ହିନ୍ଦୋଳ ବନାଞ୍ଚଳରେ ପୁଣି ହାତୀ ଛୁଆ ମୃତ: ୨ ମାସରେ ୪ ମଲେଣି

ରାସୋଳ, ୧୭।୭(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା ହିନ୍ଦୋଳ ବନାଞ୍ଚଳରେ ଅସୁରକ୍ଷିତ ହୋଇପଡ଼ିଛନ୍ତି ହାତୀ। ବିଭିନ୍ନ କାରଣରୁ ସଂରକ୍ଷିତ ଜଙ୍ଗଲରେ ହାତୀ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ମଙ୍ଗଳବାର ବମ୍ପା ସେକ୍ସନ ଅଧୀନ ଭିଙ୍ଗିରା ସଂରକ୍ଷିତ ଜଙ୍ଗଲରେ ଏକ ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି। ଏହାର ଆନୁମାନିକ ବୟସ ୬ମାସ ହେବ। ଗତ ଦୁଇମାସ ମଧ୍ୟରେ ଏହା ହେଉଛି ୪ର୍ଥ ଘଟଣା। ବନ ବିଭାଗର ଅବହେଳା ଯୋଗୁ ହାତୀଙ୍କ ଏପରି ଅକାଳ ମୃତ୍ୟୁ ହେଉଥିବାବେଳେ ଏହାକୁ ନେଇ କ୍ଷୋଭବ୍ୟକ୍ତ କରିଛନ୍ତି ପରିବେଶବିତ୍‌।
ଭିଙ୍ଗିରା ଜଙ୍ଗଲରେ ହାତୀ ଶାବକ ମରିପଡ଼ିଥିବା ସମ୍ପର୍କରେ ଗ୍ରାମବାସୀଙ୍କଠାରୁ ସୂଚନା ପାଇ ରେଞ୍ଜର ମଧୁସୂଦନ ପାତ୍ର, ଫରେଷ୍ଟର ପ୍ରଶାନ୍ତ ପାଣିଗ୍ରାହୀ, ଖଲିବୋରେଇ ଫରେଷ୍ଟର ବିକ୍ରମ ସେଠୀ, ଖଜୁରିଆକଟା ପ୍ରାଣୀଧନ ଚିକିତ୍ସକ ବାଣୀକାନ୍ତ ଖଟୁଆ ସଦଳବଳ ପହଞ୍ଚତ୍ଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି। ଏ ନେଇ ଡିଏଫ୍‌ଓ ସୁଦର୍ଶନ ପାତ୍ର କୁହନ୍ତି, ହାତୀ ଶାବକର ନାଭିରେ ଘା’ ହୋଇଥିଲା। ସଂକ୍ରମଣରୁ ଏହାର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।
ଗିରିଧରପ୍ରସାଦ ପଞ୍ଚାୟତ ଅଞ୍ଚଳରେ ମାସେ ହେଲେ ଏକ ପଲରେ ୧୫ରୁ ଊର୍ଦ୍ଧ୍ୱ ହାତୀ ବ୍ୟାପକ ଉପଦ୍ରବ ସୃଷ୍ଟି କରି ଚାଲିଛନ୍ତି। ଜରଡ଼ା, ବୁହାଳିପାଳ, ବାବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପଶି ଘରଦ୍ୱାର, ଫଳ ବଗିଚା ନଷ୍ଟ କରିବା ସହ ଧାନଚାଉଳ ଖାଇଯାଉଛନ୍ତି। ଉକ୍ତ ହାତୀପଲରେ ୩ଟି ହାତୀ ଛୁଆ ଥିଲେ। ସେଥିରୁ ଗୋଟିଏ ଜୁଲାଇ ୪ରେ ବାଲିସାହି ଅଞ୍ଚଳରେ ପ୍ରାଣ ହରାଇଥିଲା। ଏହାର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି। ସେହିପରି କନକାରେ ଅସୁସ୍ଥ ହୋଇପଡ଼ିଥିବା ଏକ ହାତୀ ଛୁଆକୁ ବନ ବିଭାଗ ଉଦ୍ଧାର କରିଥିଲା। ତେବେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପୂର୍ବରୁ ତାକୁ ଜଙ୍ଗଲକୁ ଛାଡ଼ି ଦିଆଯାଇଥିଲା। ତାଳଗଣ୍ଡା ଗ୍ରାମ ନିକଟରେ ଉକ୍ତ ହାତୀ ଶାବକର ମୃତଦେହ ଠାବ କରାଯାଇଥିଲା। ଗତ ଜୁନ୍‌ ୧୨ରେ ବାଲିମି ଥାନା କଡ଼ଲା ଗ୍ରାମ ଉପକଣ୍ଠ କର୍ଣ୍ଣପୁର ବିଟ୍‌ ଅଞ୍ଚଳରେ ଶିକାରୀଙ୍କ ବିଦ୍ୟୁତ୍‌ ଫାଶରେ ପଡ଼ି ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିଲା। ହିନ୍ଦୋଳ ରେଞ୍ଜରେ ହାତୀମୃତ୍ୟୁ ସଂଖ୍ୟା ବଢୁଥିବାବେଳେ ବନ ବିଭାଗର ନିଦ ଭାଙ୍ଗୁନାହିଁ। ହାତୀ ଉପଦ୍ରୁତ ଅଞ୍ଚଳରେ ପାଟ୍ରୋଲିଂ କରାଯାଉ ନ ଥିବା ଅଭିଯୋଗ ହେଉଛି। ବନ ବିଭାଗର ଅବହେଳା ଅଞ୍ଚଳରୁ ହାତୀବଂଶ ଲୋପ କରିଦେବ ବୋଲି ପରିବେଶବିତ୍‌ମାନେ କ୍ଷୋଭର ସହ କହିଛନ୍ତି।


All Right Reserved By Dharitri.Com

ହାତୀଙ୍କ ଜଳକ୍ରୀଡ଼ା

ଭାପୁର, ୨୬।୫(ଡି.ଏନ.ଏ.)- ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମପ୍ରବାହ। ଏହା କେବଳ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି ତାହା ନୁହେଁ, ଏଥିରେ ବିଶେଷ ଭାବେ ପ୍ରଭାବିତ...

ନନ୍ଦନକାନନର ଘଡ଼ିଆଳ କୁମ୍ଭୀର ଯିବ ଭିତରକନିକା

ବାରଙ୍ଗ,୧୮ା୫(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ ଘଡିଆଳ କୁମ୍ଭୀର ଭିତରକନିକାକୁ ଯିବ। ନନ୍ଦନକାନନରେ ଘଡିଆଳ କୁମ୍ଭୀରମାନଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି। ଫଳରେ ଏମାନଙ୍କ ବାସସ୍ଥାନ, ଖାଦ୍ୟ ଓ...

କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ହୀନସ୍ତା: ୯ ବର୍ଷ ହେଲା ଏକ୍ସ-ରେ ମେଶିନ ଅଚଳ

କାମାକ୍ଷାନଗର, ୨୬।୬(ଡି.ଏନ୍‌.ଏ.)- କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଥିବା ଏକ୍ସ-ରେ ମେଶିନ ୯ ବର୍ଷ ହେଲା ଅଚଳ ହୋଇପଡ଼ିଛି। କର୍ମଚାରୀ ଅଭାବ ସମସ୍ୟା ଆଳ ଦେଖାଇ ସ୍ବାସ୍ଥ୍ୟ...

ଯାତ୍ରା ଆୟୋଜକ, ପାର୍ଟି ମ୍ୟାନେଜର, ଡ୍ୟାନ୍ସରଙ୍କ ନାଁରେ ମାମଲା

ଭୁବନେଶ୍ୱର,୧୦।୨(ବ୍ୟୁରୋ): କଟକଣା ସତ୍ତ୍ୱେ ଖଣ୍ଡଗିରି ଯାତ୍ରାରେ ନଗ୍ନ ନୃତ୍ୟ ପ୍ରଦର୍ଶନକୁ ନେଇ କଳିଙ୍ଗ ଗଣନାଟ୍ୟ ପାଇଁ ଅଡୁଆ ବଢ଼ିଛି। ପାର୍ଟି ମ୍ୟାନେଜର, ଯାତ୍ରା ଆୟୋଜକ ଓ...

ଯୁକ୍ତ୨ ବିଜ୍ଞାନରେ ଶୂନ ଫଳାଫଳ କରିଥିବା ୯ କଲେଜ ଉପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୯ା୬(ବ୍ୟୁରୋ)- ଯୁକ୍ତ୨ ବିଜ୍ଞାନ ପରୀକ୍ଷାରେ ଶୂନ ରେଜଲ୍ଟ କରିଥିବା ୯ କଲେଜ ଉପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।...

ପୁରୁଣାବଜାରରେ ଲାଠିଚାର୍ଜ, ଉତ୍ତେଜନା:ଘଟଣାସ୍ଥଳ ଅନୁଧ୍ୟାନ କଲେ ଆଇଜି, ଏସ୍‌ପି

ଭଦ୍ରକ ଅଫିସ, ୧୭-୯ ଏକ ଦୋକାନରେ ଉପାସନା କାର୍ଯ୍ୟ ଲାଗି ବିକ୍ରି ସକାଶେ ରଖାଯାଇଥିବା ଚାଦରକୁ ପୋଲିସ ଫିଙ୍ଗି ଦେବା ଘଟଣା ନେଇ ଭଦ୍ରକ ସହର...

ଟ୍ୟାଙ୍କର ପାଣିକୁ ନେଇ ତାଳଚେରବାସୀଙ୍କ ପ୍ରଶ୍ନ: ତଥ୍ୟରେ ବଳକା, ତଥାପି ସଙ୍କଟ କେମିତି

ତାଳଚେର, ୧୨ା୬- ୨୦୧୧ ଜନଗଣନା ଅନୁଯାୟୀ ତାଳଚେର ସହରର ଲୋକସଂଖ୍ୟା ୪୦ ହଜାର ୮୪୧। ବର୍ତ୍ତମାନର ସ୍ଥିତି ଓ ବାହାର ଲୋକଙ୍କୁ ହିସାବକୁ ନେଲେ ଏହା...

ମା’କେ ଝୁରି ହେଉଛନ୍‌ ଶିବାନନ୍ଦ: ସରକାରୀ ସାହାଯ୍‌ ଆଶ୍‌ରେ ପରିବାର

ଲୋଇସିଂହା, ୨୮ା୧୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଛେଲବାହାଲ ଗଁାର ପ୍ରେମାନନ୍ଦ ଦନ୍ତା(୪୫)କଁର ମାଏକିନା ଲବଙ୍ଗକଁର ମାସେ ତଲେ ମୁର୍‌ତୁ ହେଇଛେ। ଏନ୍‌ତାଥି ତାକର...

Leave a comment

Your email address will not be published. Required fields are marked *