ବର୍ଷା ନାହିଁ, ଜମିରେ ଚରୁଛନ୍ତି ଗୋରୁ

ଢେଙ୍କାନାଳ ଅଫିସ,୧୬ା୭ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଓ କଣ୍ଟାବଣିଆ ଥାନା ଅଞ୍ଚଳରେ ବର୍ଷା ଅଭାବ ନେଇ ଚାଷୀ ହତାଶ ହୋଇପଡିଛନ୍ତି। ଦୁଇ ସପ୍ତାହ ତଳେ ଲଘୁଚାପ ଯୋଗୁ ସାମାନ୍ୟ ବର୍ଷା ହୋଇଥିଲା, ଯାହା କି ଚାଷ ପାଇଁ ପର୍ଯ୍ୟାପ୍ତ ନୁହେଁ । ବ୍ଲକର କମଳାଙ୍ଗ, ମଙ୍ଗଳପୁର, କୁଶୁପଙ୍ଗା, ଖଡଗପ୍ରସାଦ, ଶିବପୁର, ମୋଟଙ୍ଗା, ନିମିଧା, ବିଡୋ ପଞ୍ଚାୟତରେ ବର୍ଷାର ଦେଖା ନ ଥିବାରୁ ଚାଷୀଙ୍କ ଚିନ୍ତା ବଢିଛି। ଧାନ ତଳି ପଡିିଥିବା ବିଲରେ ପାଣି ନ ଥିବାରୁ ମାଟି ଶୁଖି ଫାଟି ଆଁ ହେଲାଣି ା ବୁଣା ଯାଇଥିବା ଧାନ କ୍ଷେତରେ ଏବେ ଗୋରୁଗାଈ ଚରୁଛନ୍ତି ା ଅନ୍ୟପକ୍ଷରେ ଏହି ଅଞ୍ଚଳରେ ନିର୍ମିତ ରେଙ୍ଗାଳି ଦକ୍ଷିଣପାର୍ଶ୍ୱ କେନାଲରେ ଚଳିତବର୍ଷ ପାଇଁ ଆଜି ପର୍ଯ୍ୟନ୍ତ ମଧ୍ୟ ପାଣି ଛଡାଯାଇନାହିଁ। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ଏପରି ଲାଗି ରହିଲେ ଗଜା ମରୁଡିର ଆଶଙ୍କା ସୃଷ୍ଟି ହୋଇଛି। ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ବ୍ଲକ ଓ ଜିଲା କୃଷି ବିଭାଗକୁ ନିବେଦନ କରିଛନ୍ତି ।


All Right Reserved By

ଅବପାତରେ ପରିଣତ ହେଲା ଲଘୁଚାପ: ୧୧ଟି ଜିଲାରେ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୭।୮: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବର୍ତ୍ତମାନ ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳରୁ...

ମାଟ୍ରିକ ପରୀକ୍ଷାରେ ୫୦%ରୁ କମ୍‌ ସଫଳତା

ଅନୁଗୋଳ ଅଫିସ, ୧୧।୬ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ୨୦୧୯ରେ ଅନୁଷ୍ଠିତ ମାଟ୍ରିକ ପରୀକ୍ଷାରେ ୫୦ ପ୍ରତିଶତରୁ କମ୍‌ ସଫଳତା ପାଇଥିବା ବିଦ୍ୟାଳୟଗୁଡିକୁ ସ୍କୁଲ ଓ...

ରାଜନଗର ବ୍ଲକର ସବୁ ଗ୍ରାମକୁ ବିଦ୍ୟୁତ୍‌ ମିଳୁଛି, ୨୦୨୦ରେ ଶେଷ ହେବ କୁନ୍ଦୁପୁର ଗ୍ରୀଡ୍‌ କାର୍ଯ୍ୟ: ମନ୍ତ୍ରୀ

ଭୁବନେଶ୍ୱର,୨୬।୭(ବ୍ୟୁରୋ): ରାଜ୍ୟରେ ଚଳିତ ବର୍ଷ ୫ଲକ୍ଷ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଇଛି। ବିଦ୍ୟୁତ୍‌ ଯୋଗାଣ ପାଇଁ ଅର୍ଥର କୌଣସି ଅଭାବ ନାହିଁ। କେବଳ ଫନୀ ଯୋଗୁ...

ଆର୍ଥିକ ମେରୁଦଣ୍ଡ ଦୋହଲାଉଛି ପ୍ରାକୃତିକ ବିପର୍ଯ୍ୟୟ: ୬ ବର୍ଷରେ ୧୮ ହଜାର କୋଟି କ୍ଷତି

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ପ୍ରାକୃତିକ ବିପତ୍ତିର ପ୍ରଚଣ୍ଡ ପ୍ରହାର ରାଜ୍ୟ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଉଛି। ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ବ୍ୟକ୍ତିଗତ ଓ ସାମଗ୍ରିକ ବିକାଶ କ୍ଷେତ୍ରରେ...

ସ୍କ୍ରାପ୍‌ରେ ୭୦ ଫୁଟର ଗିଟାର ନିର୍ମାଣ କଲେ ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ,୧୮ା୭- ଆବର୍ଜନା ତଥା ସ୍କ୍ରାପ୍‌ ସାମଗ୍ରୀରୁ ବହୁ କ୍ଷୁଦ୍ର ଓ ବୃହତ୍‌ ମଡେଲ ପ୍ରସ୍ତୁତ କରି ସାରା ଭାରତରେ ନିଜର ଏକ ସ୍ବତନ୍ତ୍ର ପରିଚୟ...

କିଶୋରନଗରରେ ବଢୁଛି ଚୋରା ମଦ କାରବାର: ଅବକାରୀ ବିଭାଗ ନୀରବ, ସାଧାରଣରେ ଅସନ୍ତୋଷ

ବଇଣ୍ଡା,୧୮।୬(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ଥାନା ବାମୁର, କିଶୋରନଗର, ବାଟିମୁଣ୍ଡା, ସଞ୍ଜାମୁରା, ହିମିତିରା, ଅଙ୍ଗପଡ଼ା, ତୁରୁଡା, ରଣିଆକଟା ଆଦି ବିଭିନ୍ନ ଗ୍ରାମରେ ଚୋରା ମଦ କାରବାର ବୃଦ୍ଧି...

ଜେଲ୍‌ ଯିବେ ନିଶାଗ୍ରସ୍ତ ଡ୍ରାଇଭର

ଭୁବନେଶ୍ୱର, ୨୦ା୬(ବ୍ୟୁରୋ): ନିଶାଦ୍ରବ୍ୟ ସେବନ କରି ଗାଡ଼ି ଚଳାଉଥିବା ଡ୍ରାଇଭରମାନଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଧରାପଡିଲେ ଏଣିକି ଜେଲ ଯିବାକୁ ପଡିବ। କେବଳ ଜରିମାନା...

କୁଲଡ଼ିହାରୁ ହାତୀର ମୃତଦେହ ଉଦ୍ଧାର: ହତ୍ୟା ପରେ ଦାନ୍ତ କାଟି ନିଆଯାଇଥିବା ସନ୍ଦେହ

ସଜନାଗଡ଼, ୫।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟର ଭାଲୁବସା ନିକଟରେ ବୁଧବାର ପୂର୍ବାହ୍ନରେ ଦନ୍ତାହାତୀର ମୃତଦେହ ପଡିଥିବା ଦେଖି ବନ କର୍ମଚାରୀମାନେ ଉଦ୍ଧାର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *