Posted inଖେଳ

୬୦ ବର୍ଷରୁ କମ୍‌, ୨ ବର୍ଷର ଅଭିଜ୍ଞତା ଥିଲେ ହୋଇପାରିବ କୋଚ୍‌

ନୂଆଦିଲ୍ଲୀ, ୧୬।୭ (ପି.ଟି.)- ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକଙ୍କ ସମେତ ସପୋର୍ଟ ଷ୍ଟାଫ୍‌ ଲାଗି ମଙ୍ଗଳବାର ବିଧିବଦ୍ଧ ଭାବେ ଦରଖାସ୍ତ ଆହ୍ବାନ କରିଛି। ଭାରତୀୟ ଦଳର ହାଇପ୍ରୋଫାଇଲ ପଦ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି ପାଇଁ ବିସିସିଆଇ ଏହାର ଯୋଗ୍ୟତା ମାନଦଣ୍ଡ ମଧ୍ୟ ନିର୍ଦ୍ଧାରିତ କରିଛି। ଜଣେ ବ୍ୟକ୍ତି ୬୦ ବର୍ଷରୁ କମ୍‌ ବୟସ ହୋଇଥିବା ସହ ଅନ୍ତର୍ଜାତୀୟସ୍ତରରେ ଅତିକମ୍‌ରେ ୨ ବର୍ଷର କୋଚିଂ ଅଭିଜ୍ଞତା ରହିଥିଲେ ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଆବେଦନ କରିବାକୁ ସମର୍ଥ ହୋଇପାରିବେ ବୋଲି ଜଣାପଡ଼ିଛି। ଏଥିସମେତ ବ୍ୟାଟିଂ, ବୋଲିଂ, ଫିଲ୍ଡିଂ, କଣ୍ଡିଂସନିଂ ପ୍ରଶିକ୍ଷକ, ପ୍ରଶାସନିକ ମ୍ୟାନେଜର ଏବଂ ଫିଜିଓଥେରାପିଷ୍ଟ ପଦବୀ ପାଇଁ ମଧ୍ୟ ବିସିସିଆଇ ଦରଖାସ୍ତ ଆହ୍ବାନ କରିଛି। ଏହି ସମସ୍ତ ପଦବୀ ଲାଗି ଆବେଦନ କରିବାର ଅନ୍ତିମ ସମୟ ଜୁଲାଇ ୩୦ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରହିଛି।
୨୦୧୭ରେ ରବି ଶାସ୍ତ୍ରୀ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି ହେବା ପୂର୍ବରୁ ଭାରତୀୟ ଦଳର ସପୋର୍ଟ ଷ୍ଟାଫ୍‌ ଲାଗି ୯ଟି ଯୋଗ୍ୟତା ମାନଦଣ୍ଡ ରଖିଥିଲା। କିନ୍ତୁ ଏଥର ମୁଖ୍ୟ ପ୍ରଶିକ୍ଷକ ସମେତ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ପ୍ରଶିକ୍ଷକ ଲାଗି କେବଳ ୩ଟି ଯୋଗ୍ୟତା ମାନଦଣ୍ଡ ରଖିଛି। ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଜଣେ ଅତିକମ୍‌ରେ ୨ ବର୍ଷ ଧରି ଗୋଟିଏ ଟେଷ୍ଟ ଖେଳୁଥିବା ଦେଶର କିମ୍ବା ୩ ବର୍ଷ ଧରି ଆସୋସିଏଶଟ୍‌ ସଦସ୍ୟ ରାଷ୍ଟ୍ର/ଏ’ ଟିମ୍‌/ ଆଇପିଏଲ୍‌ ଦଳର ପ୍ରଶିକ୍ଷକ ରହିଥିବା ଆବଶ୍ୟକ। ଏଥିସହିତ ଆବେଦନକାରୀଙ୍କର ଅତିକମ୍‌ରେ ୩୦ ଟେଷ୍ଟ କିମ୍ବା ୫୦ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଖେଳିଥିବାର ଅଭିଜ୍ଞତା ରହିଥିବା ଜରୁରୀ। ବ୍ୟାଟିଂ, ବୋଲିଂ ଓ ଫିଲ୍ଠିଂ ପ୍ରଶିକ୍ଷକ ପଦବୀ ଲାଗି ମ୍ୟାଚ୍‌ ଖେଳିବା ସଂଖ୍ୟାକୁ ଛାଡ଼ିଦେଲେ ବାକି ସମସ୍ତ ଯୋଗ୍ୟତା ମାନଦଣ୍ଡ ସମାନ ରହିଛି। ଏହି ୩ଟି ବିଭାଗର ଆବେଦନକାରୀ ଅତିକମ୍‌ରେ ୧୦ ଟେଷ୍ଟ କିମ୍ବା ୨୫ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଖେଳିବାର ଅଭିଜ୍ଞତା ରହିଥିବା ଆବଶ୍ୟକ। ସେହିଭଳି ସପୋର୍ଟ ଷ୍ଟାଫ୍‌ ପାଇଁ ବୟସ ସମୟସୀମା ୬୦ ରହିଛି। ଭାରତୀୟ ଦଳର ଆଗାମୀ ଓ୍ବେଷ୍ଟଇଣ୍ଡିଜ ଟୁର୍‌କୁ ନଜରରେ ରଖି ଶାସ୍ତ୍ରୀଙ୍କ ସମେତ ବର୍ତ୍ତମାନ ସପୋର୍ଟ ଷ୍ଟାଫ୍‌ ରହିଥିବା ଭରତ ଅରୁଣ (ବୋଲିଂ କୋଚ୍‌), ସଞ୍ଜୟ ବାଙ୍ଗର (ବ୍ୟାଟିଂ) ଓ ଆର୍‌. ଶ୍ରୀଧର (ଫିଲ୍ଡିଂ)ଙ୍କ ସମୟସୀମାକୁ ୪୫ ଦିନ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ସେମାନେ ସେମାନଙ୍କ ପଦବୀରେ ରହିବେ। ଏଥିସହ ସପୋର୍ଟ ଷ୍ଟାଫ୍‌ ନିଯୁକ୍ତି ଲାଗି ସେମାନେ ବିସିସିଆଇ ନିକଟରେ ପୁନଃ ଆଦେବନ କରିପାରିବେ ବୋଲି ଜଣାପଡ଼ିଛି। ଏଠାରେ ଉଲ୍ଲେଖଯୋଗ୍ୟ, ବିବାଦୀୟ ଘଟଣାକ୍ରମେ ଅନିଲ କୁମ୍ବଲେ ୨୦୧୭ରେ ଭାରତୀୟ ଦଳ ଛାଡ଼ିବା ପରେ ଶାସ୍ତ୍ରୀଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା। ୫୭ ବର୍ଷୀୟ ଶାସ୍ତ୍ରୀ ଏଥିପୂର୍ବରୁ ଅଗଷ୍ଟ ୨୦୧୪ରୁ ୨୦୧୬ ଜୁନ୍‌ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍‌ ଦଳର ଡିରେକ୍ଟର ରହିଥିଲେ। ତେବେ ଶାସ୍ତ୍ରୀଙ୍କ ପ୍ରଶିକ୍ଷଣ କାଳରେ ଭାରତ ଆଇସିସିର ଗୋଟିଏ ହେଲେ ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ ଜିତିପାରି ନାହିଁ।


All Right Reserved By Dharitri.Com

Posted inଖେଳ View All

ଫଗ୍‌ନିନିଙ୍କୁ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ

ପ୍ୟାରିସ, ୨୩ା୪ (ଏଏଫ୍‌ପି)-ସୋମବାର ଏଟିପି ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଏଥିରେ ଇଟାଲୀର ୩୧ ବର୍ଷୀୟା ଫାବିଓ ଫଗ୍‌ନିନି ତାଙ୍କ କ୍ୟାରିୟର ଶ୍ରେଷ୍ଠ ୧୨ଶ ସ୍ଥାନ...

କ୍ରିକେଟରୁ ଦୂରେଇ ରହିବା କଷ୍ଟକର: ଅଶ୍ୱିନ

ବିଶାଖାପାଟଣା,୫।୧୦(ପି.ଟି.)- ଭାରତୀୟ ଅଭିଜ୍ଞ ସ୍ପିନର ଦୀର୍ଘଦିନ ପରେ ପ୍ରତ୍ୟାବର୍ତ୍ତନ କରି ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ୫ ଉଇକେଟ...

ଭାରତୀୟ ହକି ଦଳରେ ବୀରେନ୍ଦ୍ର, ଅମିତ

ନୂଆଦିଲ୍ଲୀ, ୨୧।୯- ବେଲଜିୟମ ଟୁର୍‌ ପାଇଁ ଶୁକ୍ରବାର ୨୦ ଜଣିଆ ଭାରତୀୟ ହକି ଦଳ ଘୋଷଣା କରାଯାଇଛି। ଏହି ଦଳରେ ଓଡ଼ିଶାର ଦୁଇ ଅଭିଜ୍ଞ ଖେଳାଳି...

ସ୍ମିଥ୍‌ଙ୍କ ନିକଟତର ହେଲେ କୋହଲି

ଦୁବାଇ, ୨୬।୧୧ (ପି.ଟି.)- ଭାରତର ସର୍ବପ୍ରଥମ ଦିବାରାତ୍ର ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍‌ରେ ଚମତ୍କାର ଶତକ ହାସଲ କରି ବାଂଲାଦେଶ ବିପକ୍ଷରେ ଦଳକୁ ଇନିଂସ କରାଇଥିବା...

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌: ନେଦରଲାଣ୍ଡ୍ସ ଦଳ ପହଞ୍ଚିଲା

ଭୁବନେଶ୍ୱର, ୧୬।୧(କ୍ରୀଡ଼ା ପ୍ରତିନିଧି)- ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତ ସହିତ ମ୍ୟାଚ୍‌ ଖେଳିବା ପାଇଁ ନେଦରଲାଣ୍ଡ୍ସ ଦଳ ବୁଧବାର ରାତିରେ ଏଠାରେ ପହଞ୍ଚିଛି। ଭାରତ ଓ...

ଟିମ୍‌ ଇଣ୍ଡିଆର ନୂଆ ଜର୍ସି: କଂଗ୍ରେସ ସମର୍ଥକ କ୍ଷୁବ୍ଧ

ବର୍ମିଂହାମ,୨୯।୬- ଭାରତୀୟ ଦଳ ତା’ର ପରବର୍ତ୍ତୀ ଇଂଲଣ୍ଡ ବିପକ୍ଷ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ କମଳା ରଙ୍ଗର ଜର୍ସି ପିନ୍ଧିବ। ଜର୍ସିର ନୂଆ ଲୁକ୍‌ ସାମ୍ନାକୁ ଆସିବା...

ଧୋନୀଙ୍କୁ ପଛରେ ପକାଇଲେ କୋହଲି

ବେଙ୍ଗାଲୁରୁ,୨୦।୧ – ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତ ପାଇଁ ୮୯ (୯୧ ବଲ, ୮ ଚୌକା) ରନ...

ଭାରତଠାରୁ ପରାସ୍ତ ହେବାପରେ ପାକିସ୍ତାନ ଅଧିନାୟକଙ୍କୁ ପ୍ରଥମେ କିଏ ଫୋନ କରିଥିଲେ ଜାଣନ୍ତୁ

ଲଣ୍ଡନ, ୧୯।୬: ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପରେ ଭାରତ ନିକଟରୁ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ବୃହତ୍‌ ପରାଜୟକୁ ସହଜରେ ହଜମ କରିପାରି ନାହାନ୍ତି ପୂର୍ବତନ ଖେଳାଳି...

Leave a comment

Your email address will not be published. Required fields are marked *