ଶିକ୍ଷୟିତ୍ରୀଙ୍କ ନିଲମ୍ବନ ବିରୋଧରେ ତାଲା

ଅନୁଗୋଳ ଅଫିସ, ୧୬।୭ଅନୁଗୋଳ ସହର ପଶ୍ଚିମ ବଜାରପଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଣତି ମିଶ୍ର ଓ ସହକାରୀ ଶିକ୍ଷୟିତ୍ରୀ ପ୍ରୀତିମଞ୍ଜରୀ ଦ୍ୱିବେଦୀଙ୍କୁ ଶିକ୍ଷାଦାନରେ ଅବହେଳା କାରଣରୁ ସସ୍‌ପେଣ୍ଡ କରାଯାଇଥିଲା। ଏହାକୁ ବିରୋଧ କରି ସ୍କୁଲ ପରିଚାଳନା କମିଟିର ସୁଲେଖା ବେଗମ୍‌ଙ୍କ ସହ ଅନ୍ୟମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଥିଲେ। ଖବରପାଇ ଏବିଇଓ ଉଦ୍ଧବ ପ୍ରଧାନ ଓ ସିଆର୍‌ସିସି ଅଖିଳ ଷଡ଼ଙ୍ଗୀ ସ୍କୁଲରେ ପହଞ୍ଚି କମିଟି ସଦସ୍ୟାସଦସ୍ୟଙ୍କୁ ବୁଝାଶୁଝା କରିବା ପରେ ଆନ୍ଦୋଳନ ହଟିଥିଲା। ମଙ୍ଗଳବାର ଠାରୁ ସ୍କୁଲରେ ପାଠପଢ଼ା ସ୍ବାଭାବିକ ହେବ ବୋଲି ଅନୁଗୋଳ ବ୍ଲକ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ପଟ୍ଟନାୟକ ସୂଚନା ଦେଇଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ପ୍ରଣତି ମିଶ୍ରଙ୍କୁ ସୌଭାଗ୍ୟ ନଗରସ୍ଥିତ ବିଦ୍ୟାଳୟରେ ଓ ସହକାରୀ ଶିକ୍ଷୟିତ୍ରୀ ପ୍ରୀତିମଞ୍ଜରୀ ଦ୍ୱିବେଦୀଙ୍କୁ ଉତ୍ତରପଡ଼ା ବିଦ୍ୟାଳୟରେ ହାଜିରା ଦେବା ପାଇଁ ନିର୍ଦ୍ଦେଶ ରହିଛି। ଏହି ଦୁଇ ଶିକ୍ଷୟିତ୍ରୀଙ୍କ ସ୍ଥାନରେ ନୂଆ ଦୁଇ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି।


All Right Reserved By Dharitri.Com

ଫନୀ ପ୍ରଭାବିତ କୃଷକଙ୍କୁ କୃଷି ସାମଗ୍ରୀ ବିତରଣ

ସାକ୍ଷୀଗୋପାଳ, ୮।୬(ଡି.ଏନ୍‌.ଏ): ବାତ୍ୟା ‘ଫନୀ’ ପ୍ରଭାବିତ ପୁରୀ ଜିଲା ସତ୍ୟବାଦୀ ବ୍ଲକ ସଦାନନ୍ଦପୁର ଗ୍ରାମର ୩୭୦ ଜଣ କୃଷକଙ୍କୁ ମାଗଣାରେ ଶନିବାର କୃଷି ସମଗ୍ରୀ ବିତରଣ...

ଇଣ୍ଡିଆନ ବ୍ୟାଙ୍କ ଡକାୟତି ଘଟଣାକୁ ପୂରିଲା ବର୍ଷେ; ଏଯାଏ ଧରାପଡ଼ିନାହାନ୍ତି ୪ ଡକାୟତ

ଅନୁଗୋଳ ଅଫିସ, ୮।୭:  ଗତବର୍ଷ ଅନୁଗୋଳର ଦୁଇଟି ବ୍ୟାଙ୍କରେ କଳାକନା ବୁଲାଇଥିଲେ ଡକାୟତ। ପ୍ରଥମେ ୨୦୧୮ ଏପ୍ରିଲ ୬ରେ ସହରର ଶଙ୍କର ସିନେମା ହଲ ନିକଟ ଆନ୍ଧ୍ର...

୪ଜଣଙ୍କୁ ବଞ୍ଚାଇଥିବା ଟ୍ରାଫିକ୍‌ କନ୍‌ଷ୍ଟେବଳ ପୁରସ୍କୃତ

ଭୁବନେଶ୍ୱର,୫ା୧୨(ବ୍ୟୁରୋ): ୪ଜଣଙ୍କ ଜୀବନ ବଞ୍ଚାଇଥିବା ଜଣେ ଟ୍ରାଫିକ କନ୍‌ଷ୍ଟେବଳଙ୍କୁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପୁରସ୍କୃତ କରିଛନ୍ତି। କନ୍‌ଷ୍ଟେବଳ ଜଣକ ହେଲେ ଲଳିତ ମୋହନ ରାଉତ।...

ଏସ୍‌ସିବି: ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ

କଟକ ଅଫିସ,୨ା୧୧: କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଥିବା ଜଣେ ଡେଙ୍ଗୁ ରୋଗୀଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି। ତାଙ୍କ ଘର କୁଜଙ୍ଗ ଅଞ୍ଚଳରେ ବୋଲି ଜଣାପଡିଛି।...

ବସ୍ତିରେ ମିଳିବ କୋଠାଘର

ଭୁବନେଶ୍ୱର, ୨୬ା୯(ବ୍ୟୁରୋ): ରାଜ୍ୟର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି), ମ୍ୟୁନିସିପାଲିଟି ଏବଂ ସମସ୍ତ ମହାନଗର ନିଗମରେ ବ୍ୟବସ୍ଥିତ ବସ୍ତି ଯୋଜନା (ସ୍ଲମ ପ୍ରୁଫିଙ୍ଗ୍‌) କାର୍ଯ୍ୟକାରୀ ହେବ।...

ବ୍ୟାଙ୍କ ସୁରକ୍ଷା ଯାଞ୍ଚ କଲା ପୋଲିସ

ବ୍ରହ୍ମପୁର ପୋଲିସ, ୩୧ା୭- ବ୍ୟାଙ୍କ ସୁରକ୍ଷା ବ୍ୟବସ୍ଥାରେ ଢିଲା ରହିଥିବା ଯୋଗୁ ବିଗତ ଦିନରେ ଅନେକ ଗ୍ରାହକ ଠକେଇର ଶିକାର ହୋଇଥିବା ନଜିର ରହିଛି। ଏପରିକି...

ସିିଲ୍କ ଇଣ୍ଡିଆ ଏକ୍ସପୋ-୨୦୧୯ : ଗୋଟିଏ ଛାତତଳେ ୧୭ ରାଜ୍ୟର ହସ୍ତତନ୍ତ

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ଚନ୍ଦେରୀ, ମାହେଶ୍ୱରୀ, ବାନ୍ଧେଣୀ, ଜାମ୍‌ଦାନୀ, ଟସର୍‌, ଚିକନ୍‌କରି, ଭାଗଲପୁରୀ ସିଲ୍କ ଓ ମୁଙ୍ଗା ସିଲ୍କ। ଭାରତୀୟ ହସ୍ତତନ୍ତର ଏଭଳି ବିଭିନ୍ନତାକୁ ନେଇ ଭୁବନେଶ୍ୱରରେ ଆୟୋଜିତ...

ଚାଷୀଙ୍କ ଲାଗି ୬ ପ୍ରସ୍ତାବ ଦେଇଛି ରାଜ୍ୟ: ମନ୍ତ୍ରୀ

ଭୁବନେଶ୍ୱର,୧୭।୮(ବ୍ୟୁରୋ): ଦିଲ୍ଲୀ ନୀତି ଆୟୋଗ ବୈଠକରେ କୃଷକର ଅଧିକାର ଓ ଉନ୍ନତି ଦିଗରେ ଓଡ଼ିଶା ୬ଟି ପ୍ରସ୍ତାବ ଦେଇଛି। କୃଷିମନ୍ତ୍ରୀ ଅରୁଣ ସାହୁ ବୈଠକରୁ ଫେରିବା...

Leave a comment

Your email address will not be published. Required fields are marked *