ବେଧଡ଼କ ଚାଲିଛି ପାଣି ପାଇପ ଚୋରି

କେନ୍ଦୁଝର, ୧୬ା୭ (ସ୍ବ.ପ୍ର.)- ସଦର ଥାନା ଅନ୍ତର୍ଗତ ବଡଘାଗରା ଜଳଭଣ୍ଡାରକୁ ଯାଇଥିବା ରାସ୍ତାକଡରେ ଜଳ ଯୋଗାଣ ପାଇଁ ବିଛାଯାଇଥିବା ପୁରୁଣା ପାଇପ ବେଧଡକ ଚୋରି ହେଉଛି। ସୋମବାର ଦୁର୍ବୃତ୍ତମାନେ ମାଟି ଖୋଳି ପାଇପ ଚୋରି କରୁଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏଠାରେ ସୂଚନା ଯୋଗ୍ୟ ଯେ, ବଡଘାଗରା ଜଳଭଣ୍ଡାରରୁ କେନ୍ଦୁଝର ସହରକୁ ପାନୀୟ ଜଳ ଯୋଗାଣ ହୋଇଥାଏ। ଏଥିପାଇଁ ବଡ ବଡ ପାଇପ ବିଛାଯାଇଛି। ତେବେ କିଛି ବର୍ଷ ତଳେ ପାଇପ ବଦଳାଯାଇ ନୂଆ ପାଇପ ବିଛାଯାଇଥିଲା। ନୂଆ ପାଇପ ବିଛା ଯିବା ପରେ ପୁରୁଣା ପାଇପ ଅଲୋଡା ହୋଇଯାଇଛି ା ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଏହି ଅବ୍ୟବହୃତ ପାଇପ ସବୁକୁ ବିଭାଗ ପକ୍ଷରୁ ସଂଗ୍ରହ କରି ରଖାଯାଉ ନ ଥିବାରୁ ଚୋରି ହୋଇଯାଉଛି ା ଦୁର୍ବୃତ୍ତ ମାନେ ମାଟି ଖୋଳି ଏହି ସବୁ ପାଇପ ନେଇଯାଉଥିବା ବେଳେ କବାଡି ବାଲାଙ୍କୁ ବିକି ଲାଭବାନ ହେଉଛନ୍ତି। ସୁରକ୍ଷା ଅଭାବରୁ ପାଇପ ଚୋରି ହେଉଥିବାରୁ ବ୍ୟାପକ ରାଜସ୍ବ ହାନୀ ଘଟୁଛି। କିଛି ମାସ ତଳେ ପାଇପ ଚୋରି ଘଟଣାରେ ପୋଲିସ କେତେକ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବର୍ତ୍ତମାନ ଏନେଇ ସ୍ଥାନୀୟ ଲୋକ ସୂଚନା ଦେଉଥିଲେ ହେଁ ଧରପଗଡ କରୁନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଉଛି ା


All Right Reserved By Dharitri.Com

ଭୁଲ୍‌ ଜାତିଗତ ପ୍ରମାଣପତ୍ର ଦାଖଲ ଅଭିଯୋଗ: ସୋର ବିଧାୟକଙ୍କ ନାମରେ ହାଇକୋର୍ଟରେ ମାମଲା

ସୋର, ୨୧।୬(ଡି.ଏନ.ଏ.)- ଭୁଲ୍‌ ଜାତିଗତ ପ୍ରମାଣପତ୍ର ପ୍ରଦାନ ଏବଂ ନିର୍ବାଚନୀ ସତ୍ୟପାଠରେ ନିର୍ଦ୍ଦିଷ୍ଟ କଲମ ଫାଙ୍କା ଛାଡ଼ିବା ଘଟଣା ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ପୁଣି...

ବିଚାରପତି ଚୟନ ପ୍ରକ୍ରିୟା ପ୍ରସଙ୍ଗ: ହାଇକୋର୍ଟ ଖୋଲିବା ଦିନରେ ଆନ୍ଦୋଳନ

କଟକ ଅଫିସ,୧୮।୬: ଦୀର୍ଘ ୧ ମାସର ଗ୍ରୀଷ୍ମ ଅବକାଶ ପରେ ସୋମବାର ହାଇକୋର୍ଟ ଖୋଲିଥିଲା। ହେଲେ ପ୍ରଥମ ଦିନରୁ ହିଁ ଓକିଲମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ହାଇକୋର୍ଟ...

ଶ୍ରୀଲିଙ୍ଗରାଜଙ୍କ ସୈରାତ, ଦୋକାନ ଘର ଭାଗବଣ୍ଟା ଛିଡୁନି : ଦେବୋତ୍ତର ବିଭାଗ ନୀରବଦ୍ରଷ୍ଟା

ପୁରୁଣା ଭୁବନେଶ୍ୱର,୩୦ା୯(ଡି.ଏନ.ଏ.) : ଅନେକ ସମୟରେ ଶ୍ରୀଲିଙ୍ଗରାଜ ମହାପ୍ରଭୂଙ୍କ ବିଭିନ୍ନ ଜମିଜମା ଜବରଦଖଲ ବିକ୍ରିବଟା ନେଇ ବିବାଦ ଦେଖାଦେଉଥିଲେ ହେଁ ସରକାରୀ ସ୍ତରରେ ଠାକୁରଙ୍କ ସମ୍ପତ୍ତି...

ରାଜ୍ୟ ସ୍କାଉଟ୍‌ ଗାଇଡ୍‌ର ମୁଖ୍ୟ ଆୟୁକ୍ତଙ୍କୁ ‘ଏସିଆ ତାରକା’ ସମ୍ମାନ

ଭୁବନେଶ୍ୱର, ୨୯ା୫(ବ୍ୟୁରୋ): ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍‌ସ ଏବଂ ଗାଇଡ଼ସର ରାଜ୍ୟ ମୁଖ୍ୟ ଆୟୁକ୍ତ ତଥା ଜାତୀୟ ପରିଷଦର ଉପସଭାପତି ଡ. କାଳିପ୍ରସାଦ ମିଶ୍ରଙ୍କୁ ‘ଏସିଆ...

ଓଡ଼ିଶା ପୋଲିସର ୩୫୩ ଏଏସ୍‌ଆଇଙ୍କୁ ପଦୋନ୍ନତି

କଟକ ଅଫିସ, ୭ା୯- ରାଜ୍ୟର ବିଭିନ୍ନ ଜିଲାରେ କାର୍ଯ୍ୟରତ ୩୫୩ ଜଣ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର(ଏଏସ୍‌ଆଇ)ଙ୍କୁ ଇନ୍ସପେକ୍ଟର ପଦବୀକୁ ପଦୋନ୍ନତି କରାଯାଇଛି। ଶନିବାର ଏ ନେଇ ରାଜ୍ୟ...

ମହାନଦୀ ପଠାରେ ମାଣପେଡି,ଖଟୁଲି ସଫା

ଖଣ୍ଡପଡା,୫।୧୨(ସ୍ବ.ପ୍ର.): ପରିବାରର ସୁଖ ଏବଂ ସମୃଦ୍ଧି ପାଇଁ ମା’ଲକ୍ଷ୍ମୀଙ୍କୁ ମାର୍ଗଶିର ମାସର ପ୍ରତି ଗୁରୁବାର ଆରାଧନା କରାଯାଇଥାଏ। ଆସନ୍ତା ୧୨ ତାରିଖ ମାର୍ଗଶିର ମାସର ଶେଷ...

କ୍ରଶର ମିଲ୍‌ ବନ୍ଦ ଯୋଗୁ ଉନ୍ନୟନ କାର୍ଯ୍ୟରେ ବାଧା

ମାଲକାନଗିର,୬।୧୨ (ଡି.ଏନ୍‌.ଏ.)- ମାଲକାନଗିରି ଜିଲାରେ ଏକମାସରୁ ଊର୍ଦ୍ଧ୍ୱ ହେବ କ୍ରଶର ମିଲଗୁଡିକ ବନ୍ଦ ରହିଛି ା ଫଳରେ ବହୁ ଘରୋଇ କାର୍ଯ୍ୟ ଏବଂ ଉନ୍ନୟନ କାର୍ଯ୍ୟ...

ରଥକୁ ଉଠିଲା ଦୁଆର ବେଢା

ପୁରୀ ଅଫିସ,୨।୭ ଆଉ ଦୁଇଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥଖଳାରେ ଦ୍ରୁତଗତିରେ ଚାଲିଛି ରଥ କାମ। ସୋମବାର ତିନିରଥର ଦୁଇଟି ଲେଖାଏ ଦୁଆର ବେଢା ଉଠିଛି।...

Leave a comment

Your email address will not be published. Required fields are marked *