Posted inଖେଳ

ଦେଶକୁ ବିଶ୍ୱଚାମ୍ପିଅନ୍‌ କରାଇଲେ ପୁଅ, ପିତାଙ୍କୁ ପଡୁଛି ଗାଳି: ଜାଣନ୍ତୁ କାହିଁକି

ଲଣ୍ଡନ, ୧୬।୭: ଆଇସିସି ବିଶ୍ୱକପ ଦ୍ୱାଦଶ ସଂସ୍କରଣର ରୋମାଞ୍ଚକ ଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଆୟୋଜକ ଇଂଲଣ୍ଡ ଚାମ୍ପିୟନ ହେବାର ସୌଭାଗ୍ୟ ଲାଭ କରିଛି। ଇଂଲଣ୍ଡକୁ ବିଶ୍ୱଚାମ୍ପିଅନ୍‌ କରାଇବାରେ ବେନ ଷ୍ଟୋକ୍ସଙ୍କର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଫାଇନାଲରେ ଷ୍ଟୋକ୍ସ ୮୪ରନର ପାଳି ଖେଳି ଅପରାଜିତ ରହିଥିଲାବେଳେ ସୁପର ଓଭରରେ ବି ଭଲ ଖେଳିଥିଲେ। ଫଳରେ ନ୍ୟୁଜିଲାଣ୍ଡ ସଂଘର୍ଷପୂର୍ଣ୍ଣ ଫାଇନାଲରେ ପରାସ୍ତ ହୋଇଥିଲା। ଯଦିଓ ଫାଇନାଲରେ ଷ୍ଟୋକ୍ସ ଇଂଲଣ୍ଡ ପକ୍ଷରୁ ଖେଳୁଥିଲେ, କିନ୍ତୁ ତାଙ୍କ ପୂରା ପରିବାର ନ୍ୟୁଜିଲାଣ୍ଡକୁ ସମର୍ଥନ କରୁଥିଲେ। କାରଣ ଷ୍ଟୋକ୍ସ ଇଂଲଣ୍ଡରେ ନୁହେଁ, ନ୍ୟୁଜିଲାଣ୍ଡ ଜନ୍ମ ହୋଇଛନ୍ତି। ତାଙ୍କ ପରିବାର ଏବେ ମଧ୍ୟ ସେଠାରେ ରହୁଛନ୍ତି। ତେଣୁ ଷ୍ଟୋକ୍ସ ନ୍ୟୁଜିଲାଣ୍ଡ ହାତରୁ ଟ୍ରଫି ଛଡାଇଆଣିବା ପରେ ତାଙ୍କ ପିତା ଗେରାର୍ଡଙ୍କୁ ସେଠାରେ ଗାଳି ପଡିବା ସ୍ବାଭାବିକ। ଷ୍ଟୋକ୍ସଙ୍କ ପିତା କହିଛନ୍ତି, ମୋ ଦେଶ ହାରିବାରେ ମୁଁ ବହୁତ ଦୁଃଖି। କିନ୍ତୁ ମୋତେ ଯେଉଁଭଳି ଭାବେ ଲୋକେ ଘୃଣା କରୁଛନ୍ତି ତାହା କରିବା ଉଚିତ୍‌ ନୁହେଁ। ସୂଚନାଯୋଗ୍ୟ, ଷ୍ଟୋକ୍ସଙ୍କୁ ମାତ୍ର ୧୨ ବର୍ଷ ହୋଇଥିଲାବେଳେ ତାଙ୍କ ପିତା ରଗବୀ ଲିଗ୍‌ରେ କୋଚିଂ ଦେବା ପାଇଁ ଇଂଲଣ୍ଡ ପଳାଇଆସିଥିଲେ। ତାଙ୍କ ସହ ତାଙ୍କ ପରିବାର ବି ଏଠାକୁ ପଳାଇଆସିଥିଲେ। ଷ୍ଟେକ୍ସ କ୍ରିକେଟ କୋଚିଂ ପାଇଁ ଇଂଲଣ୍ଡରେ ରହିଯାଇଥିଲେ। କିନ୍ତୁ ତାଙ୍କ ପରିବାର ନ୍ୟୁଜିଲାଣ୍ଡ ପଳାଇଥିଲେ।


All Right Reserved By Dharitri.Com

Posted inଖେଳ View All

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚିଲେ ବିଜୟ ମାଲ୍ୟା

ଲଣ୍ଡନ, ୯।୬: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଓଭାଲରେ ଚାଲିଥିବା ବିଶ୍ୱକପ ମ୍ୟାଚ୍‌ ଦେଖିବାକୁ ଯାଇଛନ୍ତି ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା। ଭାରତର ବିଭିନ୍ନ ବ୍ୟାଙ୍କ୍‌ରୁ...

ବିଜୟ ହଜାରେ ଟ୍ରଫି: ଦିଲ୍ଲୀଠାରୁ ହାରିଲା ଓଡ଼ିଶା

କଟକ ଅଫିସ,୧୦ା୧୦- ଭଦୋଦରାର ଜିଏସ୍‌ଏଫ୍‌ସି କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଅନୁଷ୍ଠିତ ବିଜୟ ହଜାରେ ଟ୍ରଫିର ଏକ ମ୍ୟାଚ୍‌ରେ ଓଡ଼ିଶା ୬୩ ରନରେ ଦିଲ୍ଲୀଠାରୁ ପରାସ୍ତ ହୋଇଛି।...

୫ମ ଉଇକେଟରେ ରେକର୍ଡ ଭାଗୀଦାରି

ଭୁବନେଶ୍ୱର, ୨୩।୧୨(କ୍ରୀଡ଼ା ପ୍ରତିନିଧି)- ନିକୋଲାସ ପୁରନ ଓ କିରନ ପୋଲାର୍ଡ ୫ମ ଉଇକେଟ ଯୋଡ଼ିରେ ୧୩୫ ରନ ସଂଗ୍ରହ କରିଥିଲେ। ବାରବାଟୀ ଗ୍ରାଉଣ୍ଡରେ ୫ମ ଉଇକେଟରେ...

ଲାରାଙ୍କ ପଛକୁ ହୋପ୍‌

କଟକ, ୨୩0।୧୨(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଭାରତ ବିପକ୍ଷ ମ୍ୟାଚରେ ୫୦ ବଲ୍‌ରୁ ୪୨ ରନ ସଂଗ୍ରହ କରିଛନ୍ତି ୱେଷ୍ଟଇଣ୍ଡିଜ ଓପନର...

ପାକିସ୍ତାନର ଏହି କ୍ରିକେଟର କହିଲେ ‘ଜୟ ଶ୍ରୀରାମ’

ଇସ୍‌ଲାମାବାଦ, ୩୦।୧୨: ହିନ୍ଦୁ ହୋଇଥିବାରୁ ପୂର୍ବତନ ପାକିସ୍ତାନ ଖେଳାଳି ଡାନିସ କନେରିଆଙ୍କୁ ଜାତୀୟ କ୍ରିକେଟ ଟିମରେ ବିରୋଧ କରାଯାଉଥିବା ଖବର ସାମ୍ନାକୁ ଆସିବା ପରେ ଏହାକୁ...

ସଚିନ ତେନ୍ଦୁଲକର ୪୬ ବର୍ଷରେ କଲେ ପଦାର୍ପଣ

ନୂଆଦିଲ୍ଲୀ,୨୪।୪: ମାଷ୍ଟର ବ୍ଲାଷ୍ଟର କ୍ରିକେଟର ସଚିନ୍‌ ତେନ୍ଦୁଲକର ବୁଧବାର ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୩ ଏପ୍ରିଲ୍‌ ୨୪ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ।...

ତୁର୍କମେନିସ୍ତାନକୁ ହରାଇଲା ଭାରତ

ନୂଆଦିଲ୍ଲୀ, ୧୮।୯: ଉଜବେକିସ୍ତାନରେ ଚାଲିଥିବା ୨୦୨୦ ଏଏଫ୍‌ସି (ଏସିଆନ ଫୁଟ୍‌ବଲ କନ୍‌ଫେଡେରେଶନ) କପ୍‌ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବୁଧବାର ଅନୁଷ୍ଠିତ...

କ୍ରିକେଟରୁ ଦୁର୍ନୀତିର ମୂଳୋତ୍ପାଟନ: ମ୍ୟାଚ୍‌ ଫିକ୍ସିଂ ଆଇନ ପାଇଁ ପରାମର୍ଶ

ମୋହାଲି,୧୭ା୯ (ପି.ଟି.)-ଭାରତୀୟ କ୍ରିକେଟରୁ ଦୁର୍ନୀତିକୁ ମୂଳୋତ୍ପାଟନ କରିବାକୁ ହେଲେ ଏକ ମ୍ୟାଚ ଫିକ୍ସିଂ ଆଇନର ଆବଶ୍ୟକତା ରହିଛି। ଏକଥା କହିଛନ୍ତି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ...

Leave a comment

Your email address will not be published. Required fields are marked *