Posted inଜାତୀୟ

ଜିଏସ୍‌ଟି ଯୋଗୁ ୫ ଲକ୍ଷ କୋଟିରୁ ଅଧିକ ରାଜକୋଷରେ ଜମା ହୋଇଛି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୬।୭: ଜିଏସ୍‌ଟି ଯୋଗୁ କେନ୍ଦ୍ରୀୟ ରାଜକୋଷରେ ୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଜମା ହୋଇଛି। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଲୋକ ସଭାରେ ସୂଚନା ଦେଇଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ,୨୦୧୮-୧୯ରେ ରାଜକୋଷରେ ୫ ଲକ୍ଷ ୧୮ ହଜାର କୋଟି ଟଙ୍କା ଜମା ହୋଇଛି। ୨୦୧୭-୧୮ରେ ଏହାର ପରିମାଣ ୨ ଲକ୍ଷ ୯୧ ହଜାର କୋଟି ଟଙ୍କା ଥିଲା। ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତିପୂରଣ ଭାବେ ୮୧ ହଜାର ଶହେ ୭୭ କୋଟି ଟଙ୍କା ଜମା କରିଛନ୍ତି। ତେବେ ୨୦୧୭-୧୮ରେ କ୍ଷତିପୂରଣ ପରିମାଣ ୪୮ ହଜାର ଶହେ ୭୮ କୋଟି ଥିଲା। ୨୦୧୯ ଜୁନ୍‌ରେ ୯୯ ହଜାର ୯ଶହ ୩୯ କୋଟି ଟଙ୍କା ଜିଏସ୍‌ଟି ରାଜକୋଷକୁ ଆସିଥିବା ଅର୍ଥମନ୍ତ୍ରୀ କହିଛନ୍ତି।


All Right Reserved By Dharitri.Com

ପୁଅ କଲେ ଗାଡି ଦୁର୍ଘଟଣା, ପୋଲିସକୁ ଫୋନ୍‌ କରି ଡାକିଲେ ଏମ୍‌ପି

କୋଲକାତା, ୧୬।୮: ଭାଜପା ଏମ୍‌ପି ରୂପା ଗାଙ୍ଗୁଲୀଙ୍କ ପୁଅ ଆକାଶ ମୁଖାର୍ଜୀ ପୋଲିସ୍‌ ଅଟକ ରଖିଛି। ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବା ଅଭିଯୋଗରେ ପୋଲିସ ତାଙ୍କୁ...

ଅଯୋଧ୍ୟା ଶୁଣାଣି ପୂର୍ବରୁ ହାଇ ଆଲର୍ଟରେ ଉତ୍ତରପ୍ରଦେଶ: ଖୋଲାରେ ପେଟ୍ରୋଲ, ଏସିଡ୍‌ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୮।୧୧: ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ପୂର୍ବରୁ ଉତ୍ତରପ୍ରଦେଶ ସରକାର ହାଇ ଆଲର୍ଟରେ ଅଛନ୍ତି। ଏଥିପାଇଁ ଗାଜିଆବାଦ ପ୍ରଶାସନ ଖୋଲାରେ ବିକ୍ରି କରାଯାଉଥିବା ପେଟ୍ରୋଲ,...

ଜୟାଙ୍କୁ ଟାର୍ଗେଟ କଲେ ଅମର

ନୂଆଦିଲ୍ଲୀ,୨୬।୭: ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ରାଜ୍ୟସଭା ଏମ୍‌ପି ଅମର ସିଂ ଏଥର ପୁଣି ଆସିଛନ୍ତି ଚର୍ଚ୍ଚାକୁ। ଏଥିର ସେ ବଲିଉଡ୍‌...

ତିନି ତଲାକ୍‌ ନେଇ ପୋଲିସରେ ଅଭିଯୋଗ କରିବାରୁ ମହିଳାଙ୍କୁ ଜୀବନ୍ତ ଜାଳିଦେଲେ ସ୍ବାମୀ

ଲକ୍ଷ୍ନୌ,୧୬।୮: ଉତ୍ତର ପ୍ରଦେଶ ଶ୍ରାବସ୍ତି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ତିନି ତଲାକ୍‌ ନେଇ ପୋଲିସରେ ଅଭିଯୋଗ କରିବାରୁ ମହିଳାଙ୍କ ଜୀବନ୍ତ ଜାଳିଦେଇଛନ୍ତି ସ୍ବାମୀ।...

ମାୟାବତୀଙ୍କୁ ମୁଁ ସମ୍ମାନ କରେ: ଅଖିଳେଶ

ଲକ୍ଷ୍ନୌ,୫।୬: ଏସ୍‌ପି-ବିଏସ୍‌ପି ମେଣ୍ଟରେ ଫାଟ ସୃଷ୍ଟି ହେବା ପରେ ମାୟାବତୀ ଏକ ପ୍ରକାର ଅଖିଳେଶଙ୍କଠାରୁ ମୁହଁ ଫେରାଇ ନେଇଛନ୍ତି କହିଲେ ଚଳେ। ମେଣ୍ଟ ନ ହେଲେ...

ଶାହଙ୍କ ଜିରୋ ଟଲରେନ୍ସ ନୀତି : ନୂଆ ବିଚ୍ଛିନ୍ନତାବାଦୀ ଦଳ ଗଠନ କଲା ଆଇଏସ୍‌ଆଇ

ନୂଆଦିଲ୍ଲୀ, ୧୨।୬: ଆତଙ୍କବାଦ ବିରୋଧରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଜିରୋ ଟଲରେନ୍ସ ନୀତିରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଆତଙ୍କିତ ହୋଇପଡ଼ିଛି। ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ...

ଛଟେଇ ଆଣିବ ଅର୍ଥନୀତିରେ ସୁନାମି

ନୂଆଦିଲ୍ଲୀ,୯ା୫: କରୋନା ଭାଇରସ୍‌ ବିରୋଧରେ ଲଢ଼େଇ ପାଇଁ ଦେଶବ୍ୟାପୀ ଜାରି କରାଯାଇଥିବା ଲକ୍‌ଡାଉନ୍‌ ଅନ୍‌ ଅଫ୍‌ ସୁଇଚ୍‌ ଭଳି ନୁହେଁ। କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଅବଧି...

କୁକୁର ବେଲ୍ଟରେ କ୍ୟାମେରା

ନୂଆଦିଲ୍ଲୀ, ୨୮।୧: ଭାରତୀୟ ସୁରକ୍ଷା ବ୍ୟବସ୍ଥାରେ ଡଗ୍‌ ସ୍କ୍ବାଡ୍‌କୁ ନିୟୋଜିତ କରାଯାଇଥାଏ। ତେବେ ଏବେ ଏହି ସ୍କ୍ବାଡ୍‌ର ପ୍ରତି କୁକୁରଙ୍କ ବେଲ୍ଟରେ କ୍ୟାମେରା ଲଗାଯାଇ ସେମାନଙ୍କୁ...

Leave a comment

Your email address will not be published. Required fields are marked *