ଏସ୍‌ଏଚଜିରୁ ୫ ଲକ୍ଷ ଟଙ୍କା ଠକେଇ

ବାଲେଶ୍ୱର ଅଫିସ,୧୬।୭-ବାଲେଶ୍ୱର ରୂପ୍‌ସା ଥାନା ବାଖରାବାଦ ଅଞ୍ଚଳର ଶିବବାବା ଏସ୍‌ଏଚ୍‌ଜି(ସ୍ବୟଂ ସହାୟକ ଗୋଷ୍ଠୀ) ଏବଂ ଲକ୍ଷ୍ମୀନାରାୟଣ ଏସ୍‌ଏଚଜିର ସଦସ୍ୟା ଥିବା ଜଣେ ମହିଳା ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଉଭୟ ଗୋଷ୍ଠୀ ମହିଳାମାନେ ଏନେଇ ସୋମବାର ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜିଲାପାଳଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି।
ଫେରାର ହୋଇଥିବା ଉକ୍ତ ମହିଳା ଗଡ଼ପଦା ପଞ୍ଚାୟତର ବାଖରାବାଦ ଗାଁର ୱାର୍ଡ଼ମେମ୍ବର ଅଛନ୍ତି। ସେ ବିଭିନ୍ନ ଅଞ୍ଚଳରେ ବୁଲି ସ୍ବୟଂ ସହାୟକ ଗୋଷ୍ଠୀ ତିଆରି କରିବା ପରେ ବ୍ୟାଙ୍କ ଦ୍ୱାରା ଲୋନ୍‌ ଓ ସବ୍‌ସିଡ଼ି ନେଣଦେଣରେ ସହାୟକ ହୋଇଥାନ୍ତି। ଉପରୋକ୍ତ ଦୁଇ ଗ୍ରୁପ୍‌ର ସଦସ୍ୟ ଭାବେ ରହି ସମସ୍ତ କାର୍ଯ୍ୟ ବୁଝାଶୁଝା କରିବା ସହ ଗ୍ରୁପ୍‌ ନିମନ୍ତେ ସ୍ଥାନୀୟ ଗ୍ରାମ୍ୟ ବ୍ୟାଙ୍କରୁ ଟଙ୍କା ନେଣଦେଣ କରିଆସୁଥିଲେ। ଗ୍ରୁପ୍‌ ନାମରେ ଋଣ କରାଯାଇଥିବା ଟଙ୍କାକୁ ମାତ୍ର ଜଣେ, ଦୁଇଜଣ ସଦସ୍ୟଙ୍କୁ ଟଙ୍କା ଦେଇ ମାସିକ ସୁଧମୂଳ ବ୍ୟାଙ୍କରେ ପୈଠ କରିବାର ସଦସ୍ୟାମାନଙ୍କୁ ପ୍ରତିଶ୍ରୁତି ଦେଇ ସମସ୍ତ ଟଙ୍କାକୁ ହାତେଇ ନେଇଥାନ୍ତି। ସଦସ୍ୟାମାନେ ତାଙ୍କୁ ବିଶ୍ୱାସ କରି ୨ ବର୍ଷ ଧରି ନିର୍ଦ୍ଧାରିତ ମାସିକ ଧାର୍ଯ୍ୟ ଟଙ୍କାକୁ ମଧ୍ୟ ଦେଇଆସୁଥିଲେ। ସେ ଉକ୍ତ ଟଙ୍କାକୁ ଡିପୋଜିଟ୍‌ କରି ନ ଥିବାର ଜଣାପଡ଼ିଛି। ଏସଏଚ୍‌ଜି ସମ୍ପାଦିକା ଓ ସଭାପତିଙ୍କୁ ବ୍ୟାଙ୍କରୁ କିସ୍ତି ଖିଲାପ ନୋଟିସ୍‌ ଆସିବା ପରେ ଠକେଇ ସମ୍ପର୍କରେ ଜଣାପଡ଼ିଥିଲା। ସଦସ୍ୟାଙ୍କ ପରିବାର ଲୋକ ସମ୍ପୃକ୍ତ ମହିଳାଙ୍କ ପାଖକୁ ଯାଇ ପଚରାଉଚରା କରି ବ୍ୟାଙ୍କକୁ ଯିବା ପାଇଁ ଡାକିଥିଲେ। ସେ ଚଞ୍ଚକତା କରି ଗତ ମାର୍ଚ୍ଚରୁ ଗଁାରୁ ଫେରାର ହୋଇଯାଇଥିଲେ। ବାଲେଶ୍ୱର ସଦର ଥାନା ତାମୁଳିଆ ଗାଁରେ ଏକ ଭଡ଼ାଘରେ ଉକ୍ତ ମହିଳା ରହୁଥିବା ଜାଣିପାରି ସଦସ୍ୟାମାନେ ସେଠାରେ ପହଞ୍ଚତ୍ଥିଲେ। ହେଲେ ଦେଖା ନ ପାଇ ସେଠାରୁ ନିରାଶ ହୋଇ ଫେରିଥିଲେ। ଏନେଇ ଉଭୟଗୋଷ୍ଠୀର ସମ୍ପାଦିକା ଓ ସଭାପତି ରୂପ୍‌ସା ଥାନାରେ ଗତ ଜୁନ୍‌ ୩୦ ତାରିଖରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ସେମାନଙ୍କ ଅଭିଯୋଗକୁ କାର୍ଯ୍ୟକାରୀ କରୁ ନ ଥିବାରୁ ସୋମବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ବୋଲି ଶିବବାବା ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ପ୍ରଭାତି ରାଉତ, ସମ୍ପାଦିକା ସବିତା ନାୟକ ଏବଂ ଲକ୍ଷ୍ମୀନାରାୟଣ ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ମଞ୍ଜୁଲତା ଲେଙ୍କା, ସମ୍ପାଦିକା ଜୟନ୍ତୀ ବେହେରା। ସମ୍ପୃକ୍ତ ମହିଳା ଉକ୍ତ ପଞ୍ଚାୟତର ୨୦ରୁ ଊର୍ଦ୍ଧ୍ୱ ସ୍ବୟଂ ସହାୟକ ଗୋଷ୍ଠୀ, ଏସ୍‌କେଏସ୍‌ ଓ ବନ୍ଦନା ଗ୍ରୁପ ତିଆରି କରି ବହୁ ଟଙ୍କା ହଡ଼ପ କରିଥିବା ସଦସ୍ୟାମାନେ ଅଭିଯୋଗରେ ଦର୍ଶାଇଛନ୍ତି।


All Right Reserved By Dharitri.Com

ଭଦ୍ରକ ଜିଲା ପର୍ଯ୍ୟଟନ ସ୍ଥଳୀର ବିକାଶ ଲାଗି ସ୍ବତନ୍ତ୍ର ଯୋଜନା ହେବ: ମନ୍ତ୍ରୀ

ଭଦ୍ରକ ଅଫିସ,୪ା୬-ଭଦ୍ରକ ଜିଲାରେ ପର୍ଯ୍ୟଟନର ବିକାଶ ଲାଗି ସ୍ବତନ୍ତ୍ର ଯୋଜନା କରିବା ସକାଶେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ...

ବିଦ୍ୟାଳୟ ସମ୍ମୁଖରୁ ଛାତ୍ର ଅପହରଣ ଘଟଣା: ଛାତ୍ରୀଛାତ୍ର, ଅଭିଭାବକଙ୍କ ଧାରଣା

ବାହାନଗା, ୨୩।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଶଙ୍କରପଦା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରୁ ଗତ ସୋମବାର ଅପରାହ୍ନ ୪ଟାରେ ସ୍କୁଲ ଛୁଟି ହେବାପରେ ଜଣେ...

ନାବାଳିକାଙ୍କୁ ଅସଦାଚରଣ ମାମଲା : ଗିରଫ ଅଭିଯୁକ୍ତ କୋର୍ଟରୁ ଫେରାର

ରୂପ୍‌ସା, ୧୭ା୮(ଡ଼ି.ଏନ.ଏ.): ବାଲେଶ୍ୱର ଜିଲା ସିଂଲା ଥାନା ଅଞ୍ଚଳର ଏକ ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଗିରଫ ହୋଇଥିବା ନିମାଇଁ ଦଳାଇ ନାମକ ଯୁବକ ଶନିବାର କୋର୍ଟ...

ବର୍ଷା ପାଇଁ ମାଜଣା: ଠାକୁରାଣୀଙ୍କୁ ପୂଜାକଲେ ଶତାଧିକ ମହିଳା

କେନ୍ଦୁଝର, ୧୯ା୭ (ସ୍ବ.ପ୍ର.)-ଚଳିତ ବର୍ଷା ଅଭାବରୁ ଅନେକ ସ୍ଥାନରେ ଚାଷ କାର୍ଯ୍ୟ ବ୍ୟାହତ ହୋଇଛି ା ଜଳ ଅଭାବରୁ ଅନେକ ଅଞ୍ଚଳରେ ତଳି ମରିବାକୁ ବସଥିବାବେଳେ...

ବଳାତ୍କାର ମାମଲାରେ ଦୋଷୀଙ୍କୁ ୧୦ବର୍ଷ ଜେଲ୍‌

ବାଲେଶ୍ୱର, ୩୧ା୮-ଏକ ବଳାତ୍କାର ମାମଲାର ବିଚାର କରି ଶୁକ୍ରବାର ବାଲେଶ୍ୱର ତୃତୀୟ ଅତିରିକ୍ତ ଜିଲା ଦୌରାଜଜ୍‌ ସୋନାଲି ପଟ୍ଟନାୟକ ଶୁକ୍ରବାର ଦୋଷୀଙ୍କୁ ୧୦ବର୍ଷ ଜେଲ ଦଣ୍ଡାଦେଶ...

ଶ୍ରୀ ରାମଚନ୍ଦ୍ର ଭବନରେ ସ୍ଥାନ ପାଇଲା କବି ବ୍ରଜନାଥ ରଥଙ୍କ ତୈଳଚିତ୍ର

ବାଲେଶ୍ୱର ଅଫିସ,୧୨।୬: ବାଲେଶ୍ୱରର ବିଶିଷ୍ଟ କବି ବ୍ରଜନାଥ ରଥଙ୍କର ତୈଳଚିତ୍ର ମଙ୍ଗଳବାର ଶ୍ରୀ ରାମଚନ୍ଦ୍ର ଭବନରେ ସ୍ଥାନୀତ ହୋଇଛି।  ଏହି ଅବସରରେ ଆୟୋଜିତ ସଭାରେ ଉତ୍କଳ...

ଛାନୁଆରେ ମଦ ବିକ୍ରିକୁ ବିରୋଧ: ଜିଲାପାଳଙ୍କୁ ଭେଟିଲେ ମହିଳା

ବାଲେଶ୍ୱର ଅଫିସ, ୨୨।୧୦- ବାଲେଶ୍ୱର ଜିଲା ବସ୍ତା ବ୍ଲକ ଛାନୁଆ ପଞ୍ଚାୟତରେ ୩୦ରୁ ଊର୍ଦ୍ଧ୍ୱ ସ୍ଥାନରେ ନିଶାଦ୍ରବ୍ୟ କାରବାର ଚାଲିଛି। ଏହାକୁ ରୋକିବା ଲାଗି ସ୍ଥାନୀୟ...

ସହରରେ ଟ୍ରାଫିକ ନିୟମ କଡ଼ାକଡ଼ି: ୨ ମଦ୍ୟପ ଚାଳକ ଗିରଫ

ବାଲେଶ୍ୱର ଅଫିସ, ୧।୧୨-ବାଲେଶ୍ୱର ସହର ପୋଲିସ ଲାଇନ୍‌ ଛକରେ ଟ୍ରାଫିକ୍‌ ଥାନା କର୍ମଚାରୀଙ୍କ ଦ୍ୱାରା ରବିବାରଠାରୁ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ପାଳନ କରାଯାଇଛି। ପୂର୍ବାହ୍ନ ୧୦ଟାରୁ...

Leave a comment

Your email address will not be published. Required fields are marked *