Posted inରାଜ୍ୟ

ଇନ୍ଦିରା ଆବାସ, ବିଜୁ ପକ୍କାଘର ଯୋଜନାରେ ଘୋଟାଲା: ୮୩୬ କର୍ମଚାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଗତ ୨୦ବର୍ଷ ହେବ ବିଜେଡି ହାତରେ ରାଜ୍ୟ ଶାସନ ଭାର ରହିଛି। ଲୋକମାନଙ୍କୁ ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଦେବା ନେଇ ବିଜେଡି ବାହାବା ନେଉଛି। ୩-ଟି, ୫-ଟି ମନ୍ତ୍ର ନେଇ ବିଧାୟକଙ୍କଠାରୁ ଆରମ୍ଭ କରି ଅଫିସରଙ୍କ ପର୍ଯ୍ୟନ୍ତ ଲୋକମାନଙ୍କ ସେବା କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଉଛନ୍ତି। ମାତ୍ର ଏସବୁକୁ ସରକାରୀ ବାବୁମାନେ ତିଳେମାତ୍ର ଖାତିର କରୁନାହାନ୍ତି। ତୃଣମୂଳସ୍ତରରୁ ଉପର ଯାଏ ଦୁର୍ନୀତିର ଗନ୍ଧ ବାରି ହୋଇପଡ଼ିଛି। କେବଳ ପଞ୍ଚାୟତିରାଜ ବିଭାଗକୁ ଯଦି ଅନୁଧ୍ୟାନ କରାଯାଏ, ତେବେ ଦୁର୍ନୀତି କେଉଁ ସ୍ତରରେ ପହଞ୍ଚିଛି ତାହା ସହଜରେ ଅନୁମାନ କରାଯାଇପାରେ। ଗତ ୨ ବର୍ଷରେ ରାଜ୍ୟରେ ଇନ୍ଦିରାଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଓ ବିଜୁ ପକ୍କା ଘର ଯୋଜନାରେ ଗରିବ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ପକ୍କାଘରରେ ପୁଳାପୁଳା ଦୁର୍ନୀତି ହେଉଥିବା ପଦାକୁ ଆସିଛି। ଖୋଦ ସରକାର ମଧ୍ୟ ଏକଥା ସ୍ବୀକାର କରିଛନ୍ତି। କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ୨୦୧୭ରୁ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଇନ୍ଦିରା ଆବାସ ଯୋଜନା(ପିଏମ୍‌ଏଓ୍ବାଇ), ଧାନଖଳା, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ଟିିଏଫ୍‌ସି, ଏଫ୍‌ଏଫ୍‌ସି ବହୁ ଦୁର୍ନୀତି ଅଭିଯୋଗ ହୋଇଛି। ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାର କାରଣ କ’ଣ ବୋଲି ପଚାରିଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, ୨୦୧୭ରୁ ଏପର୍ଯ୍ୟନ୍ତ ଆଇଏଓ୍ବାଇ- ପିଏମ୍‌ଏଓ୍ବାଇ, ବିଜୁ ପକ୍କା ଘର ଯୋଜନାରେ ୮୩୬ଜଣ ଅଧିକାରୀ ଦୁର୍ନୀତିରେ ଜଡ଼ିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଯାଜପୁରରେ ସର୍ବାଧିକ ୧୬୨ଜଣ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଥିବା ବେଳେ ଅନୁଗୋଳ ୪୦, ବାଲେଶ୍ୱର ୨୪, ବରଗଡ଼ ୧୮, ଭଦ୍ରକ ୬୧, ଢେଙ୍କାନାଳ ୬୦, କନ୍ଧମାଳ ୫୯, ଖୋର୍ଦ୍ଧା ୪୬, ନବରଙ୍ଗପୁର ୮୯, ନୂଆପଡ଼ା ୮୧, ସମ୍ବଲପୁର ୩୩ ଏବଂ ସୁନ୍ଦରଗଡ଼ରେ ସର୍ବାଧିକ ୫୮ଜଣ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରୁ ୨୨ଜଣ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ବେଳେ ୩୫ ଜଣଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜ କରାଯାଇଛି। ସେହିପରି ୭୯ଜଣଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ବେଳେ ୨୬୮ଜଣଙ୍କୁ କାର୍ଯ୍ୟରୁ କାହିଁକି ଅନ୍ତର କରା ନ ଯିବ ଏ ନେଇ କାରଣ ଦର୍ଶାଅ ଏବଂ ୪୩୨ଜଣଙ୍କୁ ଦୁର୍ନୀତି ଅଭିଯୋଗରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।


All Right Reserved By Dharitri.Com

ଟୋକନ ବ୍ୟବସ୍ଥାକୁ ଚାଷୀଙ୍କ ବିରୋଧ ପ୍ରସଙ୍ଗ: ଧାନକିଣା ନେଇ ଗୃହରେ ହୋହଲ୍ଲା

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ଧାନ କିଣା ପାଇଁ ରାଜ୍ୟସ୍ତରୀୟ ଟୋକନ ବ୍ୟବସ୍ଥାକୁ ନେଇ ବରଗଡ଼, ସୋନପୁର, ସମ୍ବଲପୁର, ବଲାଙ୍ଗୀର ଆଦି ଜିଲାରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଚାଷୀଙ୍କ ଠାରୁ...

ବନ୍ଦ ଡାକରାକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି: ଭାଜପା

ଭୁବନେଶ୍ୱର,୯ା୧(ବ୍ୟୁରୋ):କଂଗ୍ରେସ ଏବଂ ବାମପନ୍ଥୀଙ୍କ ଭାରତ ବନ୍ଦ ସମ୍ପୂର୍ଣ୍ଣ ବିଫଳ ହୋଇଛି। ବୁଧବାରର ଜୀବନଯାତ୍ରା ସ୍ବାଭାବିକ ରହିଥିବା ଭାଜପା ପକ୍ଷରୁ କୁହାଯାଇଛି। ଦଳର ଉପସଭାପତି ସମୀର ମହାନ୍ତି...

ବିଶ୍ୱସ୍ତରୀୟ ହେବ ଶାମୁକା ପର୍ଯ୍ୟଟନ ପ୍ରକଳ୍ପ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ପୁରୀ ଜିଲାରେ ପ୍ରସ୍ତାବିତ ଶାମୁକା ପର୍ଯ୍ୟଟନ ପ୍ରକଳ୍ପ ଏକ ବିଶ୍ୱସ୍ତରୀୟ ପ୍ରକଳ୍ପ ହେବ। ଏହି ପ୍ରକଳ୍ପ ସମ୍ପର୍କିତ ଏକ ସମୀକ୍ଷା ବୈଠକ ମୁଖ୍ୟ ଶାସନ...

ବଢ଼ୁଛି ହାତୀ ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ରାଜ୍ୟରେ ବଢ଼ିଚାଲିଛି ବିଦ୍ୟୁତ୍‌ ଓ ରେଳ ଦୁର୍ଘଟଣା ଜନିତ ହାତୀ ମୃତ୍ୟୁ ସଂଖ୍ୟା। ଯୋଜନା ପରେ ଯୋଜନା ହେଉଛି, କିନ୍ତୁ ହାତୀଙ୍କୁ ସୁରକ୍ଷା...

ରେଳପଥରେ ସୁନା ସ୍ମଗ୍‌ଲିଂ : ୧୨.୯ କେଜି ସୁନା ଜବତ

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ) : ଓଡ଼ିଶା ଦେଇ ଚାଲିଛି ସୁନା ସ୍ମଗ୍‌ଲିଂ। ବିମାନ ବନ୍ଦରରେ କଷ୍ଟମ ବିଭାଗର କଡ଼ା ଯାଞ୍ଚ ପରେ ଏବେ ସୁନା ମାଫିଆମାନେ ରେଳପଥକୁ ସୁରକ୍ଷିତ...

ହୃଦ୍‌ଘାତରେ ଯାଉଛି ବାର୍ଷିକ ୧୩ ଲକ୍ଷ ଜୀବନ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ) : ଭାରତରେ ପ୍ରତି ବର୍ଷ ୧୩ ଲକ୍ଷ ଲୋକଙ୍କର ହୃଦ୍‌ଘାତ (ହାର୍ଟ ଆଟାକ) ଯୋଗୁ ମୃତ୍ୟୁ ହେଉଥିବା ବେଳେ ଓଡିଶାରେ ମଧ୍ୟ ପ୍ରତି ଘଣ୍ଟାରେ...

ଶାଶ୍ୱତ ଯୋଶୀଙ୍କ ବିରୋଧରେ ସୋସିଆଲ ମିଡିଆରେ ଅଭିଯୋଗ ଆଣିଲେ ଶିଷ୍ୟା

ଭୁବନେଶ୍ୱର, ୭ା୯(ବ୍ୟୁରୋ): ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିବା ଯୁବ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ତାଙ୍କର ଜଣେ ଶିଷ୍ୟା।...

ପ୍ରଦତ୍ତ ଅନୁଦାନକୁ ଠିକ୍‌ ଭାବେ ଖର୍ଚ୍ଚ କରୁନାହିଁ ରେଳ ମନ୍ତ୍ରଣାଳୟ: ପ୍ରସନ୍ନ

ଭୁବନେଶ୍ୱର,୬ା୨(ବ୍ୟୁରୋ): କେନ୍ଦ୍ର ସରକାର ବଜେଟରେ ରେଳପଥ ପାଇଁ ଅନୁଦାନ ଦେଉଛନ୍ତି। ସେହିକ୍ରମରେ ଓଡ଼ିଶା ମଧ୍ୟ ଅନୁଦାନ ପାଉଛି। ହେଲେ ରେଳପଥ ଦ୍ୱାରା ଅନୁମୋଦନ କରାଯାଉଥିବା ଅର୍ଥକୁ...

Leave a comment

Your email address will not be published. Required fields are marked *