Posted inଜାତୀୟ

ବିଧାୟକଙ୍କ ସହ କ୍ରିକେଟ ଖେଳିଲେ ୟେଦୁରପ୍ପା

ବେଙ୍ଗାଲୁରୁ, ୧୭ା୭ : କର୍ନାଟକ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଥିବାବେଳେ ପ୍ରଦେଶ ଭାଜପା ମୁଖ୍ୟ ବି.ଏସ୍‌. ୟେଦୁରପ୍ପା ଦଳର ବିଧାୟକଙ୍କ ସହିତ ମିଶି ମଙ୍ଗଳବାର ବେଙ୍ଗାଲୁରୁରେ କ୍ରିକେଟ ଖେଳିଛନ୍ତି। ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ମେଣ୍ଟ ସରକାରକୁ ବଞ୍ଚାଇବା ଲାଗି ସଂଗ୍ରାମ କରୁଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା କ୍ରିକେଟ ଖେଳି ପରିବର୍ତ୍ତନଶୀଳ ରାଜନୀତିର ଏକ ଭିନ୍ନ ସଂକେତ ଦେଇଛନ୍ତି। ପ୍ରକାଶ ଯେ, ୧୬ ବିଧାୟକ(କଂଗ୍ରେସର ୧୩ ଓ ଜେଡିଏସ୍‌ର ୩) ଇସ୍ତଫା ଦେଇଥିବାବେଳେ ଦୁଇ ସ୍ବାଧୀନ ବିଧାୟକ ଏସ୍‌. ଶଙ୍କର ଓ ଏଚ୍‌. ନାଗେଶ ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି । ସେପଟେ ଗୁରୁବାର ହେବାକୁ ଥିବା ଆସ୍ଥାଭୋଟ ଲାଗି କଂଗ୍ରେସ-ଜେଡିିଏସ୍‌ ମେଣ୍ଟ ସଜବାଜ ହେଉଥିବାବେଳେ ଭାଜପା ମଧ୍ୟ ରଣନୀତି ପ୍ରସ୍ତୁତିରେ ଅଛି। ସବୁ ଦଳ ନିଜ ନିଜର ବିଧାୟକଙ୍କୁ ନିର୍ଦ୍ଦିଷ୍ଟ ରେସ୍ତୋରାଁ ଭିତରେ ରଖିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ଯାହା ଆସୁନା କାହିଁକି ଭାଜପା ନେତାମାନେ ଉତ୍ସାହିତ ଥିବା ୟେଦୁରପ୍ପାଙ୍କ କ୍ରିକେଟ ଖେଳରୁ ଜଣାପଡ଼ୁଛି।


All Right Reserved By Dharitri.Com

ମହାରାଷ୍ଟ୍ର କ୍ୟାବିନେଟ୍‌ର ପ୍ରଥମ ବୈଠକ:ରାୟଗଡ଼ ଲାଗି ୨୦କୋଟି ମଞ୍ଜୁର

ମୁମ୍ବାଇ, ୨୯।୧୧:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକ୍‌ରେ ଦାୟିତ୍ୱଗ୍ରହଣ କରିବା ପରେ ଗୁରୁବାର ରାତି ୮ରେ ପ୍ରଥମ କ୍ୟାବିନେଟ ବୈଠକ ବସିବା ସହ ଛତ୍ରପତି ଶିବାଜୀ...

ମୃତ ପୋଲିସ କର୍ମଚାରୀଙ୍କ ପରିବାରକୁ ପୂର୍ଣ୍ଣ ପେନ୍‌ସନ ମାମଲାର ଶୁଣାଣି ୧୩ରେ

ନୂଆଦିଲ୍ଲୀ,୭ା୧୧(ପି.ଟି.): କର୍ତ୍ତବ୍ୟରେ ଥାଇ ମୃତ୍ୟୁ ହେଉଥିବା ପୋଲିସ କର୍ମଚାରୀଙ୍କ ପରିବାରକୁ ପୂର୍ଣ୍ଣ ପେନ୍‌ସନ ସହ ଜଣକୁ ନିଯୁକ୍ତି ଦେବା ଲାଗି ଦାଏର ପିଟିଶନର ଶୁଣାଣି ପାଇଁ...

ସିଦ୍ଧୁଙ୍କ ଇସ୍ତଫାକୁ ନେଇ ଆଶ୍ଚର୍ଯ୍ୟ ହେଲେ ଶତ୍ରୁଘ୍ନ

ଚଣ୍ଡିଗଡ,୧୫।୭: ପଞ୍ଜାବ କ୍ୟାବିନେଟରୁ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେବା ପରେ ଏହାକୁ ନେଇ ରାଜନେତାମାନେ ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି। ଗତ ଲୋକ...

‘ଜୟ ଶ୍ରୀରାମ’ ନ କହିବାରୁ ମୁସଲ୍‌ମାନ ଯୁବକଙ୍କୁ ମାଡ଼

କାନପୁର, ୩୦ା୬ (ପି.ଟି.) ; ଉତ୍ତରପ୍ରଦେଶର କାନପୁରଠାରେ ଜଣେ ୧୬ ବର୍ଷୀୟ ନାବାଳକଙ୍କୁ କେତେକ ଯୁବକ ଘେରିଯାଇ ‘ଜୟ ଶ୍ରୀରାମ’ ଉଚ୍ଚାରଣ କରିବାକୁ କହିଥିଲେ। ନାବାଳକ...

ଖୁବ୍‌ଶୀଘ୍ର ଶପଥ ନେବେ ହରିୟାଣା କ୍ୟାବିନେଟ

ହରିୟାଣା,୧୨।୧୧: ହରିୟାଣା ବିଧାନସଭାରେ ଏପର୍ଯ୍ୟନ୍ତ ମନ୍ତ୍ରୀମାନଙ୍କ ଶପଥଗ୍ରହଣ କାର୍ଯ୍ୟକ୍ରମ ହୋଇନାହିଁ। ଅକ୍ଟୋବର ୨୭ରୁ ମୁଖ୍ୟମନ୍ତ୍ରୀ ଭାବେ ଭାଜପାର ମନୋହର ଲାଲ ଖଟ୍ଟର ଶପଥ ନେଇଥିବା ବେଳେ...

ମନୋଜ ତିଓ୍ବାରିଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୨୩।୬: ଦିଲ୍ଲୀର ଭାଜପା ଅଧ୍ୟକ୍ଷ ମନୋଜ ତିଓ୍ବାରିଙ୍କୁ ହତ୍ୟା ଧମକ ମିଳିଥିବା ନିଜେ ମନୋଜ କହିଛନ୍ତି। ତାଙ୍କ ଫୋନକୁ ଏକ ଏସ୍‌ଏମ୍‌ଏସ୍‌ ଦେଇ ଜଣେ ବ୍ୟକ୍ତି...

କରହନିଆରେ ଉତ୍କଟ ଜଳ ସଙ୍କଟ: ପୁଅଙ୍କୁ ଝିଅ ଦେବାକୁ ରାଜି ହେଉ ନାହାଁନ୍ତି କନ୍ୟାଘର

ବିଳାସପୁର,୧୯।୫: ଛତିଶଗଡ଼ରେ ଦେଖାଦେଇଛି ଜଳ ସଙ୍କଟ। ଏହାଯୋଗୁ କେତେକ ଅଞ୍ଚଳରେ ଝିଅ ବିବାହ ଦେବାକୁ କନ୍ୟାଘର ଲୋକେ ଅମଙ୍ଗ ହେଉଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ଆଦିବାସୀ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ଧନୀ ପ୍ରାର୍ଥୀଙ୍କ ପାଖରେ ୪ଶହ ୧୭ କୋଟି ଥିବାବେଳେ ଗରିବ ପ୍ରାର୍ଥୀଙ୍କ ପାଖରେ ମାତ୍ର ୯ ଟଙ୍କା

ନୂଆଦିଲ୍ଲୀ,୧୭।୪: ଏପ୍ରିଲ୍‌ ୧୮ରେ ହେବ ଲୋକ ସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ୪ଶହ ୨୩ ଜଣ କୋଟିପତି ପ୍ରାର୍ଥୀ ନିର୍ବାଚନ...

Leave a comment

Your email address will not be published. Required fields are marked *