ଅଭିନୟରେ ହଜିଯିବାକୁ ହୁଏ

ମୁମ୍ବାଇ: ଅଭିନୟ କରିବା ବେଳେ ନିଜକୁ ଭୁଲିଯିବାକୁ ହୁଏ ବୋଲି ବଲିଉଡ୍‌ ଅଭିନେତ୍ରୀ ସାରା ଅଲି ଖାନ୍‌ ପ୍ରକାଶ କରିଛନ୍ତି। ସାରା ‘କେଦାରନାଥ’ ଏବଂ ‘ସିମ୍ବା’ ଭଳି ଫିଲ୍ମରେ ଅଭିନୟ କରି ଗତବର୍ଷ ଦର୍ଶକଙ୍କ ପ୍ରଶଂସାଭାଜନ ହୋଇପାରିଥିଲେ। ଏହି ଦୁଇ ଫିଲ୍ମକୁ ସମାନ ଦୃଷ୍ଟିରେ ସେ ଦେଖନ୍ତି। ସଞ୍ଜୟ ଲୀଲା ଭଁସାଲିଙ୍କ ସହିତ ଏକ ପିରିୟଡ ଫିଲ୍ମରେ କାମ କରିବାକୁ ସେ ପସନ୍ଦ କରନ୍ତି। ସହରାଞ୍ଚଳ ଜୀବନଯାପନ ସହ ଜଡିତ ଫିଲ୍ମ, ପ୍ରେମ ଓ ହାସ୍ୟାଭିନୟ, ବ୍ୟବସାୟିକ ମସଲା ମୁଭି ଏପରି କି ଆକ୍ସନ ଓ ଥ୍ରିଲର ମୁଭି ଭଳି ସବୁ ପ୍ରକାର ଫିଲ୍ମ କରିବାକୁ ସେ ଆଗ୍ରହୀ ବୋଲି ସାରା କହିଛନ୍ତି। ସାରା ତାଙ୍କର ପରବର୍ତ୍ତୀ ଫିଲ୍ମ ଇମ୍‌ତିଆଜ ଅଲିଙ୍କ ‘ଲଭ୍‌ ଆଜ କାଲ’ର ଦ୍ୱିତୀୟ ଭାଗରେ ଅଭିନୟ କରିବାକୁ ଯାଉଛନ୍ତି। ସେ ହେଉଛନ୍ତି ଅଭିନେତା ସୈଫ ଅଲି ଖାନ୍‌ ଏବଂ ଅମ୍ରିତା ସିଂଙ୍କ କନ୍ୟା। ‘କେଦାରନାଥ’ ଅଥବା ‘ସିମ୍ବା’ ହେଉ, ଅଭିନୟ ବେଳର ଭାବପ୍ରବଣତା ଓ ଅନୁଭୂତି ହୃଦୟରେ ସବୁଦିନ ପାଇଁ ଲାଖି ରହିଯାଏ ବୋଲି ସେ କହିଛନ୍ତି।


All Right Reserved By Dharitri.Com

ନିର୍ମାଣ ହେବ ପାରିକରଙ୍କ ବାୟୋପିକ୍‌

ମୁମ୍ବାଇ,୧୪।୧୨: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ଥିବା ସ୍ବର୍ଗତଃ ମନୋହର ପାରିକରଙ୍କ ଜୀବନିକୁ ନେଇ ଖୁବ୍‌ଶୀଘ୍ର ଏକ ଫିଲ୍ମ ନିର୍ମାଣ କରାଯିବ। ଏଥିପାଇଁ...

ନିଜ ଭୂମିକାରେ ହ୍ରିତିକ୍‌ଙ୍କୁ ଦେଖି ଭାବବିହ୍ବଳ ହେଲେ ଆନନ୍ଦ କୁମାର: କହିଲେ ‘ସୁପର-୩୦’ ଟ୍ରେଲର ପୁରା ପରିବାରକୁ କନ୍ଦାଇ ଦେଲା

ମୁମ୍ବାଇ: ସୁପରଷ୍ଟାର ହ୍ରିତିକ୍‌ ରୋଶନଙ୍କ ଆଗାମୀ ଚଳଚ୍ଚିତ୍ର ‘ସୁପର-୩୦’ର ଟ୍ରେଲର ପରଦାକୁ ଆସିଛି। ଦର୍ଶକମାନେ ଏହାକୁ ପସନ୍ଦ କରୁଛନ୍ତି। ଏହି କ୍ରମରେ ବଲିଉଡ୍‌ କଳାକାରମାନେ ମଧ୍ୟ...

ସୁମନ ମିସ୍‌ ଇଣ୍ଡିଆ ଓ୍ବାର୍ଲଡ

ମୁମ୍ବାଇ: ରାଜସ୍ଥାନର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଛାତ୍ରୀ ସୁମନ ରାଓ ମିସ୍‌ ଇଣ୍ଡିଆ ଓ୍ବାର୍ଲଡ-୨୦୧୯ ମୁକୁଟ ବିଜୟିନୀ ହୋଇଛନ୍ତି। ଶନିବାର ସନ୍ଧ୍ୟାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଇନ୍‌ଡୋର...

ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଏହି ଚରିତ୍ରରେ ନଜର ଆସିବେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଓ ବଲିଉଡ୍‌ ଦିବା କ୍ର଼୍ୟାଟ୍ରିନା କୈଫ ପୁଣି ଥରେ ଏକାଠି ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି। ରୋହିତ...

୪୨ ବର୍ଷରେ ପଦାର୍ପଣ କଲେ ଶ୍ରୁତି: ଅର୍ଜୁନଙ୍କ ସହିତ ଅନ୍ତରଙ୍ଗ ସିନ୍‌ରେ ଶୁଟିଂସେଟ୍‌ରେ ହରାଇଥିଲେ ନିୟନ୍ତ୍ରଣ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରୁତି ସେଠ୍‌ ବୁଧବାର ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୭ ଡିସେମ୍ବର ୧୮ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୨୦୦୩ଠାରୁ ୨୬...

ସାରା-କାର୍ତ୍ତିକଙ୍କ ମଧ୍ୟରେ ବଢିଯାଇଛି ଦୂରତା

ମୁମ୍ବାଇ: ବଲିଉଡ୍‌ ନାୟିକା ସାରା ଅଲ୍ଲି ଖାଁ ଓ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏମାନେ କିନ୍ତୁ ଏହାକୁ କେବେ...

ଅତି ଉତ୍ସାହିତ ହୋଇ ମୋଦିଙ୍କୁ ଫକିର ବୋଲି କହିଲେ ଅନୁପମ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ଦିନ ପୂର୍ବରୁ ସମୁଦ୍ର କୂଳରୁ ଅଳିଆ ସଫା କରୁଥିବାର ଏକ ଭିଡିଓ ଶେୟାର କରିଥିଲେ। ଆଉ ଏହାକୁ ଦେଖିବା...

ଟ୍ବିଙ୍କିଲ୍‌ କାନରେ ପିନ୍ଧିଲେ ପିଆଜ ଇୟର ରିଙ୍ଗ୍‌

ମୁମ୍ବାଇ: ପିଆଜ ଦାମ ଆକାଶ ଛୁଆଁ ହୋଇଛି। ଏହାକୁ ନେଇ ସୋସିଆଲ୍‌ ମିଡ଼ିଆରେ ବହୁ ରୋଚକ ଫଟୋ ଶେୟାର କରାଯାଉଛି। ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କିଲ୍‌ ଖାନ୍ନାଙ୍କୁ...

Leave a comment

Your email address will not be published. Required fields are marked *