ବାଲି ପରିବହନକାରୀ-ଗ୍ରାମବାସୀଙ୍କ ସଂଘର୍ଷ

ଜଳେଶ୍ୱର,୧୬।୭(ଡି.ଏନ.ଏ.)- ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଶିଖରପୁର ପଞ୍ଚାୟତ ଅନ୍ତର୍ଗତ କଲୋନୀସାହି ନିକଟସ୍ଥ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଅହୋରାତ୍ର ଶତାଧିକ ଟ୍ରାକ୍ଟର ଓ ଡମ୍ପର ଯୋଗେ ବାଲି ଚାଲାଣ ହେଉଥିବାରୁ ସ୍ଥାନୀୟ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ଏହାକୁ ନେଇ ବାଲି ପରିବହନକାରୀ ଓ କଲୋନୀସାହିର ଶତାଧିକ ବାସିନ୍ଦାଙ୍କ ମଧ୍ୟରେ ସୋମବାର ପୂର୍ବାହ୍ନ ସାଢ଼େ ୧୦ଟା ସମୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଛନ୍ତି। ବାଲି ପରିବହନକାରୀ ଗୋଷ୍ଠୀର ଶିଖରପୁର ଗ୍ରାମର ଦେବେନ୍ଦ୍ରନାଥ ନାୟକ (୪୮) ଓ ତାଙ୍କ ପୁଅ ଦୈପାୟନ ନାୟକ (୨୨)ଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ବାଲି ପରିବହନ ଗୋଷ୍ଠୀର ଆକ୍ରମଣରେ କଲୋନୀସାହିର ବିମଳା ପାତ୍ର, ତାଙ୍କ ଝିଅ ମୀନା ଓ ବାବୁ ମୁଖୀ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଉଭୟ ଗୋଷ୍ଠୀ ପକ୍ଷରୁ ପରସ୍ପର ବିରୋଧରେ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ତେବେ ତଦନ୍ତ ପରେ ମାମଲା ରୁଜୁ କରାଯିବ ବୋଲି ପୋଲିସ କହିଛି।
ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଗ୍ରାମ୍ୟରାସ୍ତାରେ ଟ୍ରାକ୍ଟର ଓ ଡମ୍ପର ଯୋଗେ ଅବାଧ ବାଲି ପରିବହନ କରାଯାଉଥିବାରୁ ପରିବେଶ ଉପରେ ଖରାପ ପ୍ରଭାବ ପଡୁଛି। ରାସ୍ତା ପାର୍ଶ୍ୱରେ ଗାଡିରୁ ବାଲି ଉଡି ଲୋକଙ୍କ ଘର ଉପରେ ପଡୁଛି। ଏଥିଲାଗି ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟୁଛି। ରାସ୍ତାଦେଇ ସ୍କୁଲ ଯାଉଥିବା ଛାତ୍ରୀଛାତ୍ରଙ୍କୁ ଅଭିଭାବକମାନେ ଆଉ ଛାଡ଼ିବାକୁ ସୁରକ୍ଷିତ ମଣୁ ନାହାନ୍ତି। ରାସ୍ତା ପାର୍ଶ୍ୱରେ ଥିବା ନଳକୂପରୁ ପାଣି ଆଣିବା ବିପଦପୂର୍ଣ୍ଣ ହୋଇପଡ଼ିଛି। ସ୍ଥାନୀୟ ଅଞ୍ଚଳର ଶତାଧିକ ବାସିନ୍ଦା ପୂର୍ବରୁ ପ୍ରଶାସନ ଓ ପୋଲିସ ନିକଟରେ ବହୁବାର ଏ ନେଇ ଅଭିଯୋଗ କରି ଆସିଛନ୍ତି। ଏଥିପ୍ରତି କେହି ଦୃଷ୍ଟି ନ ଦେବାରୁ ଆଜି ଏଭଳି ସଂଘର୍ଷ ଘଟିଛି । ପୋଲିସ ଓ ପ୍ରଶାସନ ତୁରନ୍ତ ପ୍ରତିକାର ନ କଲେ ଜନଆନ୍ଦୋଳନ କରାଯିବ ବୋଲି ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି ।


All Right Reserved By Dharitri.Com

ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗ: ଆଙ୍କରୋଡ଼ା ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଦିଗପହଣ୍ଡି,୧୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କରୋଡ଼ା ସରପଞ୍ଚ ତଥା ବିଜେଡି ନେତା ଉଷାନ୍ତ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ...

ବିଜେପୁର ଉପନିର୍ବାଚନ: ୪୩ ପଥପ୍ରାନ୍ତ ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ବରଗଡ଼ ଅଫିସ, ୧୬।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥିନୀ ରୀତା ସାହୁଙ୍କ ପ୍ରଚାର ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନିଆ...

ଏଏସ୍‌ଆଇର ସୁରକ୍ଷିତ ବଳୟରେ ନିର୍ମାଣ କଟକଣା ବଢିଲା: ଫୋକସ୍‌ରେ ରାଜାରାଣୀ, ଲିଙ୍ଗରାଜ ମନ୍ଦିର

ପୁରୁଣା ଭୁବନେଶ୍ୱର, ୧୪ା୯ (ଡି.ଏନ.ଏ.): ମନ୍ଦିର ମାଳିନୀ ଏକାମ୍ରକ୍ଷେତ୍ର ସରକାରୀ ଉଦାସୀନତା ଓ ଜବରଦଖଲକାରୀଙ୍କ ଦୌରାମ୍ୟରୁ ନିଜକୁ ରକ୍ଷା କରିପାରିନାହିଁ। ଏହିକ୍ରମରେ ଶୁକ୍ରବାର ଶିଶୁପାଳଗଡ଼ ରାମପାଟ୍‌...

‘କୃଷି କ୍ଷେତ୍ରକୁ ବ୍ୟାଙ୍କଗୁଡ଼ିକ ଅଧିକ ଋଣ ଯୋଗାନ୍ତୁ’

ଭୁବନେଶ୍ୱର, ୨୩ା୧(ବ୍ୟୁରୋ): ଓଡ଼ିଶାରେ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହୋଇଥିବାରୁ ଚାଷକାର୍ଯ୍ୟ ନିମନ୍ତେ ଋଣର ଜରୁରୀ ଆବଶ୍ୟକତା ରହିଛି। ସମ୍ପ୍ରତି ଚାଷ...

କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ପାଇଁ ଦାବି

ଭୁବନେଶ୍ୱର, ୧୩।୭(ବ୍ୟୁରୋ): ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି। ଏ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୟୁଏସ୍‌ଏ କନ୍‌ସଲ୍‌ ଜେନେରାଲ

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଙ୍ଗଳବାର ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌ଏ)ର ବାଣିଜ୍ୟ ଦୂତ (କନ୍‌ସଲ୍‌ ଜେନେରାଲ୍‌) ଜୋଏଲ୍‌ ରେଫ୍‌ମ୍ୟାନ୍‌ ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ...

୨୦୧୪ରୁ ଓଡ଼ିଶାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଛି

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ୨୦୧୪ରୁ ଓଡିଶାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟାରେ କୌଣସି ହ୍ରାସ ଘଟିନାହିଁ। ମାତ୍ର ୨୦୧୪ଠାରୁ ୨୦୧୮ ମଧ୍ୟରେ ଗୋଟିଏ ବର୍ଷ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା...

ମୃତକଙ୍କୁ ବଞ୍ଚାଇବାକୁ ଶ୍ମଶାନରେ ପୂଜାପାଠ

କବିସୂର୍ଯ୍ୟନଗର,୧୭ା୮- ଡାକ୍ତର ମୃତ ଘୋଷଣା କଲେ, ମାତ୍ର ମାନିଲେନି ବନ୍ଧୁ ପରିଜନ। ବଞ୍ଚାଇବାକୁ ଗୁଣିଆର ସହାୟତା ନେଲେ। ମୃତ୍ୟୁର ୧୬ ଘଣ୍ଟା ପର୍ଯ୍ୟନ୍ତ ମୃତଦେହ ରଖି...

Leave a comment

Your email address will not be published. Required fields are marked *