ ପରେ ପୋଲିସ ପ୍ରମାଣ ଲିଭାଇବା ପାଇଁ ତାଙ୍କ ମୃତଦେହକୁ ଜାଳି ଦେଇଥିଲା। କେବଳ ଏତିକି ନୁହେଁ, ଜୁଲାଇ ୩ ତାରିଖରେ ମହିଳାଙ୍କୁ ମଧ୍ୟ ସର୍ଦ୍ଦାରସହର ଥାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଅନେକ ଦିନ ଧରି ଏସ୍‌ଏଚ୍‌ଓ ରଣବୀର ସିଂ ଏବଂ ଅନ୍ୟ ୮ ପୋଲିସ କର୍ମଚାରୀ ଗଣବଳାତ୍କାର କରିଥିଲେ। ଏପରି କି ଦିଅରଙ୍କ ମୃତ୍ୟୁ ପରେ ବି ତାଙ୍କୁ ହାଜତରୁ ଛାଡ଼ି ନ ଥିଲେ। ପୀଡ଼ିତାଙ୍କୁ ଜୟପୁରସ୍ଥିତ ସଓ୍ବାଇ ମାନ୍‌ ସିଂ ହସ୍ପିଟାଲରେ ଗତ ୧୧ରେ ଭର୍ତ୍ତି କରାଯିବା ପରେ ସେ ନ୍ୟାୟ ଆଶାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ପତ୍ର ଲେଖିଥିଲେ। ଏସ୍‌ଏଚ୍‌ଓ ରଣବୀରଙ୍କ ପରେ ରାମପ୍ରତାପ ଗୋଧରା, ହେମରାଜ, ବୀରେନ୍ଦ୍ର କୁମାର, କୈଳାସ, ଜନକେଶ, କ୍ରିଷ୍ଣା, ମହେଶ ଓ ସଚିନ ତାଙ୍କର ଇଜ୍ଜତ ଲୁଟିଥିଲେ। ଅଭିଯୁକ୍ତ ପୋଲିସ ଅଧିକାରୀମାନଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିବାକୁ ସେ ଏଥିରେ ଅନୁରୋଧ କରିଥିଲେ। ଏହା ପରେ ପରିବାର ଲୋକେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଶନିବାର ଏକ ଗଣବଳାତ୍କାର ମାମଲା ରୁଜୁ କରିଛି। ଗଣବଳାତ୍କାର ଅଭିଯୁକ୍ତ ଏସ୍‌ଏଚ୍‌ଓ, ଜଣେ ହେଡ୍‌ କନ୍‌ଷ୍ଟେବଳ ଓ ୬ କନ୍‌ଷ୍ଟେବଳଙ୍କୁ ନିଲମ୍ବନ କରାଯାଇଛି। ଅନ୍ୟ ୨୬ ପୋଲିସ କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି। ଚୁରୁ ଏସ୍‌ପି ରାଜେନ୍ଦ୍ର କୁମାର ଶର୍ମାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। କ୍ରାଇମ୍‌ବ୍ରାଞ୍ଚର ଅପରାଧ ତଦନ୍ତ ବିଭାଗ (ସିଆଇଡି)କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଛି। କିନ୍ତୁ ହାଜତ ମୃତ୍ୟୁ ନେଇ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ଜଣାପଡ଼ିଛି। ଗଣବଳାତ୍କାର ମାମଲାରେ ଏଫ୍‌ଆଇଆର୍‌ ହେବା ପରେ ପୋଲିସ ତତ୍ପରତା ଦେଖାଇ କାର୍ଯ୍ୟାନୁଷ୍ଠାନ ନେଇଛି ବୋଲି ରାଜସ୍ଥାନ ଆଇନମନ୍ତ୍ରୀ ଶାନ୍ତି ଧରିଓ୍ବାଲ କହିଛନ୍ତି।


All Right Reserved By

୨୦୨୨ ସୁଦ୍ଧା ଭାରତ ହେବ ଡିଜିଟାଲ ସମ୍ପନ୍ନ ଦେଶ: ଅଜିତ୍‌ ପାଇ

ଓ୍ବାଶିଂଟନ୍‌,୧୩।୬: ପ୍ରଧାନମନ୍ତ୍ରୀ ମୋଦି ସରକାର ଭାରତକୁ ପୂର୍ଣ୍ଣ ଡିଜିଟାଲ ସମ୍ପନ୍ନ ଦେଶ କରିବା ପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଜାରି ରଖିଛନ୍ତି। ଆସନ୍ତା ୨୦୨୨ ସୁଦ୍ଧା...

ନନ୍ଦା ଦେବୀରୁ ଠାବ ହେଲା ୫ ମୃତଦେହ

ଡେରାଡୁନ,୩।୬: ଉତ୍ତରାଖଣ୍ଡର ନନ୍ଦାଦେବୀ ପର୍ବତରେ ବରଫ ସ୍ଖଳନ ଯୋଗୁ ନିଖୋଜ ଥିବା ୮ ପର୍ବତ ଆରୋହୀଙ୍କ ମଧ୍ୟରୁ ସୋମବାର ୫ ଜଣଙ୍କ ମୃତଦେହ ଠାବ କରାଯାଇଛି।...

ପୋଲିସ ଭୟରେ ଆତ୍ମସମର୍ପଣ କଲେ ଅପରାଧି

ବୁଲନ୍ଦସହର,୩।୮: ଉତ୍ତର ପ୍ରଦେଶ ବୁଲନ୍ଦସହରର ଜଣେ ଅପରାଧି ପୋଲିସ ଭୟରେ ଆତ୍ମ ସମର୍ପଣ କରିଥିବା କହିଛନ୍ତି। ଅନିଲ ନାମକ ଏହି ଅପରାଧିଙ୍କ ଉପରେ ପୋଲିସ ୧୦...

୫ ବର୍ଷରେ ୭୧ ହଜାର କୋଟି ବ୍ୟାଙ୍କ ଦୁର୍ନୀତି: କର୍ମଚାରୀଙ୍କ ଜାଣତରେ ଲୁଟ ହୋଇଛି ୬୫ ହଜାର କୋଟି

ନୂଆଦିଲ୍ଲୀ, ୯।୭: ଗତ ୫ ବର୍ଷରେ ଦେଶର ବିଭିନ୍ନ ବ୍ୟାଙ୍କରେ ୭୧ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି। ସେଥିମଧ୍ୟରୁ କେବଳ ୬୪ ହଜାର କୋଟି...

ପରଲୋକରେ ଓମ ପ୍ରକାଶ ଚୌତାଲାଙ୍କ ସ୍ତ୍ରୀ

ହରିୟାଣା,୧୨।୮: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କ ସ୍ତ୍ରୀ ସ୍ନେହଲତାଙ୍କର ରବିବାର ପରଲୋକ ହୋଇଛି। କିଛିଦିନ ହେବ ଅସୁସ୍ଥ ଥିବା ସ୍ନେହଲତାଙ୍କର ୮୧ ବର୍ଷ...

ମୋଦିଙ୍କ ସମୟରେ ଉତ୍ତରପ୍ରଦେଶରେ ଅଧିକ ହିଂସାକାଣ୍ଡ ଘଟିଛି: ମାୟାବତୀ

ଲକ୍ଷ୍ନୌ,୧୫।୫: କେନ୍ଦ୍ରରେ ମୋଦି ସରକାର ଥିବା ସମୟରେ ଉତ୍ତରପ୍ରଦେଶରେ ଅଧିକ ହିଂସାକାଣ୍ଡ ଘଟିଥିବା ଅଭିଯୋଗ କରିଛନ୍ତି ବିଏସ୍‌ପି ଅଧ୍ୟକ୍ଷା ମାୟାବତୀ। ଏନେଇ ମାୟାବତୀ ବୁଧବାର ସୂଚନା...

୩୭୦ ଉପରେ ପାର୍ଲାମେଣ୍ଟରେ ଭାଷଣ ଦେଇ ରାତାରାତି ହିରୋ ହେଲେ ଏମ୍‌ପି, ଏବେ ଫେସବୁକକୁ ନେଇ ଚିନ୍ତିତ

ନୂଆଦିଲ୍ଲୀ, ୮।୮:ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ଏବଂ ରାଜ୍ୟକୁ ଦୁଇଭାଗ କରି ୨ଟି କେନ୍ଦ୍ର ଶାସିତ ଅଞ୍ଚଳ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି...

ଉତ୍ତରପ୍ରଦେଶ ରାଜନୀତିରେ ଝଡ଼: ଯୋଗୀଙ୍କ ପ୍ରେମିକା ବୋଲି ଦାବି କଲେ ମହିଳା

ଲକ୍ଷ୍ନୌ, ୮।୬: ଉତ୍ତରପ୍ରଦେଶ ରାଜନୀତିରେ ଏବେ ଝଡ଼ ଉଠିଛି। ଜଣେ ମହିଳା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ପ୍ରେମିକା ବୋଲି ଦାବି କରିଛନ୍ତି। ତାଙ୍କ ସହିତ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *