କାର୍ଯ୍ୟରେ ଯୋଗଦେଲେ ସୁବର୍ଣ୍ଣପୁରର ନୂଆ ଜିଲାପାଳ: ମୌଳିକ ସମସ୍ୟାର ସମାଧାନକୁ ଗୁରୁତ୍ୱ

ସୋନପୁର,୧୬।୭(ନି.ପ୍ର.): ସୁବର୍ଣ୍ଣପୁରର ନୂତନ ଜିଲାପାଳଭାବେ ମନୀଷା ବାନାର୍ଜୀ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ବାନାର୍ଜୀ ଗୃହ ବିଭାଗର ଉପସଚିବ ଭାବେ କାର୍ଯ୍ୟ କରୁଥିଲେ। ୨୦୧୩ ବ୍ୟାଚ୍‌ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ବାନାର୍ଜୀ ପ୍ରଥମେ କଳାହାଣ୍ଡି ଜିଲାର ଉପଜିଲାପାଳ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ରାଉରକେଲାର ଅତିରିକ୍ତ ଜିଲାପାଳ ତଥା ରାଉରକେଲା ମହାନଗର ନିଗମର କମିଶନର ଥିଲେ। ପରବର୍ତ୍ତୀ ସମୟରେ ରାଉରକେଲା ସ୍ମାର୍ଟ ସିଟିର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଭାବେ ସଫଳତାର ସହ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି। ଅନୌପଚାରିକ ଆଲୋଚନା ସମୟରେ ପ୍ରଥମ ଥର ଜିଲାପାଳ ଦାୟିତ୍ୱ ଗ୍ରହଣ କରିଥିବା ବାନାର୍ଜୀ ଜିଲାବାସୀଙ୍କ ମୌଳିକ ସମସ୍ୟାର ସମାଧାନ କରିବାକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ଏଥିସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ଲାଭ ଯେପରି ଯୋଗ୍ୟ ହିତାଧିକାରୀ ପାଇବେ ତାହା ସୁନିଶ୍ଚିତ କରିବାକୁ ଦୃଷ୍ଟି ଦେବେ। ସ୍ବଚ୍ଛତାକୁ ଗୁରୁତ୍ୱ ଦେବା ସହ ବିଜୁଳି, ପାନୀୟ ଜଳ, ସ୍ବାସ୍ଥ୍ୟ ସେବା ଓ ରାସ୍ତାଘାଟର ଉନ୍ନତିକରଣ ପାଇଁ ପଦକ୍ଷେପ ନେବେ। ମନ୍ଦିର ମାଳିନୀ, ସଂସ୍କୃତି ସମ୍ପନ୍ନ ଏହି ଜିଲାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବେ। ଉନ୍ନୟନମୂଳକ କାର୍ଯ୍ୟରେ ନିଜକୁ ସାମିଲ କରିବା ସହିତ ସମସ୍ତ ବିଭାଗ ଓ କର୍ମଚାରୀଙ୍କ ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରିବେ ବୋଲି ନୂତନ ଜିଲାପାଳ କହିଛନ୍ତି। ଏହି ଅବସରରେ ଏସ୍‌ପି ଦେବୀପ୍ରସାଦ ଦାଶ, ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା, ସୋନପୁର ଉପଜିଲାପାଳ ବଳରାମ ମଲ୍ଳିକ ଓ ବୀରମହାରାଜପୁର ଉପଜିଲାପାଳ ସୁବ୍ରତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଜିଲାର ପ୍ରଶାସନିକ ଅଧିକାରୀ, ବିଭିନ୍ନ ଗଣ ସଂଗଠନ ଓ କର୍ମଚାରୀ ସଂଘ ପକ୍ଷରୁ ନୂତନ ଜିଲାପାଳଙ୍କୁ ସ୍ବାଗତ କରାଯାଇଥିଲା। ପରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସ୍ବାଗତ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ଜିଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ। ଜିଲାପାଳ ଏହି ସୌଜନ୍ୟମୂଳକ ବୈଠକରେ ସମସ୍ତଙ୍କ ସହିତ ପରିଚିତ ହୋଇଥିଲେ। ଅଧିକାରୀ ଓ କର୍ମଚାରୀମାନେ ଲୋକଙ୍କୁ ଭଲ ବ୍ୟବହାର ଦେଖାଇବା ସହିତ ଟେବୁଲରେ ଫାଇଲକୁ ପକାଇ ନ ରଖିବା ପାଇଁ ଜିଲାପାଳ ପରାମର୍ଶ ଦେଇଛନ୍ତି ।


All Right Reserved By

ଦଦ୍‌ରା କୁରିଆରେ ବିତୁଛେ ଜୀବନ୍‌

ସମ୍ବଲପୁର,୧୩ା୧୦(ବ୍ୟୁରୋ)- ପରିବାରର ଦୁଖ୍‌ କହେଲେ ନାଇଁସରେ। ଦୁଇବେଲା ଖାଏବାକେ ମିଲବାରଟା ଭିଡ଼ ହେଇଯାଉଛେ। ମୁଡ଼ ରଖବାର ଲାଗି ଛାତ୍‌ଟେ ନାଁଇଁନ। କୁଟୁମବସିଆ ଗୁଟେ ଦଦ୍‌ରା କୁରିଆରେ...

ଆଷାଢ଼ରେ ବୈଶାଖୀ ଖରା, ଗଜା ମରୁଡ଼ି ଆଶଙ୍କାରେ ଚାଷୀ

ଭବାନୀପାଟଣା, ୩୦ା୬(ଡି.ଏନ୍‌.ଏ.) : ଚଳିତବର୍ଷ ଜୁନ୍‌ ତୃତୀୟ ସପ୍ତାହ ବିଳମ୍ବରେ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଭବାନୀପାଟଣାରେ ବର୍ଷା ହୋଇନାହିଁ। ପୂର୍ବରୁ କାଳବୈଶାଖୀ ତଥା...

କେସିଙ୍ଗା ବ୍ଲକରେ ଶାନ୍ତିଶୃଙ୍ଖଳା ଭାବେ ରଥଯାତ୍ରା ପାଳିତ

କେସିଙ୍ଗା,୪।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ଗ୍ରାମରେ ରଥଯାତ୍ରା ଗୁରୁବାର ଶାନ୍ତିଶୃଙ୍ଖଳାର ସହିତ ପାଳିତ ହୋଇଯାଇଛି। ସହରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ବଳଭଦ୍ର, ଶୁଭଦ୍ରା...

ସ୍ବାସ୍ଥ୍ୟକେନ୍ଦ୍ର ଛାତରୁ କଙ୍କ୍ରିଟ ଖସିଲା

ଲାଠୋର, ୨୫ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଛାତରୁ କଙ୍କ୍ରିଟ ଟୁକୁଡା ଖସି ପଡିଛି। ଶନିବାର ସକାଳ ୭ଟାରେ କର୍ମଚାରୀମାନେ...

ବର୍ଷା ଆସିଲାଣି, ଡ୍ରେନ୍‌ ସଫେଇ ସରୁନି

ସମ୍ବଲପୁର,୪ା୬(ବ୍ୟୁରୋ) ସମ୍ବଲପୁରରେ ନାଳନର୍ଦ୍ଦମା ସଫା କାମ ଶେଷ ହେଉନାହିଁ। ଫଳରେ ଏଥର ବର୍ଷା ଦିନେ ଜଳ ନିଷ୍କାସନ ହୋଇ ନ ପାରି କୃତ୍ରିମ ବନ୍ୟା ସୃଷ୍ଟି...

କୃଷକ ସଂଗଠନ ପକ୍ଷରୁ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ସମ୍ବଲପୁର,୧୭।୭(ବ୍ୟୁରୋ): ସମ୍ବଲପୁର ଜିଲା କୃଷକ ସଂଗଠନ ପକ୍ଷରୁ ଜିଲାପାଳ ଅଫିସ ସମ୍ମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣା ଦିଆଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା...

କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ୬ ବଛ୍‌ରିଆ ଛୁଆ: ଚିକିତ୍ସା ଲାଗି ଟଁକା ବାଧକ୍‌

ଜୁନାଗଡ,୧୨।୫(ଡି.ଏନ୍‌.ଏ.):  କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କୁଲିହାରୀ ଗାଁର ଧନେଶ୍ୱର ବାଗକଁର ୬ ବଛର୍‌ର ପୁଓ ସୁରେନ୍ଦ୍ର ୪ ବଛର ହେଲା କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ...

ଫି’ ବୃଦ୍ଧି ଓ ସ୍କୁଲର ଭିତ୍ତିଭୂମି ବିକାଶ ଦାବିରେ ଅଭିଭାବକଙ୍କ ଧାରଣା

ଭବାନୀପାଟଣା,୨୧।୬(ଡି.ଏନ୍‌.ଏ.): ଫି ବୃଦ୍ଧି ଓ ସ୍କୁଲର ଭିତ୍ତିଭୂମି ବିକାଶ ଦାବି କରି କଳାହାଣ୍ଡି ଜିଲା ଭବାନୀପାଟଣା ବିମଳା କନଭେଣ୍ଟ ସ୍କୁଲ ସମ୍ମୁଖରେ ଅଭିଭାବକମାନେ ଶୁକ୍ରବାର ଧାରଣା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *