Posted inଜାତୀୟ

ମୁମ୍ବାଇ କୋଠା ଭୁଷୁଡିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଫଡନବିଶ

ମୁମ୍ବାଇ,୧୬।୭: ମୁମ୍ବାଇ ଡୋଙ୍ଗ୍ରିର ତାନ୍ଦେଲ ଷ୍ଟ୍ରିଟରେ ଥିବା ୪ ମହଲା ବିଶିଷ୍ଟ କେଶରବାଇ ବିଲଡିଂ ଭୁଷୁଡି ପଡିବା ଫଳରେ ଏପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ପ୍ରାୟ ୪୦ରୁ ୫୦ ଜଣ ଭଙ୍ଗା କୋଠା ତଳେ ଚାପି ହୋଇ ରହିଥିବା କୁହାଯାଉଛି। ତେବେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ। ସୂଚନାଯୋଗ୍ୟ,ଏହି ବିଲଡିଂରେ ପାଖାପାଖି ୧୫ଟି ପରିବାର ରହୁଥିଲେ। ଏହା ଶହେ ବର୍ଷ ପୁରୁଣା କୋଠା ବୋଲି କୁହାଯାଉଛି। ଗଣମାଧ୍ୟମକୁ ସୂଚନା ଦେଇ ଫଡନବିଶ କହିଛନ୍ତି ଏବେ ଉଦ୍ଧାର କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଉଛି। କୋଠା ଭୁଷୁଡିବାର କାରଣ ସ୍ପଷ୍ଟ ହେବାପରେ ଯାଇ ମୃତାହତଙ୍କ ପାଇଁ ସାହାଯ୍ୟ ଘୋଷଣା କରାଯିବ ବୋଲି ସେ କହିଛନ୍ତି। ଏବେ ସୁଦ୍ଧା ୭ଜଣ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଗକୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି।


All Right Reserved By

ବର୍ଷକୁ ୨ ହଜାର ଜୀବନ ନେଉଛି ବର୍ଷା

ନୂଆଦିଲ୍ଲୀ,୧ା୮ :୨୦୧୬ରୁ ବର୍ଷାଜନିତ ବିପର୍ଯ୍ୟୟ ବର୍ଷକୁ ୨ ହଜାର ଭାରତୀୟଙ୍କ ଜୀବନ ନେଉଛି। ମୃତକମାନଙ୍କ ମଧ୍ୟରୁ ୫୧% ହେଉଛନ୍ତି ବିହାର, କେରଳ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ...

ପିତୃପୁରୁଷଙ୍କ ନାମରେ ଟ୍ରେନ୍‌ରେ କରାଯାଉଛି ସିଟ୍‌ ବୁକିଂ: ପରିବାର ସଦସ୍ୟ ପିତୃଦଣ୍ଡକୁ ଦେଉଛନ୍ତି ପହରା

ନୂଆଦିଲ୍ଲୀ,୧୮।୯: ଏବେ ପିତୃପକ୍ଷ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ମହାଳୟାଠାରୁ ୧୫ ଦିନ ଧରି ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଇଥାଏ। ଗୟାରେ ପିଣ୍ଡଦାନ ଲାଗି ଲୋକେ...

ଭାରତ-ମ୍ୟାନ୍‌ମାର୍‌ ସୀମାରେ ଅପରେଶନ୍‌ ସନ୍‌ ସାଇନ୍‌-୨: ଉଗ୍ରବାଦୀଙ୍କ ଶିବିର ଧ୍ୱଂସ; ୮୦ ଗିରଫ

ଦିସ୍‌ପୁର,୧୬।୬: ଉତ୍ତର-ପୂର୍ବ ଅଞ୍ଚଳରେ ଭାରତ-ମ୍ୟାନ୍‌ମାର୍‌ ସୀମାରେ ଭାରତୀୟ ସେନାର ୨ଟି ବାଟାଲିୟନ୍‌, ବିଶେଷ ସୁରକ୍ଷା ବଳ ତଥା ଆସାମ ରାଇଫଲସ୍‌ ପକ୍ଷରୁ ମିଳିତ ଭାବେ ଅପରେଶନ୍‌...

କଂଗ୍ରେସରେ ଇସ୍ତଫା ନାଟକ: ସଙ୍କଟରେ ୩ ରାଜ୍ୟ ସରକାର

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନରେ ବିଫଳତା ପରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପାଇଁ ଅଡି ବସିଥିଲେ। ଏହାକୁ ନେଇ ରାଜସ୍ଥାନ,...

ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ ‘ଫନୀ’

ନୂଆଦିଲ୍ଲୀ,୨୯।୪: ଆଇଏମ୍‌ଡିର ସୂଚନା ଅନୁଯାୟୀ ଘୂର୍ଣ୍ଣିଝଡ଼ ‘ଫନୀ’ ଅଧିକ ଘନିଭୁତ ହୋଇ ୩୦ ତାରିଖ ସୁଦ୍ଧା ଓଡ଼ିଶା ଉପକୂଳ ଛୁଇଁବ। ମେ ୧ ସୁଦ୍ଧା ଏହା...

ସାଇକେଲ-ହାତୀ ଗଲେ ଦୂରେଇ: ୧୧୨ ଦିନରେ ମେଣ୍ଟରେ ଫାଟ

ଲକ୍ଷ୍ନୌ୍‌,୪।୬: ଏସ୍‌ପି-ବିଏସ୍‌ପି ମେଣ୍ଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭବିଷ୍ୟବାଣୀ ସତ ହୋଇଛି। ମାତ୍ର ୧୧୨ ଦିନର ମେଣ୍ଟରେ ଫାଟ ବଢ଼ିବାରେ ଲାଗିଛି। ଆଗକୁ ଉତ୍ତରପ୍ରଦେଶରେ...

ତ୍ରିପୁରାରେ ବଳି ବନ୍ଦ: ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ଅଗରତଲା,୨୮।୯: ଜୀବିତ ରହିବା ପ୍ରତି ପ୍ରାଣୀଙ୍କର ମୌଳିକ ଅଧିକାର। ଏଥିରୁ ତାଙ୍କୁ ବଞ୍ଚିତ କରାଯାଇପାରିବ ନାହିଁ। ଏନେଇ ତ୍ରିପୁରା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହା...

ପଦ ଛାଡିଲେ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ

ଭୋପାଳ, ୭।୭: ଗତ ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ଜାରି ରହିଥିବା ଇସ୍ତଫା କ୍ରମରେ ସାମିଲ ହୋଇଛନ୍ତି ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ। କଂଗ୍ରେସ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *