୩୭,୯୪୬ କୋଟିର ଜିଏସ୍‌ଟି ଫାଙ୍କି ଧରାପଡିଛି

ନୂଆଦିଲ୍ଲୀ,୧୭-୭: ଟିକସ ଅଧିକାରୀମାନେ ଆର୍ଥିକ ବର୍ଷ ୨୦୧୮-୧୯ରେ ୩୭,୯୪୬ କୋଟି ଏବଂ ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍‌ରେ ୬୫୨୦ କୋଟି ଟଙ୍କାର ଜିଏସଟି ଫାଙ୍କି ଧରିପାରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ମଙ୍ଗଳବାର ପାର୍ଲାମେଣ୍ଟରେ ଏକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଅନ୍ୟପକ୍ଷରେ ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍‌ରେ ୨୮୦୫ କୋଟି ଏବଂ ୨୦୧୮-୧୯ରେ ୧୬୨୦ ମାମଲାରେ ୧୧,୨୫୧.୨୩ କୋଟି ଟଙ୍କାର ଜାଲ୍‌ ଇନ୍‌ଭଏସ ମାଧ୍ୟମରେ ଟ୍ୟାକ୍ସ କ୍ରେଡିଟ ଧରାଯାଇଛି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି। ଏ ସଂକ୍ରାନ୍ତରେ ୧୫୪ ଜଣଙ୍କୁ ଗିରଫ କରାଯାଇଥିବା ସେ ସୂଚାଇଛନ୍ତି। ଚଳିତବର୍ଷ ଏପ୍ରିଲରୁ ଜୁନ୍‌ ମଧ୍ୟରେ ୨୮୦୪.୯୮ କୋଟି ଟଙ୍କାର ୬୬୬ ଜାଲ୍‌ ଇନ୍‌ଭଏସ ମାମଲା ଧରାପଡିଛି। ଏଥିରେ ୪୧ ଜଣ ଗିରଫ ହୋଇଛନ୍ତି। ଠାକୁର କହିଛନ୍ତି ଯେ, ଟିକସ ଜାଲିଆତି ଧରିବା ପାଇଁ ଟିକସ ଅଧିକାରୀଙ୍କ ପକ୍ଷରୁ ଏକାଧିକ ପଦକ୍ଷେପ ନିଆଯାଉଛି।


All Right Reserved By Dharitri.Com

ନୀରବଙ୍କ ପରିବାରର ସିଙ୍ଗାପୁର ବ୍ୟାଙ୍କ ଆକାଉଣ୍ଟ ଜବତ

ସିଙ୍ଗାପୁର,୩-୭: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତି ମାମଲାରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପରିବାରର ସିଙ୍ଗାପୁରସ୍ଥିତ ବ୍ୟାଙ୍କ ଆକାଉଣ୍ଟକୁ ଜବତ କରିବା ଲାଗି ସ୍ଥାନୀୟ...

ଜିଏସ୍‌ଟିରେ ସନ୍ଦିଗ୍ଧ ନେଣଦେଣ ବଢୁଛି

କଲିକତା, ୨୬-୨: ଜିଏସ୍‌ଟିରେ ସନ୍ଦିଗ୍ଧ ନେଣଦେଣ ବୃଦ୍ଧି ଘଟୁଥିବା ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ମଙ୍ଗଳବାର କହିଛନ୍ତି। ସେହିଭଳି ଜିଏସ୍‌ଟି ଆର୍‌ ୩ବି ଫାଇଲିଂରେ ବିଳମ୍ବ...

ଜେଟ୍‌ ଏୟାରଓ୍ବେଜ୍‌ର ବିଡିଂରେ ସାମିଲ ହେବେ ହିନ୍ଦୁଜା ଭ୍ରାତା

ନୂଆଦିଲ୍ଲୀ,୨୨-୫: ଆର୍ଥିକ ସଙ୍କଟ କାରଣରୁ ସାମୟିକ ବନ୍ଦ ହୋଇଯାଇଥିବା ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜର ବିଡିଂରେ ହିନ୍ଦୁଜା ଭ୍ରାତା ଭାଗ ନେବେ। ଚଳିତ ସପ୍ତାହରେ...

ଗ୍ରେଟ ଇଷ୍ଟର୍ନ ପକ୍ଷରୁ ପାର୍ବଣ ଅଫର

ଭୁବନେଶ୍ୱର,୪-୧୦: ଇଲେକଟ୍ରୋନିକ୍ସ ରିଟେଲ ଚେନ୍‌ ଗ୍ରେଟ୍‌ ଇଷ୍ଟର୍ନ ପକ୍ଷରୁ ପାର୍ବଣ ଅଫର ଘୋଷଣା କରାଯାଇଛି। ଏହି ସମୟରେ ଗ୍ରାହକ ଷ୍ଟୋରରୁ ପ୍ରତି କ୍ରୟ ଉପରେ ୨୦%...

୨୦୨୪ ସୁଦ୍ଧା ୧୦୦ ନୂଆ ବିମାନ ବନ୍ଦର; ଯାତ୍ରା କରିବ ୧୫୦ରୁ ଅଧିକ ଟ୍ରେନ୍‌

ନୂଆଦିଲ୍ଲୀ,୧।୨: ଚଳିତ ବର୍ଷର ବଜେଟ୍‌ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ଉପସ୍ଥାପନ କରିଛନ୍ତି। ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର ବହୁ ଯୋଜନା...

ମିଡିଆ,ବିମାନ ଚଳାଚଳ, ବୀମା, ଏକକ ବ୍ରାଣ୍ଡ ରିଟେଲରେ ଏଫ୍‌ଡିଆଇ କୋହଳ ପ୍ରସ୍ତାବ

ନୂଆଦିଲ୍ଲୀ,୬-୭: ମିଡିଆ, ବିମାନ ଚଳାଚଳ, ବୀମା ଏବଂ ଏକକ ବ୍ରାଣ୍ଡ ରିଟେଲ୍‌ କ୍ଷେତ୍ରରେ ଏଫ୍‌ଡିଆଇ ନିୟମ କୋହଳ କରିବାକୁ ବଜେଟରେ ପ୍ରସ୍ତାବ ଦିଆଯାଇଛି। ଏହି କ୍ଷେତ୍ରଗୁଡିକରେ...

ଆଜି ଜିଏସ୍‌ଟି କାଉନସିଲ୍‌ ବୈଠକ;ଟିକସ ହ୍ରାସ ନେଇ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ,୨୦-୯:ଜିଏସ୍‌ଟି କାଉନସିଲ୍‌ର ୩୭ତମ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଗୋଆରେ ବସିବାକୁ ଯାଉଛି। ଟିକସ ଆୟ ହ୍ରାସ ପାଉଥିବାବେଳେ ଅର୍ଥନୀତିକୁ ଗତିଶୀଳ କରିବା ନେଇ ଟିକସ ବୋଝ...

୧୦୦ ଲକ୍ଷ କୋଟିର ଭିତ୍ତିଭୂମି ନିର୍ମାଣ ନେଇ ଟାସ୍କଫୋର୍ସ ଗଠନ

ନୂଆଦିଲ୍ଲୀ,୨୫-୮: କେନ୍ଦ୍ର ସରକାର ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଆସନ୍ତା ୫ ବର୍ଷରେ ୧୦୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ। ଏଥିପାଇଁ ଅଗ୍ରାଧିକାର ଭିତ୍ତିରେ ଭିତ୍ତିଭୂମିଗୁଡ଼ିକର...

Leave a comment

Your email address will not be published. Required fields are marked *