ସରକାରୀ ଜମିରୁ ମୋରମ ଲୁଟ୍‌: ରାଜସ୍ବ ହରାଉଛନ୍ତି ସରକାର

ଔପଦା, ୧୭।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ତହସିଲ ଅନ୍ତର୍ଗତ ଗଡ଼ସାହି ପଞ୍ଚାୟତର କୁସୁନଦାସପୁର, ରଙ୍ଗାମାଟିଆ, ପଣ୍ଡୁଆ, ପଥରପଦା ଆଦି ଗ୍ରାମରେ ଥିବା ସରକାରୀ ଜମିରୁ ମୋରମ ଲୁଟ୍‌ କରାଯାଉଛି। ସରକାର ହଜାର ହଜାର ଟଙ୍କାର ରାଜସ୍ବ ହରାଉଥିବା ବେଳେ ପ୍ରଶାସନ ଜାଣି ମଧ୍ୟ ନୀରବଦ୍ରଷ୍ଟା ପାଲଟିଛି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
କୁସୁନଦାସପୁର ପରିତ୍ୟକ୍ତ ମାଙ୍କଡ଼ା ଖଣି ହୁଡ଼ାରୁ ପ୍ରାୟ ୫୦୦ ଫୁଟ୍‌ରୁ ଅଧିକ ଏବଂ ପଣ୍ଡୁଆ ପଥରପଦା ଅଞ୍ଚଳରୁ ଶହ ଶହ ଫୁଟ୍‌ ମୋରମ ଲୁଟ୍‌ କରାଯାଉଛି। ଏନେଇ ବାରମ୍ବାର ସ୍ଥାନୀୟ ତହସିଲଦାର ପୀତାମ୍ବର ଭୋଇଙ୍କଠାରେ ଲିଖିତ ଅଭିଯୋଗ ହୋଇଥିଲା। ଔପଦା ତହସିଲ ଅନ୍ତର୍ଗତ ଫତେପୁର, ରାଏରାମଚନ୍ଦ୍ରପୁର, ବଡ଼ପୋଖରୀ, ଗଡ଼ସାହି, ଅଘିରାପଦା ଆଦି ପଞ୍ଚାୟତର ବଣପାହାଡ଼ ଉପକଣ୍ଠରେ ଚୋରା ପଥର ଖାଦାନ ଚାଲୁଥିବା ଅଭିଯୋଗ ହେଉଛି। ଏହା ପଛରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଓ ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ଠିକାଦାରମାନଙ୍କ ହାତ ଥିବା ବିଷୟ ବିଭିନ୍ନ ମହଲରେ ଅଭିଯୋଗ ହେଉଛି।
ସ୍ଥାନୀୟ ବୁଦ୍ଧିଜୀବୀ ତଥା ବରିଷ୍ଠ ଆଇନଜୀବୀ ଶ୍ରୀକୃଷ୍ଣ ଚନ୍ଦ୍ର ନାୟକ କହନ୍ତି, ପ୍ରଶାସନ ଏବଂ ମାଫିଆମାନେ ମିଳିମିଶି ମୋରମ ଖାଦାନରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ବଡ଼ବଡ଼ ଠିକାଦାର ଓ ରାଜନେତାମାନଙ୍କ ସହ ହାତ ମିଳାଇ ମାଫିଆମାନେ ମୋରମ ଖାଦାନରୁ ମୋରମ ଉଠାଉଛନ୍ତି। ଏହାଦ୍ୱାରା ସରକାର ରାଜସ୍ବ ହରାଇବା ସହ ଗୃହପାଳିତ ପ୍ରାଣୀମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ଚାରଣଭୂମି ନଷ୍ଟ ହୋଇଯାଉଛି। ସେ ଏହାର ବିହୀତ ତଦନ୍ତ ପାଇଁ ଦାବି କରିଛନ୍ତି।
ସାମାଜିକ କର୍ମୀ ଅଜୟ ପ୍ରଧାନ କହିଛନ୍ତି, ଚାରଣଭୂମିରୁ ମୋରମ ଉଠାଇବା ପରେ ସେଠାରେ ସୃଷ୍ଟି ହେଉଥିବା ବଡ଼ ବଡ଼ ଖାଲରେ ପାଣି ଜମି ରହୁଛି। ବର୍ଷାଦିନେ ଗୋରୁଗାଈ, ଛେଳି ଖାଲରେ ପଡ଼ି ଜୀବନ ହରାଇବା ସହ ମଣିଷମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ସେହିପରି ପୁରସ୍ତମ ବେହେରା, ଡ. ସୁଶାନ୍ତ କୁମାର ଜେନା, ସାମାଜିକ କର୍ମୀ ପ୍ରତାପ ମହାନ୍ତି, ସଂଗ୍ରାମ ପାତ୍ର ପ୍ରମୁଖ ଘୋର ଉଦ୍‌ବେଗ ପ୍ରକାଶ କରିବା ସହ ପ୍ରଶାସନର ନୀରବତା ନେଇ ପ୍ରଶ୍ନ ଉଠାଇଛନ୍ତି।
ଔପଦା ତହସିଲଦାର ଭୋଇଙ୍କୁ ପଚରାଯିବାରୁ ଅଭିଯୋଗ ଅନୁସାରେ ତଦନ୍ତ ଚାଲିଛି ଓ ମୋରମ ଲୁଟେରାଙ୍କ ବିରୋଧରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


All Right Reserved By Dharitri.Com

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ଶିକ୍ଷକ ନିଲମ୍ବିତ

ଖଇରା, ୨୬।୯(ଡି.ଏନ.ଏ.)-ବହୁ ବାଦ ବିବାଦ ଆରୋପ ପ୍ରତ୍ୟାରୋପ ପରେ ଖଇରା ବ୍ଲକ ଶିକ୍ଷାଧିକାରୀ ଧରଣୀଧର ପାତ୍ର ବାଘୁଆ ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷକ ଗୋବିନ୍ଦ୍ର ସେଠୀଙ୍କୁ...

ବନ୍ଧୁକ ମୁନରେ ଲୁଟିନେଲେ ୨୩ ଲକ୍ଷ

ଖୋର୍ଦ୍ଧା ଅଫିସ,୨୪।୧: ଖୋର୍ଦ୍ଧା ଆଦର୍ଶ ଥାନା ସତ୍ୟସାଇ ମନ୍ଦିର ରାସ୍ତାରେ ଶୁକ୍ରବାର ଲୁଟ ହୋଇଛି। ୨୩ ଲକ୍ଷ ଏଲ୍‌ଆଇସି ବୀମା ଟଙ୍କା ବ୍ୟାଙ୍କରେ ଜମା କରିବା...

୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ଉଦ୍‌ଘାଟିତ

ନବରଙ୍ଗପୁର,୨୦ା୪(ବି.ପ୍ର.): ନବରଙ୍ଗପୁର ବିଏଡ୍‌ କଲେଜଠାରେ ୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ସ୍ବାସ୍ଥ୍ୟକେନ୍ଦ୍ରକୁ ସୋମବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏହି...

ଢେଙ୍କାନାଳ କଲେଜ ଯୁକ୍ତ୩ ପରୀକ୍ଷା ଫଳ ପ୍ରକାଶିତ: ପାସ୍‌ ହାର ୭୧.୨୮%, ସୁବ୍ରତ ଟପ୍ପର

ଢେଙ୍କାନାଳ ଅଫିସ, ୩୦।୫: ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ୩ ପରୀକ୍ଷା ଫଳ ବୁଧବାର ସକାଳ ସାଢ଼େ ୯ଟାରେ ପ୍ରକାଶ ପାଇଛି। ଚଳିତବର୍ଷ ପାସ୍‌ ହାର ରହିଛି...

କୋଟଗଡ଼ ଗ୍ରାମରେ ଖଟ ବୁଲିବା ଘଟଣା: ଗିରଫ ହେଲେ ଗୁଣିଆ

ନୟାଗଡ଼ ଅଫିସ,୨୭।୬: ନୟାଗଡ଼ ଜିଲା ରଣପୁର ଥାନା କୋଟଗଡ଼ ଗ୍ରାମରେ ଖଟ ବୁଲିବା ଘଟଣାରେ ବୁଧବାର ପୋଲିସ ସମ୍ପୃକ୍ତ ଗୁଣିଆଙ୍କୁ ଗିରଫ କରିଛି। ସେ ହେଲେ...

ବିଧାନସଭାରେ ଘେରିବାକୁ ବିରୋଧୀଙ୍କ ଧମକ

ଭୁବନେଶ୍ୱର,୬-୧୧(ବ୍ୟୁରୋ):ଯାଜପୁର ଜିଲା ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ସ୍ମୀତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ଭାଜପା ଏହି ପ୍ରସଙ୍ଗକୁ ଆୟୁଧ...

ଏଥର ପ୍ରଦୂଷଣମୁକ୍ତ ଦଶହରା

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ଭୁବନେଶ୍ୱରରେ ଏଥର ଦେଖିବାକୁ ମିଳିବ ପ୍ଲାଷ୍ଟିକ୍‌ ଓ ଶବ୍ଦ ପ୍ରଦୂଷଣମୁକ୍ତ ଦଶହରା। ସହରରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ପୂଜାକୁ ଶବ୍ଦ, ବାୟୁ...

ବେକରେ ଓଢ଼ଣୀ ଲଗାଇ ଛାତ୍ରୀଙ୍କ ଆମତ୍ହତ୍ୟା: ବାପା ଆଣିଲେ ହତ୍ୟା ଅଭିଯୋଗ

କଣ୍ଟାପଡା,୨୧।୬(ଡି.ଏନ୍‌.ଏ.): ଓଲଟପୁର ଥାନା ଅନ୍ତର୍ଗତ ଅଡଶପୁରସ୍ଥିତ ଏକ ମହାବିଦ୍ୟାଳୟର ଛାତ୍ରୀନିବାସରେ ଜଣେ +3 ପ୍ରଥମବର୍ଷ ବାଣିଜ୍ୟ ଛାତ୍ରୀ ବେକରେ ଓଢ଼ଣୀ ଲଗାଇ ଶୁକ୍ରବାର ଆମତ୍ହତ୍ୟା କରିଛନ୍ତି।...

Leave a comment

Your email address will not be published. Required fields are marked *