ବନ୍ଧୁକ ମୁନରେ ବ୍ୟାଙ୍କମିତ୍ରଙ୍କଠାରୁ ୧.୭୬ ଲକ୍ଷ ଲୁଟ୍‌

କାମାକ୍ଷାନଗର, ୧୬।୭(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ତଣ୍ଡିମୁଣ୍ଡା ନିକଟରୁ ମଙ୍ଗଳବାର ପୂର୍ବାହ୍ନରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ଭୟଭୀତ କରାଇ ବାଟଗାଁ ଏସ୍‌ବିଆଇ ଗ୍ରାହକ ସେବା କେନ୍ଦ୍ରର ବ୍ୟାଙ୍କ ମିତ୍ର ସୁନୀଲ ମିଶ୍ରଙ୍କଠାରୁ ୧ ଲକ୍ଷ ୭୬ ହଜାର ଟଙ୍କା ଲୁଟି ନେଇଛନ୍ତି। ସୁନୀଲ ବାଇକ୍‌ରେ କାମାକ୍ଷାନଗରରୁ ଟଙ୍କା ଧରି ବାଟଗାଁ ଯାଉଥିବାବେଳେ ୩ ଜଣ ଦୁର୍ବୃତ୍ତ ଏକ କଳା ପଲ୍‌ସରରେ ଆସି ଅଟକାଇଥିଲେ। ପିସ୍ତଲ ଦେଖାଇ ବ୍ୟାଗ୍‌ ସହ ୧ ଲକ୍ଷ ୭୨ ହଜାର ଟଙ୍କା ଏବଂ ମନିପର୍ସରେ ଥିବା ୪ ହଜାର ଟଙ୍କା ଛଡ଼ାଇ ଚମ୍ପଟ ମାରିଥିଲେ। ଏ ନେଇ ସୁନୀଲ କଙ୍କଡ଼ାହାଡ଼ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।


All Right Reserved By

କଣିହାଁରେ ହାତୀ: ଉଜାଡୁଛନ୍ତି ଫସଲ, ଘର

କଣିହାଁ, ୧୨ା୭(ଡି.ଏନ.ଏ.)-କଣିହାଁ ବ୍ଲକ ଅଞ୍ଚଳରେ କିଛି ଦିନ ହେଲା ୩ ହାତୀ ଆତଙ୍କ ଖେଳାଇଛନ୍ତି। ଗୁରୁବାର ହାତୀପଲ ଦଲକ, ତାଳପଦା, କଣିହାଁ, ହନୁମାନପୁର ପଞ୍ଚାୟତରେ ପଶି...

ଢେଙ୍କାନାଳ ମିନି ଷ୍ଟାଡିୟମରେ କଳ୍ପନାଙ୍କ ମରଶରୀର: ‘କଳ୍ପନା ଅମର ରହେ ’ଧ୍ୱନିରେ ପ୍ରକମ୍ପିତ ସାରା ସହର

ଢେଙ୍କାନାଳ ଅଫିସ,୨।୬: ପର୍ବତାରୋହିଣୀ କଳ୍ପନା ଦାସଙ୍କ ମରଶରୀର ରବିବାର ଭୁବନେଶ୍ୱରରେ ପହଞ୍ଚିଥିଲା। ପରେ ତାଙ୍କ ଜନ୍ମମାଟି ଢେଙ୍କାନାଳକୁ ନିଆଯାଇଥିଲା। ଢେଙ୍କାନାଳ ମିନି ଷ୍ଟାଡିୟମରେ ମରଶରୀର ୧୧ଟା...

ବିଭିନ୍ନ ଦାବିନେଇ ଆଶ୍‌ପଣ୍ଡ ପମ୍ପହାଉସରେ ତାଲା ପକାଇ ଧାରଣାରେ ବସିଲେ ଗ୍ରାମବାସୀ

ବଅଁରପାଳ,୨୧।୫(ଡି.ଏନ୍‌.ଏ.): ବିଭିନ୍ନ ଦାବିନେଇ ମଙ୍ଗଳବାର ଅନୁଗୋଳ ଜିଲା ବଅଁରପାଳ ନାଲ୍‌କୋ ନିକଟସ୍ଥ କୁକୁଡ଼ାଙ୍ଗ ଅଞ୍ଚଳବାସୀ ନାଲକୋ ଆଶ୍‌ପଣ୍ଡ ପମ୍ପ ହାଉସରେ ତାଲା ପକାଇଛନ୍ତି। ଏହା ସହ...

ଅନୁଗୋଳରେ ବର୍ଜ୍ୟବସ୍ତୁ ପରିଚାଳନା:ଖୋଳାହେବ ୩ଶହ କମ୍ପୋଷ୍ଟ ପିଟ

ଅନୁଗୋଳ ଅଫିସ, ୪ା୬ ରାଜ୍ୟର ସମସ୍ତ ପୌରପାଳିକାରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଏନ୍‌ଜିଟି ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରତି ପୌରାଞ୍ଚଳରେ ତିନିଶହ ଲେଖାଏ କମ୍ପୋଷ୍ଟ ପିଟ୍‌...

ମଧ୍ୟାହ୍ନଭୋଜନ ଖାଇ ୧୯ ଅସୁସ୍ଥ, ୨ ଗୁରୁତର

ତାଳଚେର,୧୩।୭(ନି.ପ୍ର.) : ମଧ୍ୟାହ୍ନଭୋଜନ ଖାଇ ଶନିବାର ପରଜଙ୍ଗ ବ୍ଲକ କଳେଇ ୟୁପିସ୍କୁଲର ୧୯ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ପଡ଼ିଥିଲେ। ଚିକିତ୍ସା ପାଇଁ ସମସ୍ତଙ୍କୁ ତାଳଚେର...

ଦିନଟିଏ ପରେ ସାବିତ୍ରୀ : ଫଳ ଦୋକାନରେ ଅସମ୍ଭାଳ ଭିଡ଼

ଅନୁଗୋଳ ଅଫିସ, ୨।୬ – ଦିନଟିଏ ପରେ ସାବିତ୍ରୀ ଓଷା। ଆଗକୁ ମଧ୍ୟ ରଜ। ତେଣୁ ଅନୁଗୋଳ ସହରକୁ ଭଳିକି ଭଳି ଫଳ ଆସୁଥିବା ବେଳେ...

ହେଲ୍‌ମେଟ ନ ପିନ୍ଧିଲେ ଘରକୁ ଯିବ ଚାଲାଣ

ଅନୁଗୋଳ ଅଫିସ, ୨୮।୫ ରାସ୍ତା ଦୁର୍ଘଟଣାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ଓ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ସହ ଆହତମାନଙ୍କୁ ତୁରନ୍ତ ଚିକିତ୍ସାସେବା ଯୋଗାଇ ଦିଆଯିବ...

ଯୁବତୀଙ୍କ ମୃତ୍ୟୁ : ପାରିବାରିକ ଅଶାନ୍ତିକୁ ନେଇ ଆତ୍ମହତ୍ୟା ସନ୍ଦେହ

ବଅଁରପାଳ,୪।୬(ଡି.ଏନ୍‌.ଏ): ଅନୁଗୋଳ ଜିଲା ବଅଁରପାଳ ଥାନା ବଉଳିଗଡ଼ ଗ୍ରାମର ଜଣେ ଜୁବତୀଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ରିଙ୍କିନା ଦଣ୍ଡିଆ(୨୩)। ସୋମବାର ରାତିରେ କୌଣସି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *