‘ଅଧ୍ୟବସାୟ, ଉଦ୍ୟମ ବଳରେ ସବୁ କାର୍ଯ୍ୟ ସମ୍ଭବ’

ତିହିଡ଼ି, ୧୬।୭ (ଡି.ଏନ.ଏ.)- ଅଳ୍ପ ପୁଞ୍ଜି ଓ ସୀମିତ ଭିତ୍ତିଭୂମିରେ ଛତୁଚାଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସ୍ବାବଲମ୍ବୀ କରିପାରିବ। ଏଭଳି ବିଶ୍ୱାସ ନେଇ ୬ବର୍ଷ ତଳେ ସେ ଆରମ୍ଭ କରିଥିଲେ ଛତୁ ଚାଷ। ବର୍ଷକୁ ବର୍ଷ ଏହାର ଚାଷ ଓ ବେପାର ବଢ଼ିବାରୁ
ସେ ପରିବାରର ଗୁଜୁରାଣ ମେଣ୍ଟାଇବାକୁ ସମର୍ଥ ହୋଇପାରିଛନ୍ତି। ଛତୁଚାଷ ତାଙ୍କ ଜୀବନର ଗତି ପରିସ୍ଥିତି ବଦଳାଇବାରେ ସହାୟତା କରିଛି ବୋଲି ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ କମାରିଆ ଗ୍ରାମର ଯୁବ ଚାଷୀ ଉପେନ୍ଦ୍ର କୁମାର ବାରିକ(୨୮) କହିଛନ୍ତି।
୮ ଜଣ କୁଟୁମ୍ବଙ୍କୁ ନେଇ ତାଙ୍କ ପରିବାର। ୬ ବର୍ଷ ତଳେ ସେ ବେକାରୀ ଜୀବନ ବିତାଉଥିଲେ। ନା ମିଳୁଥିଲା କାମଧନ୍ଦା ନା ରୋଜଗାର କରିବାର କିଛି ଭିନ୍ନ ପନ୍ଥା। ବଞ୍ଚିବା ପାଇଁ ସେ ରାହା ଖୋଜୁଥିବା ବେଳେ ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ପାର୍ଥସାରଥୀ ବେହୁରାଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ତାଙ୍କୁ ଛତୁଚାଷ କରିବା ଲାଗି ପ୍ରେରଣା ଦେଇଥିଲେ। ଏପରିକି ଚାଷର ପ୍ରଣାଳୀ ଓ କୌଶଳ ସମ୍ପର୍କରେ ଶିକ୍ଷା ଦେଇଥିଲେ। ସ୍ବଳ୍ପ ପୁଞ୍ଜିରେ ଛତୁଚାଷ କରିବା ସମ୍ଭବ ହେଉଥିବା ଜାଣି ଉପେନ୍ଦ୍ର ପ୍ରଥମେ ଅଳ୍ପ କିଛି ଜମିରେ ଚାଷ ଆରମ୍ଭ କରିଥିଲେ। ଚାଷରେ ନିପୁଣ ହେବା ପରେ ଅଧିକ ଜମିରେ ଚାଷ କରିଥିଲେ। ଏବେ ପ୍ରତିଦିନ ସେ ୫୦ରୁ ୭୦ କିଗ୍ରା ଛତୁ ଉତ୍ପାଦନ କରୁଛନ୍ତି। ପ୍ରଥମେ ଛତୁର ମାର୍କେଟିଂ କରିବା ପାଇଁ ସମସ୍ୟା ହୋଇଥିଲା। ପରେ ଏହାର ସମାଧାନ ହୋଇଯାଇଥିଲା। ନିଜକୁ ଛତୁଚାଷରେ ଅଧିକ କୁଶଳୀ କରିବାକୁ ସେ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟକୁ ଯାଇ ସେଠାରୁ ତାଲିମ ନେଇଛନ୍ତି।
ଉପେନ୍ଦ୍ର କହନ୍ତି, ଅଧ୍ୟବସାୟ ଓ ଉଦ୍ୟମ ରହିଲେ ସବୁ କାର୍ଯ୍ୟ ସମ୍ଭବ। ସରକାରୀ ଭାବେ ଛତୁ ଚାଷୀଙ୍କୁ ସେଭଳି କିଛି ପ୍ରୋତ୍ସାହନ ମିଳୁ ନ ଥିବାରୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଛତୁଚାଷ ପାଇଁ ପାଣିର ଆବଶ୍ୟକତା ଅଧିକ। ଏଥିଲାଗି ଗଭୀର ନଳକୂପ ବସାଇବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଆର୍ଥିକ ସ୍ଥିତି ସୁଦୃଢ଼ ନ ଥିବାରୁ ସେ ଏଥିଲାଗି ସମର୍ଥ ହୋଇପାରିନାହାନ୍ତି। ସରକାରୀ ନଳକୂପରୁ ପାଣି ଆଣି ତେବେ ଚାଷରେ ବିନିଯୋଗ କରୁଛନ୍ତି। ଏଣୁ ଅଧିକ ଶ୍ରମ ସ୍ବୀକାର କରିବାକୁ ପଡୁଛି। ଜଳସେଚନ ସୁବିଧା ହେଲେ ସେ ଚାଷକୁ ଅଧିକ ବଢ଼ାଇପାରନ୍ତେ। କମାରିଆ ଓ ଆଖପାଖ ଅଞ୍ଚଳରେ ଜଣେ ଅଗ୍ରଣୀ ଛତୁଚାଷୀ ଭାବେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ପାଠ ପଢ଼ିବା ପରେ ଚାକିରି ପଛରେ ନ ଗୋଡ଼ାଇ ବେକାର ଯୁବକମାନେ ଛତୁଚାଷ ଭଳି ସହାୟକ କୃଷି ପନ୍ଥାର ଆଶ୍ରୟ ନେଇ ଆଧୁନିକ ପ୍ରଣାଳୀରେ ଚାଷ କଲେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ଉପେନ୍ଦ୍ର କହିଛନ୍ତି।


All Right Reserved By

୨୦୩୫ ପର୍ଯ୍ୟନ୍ତ ଦେଶରେ ଖାଦ୍ୟାଭାବ ଭୟ ନାହିଁ

କଟକ ଅଫିସ, ୨୯।୫: ସମ୍ପ୍ରତି ଚାଇନା ବିଶ୍ୱରେ ସର୍ବାଧିକ ଧାନ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ଚାଇନାରେ ହେକ୍ଟର ପିଛା ହାରାହାରି ୬୦ କୁଇଣ୍ଟାଲ...

ମୌଳିକ ସୁବିଧାରୁ ବଞ୍ଚିତ ୭ ଭୂମିହୀନ ପରିବାର

ବନ୍ତ, ୨୨।୪ (ସ୍ବ.ପ୍ର.) – ଜମିପଟ୍ଟା ଥାଇ ମଧ୍ୟ ଜାଗା ଚିହ୍ନଟ ହୋଇପାରୁ ନ ଥିବାରୁ ଘର କରିପାରୁନାହାନ୍ତି ୭ ଭୂମିହୀନ ପରିବାର। ଏଥିସହ ସେମାନଙ୍କୁ...

ଲଘୁଚାପ: ୨ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର,୨୫।୭(ବ୍ୟୁରୋ): ରାଜ୍ୟରେ ଗତ ଦୁଇ ସପ୍ତାହ ହେବ ବର୍ଷା ଉଭାନ ହୋଇଯାଇଛି। କାଁ ଭାଁ କେଉଁଠି ଅସରାଏ କିମ୍ବା ଦି’ ଅସରା ବର୍ଷା ହେଉଛି। ତେବେ...

କୁଲଡ଼ିହା ହାତୀ ମୃତ୍ୟୁ ଘଟଣା: ଫରେଷ୍ଟର, ଗାର୍ଡ଼ ନିଲମ୍ବିତ

ସଜନାଗଡ଼, ୭।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡର କୁଲଡ଼ିହା ଅଭୟାରଣ୍ୟରେ ଗତ ୫ତାରିଖରେ ଏକ ଦନ୍ତାହାତୀର ମୃତଦେହ ମିଳିଥିଲା। ହାତୀର ମୃତ୍ୟୁକୁ ନେଇ ବନବିଭାଗ କୌଣସି ଟେର୍‌...

୧୫ ଫୁଟ ତଳକୁ ଓଲଟିଲା ଡିଜେଲ ଟ୍ୟାଙ୍କର

କୁଳିଅଣା,୫ା୬(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ୧୮ ନଂ. ଜାତୀୟ ରାଜପଥର ଚିରଗାଲଡିହି ଛକଠାରେ ମଙ୍ଗଳବାର ଭୋର ସମୟରେ ଏକ ଡିଜେଲ ବୋଝେଇ ଟ୍ୟାଙ୍କର ରାସ୍ତାଠାରୁ...

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଟାଟା ଏସି

ପାଟଣା,୩୦।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଦେଇ ଯାଇଥିବା ୨୨୦ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଜଣଙ୍କ ଆହତ ହୋଇଥିବା...

ଆଲିଗଡ଼ ଲଜ୍ଜା: ବାଲୁକାକଳା ମାଧ୍ୟମରେ ଶିଶୁକନ୍ୟାଙ୍କ ଲାଗି ନ୍ୟାୟ ଭିକ୍ଷା କଲେ ସୁଦର୍ଶନ

ପୁରୀ ଅଫିସ,୮।୬: ଉତ୍ତରପ୍ରଦେଶ(ୟୁପି)ର ଆଲିଗଡ଼ରେ ଜଣେ ଅଢ଼େଇ ବର୍ଷର ଶିଶୁକନ୍ୟାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ଅଭିଯୁକ୍ତ...

ନୟାଗଡ଼ର ୪ ବିଧାନସଭାରେ ବିଜେଡି ଆଗୁଆ

ନୟାଗଡ ଅଫିସ,୨୩ା୫- ପ୍ରଥମ ରାଉଣ୍ଡ ଗଣତିରେ ନୟାଗଡ଼ ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି। ନୟାଗଡ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅରୁଣ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *